ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / ଅନ୍‌ଲାଇନ୍ ପରୀକ୍ଷା ଦେଉଥଲେ
ସେଆର କରନ୍ତୁ

ଅନ୍‌ଲାଇନ୍ ପରୀକ୍ଷା ଦେଉଥଲେ

ଅନ୍‌ଲାଇନ୍ ପରୀକ୍ଷା ର ସୂଚନା

ଅନ୍‌ଲାଇନ୍ ପରୀକ୍ଷା

ଦିନ ଥିଲା ଅନ୍‌ଲାଇନ୍‌ରେ କ୍ୟାଟ, ମ୍ୟାଟ, ଏନ୍‌ଇଇଟି, ଜେଇଇ, ଆଇବିପିଏସ୍ ଆଦି ଅଧିକାଂଶ ପରୀକ୍ଷାଦେବାରେ ଛାତ୍ରୀଛାତ୍ରମାନେ ଅଭ୍ୟସ୍ତ ନ ଥଲେ । ଏବେ କିନ୍ତୁ ଏହି ଟ୍ରେଣ୍ଡ ଆଉ ନୁଆ ହୋଇ ରହିନାହିଁ । ସେ ଦିନ ଆଉ ନାହିଁ ଯେବେ ପରୀକ୍ଷା ଦେବା ପାଇଁ ପିଲାମାନଙ୍କୁ ଦୂରଦୂରାନ୍ତ ସ୍ଥାନକୁ ଯାତ୍ରା କରିବାକୁ ପଡୁଥିଲା ।  ଯାତ୍ରାରେ ଅନେକ ଅର୍ଥ ବରବାଦ ହେଉଥଲା । ଉକ୍ତ ପାରମ୍ପରିକ ଢାଞ୍ଚାରେ ଏବେ ଅନେକ ପରିବର୍ତ୍ତନ ଆସିଛି । ୧୨ରୁ ୧୫ ବର୍ଷ ତଳେ ପିଲାମାନଙ୍କ ପାଇଁ ଅନ୍‌ଲାଇନ୍ ପରୀକ୍ଷା କଷ୍ଟକର ବ୍ୟାପାର ଥଲା । କାରଣ ଏହା ଉପରେ ସୀମିତ ଜ୍ଞାନ ସହ ଅଭ୍ୟସ୍ତ ନ ଥବାରୁ ସେମାନଙ୍କୁ ଏହା ନୂଆ ନୂଆ ଲାଗୁଥିଲା । ଏପରି କି କଲେଜ୍‌ଗୁଡିକ ମଧ୍ୟ ଏଭଳି ପରୀକ୍ଷାର ଆୟୋଜନ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ ନ ଥିଲେ । କାରଣ

ମନ୍ଥର କମ୍ପ୍ୟୁଟର ସିଷ୍ଟମ୍ ଏବଂ ଅତ୍ୟନ୍ତ ନିକୃଷ୍ଟ ନେଟ୍ କନେକ୍ଟିଭିଟି ଯୋଗୁ ଏହା ସମ୍ଭବ ହେଉ ନ ଥିଲା । କିନ୍ତୁ ଧୀରେ ଧୀରେ ଏହି ନୂତନ ଧରଣର ପରୀକ୍ଷା ମୋର୍ଡ଼କୁ ଛାତ୍ରୀଛାତ୍ରମାନେ ଆପଣେଇଲେଣି ଏବଂ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ସେମାନଙ୍କ ବ୍ୟବସ୍ଥାରେ ଢେର ପରିବର୍ତ୍ତନ ଆଣିଲେଣି । ଟେକ୍ନୋଲୋଜିର ବିକାଶ ସହ ଏହା ବର୍ତ୍ତମାନ ଏକ ଲୋକପ୍ରିୟ ପରୀକ୍ଷା ମୋଡ୍ ପାଲଟିଛି । ଏହା ଖର୍ଜ ସାପେକ୍ଷ ହେବା ସହ ଏହି ପ୍ରକ୍ରିୟା ମାଧ୍ୟମରେ ଅଯଥା ସମୟ ନଷ୍ଟ ହୋଇ ନ ଥାଏ । ଫଳାଫଳ ମଧ୍ୟ ଠିକ୍ ଆସିଥାଏ । ପରୀକ୍ଷାର୍ଥୀ ଏବଂ ପରୀକ୍ଷକ ସମସ୍ତଙ୍କ ପାଇଁ ଏହା ଅନୁକୂଳ ।

ପରୀକ୍ଷାର୍ଥୀ ଏବଂ ପରୀକ୍ଷକ ସମସ୍ତଙ୍କ ପାଇଁ ଜାଣିବା କଥା

  • କ୍ୟାଟ୍, ମ୍ୟାଟ୍, ଜ୍ୟାଟ୍, ଜେଇଇ ମେନ୍ ଏବଂ ଆଡଭାନ୍ସଡ, ଜିପ୍‌ମର, ଏନ୍‌ଇଇଟି-ଏମବିବିଏସ୍,  ସିଏମସି ଭେଲୋର, ଏଏଫଏମସି ପୁଣେ-ଏମବିବିଏସ୍. ଏନ୍‌ଡିଏ-ନ୍ୟାଶନାଲ୍ ଡିଫେନ୍ସ ଏକାଡେମୀ, ନ୍ୟାଶନାଲ୍ ନାଭାଲ ଏକାଡେମୀ, ଇଣ୍ଡିଆନ୍ ମାରିଟାଇମ୍ ୟୁନିଭର୍ସିଟି, ମଣିପାଲ ମେଡିକାଲ୍, କମନ୍ ଲ’ ଆଡ୍‌ମିଶନ ଟେଷ୍ଟ (କ୍ଲାଟ), ନ୍ୟାଶନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଫ୍ୟାଶନ୍ ଟେକ୍ନୋଲୋଜି (ଏନ୍‌ଆଇଏ ଫୁଟି), ନ୍ୟାଶନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଡିଜାଇନିଂ । (ଏନ୍‌ଆଇଡି), ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ନିମନ୍ତେ ଉଦ୍ଦିଷ୍ଟ ସିପିଟି ଆଦିରେ କେବଳ ଅନ୍‌ଲାଇନ୍ ପରୀକ୍ଷା ଦେବାକୁ ପଡିଥାଏ ।
  • ସେହିଭଳି ଆଇବିପିଏସ, ଏସ୍ଏସସି, ଆର୍ ଆରବି ଏବଂ ରେଲୱେ ପରୀକ୍ଷା ସହ ନାଲକୋ, ଏନଟିପିସି ଏବଂ ହାଲ୍ ଆଦି ରାଷ୍ଟ୍ରାୟତ୍ତ କମ୍ପାନୀ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଅନ୍‌ଲାଇନ୍ କରିଛନ୍ତି । ତେଣୁ ଅନ୍‌ଲାଇନ ପରୀକ୍ଷା ଆଜିର ଛାତ୍ରୀଛାତ୍ରଙ୍କ ଲାଗି ପ୍ରାୟତଃ ବାଧ୍ୟତାମୂଳକ ହୋଇଥିବା କହିଲେ ଭୁଲ ହେବ ନାହିଁ ।
  • ବେଳେବେଳେ ଦେଖାଯାଏ ଭଲ ଛାତ୍ରୀଛାତ୍ରମାନେ ଏହି ପରୀକ୍ଷାରେ ଫେଲ୍ ହୋଇଯାଆନ୍ତି । କିନ୍ତୁ କମ୍ପ୍ୟୁଟରରେ ଦକ୍ଷ ଛାତ୍ରୀଛାତ୍ରମାନେ ଏଥିରେ ଭଲ, ସ୍କୋର କରନ୍ତି । ତେଣୁ ଏଥିରେ ସଫଳ ହେବା ପାଇଁ ଛାତ୍ରୀଛାତ୍ରଙ୍କର କମ୍ପ୍ୟୁଟର ଜ୍ଞାନ ଅତ୍ୟନ୍ତ ଉନ୍ନତ ହୋଇଥବା ଦରକାର । ଖାଲି କମ୍ପ୍ୟୁଟର ଜ୍ଞାନ ଯଥେଷ୍ଟ ନୁହେଁ, ଆପଣଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ ପଡିବ । ଏଥିପାଇଁ ନିୟମିତ ଅଭ୍ୟାସ ଜରୁରୀ । ସମୟ ପୂର୍ବରୁ ସବୁ ପ୍ରଶ୍ନର ଉତ୍ତର ଦେବା ସହ ରିଭିଜନ୍ ପାଇଁ କିଛି ସମୟ ମଧ୍ୟ ରହିବା ଦରକାର ।
  • ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମେତ ପ୍ରାୟ ସମସ୍ତ ବ୍ୟାଙ୍କ ଅନ୍‌ଲାଇନ୍ ପରୀକ୍ଷା ଜରିଆରେ ହିଁ ପ୍ରୋବେଶନାରୀ ଅଫିସର ଏବଂ କ୍ଲରିକାଲ ଷ୍ଟାଫ୍ ମାନଙ୍କ ନିଯୁକ୍ତି ଦେଉଛନ୍ତି ।
  • ଏବେ ପ୍ରାୟ ସମସ୍ତ ଟେଷ୍ଟ ଅନଲାଇନ ହୋଇଥିବାବେଳେ ଛାତ୍ରୀଛାତ୍ରମାନେ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ମକ୍ ଟେଷ୍ଟରେ ଭାଗ ନେଇ ଏଠିରେ ସଫଳ ହୋଇପାରିବେ । ସୀମିତ ସମୟ ମଧ୍ୟରେ ସବୁଯାକ ପ୍ରଶ୍ନର ଉତ୍ତର କିପରି ଦେଇପାରିବେ ସେଥିରେ ଅଭ୍ୟସ୍ତ ହୋଇଥବା ଦରକାର । ନିଜ ଡେସ୍କଟପ୍ କିମ୍ବା ଲାପଟପରେ ସେମାନେ ଅଭ୍ୟାସ ଜାରି ରଖିବା ଉଚିତ । ଏହା ଦ୍ଵାରା ସେମାନେ ମେନ୍ ପରୀକ୍ଷାରେ ଭଲ ସ୍କୋର କରିପାରିବେ ।
  • ଏଥମଧ୍ୟରୁ କେତେକ ପରୀକ୍ଷାରେ ପିଲାମାନଙ୍କ ପାଇଁ ସୀମିତ ସଂଖ୍ୟକ ସୁଯୋଗ ଥିବାରୁ ଅନ୍‌ଲାଇନ୍ ପରୀକ୍ଷା ଦେବା ପାଇଁ ଭଲ ଭାବେ ପ୍ରସ୍ତୁତ ହୋଇଥବା ଦରକାର । ଜ୍ଞାନ ଥାଇ ମଧ୍ୟ କମ୍ପ୍ୟୁଟର ଅପରେଟିଂ ଜ୍ଞାନ କମ୍ ଥିବାରୁ ଅଧିକାଂଶ  ଛାତ୍ରୀଛାତ୍ର ଏଥରେ ବିଫଳ ହୋଇଥାନ୍ତି ।
  • ଯଦି ଏକ ପ୍ରଶ୍ନର ଉତ୍ତର ଦେବାକୁ ଆପଣ ଅସମର୍ଥ ହେଉଛନ୍ତି ତା'ହେଲେ ସେଥିରେ ଅଟକି ନ ଯାଇ ବରଂ ପରବର୍ତ୍ତୀ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ।
  • ଟାଇଫି ସ୍କିଲରେ ଉନ୍ନତି ଆଣନ୍ତୁ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ । ଯଥା ସମ୍ଭବ ଅଧିକ ସମୟ ଟାଇଫିରେ ବ୍ୟୟ କରନ୍ତୁ । ଏହା ଦ୍ଵାରା  ଆପଣଙ୍କ ସ୍ପିଡ୍ ବଢ଼ିବ । ଫଳରେ ସମୟ ମଧ୍ୟରେ ଆପଣ ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ସକ୍ଷମ ହୋଇପାରିବେ । ଶର୍ଟକର୍ଟ କି’ଗୁଡିକ ଉପରେ ଯଥେଷ୍ଟ ଜ୍ଞାନ ହାସଲ କରନ୍ତୁ ।
  • ଭିନ୍ନ ଭିନ୍ନ କମ୍ପ୍ୟୁଟର ସିଷ୍ଟମରେ ଅଭ୍ୟାସ କରନ୍ତୁ । କାରଣ ବିଭିନ୍ନ ସିଷ୍ଟମରେ ଭିନ୍ନ ଭିନ୍ନ କି ବୋର୍ଡ ମଧ୍ୟ ଥାଏ । ତେଣୁ ଅଭ୍ୟସ ଥଲେ । ଆପଣଙ୍କୁ ସହଜ ହେବା ମକ୍ ଚେଷ୍ଟକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ବିନା ଅଭ୍ୟାସରେ ସଫଳତା ମିଳିବା ଅସମ୍ଭବ ।

ଶେଷରେ କୁହାଯାଇପାରିବ ଅନ୍‌ଲାଇନ୍ ପରୀକ୍ଷାରେ ଜ୍ଞାନ ଯେତିକି ଆବଶ୍ୟକ କମ୍ପ୍ୟୁଟର ଦକ୍ଷତା ମଧ୍ୟ ସେତିକି ଆବଶ୍ୟକ । ଏହି ଅନ୍‌ଲାଇନ୍ ଟେଷ୍ଟଗୁଡିକ ଆଜିର ଶିକ୍ଷା ତଥା ନିଯୁକ୍ତି ବ୍ୟବସ୍ଥାରେ ବାସ୍ତବିକତା । ଏହାକୁ ଗ୍ରହଣ କରି ଆଗକୁ ଚାଲିବାକୁ ହେବ | ଅଭ୍ୟାସ ମାଧ୍ୟମରେ ସବୁ କିଛି ସହଜ ହୋଇଥାଏ । ଏମ୍ଏସ୍ ୱାର୍ଡ ସହିତ ଏମ୍ଏସ୍ ଏକ୍ସେଲ, ଏମ୍ଏସ୍ ପାୱାର ପଏଣ୍ଟ ଏବଂ ଇଣ୍ଟରନେଟ୍ ଭିତ୍ତିକ କରେସ୍‌ପଣେଣ୍ଡନ୍ସଗୁଡିକୁ ନେଇ ଅଭ୍ୟସ୍ତ ହୁଅନ୍ତୁ । ଏହା ଆପଣଙ୍କର ବହୁ ମାତ୍ରାରେ କାର୍ଯ୍ୟରେ ଆସିବ ।

ସଂଗୃହିତ: ପ.କ୍ ପ୍ରମାନିକ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top