অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନ୍‌ଲାଇନ୍ ପରୀକ୍ଷା ଦେଉଥିଲେ

ଅନ୍‌ଲାଇନ୍ ପରୀକ୍ଷା

ଦିନ ଥିଲା ଅନ୍‌ଲାଇନ୍‌ରେ କ୍ୟାଟ, ମ୍ୟାଟ, ଏନ୍‌ଇଇଟି, ଜେଇଇ, ଆଇବିପିଏସ୍ ଆଦି ଅଧିକାଂଶ ପରୀକ୍ଷା ଦେବାରେ ଛାତ୍ରୀଛାତ୍ରମାନେ ଅଭ୍ୟସ୍ତ ନ ଥିଲେ । ଏବେ କିନ୍ତୁ ଏହି ଟ୍ରେଣ୍ଡ ଆଉ ନୁଆ ହୋଇ ରହିନାହିଁ । ସେ ଦିନ ଆଉ ନାହିଁ ଯେବେ ପରୀକ୍ଷା ଦେବା ପାଇଁ ପିଲାମାନଙ୍କୁ ଦୂରଦୂରାନ୍ତ ସ୍ଥାନକୁ ଯାତ୍ରା କରିବାକୁ ପଡୁଥିଲା । ଯାତ୍ରାରେ ଅନେକ ଅର୍ଥ ବରବାଦ ହେଉଥିଲା । ଉକ୍ତ ପାରମ୍ପରିକ ଢାଞ୍ଚାରେ ଏବେ ଅନେକ ପରିବର୍ତ୍ତନ ଆସିଛି । ୧୨ରୁ ୧୫ ବର୍ଷ ତଳେ ପିଲାମାନଙ୍କ ପାଇଁ ଅନ୍‌ଲାଇନ୍ ପରୀକ୍ଷା କଷ୍ଟକର ବ୍ୟାପାର ଥିଲା । କାରଣ ଏହା ଉପରେ ସୀମିତ ଜ୍ଞାନ ସହ ଅଭ୍ୟସ୍ତ ନ ଥବାରୁ ସେମାନଙ୍କୁ ଏହା ନୂଆ ନୂଆ ଲାଗୁଥିଲା । ଏପରି କି କଲେଜ୍‌ଗୁଡିକ ମଧ୍ୟ ଏଭଳି ପରୀକ୍ଷାର ଆୟୋଜନ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ ନ ଥିଲେ । କାରଣ ମନ୍ଥର କମ୍ପ୍ୟୁଟର ସିଷ୍ଟମ୍ ଏବଂ ଅତ୍ୟନ୍ତ ନିକୃଷ୍ଟ ନେଟ୍ କନେକ୍ଟିଭିଟି ଯୋଗୁ ଏହା ସମ୍ଭବ ହେଉ ନ ଥିଲା ।

କିନ୍ତୁ ଧୀରେ ଧୀରେ ଏହି ନୂତନ ଧରଣର ପରୀକ୍ଷା ମୋର୍ଡ଼କୁ ଛାତ୍ରୀଛାତ୍ରମାନେ ଆପଣେଇଲେଣି ଏବଂ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ସେମାନଙ୍କ ବ୍ୟବସ୍ଥାରେ ଢେର ପରିବର୍ତ୍ତନ ଆଣିଲେଣି । ଟେକ୍ନୋଲୋଜିର ବିକାଶ ସହ ଏହା ବର୍ତ୍ତମାନ ଏକ ଲୋକପ୍ରିୟ ପରୀକ୍ଷା ମୋଡ୍ ପାଲଟିଛି । ଏହା ଖର୍ଚ୍ଚ ସାପେକ୍ଷ ହେବା ସହ ଏହି ପ୍ରକ୍ରିୟା ମାଧ୍ୟମରେ ଅଯଥା ସମୟ ନଷ୍ଟ ହୋଇ ନ ଥାଏ । ଫଳାଫଳ ମଧ୍ୟ ଠିକ୍ ଆସିଥାଏ । ପରୀକ୍ଷାର୍ଥୀ ଏବଂ ପରୀକ୍ଷକ ସମସ୍ତଙ୍କ ପାଇଁ ଏହା ଅନୁକୂଳ ।

ପରୀକ୍ଷାର୍ଥୀ ଏବଂ ପରୀକ୍ଷକ ସମସ୍ତଙ୍କ ପାଇଁ ଜାଣିବା କଥା

  • କ୍ୟାଟ୍, ମ୍ୟାଟ୍, ଜ୍ୟାଟ୍, ଜେଇଇ ମେନ୍ ଏବଂ ଆଡଭାନ୍ସଡ, ଜିପ୍‌ମର, ଏନ୍‌ଇଇଟି-ଏମବିବିଏସ୍, ସିଏମସି ଭେଲୋର, ଏଏଫଏମସି ପୁଣେ-ଏମବିବିଏସ୍. ଏନ୍‌ଡିଏ-ନ୍ୟାଶନାଲ୍ ଡିଫେନ୍ସ ଏକାଡେମୀ, ନ୍ୟାଶନାଲ୍ ନାଭାଲ ଏକାଡେମୀ, ଇଣ୍ଡିଆନ୍ ମାରିଟାଇମ୍ ୟୁନିଭର୍ସିଟି, ମଣିପାଲ ମେଡିକାଲ୍, କମନ୍ ଲ’ ଆଡ୍‌ମିଶନ ଟେଷ୍ଟ (କ୍ଲାଟ), ନ୍ୟାଶନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଫ୍ୟାଶନ୍ ଟେକ୍ନୋଲୋଜି (ଏନ୍‌ଆଇଏ ଫୁଟି), ନ୍ୟାଶନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଡିଜାଇନିଂ । (ଏନ୍‌ଆଇଡି), ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ନିମନ୍ତେ ଉଦ୍ଦିଷ୍ଟ ସିପିଟି ଆଦିରେ କେବଳ ଅନ୍‌ଲାଇନ୍ ପରୀକ୍ଷା ଦେବାକୁ ପଡିଥାଏ ।
  • ସେହିଭଳି ଆଇବିପିଏସ, ଏସ୍ଏସସି, ଆର୍ ଆରବି ଏବଂ ରେଲୱେ ପରୀକ୍ଷା ସହ ନାଲକୋ, ଏନଟିପିସି ଏବଂ ହାଲ୍ ଆଦି ରାଷ୍ଟ୍ରାୟତ୍ତ କମ୍ପାନୀ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଅନ୍‌ଲାଇନ୍ କରିଛନ୍ତି । ତେଣୁ ଅନ୍‌ଲାଇନ ପରୀକ୍ଷା ଆଜିର ଛାତ୍ରୀଛାତ୍ରଙ୍କ ଲାଗି ପ୍ରାୟତଃ ବାଧ୍ୟତାମୂଳକ ହୋଇଥିବା କହିଲେ ଭୁଲ ହେବ ନାହିଁ ।
  • ବେଳେବେଳେ ଦେଖାଯାଏ ଭଲ ଛାତ୍ରୀଛାତ୍ରମାନେ ଏହି ପରୀକ୍ଷାରେ ଫେଲ୍ ହୋଇଯାଆନ୍ତି । କିନ୍ତୁ କମ୍ପ୍ୟୁଟରରେ ଦକ୍ଷ ଛାତ୍ରୀଛାତ୍ରମାନେ ଏଥିରେ ଭଲ, ସ୍କୋର କରନ୍ତି । ତେଣୁ ଏଥିରେ ସଫଳ ହେବା ପାଇଁ ଛାତ୍ରୀଛାତ୍ରଙ୍କର କମ୍ପ୍ୟୁଟର ଜ୍ଞାନ ଅତ୍ୟନ୍ତ ଉନ୍ନତ ହୋଇଥବା ଦରକାର । ଖାଲି କମ୍ପ୍ୟୁଟର ଜ୍ଞାନ ଯଥେଷ୍ଟ ନୁହେଁ, ଆପଣଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ ପଡିବ । ଏଥିପାଇଁ ନିୟମିତ ଅଭ୍ୟାସ ଜରୁରୀ । ସମୟ ପୂର୍ବରୁ ସବୁ ପ୍ରଶ୍ନର ଉତ୍ତର ଦେବା ସହ ରିଭିଜନ୍ ପାଇଁ କିଛି ସମୟ ମଧ୍ୟ ରହିବା ଦରକାର ।
  • ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମେତ ପ୍ରାୟ ସମସ୍ତ ବ୍ୟାଙ୍କ ଅନ୍‌ଲାଇନ୍ ପରୀକ୍ଷା ଜରିଆରେ ହିଁ ପ୍ରୋବେଶନାରୀ ଅଫିସର ଏବଂ କ୍ଲରିକାଲ ଷ୍ଟାଫ୍ ମାନଙ୍କ ନିଯୁକ୍ତି ଦେଉଛନ୍ତି ।
  • ଏବେ ପ୍ରାୟ ସମସ୍ତ ଟେଷ୍ଟ ଅନଲାଇନ ହୋଇଥିବାବେଳେ ଛାତ୍ରୀଛାତ୍ରମାନେ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ମକ୍ ଟେଷ୍ଟରେ ଭାଗ ନେଇ ଏଠିରେ ସଫଳ ହୋଇପାରିବେ । ସୀମିତ ସମୟ ମଧ୍ୟରେ ସବୁଯାକ ପ୍ରଶ୍ନର ଉତ୍ତର କିପରି ଦେଇପାରିବେ ସେଥିରେ ଅଭ୍ୟସ୍ତ ହୋଇଥବା ଦରକାର । ନିଜ ଡେସ୍କଟପ୍ କିମ୍ବା ଲାପଟପରେ ସେମାନେ ଅଭ୍ୟାସ ଜାରି ରଖିବା ଉଚିତ । ଏହା ଦ୍ଵାରା ସେମାନେ ମେନ୍ ପରୀକ୍ଷାରେ ଭଲ ସ୍କୋର କରିପାରିବେ ।
  • ଏଥମଧ୍ୟରୁ କେତେକ ପରୀକ୍ଷାରେ ପିଲାମାନଙ୍କ ପାଇଁ ସୀମିତ ସଂଖ୍ୟକ ସୁଯୋଗ ଥିବାରୁ ଅନ୍‌ଲାଇନ୍ ପରୀକ୍ଷା ଦେବା ପାଇଁ ଭଲ ଭାବେ ପ୍ରସ୍ତୁତ ହୋଇଥବା ଦରକାର । ଜ୍ଞାନ ଥାଇ ମଧ୍ୟ କମ୍ପ୍ୟୁଟର ଅପରେଟିଂ ଜ୍ଞାନ କମ୍ ଥିବାରୁ ଅଧିକାଂଶ ଛାତ୍ରୀଛାତ୍ର ଏଥରେ ବିଫଳ ହୋଇଥାନ୍ତି ।
  • ଯଦି ଏକ ପ୍ରଶ୍ନର ଉତ୍ତର ଦେବାକୁ ଆପଣ ଅସମର୍ଥ ହେଉଛନ୍ତି ତା'ହେଲେ ସେଥିରେ ଅଟକି ନ ଯାଇ ବରଂ ପରବର୍ତ୍ତୀ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ।
  • ଟାଇଫି ସ୍କିଲରେ ଉନ୍ନତି ଆଣନ୍ତୁ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ । ଯଥା ସମ୍ଭବ ଅଧିକ ସମୟ ଟାଇଫିରେ ବ୍ୟୟ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ସ୍ପିଡ୍ ବଢ଼ିବ । ଫଳରେ ସମୟ ମଧ୍ୟରେ ଆପଣ ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ସକ୍ଷମ ହୋଇପାରିବେ । ଶର୍ଟକର୍ଟ କି’ଗୁଡିକ ଉପରେ ଯଥେଷ୍ଟ ଜ୍ଞାନ ହାସଲ କରନ୍ତୁ ।
  • ଭିନ୍ନ ଭିନ୍ନ କମ୍ପ୍ୟୁଟର ସିଷ୍ଟମରେ ଅଭ୍ୟାସ କରନ୍ତୁ । କାରଣ ବିଭିନ୍ନ ସିଷ୍ଟମରେ ଭିନ୍ନ ଭିନ୍ନ କି ବୋର୍ଡ ମଧ୍ୟ ଥାଏ । ତେଣୁ ଅଭ୍ୟସ ଥିଲେ । ଆପଣଙ୍କୁ ସହଜ ହେବା ମକ୍ ଚେଷ୍ଟକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ବିନା ଅଭ୍ୟାସରେ ସଫଳତା ମିଳିବା ଅସମ୍ଭବ ।

ଶେଷରେ କୁହାଯାଇପାରିବ ଅନ୍‌ଲାଇନ୍ ପରୀକ୍ଷାରେ ଜ୍ଞାନ ଯେତିକି ଆବଶ୍ୟକ କମ୍ପ୍ୟୁଟର ଦକ୍ଷତା ମଧ୍ୟ ସେତିକି ଆବଶ୍ୟକ । ଏହି ଅନ୍‌ଲାଇନ୍ ଟେଷ୍ଟଗୁଡିକ ଆଜିର ଶିକ୍ଷା ତଥା ନିଯୁକ୍ତି ବ୍ୟବସ୍ଥାରେ ବାସ୍ତବିକତା । ଏହାକୁ ଗ୍ରହଣ କରି ଆଗକୁ ଚାଲିବାକୁ ହେବ ।  ଅଭ୍ୟାସ ମାଧ୍ୟମରେ ସବୁ କିଛି ସହଜ ହୋଇଥାଏ । ଏମ୍ଏସ୍ ୱାର୍ଡ ସହିତ ଏମ୍ଏସ୍ ଏକ୍ସେଲ, ଏମ୍ଏସ୍ ପାୱାର ପଏଣ୍ଟ ଏବଂ ଇଣ୍ଟରନେଟ୍ ଭିତ୍ତିକ କରେସ୍‌ପଣେଣ୍ଡନ୍ସ  ଗୁଡିକୁ ନେଇ ଅଭ୍ୟସ୍ତ ହୁଅନ୍ତୁ । ଏହା ଆପଣଙ୍କର ବହୁ ମାତ୍ରାରେ କାର୍ଯ୍ୟରେ ଆସିବ ।

ସଂଗୃହିତ - ପ.କ୍ ପ୍ରମାନିକ

Last Modified : 3/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate