অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଟୋମୋବାଇଲ ଇଞ୍ଜିନିୟରିଂରେ କ୍ୟାରିୟର

ଅଟୋମୋବାଇଲ ଇଞ୍ଜିନିୟରିଂରେ କ୍ୟାରିୟର

ଅଟୋମୋବାଇଲ ଇଞ୍ଜିନିୟରିଂ

ଜଣେ ଅଟୋମୋବାଇଲ ଇଞ୍ଜିନିୟର ଯାନ ନିର୍ମାଣ ଶିଳ୍ପରେ କାର୍ଯ୍ୟ କରିଥାନ୍ତି । ବର୍ଷକର ଟ୍ରେନିଂ ପରେ ଇଞ୍ଜିନିୟରମାନଙ୍କୁ ବଡ ବଡ ଅଟେ। କମ୍ପାନୀଗୁଡିକ ନିଯୁକ୍ତି ଦେଇଥାନ୍ତି । ସେମାନଙ୍କୁ କମ୍ପାନୀଗୁଡିକ ପକ୍ଷରୁ କାର ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଦିଗ  ଉପରେ ତାଲିମ ଦିଆଯାଇଥାଏ । ଟେକ୍ନୋଲୋଜିର ପ୍ରସାର ସହିତ ଗତ କିଛି ବର୍ଷ ହେବ ହାଇ-ଟେକ୍  ଯାନଗୁଡିକ ବଜାରକୁ ଆସିଲାଣି । ଏଣୁ ଭାରତୀୟ ଅଟେ। ଶିଳ୍ପ ପାଇଁ ବ୍ୟବସାୟିକ ବାତାବରଣ ଉତ୍ସାହଜନକ ରହିଛି । ଜଣେ ଅଟୋମୋବାଇଲ ଇଞ୍ଜିନିୟର ଭାବେ ଆପଣଙ୍କ ପାଇଁ କ୍ୟାରିୟରର ଢେର ସୁଯୋଗ ରହିଛି । କାରଣ ଏହା ଏକ ଶିଳ୍ପ, ଯାହାକି ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢୁଛ । ଅଟୋମୋବାଇଲ ଶିଳ୍ପ ହେଉଛି ଏ ଭଳ ଏକ କ୍ଷେତ୍ର, ଯେଉଁଠି କଠୋର ପରିଶ୍ରମ, କାର୍ଯ୍ୟ ପ୍ରତି ଦାୟିତ୍ଵବୋଧତା ଏବଂ ଦୃଢ ମନୋବଳର ଆବଶ୍ୟକ ହୋଇଥାଏ । ଯୋଗ୍ୟ ପ୍ରାର୍ଥୀଙ୍କ ଲାଗି ଏହି କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି ।

ଯଦିଓ ଅଟୋମୋବାଇଲ ଶିଳ୍ପ କ୍ଷେତ୍ରରେ ମେକାନିକାଲ ଇଞ୍ଜିନିୟରଙ୍କ ସଂଖ୍ୟା ଅଧିକ ରହିଛି, ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରଙ୍କ ଚାହିଦା ମଧ୍ୟ କିଛି କମ୍ ନାହିଁ । ଜଣେ ପେସାଦାର ପ୍ରଫେସନାଲ ତାଙ୍କର ଅଧିକ ସମୟ ଅଟୋମୋବାଇଲ ଶିଳ୍ପରେ ବ୍ୟବହାର ହେଉଥିବା ସିଷ୍ଟମ୍ ଏବଂ ମେଶିନ୍‌ର ଡିଜାଇନ୍ ଓ ଗବେଷଣା କ୍ଷେତ୍ରରେ ବ୍ୟୟ କରିଥାନ୍ତି । ଡିଜାଇନ୍‌ଗୁଡିକ ପ୍ରାଥମିକ ଭାବେ ଡ୍ରଇଂ ଏବଂ ବ୍ଲୁପ୍ରିଣ୍ଟରେ

କରାଯାଇଥାଏ । ଅଟୋମୋବାଇଲ ଇଞ୍ଜିନିୟରମାନେ ଏହା ବାଦ୍ ସେମାନଙ୍କ ପ୍ଲାନ୍ ଗୁଡିକ   ଫିଜିକାଲ୍ ଏବଂ ମାଥମେଟିକାଲ୍ ପ୍ରିନ୍ସିପଲରେ ପକାଇଥାନ୍ତି । ପୂର୍ଣ୍ଣାଙ୍ଗ ଗବେଷଣା ପରେ  ଯୋଜନାମାନ ବନାଯାଇଥାଏ ।

ଯୋଜନା ପ୍ରକ୍ରିୟା ସରିବା ପରେ ଡିଜାଇନିଂ ଆରମ୍ଭ ହୋଇଥାଏ । ଅଟୋମୋବାଇଲ୍ ଇଞ୍ଜିନିୟରମାନଙ୍କ କାର୍ଯ୍ୟ ହେଉଛି ସେମାନଙ୍କର ଯୋଜନା ଏବଂ ଗବେଷଣାକୁ ବାସ୍ତବ ରୂପ ଦେଇ ଏକ ପୂର୍ଣ୍ଣାଙ୍ଗ ଉତ୍ପାଦ ବିକାଶ କରିବା । ସେମାନେ ଉତ୍ପାଦନର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥାନ୍ତି । ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖନ୍ତି ।

ବ୍ୟକ୍ତିଗତ ଗୁଣାବଳୀ:ଜଣେ ସଫଳ ଅଟୋମୋବାଇଲ୍ ଇଞ୍ଜିନିୟର ହେବାକୁ ହେଲେ ମେକାନିକ୍ସ, କାର, ଗଣିତ ଏବଂ ଇଲେକ୍ଟ୍ରୋନିକ୍ସ ଉପରେ ଆଗ୍ରହ ରହିଥିବା ଦରକାର । ନିଜ କାର୍ଯ୍ୟଶୈଳୀରେ ସେ ସୁସଙ୍ଗଠିତ ହୋଇଥିବା ଦରକାର ଏବଂ ବିଭିନ୍ନ ପଦ୍ଧତି ଆପଣେଇ ଯାନ ଉତ୍ପାଦନରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରାଇବା ଆବଶ୍ୟକ । ନିଜର ଆଇଡିଆକୁ ଅନ୍ୟମାନଙ୍କ ସହ ଠିକ୍ ଭାବେ କମ୍ୟୁନିକେଟ୍ କରିବା ମଧ୍ୟ ଦରକାର ।

ଶିକ୍ଷାଗତ ଯୋଗ୍ୟତା

ଦ୍ଵାଦଶ ପାସ୍ କରିବା ପରେ ଜଣେ ଛାତ୍ରୀ କିମ୍ବା ଛାତ୍ରଙ୍କୁ ବିଇ (ବ୍ୟାଚଲର ଇନ୍ ଇଞ୍ଜିନିୟରିଂ) କିମ୍ବା ବି. ଟେକ୍ କରିବାକୁ ପଡିବ । ତେବେ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବା ସମୟରେ କମ୍ପାନୀଗୁଡିକ ଆଇଆଇଟି (ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି) ଏବଂ ଏନ୍‌ଆଇଟି(ନ୍ୟାଶନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି)ର ଛାତ୍ରୀଛାତ୍ରଙ୍କୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରୁ ପାସ୍ କରୁଥିବା ଯୋଗ୍ୟତାସମ୍ପନ୍ନ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେବା ପାଇଁ ମଧ୍ୟ କମ୍ପାନୀଗୁଡିକ ପଛଘୁଞ୍ଚା ଦିଅନ୍ତି ନାହିଁ । ତେବେ ଅନେକ ଶିକ୍ଷାନୁଷ୍ଠାନ ଅଛନ୍ତି, ଯେଉଁଗୁଡିକ ଅଟୋମୋବାଇଲ୍ ଇଞ୍ଜିନିୟରିଂରେ ବିଇ ଏବଂ ବି. ଟେକ୍ ଡିଗ୍ରୀ ପ୍ରଦାନ କରୁଛନ୍ତି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛ ଶକ୍ଷାନୁଷ୍ଠାନ ଚୟନ କରବା ସମୟରେ ଛାତ୍ରୀଛାତ୍ରମାନେ ଉକ୍ତ ଅନୁଷ୍ଠାନର ୱେବସାଇଟକୁ ଯାଇ ଏହା ଉପରେ ସବିଶେଷ ତଥ୍ୟ ସଂଗ୍ରହ କରିବା ଉଚିତ । ଏଠାକାର ଫ୍ୟାକଲଟି ଭିଭିଭୂମି ଏବଂ ପ୍ଲେସମେଣ୍ଟ ରେକର୍ଡକୁ ମଧ୍ୟ ଦେଖିବାକୁ ପଡିବ । କଲେଜ୍‌ର ଫ୍ୟାକଲଟିମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ମଧ୍ୟ ଦେଖନ୍ତୁ। କୋର୍ସ ଏବଂ ଆଡମିଶନ୍ ପଦ୍ଧତିକୁ ଦେଖନ୍ତୁ । କଲେଜ୍ ଦ୍ଵାରା  ପ୍ରକାଶିତ ପାଉଥିବା ଜନାଲକୁ ପଢ଼ନ୍ତୁ। ଏହା ଦ୍ଵାରା ଆପଣ କଲେଜ୍ ବିଷୟରେ ଅନେକ କିଛି ଜାଣିପାରିବେ । କଲେଜର ଲୋକପ୍ରିୟତା କିପରି ରହିଛି, ଏହାର ପୁରୁଣା ଛାତ୍ରୀଛାତ୍ରମାନେ ଏବେ କେଉଁ କେଉଁ କମ୍ପାନୀରେ ଅବସ୍ଥାପିତ ଅଛନ୍ତି ତାହା ମଧ୍ୟ ଦେଖନ୍ତୁ। ଏହା ଆପଣଙ୍କ ନିଷ୍ପତ୍ତି ପ୍ରକ୍ରିୟାରେ ସହାୟକ ହୋଇପାରିବ ।

ବେତନ:ପ୍ରାଥମିକ ଭାବେ ଜଣେ ଯୋଗ୍ୟତାସମ୍ପନ୍ନ ଅଟୋମୋବାଇଲ ଇଞ୍ଜିନିୟର ମାସକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଇପାରିବେ । ଅଭିଜ୍ଞତା ବଢ଼ିଲେ ଏହା ୧୦ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ ।

ସଂଗୃହିତ: ପ. କ୍ ପ୍ରମାନିକ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate