অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଫିସ ରାଜନୀତିରୁ ବର୍ତ୍ତିବା ଉପାୟ

ଅଫିସ ରାଜନୀତିରୁ ବର୍ତ୍ତିବା

କାର୍ଯ୍ୟସ୍ଥଳୀ ଚାପ ଆମ ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନ ଉପରେ ପ୍ରଭାବ ପକାଇଥାଏ । ଏଥି ଯୋଗୁ ବିଭିନ୍ନ ସମସ୍ୟା ମଧ୍ୟ ଉପୁଜିଥାଏ । ଏହି ଭଳି ସମସ୍ୟା ଯୋଗୁ ବିଭିନ୍ନ ରୋଗ ଯଥା ରକ୍ତଚାପ, ହାଇପରଟେନ୍‌ଶନ, ଇରିଟେବୁଲ ବାଉଲ ସିଣ୍ଡୋମ, ଇରାଟିକ୍ ଏବଂ କଠୋର ତଥା ବିରକ୍ତିକରଭାବ ଦେଖାଯାଇଥାଏ । ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ବାସ କରୁଥିବା ଲୋକମାନେ ସାଧାରଣତଃ କିଛି କିଛି କାର୍ଯ୍ୟରେ ଜଡିତ ଥାନ୍ତି । ଏହି କାର୍ଯ୍ୟଗୁଡିକରେ ଉନ୍ନତ ପ୍ରଦର୍ଶନ ଭଳି ପ୍ରସଙ୍ଗ ଜଡିତ ହୋଇ ରହିଥାଏ । ଅପର ପକ୍ଷରେ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଏହାକୁ କିପରି ଭାବରେ ଶେଷ କରାଯାଇ ପାରିବ ତାର ଚିନ୍ତା ମଧ୍ୟ ରହିଥାଏ । ଏହି କାର୍ଯ୍ୟଗୁଡିକ ଠିକ୍ ଭାବରେ କିମ୍ବା ଠିକ୍ ସମୟରେ ନ ଶେଷ ହେଲେ ଏହା ଚାପକୁ ବଢାଇ ଦେଇଥାଏ । ଏହାକୁ ନେଇ ବରିଷ୍ଠ ତଥା ସିନିୟର ସୁପର ଭାଇଜର ଯଦି କିଛି କୁହନ୍ତି ତେବେ ଶୁଣିବାକୁ ହୁଏ । ଏହା ଦ୍ଵାରା ସହକର୍ମୀ ତଥା ପରିବାର ସଦସ୍ୟଙ୍କ ମଧ୍ୟରେ ରହିଥିବା ସମ୍ପର୍କ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଥାଏ । ଯଦି ଗୋଟିଏ କାର୍ଯ୍ୟ ଦିନକୁ ବିଚାର କରାଯାଏ ଆମେ ଅଧିକାଂଶ ସମୟ ଅଫିସରେ ହିଁ ବିତାଇଥାଉ । ସହକର୍ମିଙ୍କ ସହ ମଧ୍ୟ ସମୟ ଅତିବାହିତ କରିଥାଉ ।

ଏହା ମଧ୍ୟରେ ଅନେକ ପ୍ରସଙ୍ଗରେ ଆମେ ସହକର୍ମୀଙ୍କ ସହ ଆଲୋଚନା କରିଥାଉ । ଏହା ଅଫିସରେ ହେଉଥିବା ପଲିଟିକ୍ସ ଏକ କାରଣ ହୋଇପାରେ । ଏହି ଭଳି ଏକ ଖରାପ କାର୍ଯ୍ୟରେ ଲିପ୍ତ ହେବା ଦ୍ଵାରା ଚାପ ବୃଦ୍ଧି ହେବାର ସମ୍ଭାବନା ରହିଛି। ପ୍ରତ୍ୟେକ କର୍ମଚାରୀଙ୍କର ନିଜସ୍ୱ ଗୁଣ, ପସନ୍ଦ, ନାପସନ୍ଦ ରହିଛି। କୌଣସି ବ୍ୟକ୍ତିଙ୍କର ବ୍ୟବହାର ଯଦି ଆମ ସହ ନ ମିଶେ ତେବେ ତାଙ୍କୁ ଆମେ ଅଲଗା କରି ବିଚାର ନ କରିବା ଉଚିତ । ଏହି ପରି ଏକ ଅତି ସାଧାରଣ କଥା ଲାଗି ସେହି ବ୍ୟକ୍ତିଙ୍କୁ ନିଜ ଗ୍ରୁପ କିମ୍ବା ନିଜ ଠାରୁ ଦୂରେଇ ଦେବା ଅନୁଚିତ ।

ସେହିଭଳି ବ୍ୟକ୍ତିଙ୍କ ଠାରୁ ବ୍ୟକ୍ତି ମଧ୍ୟରେ ପ୍ରତ୍ୟେକଙ୍କର ମତ ତଥା ଚିନ୍ତାଧାରା ଭିନ୍ନ ହୋଇଥାଏ । ଏହା ଯୋଗୁ ଅନେକ ସମୟରେ କାର୍ଯ୍ୟାଳୟରେ ଉଷ୍ମତା ବୃଦ୍ଧିହୁଏ । ଏହାକୁ ଯଦି ଠିକ୍ ଭାବରେ ପରିଚାଳନା ନ କରାଯାଏ ତେବେ ଏହା ଦ୍ଵନ୍ଦ୍ଵର କାରଣ ହୋଇଥାଏ ।

ଯଦି ଆପଣ ନିଜର ବ୍ୟବହାରରେ ରୁକ୍ଷ ତଥା ଅନ୍ୟ କୌଣସି ପ୍ରଭାବ ପଡୁଛି ବୋଲି ବିଚାର କରୁଛନ୍ତି। ଏଥି ପାଇଁ ଅନେକ କାରଣ ଦାୟୀ । ହୁଏତ ପରିବାରରେ ଅଶାନ୍ତି, ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ବା ଆମର ଦୈନଦିନ ବ୍ୟବହାର ଯୋଗୁ ଏହିଭଳି ଅସୁବିଧା ସୃଷ୍ଟି ହୋଇଥାଏ । ଆମର ବ୍ୟବହାରରେ ପରିବର୍ତ୍ତନ ତଥା ଟେମ୍ପର ଲୁଜ୍ ପାଇଁ ଆମେ ଅନ୍ୟ ଉପରେ ଦୋଷ ଲଦି ପାରିବା ନାହିଁ । ଅନେକ ସମୟରେ ଆମେ ହଠାତ ଚିଡିଯିବା ସହ ଯୁକ୍ତିତର୍କ କରିଥାଉ । ଏପରି ମଧ୍ୟ ଦେଖାଯାଇଥାଏ ଯେ କାର୍ଯ୍ୟସ୍ଥଳୀରେ ମଧ୍ୟ ଯୁକ୍ତିତର୍କ ହୋଇଯାଇଥାଏ ।

ସେହିଭଳି ଦେଖାଯାଇଥାଏ ଯେ ସଫଳତା ଲାଭ ନ କରିବା ସହ ଅନ୍ୟ କେତେକ କାରଣ ସିନିୟର ଏବଂ ଜୁନିୟର ତଥା ସହକର୍ମୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା ଦିଗରେ ବାଧକ ହୁଏ । ଯଦି କୌଣସି ସହକର୍ମୀ ସଫଳ ଏବଂ ଅନ୍ୟାମାନେ ତାଙ୍କ ତୁଳନାରେ କମ୍ ସଫଳ ତେବେ ଏହାକୁ ନେଇ ଅନେକଙ୍କ ମଧ୍ୟରେ  ଅଭ୍ୟନ୍ତର ତିକ୍ତତା ଲାଗି ରହିଥାଏ । କାର୍ଯ୍ୟାଳୟ ଆପଣଙ୍କ ଠାରୁ ଆଶା କରୁଥିବା ପରଫରମାନ୍ସ ଅନୁସାରେ ସବୁ କର୍ମଚାରୀ ଠିକ୍ ଭାବରେ କାର୍ଯ୍ୟ କରି ପାରନ୍ତି ନାହିଁ।

ଟପ୍ ପରଫରମରଙ୍କ ସହ ସମାନ ଭାବରେ କାର୍ଯ୍ୟ କରିବା ଅଫିସ୍ ଆଶା ରଖୁଥିବା ବେଳେ ଏହା ଅନେକ ସମୟରେ ସମ୍ଭବ ହୋଇ ନ ଥାଏ । ଏହା ଯୋଗୁ ଅନେକ ସମୟରେ କର୍ମଚାରୀଙ୍କ ମଧ୍ୟରେ ବୁଝାମଣା ଅଭାବ ଦେଖାଦିଏ ।

ଅଫିସରେ ଅଧିକ ଧ୍ୟାନ ମିଳିଥାଏ । ଏଥି ଯୋଗୁ କର୍ମଚାରୀଙ୍କ ମଧ୍ୟରେ ଗୋଷ୍ଠୀ ସୃଷ୍ଟି ହୋଇଥାଏ । ଯାହା ଅଫିସ ପଲିଟିକ୍ସର ଏକ ମୁଖ୍ୟ କାରଣ । ଗୋଟିଏ ଗୋଷ୍ଠୀ ସର୍ବଦା ଅନ୍ୟ ଗୋଷ୍ଠୀକୁ ଖରାପ କରି ଦେଖିଥାଏ ।

ଅଫିସ ପଲିଟିକ୍ସର  ଅନ୍ୟ କେତେକ କାରଣ

  • କାର୍ଯ୍ୟ ଠିକ୍ ଭାବରେ ବଣ୍ଟନ ନ ହେଲେ ଏହା ଦ୍ଵାରା କେତେକ ସମସ୍ୟା ଉପୁଜିଥାଏ । କାର୍ଯ୍ୟାଳୟରେ କେତେକ ସିନିୟର ଅନେକ ସମୟରେ ଜୁନିୟର କର୍ମଚାରୀଙ୍କ ମନୋଭାବକୁ ଠିକ୍ ଭାବରେ ବୁଝିପାରନ୍ତି ନାହିଁ। ଏପରି କ୍ଷେତ୍ରରେ ଯେଉଁ କର୍ମଚାରୀମାନେ ସିନିୟରମାନଙ୍କର ନିକଟତର ସେମାନଙ୍କୁ ଭଲ ବ୍ୟବହାର ମିଳିଥାଏ । ଏଣୁ ନିକଟତର ବ୍ୟକ୍ତିଙ୍କ ଅପେକ୍ଷା ଅନ୍ୟ କର୍ମଚାରୀଙ୍କୁ ଅଧିକ କାର୍ଯ୍ୟ ଭାର ଲଦି ଦିଆଯାଇଥାଏ । ଆନୁଗତ୍ୟବାଦ ଯୋଗୁ କେତେକ ଲୋକ କମ୍ କାମ କରି ମଧ୍ୟ ସିନିୟର ମାନଙ୍କର ପ୍ରିୟପାତ୍ର ହୋଇପାରନ୍ତି । ଅପର ପକ୍ଷରେ ଅନ୍ୟ କର୍ମଚାରୀମାନେ ସିନିୟରମାନଙ୍କର କ୍ରୋଧର ଶିକାର ହୁଅନ୍ତି । ଏହି ଭଳି କ୍ଷେତ୍ରରେ କର୍ମଚାରୀଙ୍କୁ ଅଧିକ କାର୍ଯ୍ୟଭାର ମିଳିବା ସହ କାର୍ଯ୍ୟ ସମୟ ପରିସର ବାହାରେ ମଧ୍ୟ କାର୍ଯ୍ୟ କରିବାକୁ ବେଳେ ବେଳେ ବାଧ୍ୟ ହେବାକୁ ପଡେ ।
  • ଅନେକ ସମୟରେ ଦେଖାଯାଇ ଥାଏ ଯେ ଆନୁଗତ୍ୟ କର୍ମଚାରୀଙ୍କ ତୁଳନାରେ ଅନ୍ୟ କର୍ମଚାରୀଙ୍କୁ କମ୍ ଗୁରୁତ୍ଵ ବିଶିଷ୍ଟ କାର୍ଯ୍ୟ କରିବାକୁ ଦିଆଯାଇଥାଏ । ଅପର ପକ୍ଷରେ କିଛି ଖାସ୍ କର୍ମଚାରୀଙ୍କୁ ସର୍ବଦା କ୍ରେଡିଟ୍ ପ୍ରଦାନ କରାଯାଇଥାଏ । ଏହା ଦେବା ଦ୍ଵାରା କର୍ମଚାରୀଙ୍କ ମଧ୍ୟରେ ବୁଝାମଣାର ଅଭାବ ଦେଖାଯାଇଥାଏ । କେତେକ କର୍ମଚାରୀ। ଏହି ସମୟରେ ନିଜକୁ ଚାପଗ୍ରସ୍ତ ବୋଲି ଭାବନ୍ତି। ଏପରି କ୍ଷେତ୍ରରେ କାର୍ଯ୍ୟାଳୟ ମଧ୍ୟରେ ସେମାନଙ୍କୁସହାନୁଭୂତି ଦେବା ଭଳି ଏକ ଗୋଷ୍ଠୀ ଖୋଜନ୍ତି । ଏହା ହେବା ଦ୍ଵାରା ଅଫିସ ପଲିଟିକୁ ଆରମ୍ଭ ହୋଇଥାଏ । ବିଭିନ୍ନ ଗୋଷ୍ଠୀରେ କର୍ମଚାରୀମାନେ ବିଭକ୍ତ ହୋଇଥାନ୍ତି ।
  • ଯୋଗାଯୋଗର ମାଧ୍ୟମ ନ ରହିଲେ ଏହା ଅନେକ ଅସୁବିଧା ସୃଷ୍ଟି କରିଥାଏ । କର୍ମଚାରୀଙ୍କ ମଧ୍ୟରେ ବୁଝାମଣାର ଅଭାବ ହେବା ଯୋଗୁ ସେମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ମଧ୍ୟ ବନ୍ଦ କରି ଦିଅନ୍ତି । ଫଳରେ ରାଜନୀତି ଆହୁରି ବଢିଚାଲେ । ଏପରି କ୍ଷେତ୍ରରେ ମନୋମାଳିନ୍ୟ ରହିଥିଲେ ମଧ୍ୟ ସମ୍ପର୍କ ତଥା ଯୋଗାଯୋଗକ ବିଛିନ୍ନ ନ କରିବା ଉଚିତ । ଯୋଗାଯୋଗ ଛିନ୍ନ କରିଦେବା ଦ୍ଵାରା ଅଫିସ୍ ପଲିଟିକ୍ସ ଯୋଗୁ କାର୍ଯ୍ୟ ପରିସରରେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇଥାଏ ।
  • କେତେକ କାର୍ଯ୍ୟାଳୟରେ ଜାତି, ଧର୍ମ, ପ୍ରଦେଶ, ଅଞ୍ଚଳ, ଭାଷା ତଥା ଲିଙ୍ଗଗତ ବିଭେଦତାକୁ ନେଇ ଅନେକ ଅସୁବିଧା ଉପୁଜିଥାଏ । ଆମେ ଅନେକ ସମୟରେ ଏହା ଭାବିବା ଛାଡି ଦେଇଥାଉ ଯେ, ଅନେକ ପ୍ରସଙ୍ଗ ରହିଛି ଯାହା ଅନ୍ୟ ଜଣଙ୍କୁ କହିଲେ ସେ ଏହାକୁ ନେଇ ସ୍ଵାଭାବିକ ହୋଇ ପାରିବେ ନାହିଁ। କାର୍ଯ୍ୟାଳୟରେ ଆମ ସହକର୍ମୀ, ସମାନ କାର୍ଯ୍ୟ ଲାଗି ସମାନ ଦରମା ନେଉଛନ୍ତି ଅଥବା ନିଯୁକ୍ତି ଲାଗି ସେ ବେତନ ନେଉଛନ୍ତି ଭଳି ଅନେକ କଥା ରହିଛି ଯାହାକୁ କେବେ କାହାକୁ ତାତ୍ସଲ୍ୟ କରି କହିବା ଅନୁଚିତ । ଏହା ଜଣଙ୍କର ବ୍ୟବହାରକୁ ପ୍ରଭାବିତ କରିବା ସହ ତାଙ୍କୁ ଅସହିଷ୍ଣୁକରି ଦେଇଥାଏ । ଏପର ପ୍ରସଙ୍ଗରେ କାହାକୁ କହିଲେ । ଏହାକୁ ସେ ସହଜରେ ଭୁଲି ପାରନ୍ତି ନାହିଁ। ଏପରି କ୍ଷେତ୍ରରେ ଆମେ ଆମର ବ୍ୟବହାରରେ ପରିବର୍ତ୍ତନ ଆଣିଲେ ସମସ୍ୟାକୁ ରୋକାଯାଇ ପାରିବ ।
  • ଅନେକ ସମୟରେ ନିଜ ନିଜ ମଧ୍ୟରେ ଉତ୍ତମ ଭାବ ବିନିମୟ ନ ହେବ ଫଳରେ ଏହା ଅଫିସ ପଲିଟିକ୍ସ ଉତ୍ସାହିତ କରିଥାଏ । ଏପରି କ୍ଷେତ୍ରରେ ଏକ ଦୃଢ ଭାବବିନିମୟର ଉନ୍ନତୀକରଣ ଦ୍ଵାରା ଅଫିସ ବାତାବରଣକୁ ଶାନ୍ତ କରିପାରିବେ । ଏହା ଆପଣଙ୍କ ହାତରେ ରହିଛି। କମ୍ କଥା କୁହନ୍ତୁ ପଛେ କେବେ ମଧ୍ୟ ଅନ୍ୟ ବିଷୟରେ କିଛି ଖରାପ କଥା କୁହନ୍ତୁ ନାହିଁ। ଆବଶ୍ୟକତା ସମୟରେ ଅନ୍ୟର କାର୍ଯ୍ୟରେ ଆସନ୍ତୁ। ସିନିୟରଙ୍କୁ ସବୁବେଳେ ସମ୍ମାନ କରନ୍ତୁ । ଅପର ପକ୍ଷରେ ଜୁନିୟରଙ୍କ ପ୍ରତି ସର୍ବଦା ଭଲ ପାଇବା ରଖନ୍ତୁ। ଧ୍ୟାନ ପୂର୍ବକ ଶୁଣନ୍ତୁ ଏହା ଦ୍ଵାରା ଆପଣ ଅନ୍ୟ ଜଣଙ୍କର ହୃଦୟ ଜିତିବାରେ ସମର୍ଥ ହୋଇ ପାରିବେ । ଏହାକୁ ସହଜରରେ ଅଭ୍ୟାସ କରାଯାଇ ପାରିବ ।
  • କାର୍ଯ୍ୟାଳୟରେ ରାଜନୀତି ବିଷୟ ଉପରେ ଆଲୋଚନା କରନ୍ତୁ ନାହିଁ। ଏହା ଦ୍ଵାରା ଅନେକ ସମୟରେ ଅଫିସରେ ଯୁକ୍ତିତର୍କ ହୋଇଥାଏ । ଏପରି ଆଲୋଚନା କରିବା ଦ୍ଵାରା ଏହା ଦ୍ଵାରା ଟାହି ଟାପରା ତଥା ତର୍କ ବଢିଯାଇଥାଏ । ଏହାକୁ ଅନେକ ସମୟରେ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡେ । ଏହାକୁ ସର୍ବଦା ବାଦ ଦେବା ଉଚିତ।ଏହି ଭଳି କାର୍ଯ୍ୟରୁ ଗୋଟିଏ ଟଙ୍କା ମିଳେ ନାହିଁ ମାତ୍ର ଆମେ ଜଣେ ସହକର୍ମୀଙ୍କୁ ହରାଇବାକୁ ପଡେ । ଏଣୁ ଏପରି କାର୍ଯ୍ୟକୁ ସର୍ବଦା ଦୂରେଇ ରୁହନ୍ତୁ।
  • ଅନେକ ସମୟରେ କାର୍ଯ୍ୟାଳୟରେ ଅନ୍ୟଜଣାଙ୍କ ପଛରେ ଅନେକ କଥା ଉଠିଥାଏ । ଏପରି କଥାକୁ ଶୁଣନ୍ତୁ ନାହିଁ। ନିଜର କଠିନ ପରିଶ୍ରମ, ନିରନ୍ତର କାର୍ଯ୍ୟ ଏବଂ ପରଫରମାନ୍ସକୁ ସର୍ବଦା ଗୁରୁତ୍ଵ ଦିଅନ୍ତୁ । ଆପଣ କଣ ଫଳ ପାଉଛନ୍ତି ତାହା ଆପଣଙ୍କ କାର୍ଯ୍ୟରେ ଦେଖାଯିବା ଉଚିତ। ଏହା ଦ୍ଵାରା ଅଫିସରେ ଆପଣଙ୍କ ଇମେଜକୁ ଭଲ କରିପାରିବ । ଅପର ପକ୍ଷରେ ଆପଣଙ୍କ ବିରୋଧରେ ଏପରି କାର୍ଯ୍ୟ କରିବାକୁ ସେମାନେ ଚାହିଁବେ ନାହିଁ ।
  • ସର୍ବଦା ସହିଷ୍ଣୁ ହୁଅନ୍ତୁ । ଅଧିକ କହିଲେ ସବୁବେଳେ ଅନେକ ଅଯଥା ସମସ୍ୟା ଆପଣ ନିଜଲାଗି ଡାକି ଆଣିବେ । ଆବଶ୍ୟକତା ଅନୁସାରେ କଥା କୁହନ୍ତୁ । ସମସ୍ୟା ସୃଷ୍ଟି କରୁଥିବା ପ୍ରସଙ୍ଗ ଠାରୁ ଦୂରେଇ ରୁହନ୍ତୁ। ଏହା ଦ୍ଵାରା ନିଜ ଟିମ୍‌ରେ ଜଣେ ଭଲ, ସଦସ୍ୟ ଆପଣ ହୋଇ ପାରିବେ । ଏହା ଫଳରେ ଅନେକ ଟେନଶନକୁ ଦୂର କରାଯାଇ ପାରିବ । ଯେଉଁମାନେ ମିଷ୍ଟଭାଷୀ, କମ୍ କଥା କୁହନ୍ତି, ବିଭିନ୍ନ ବିବାଦୀୟ ପ୍ରସଙ୍ଗ ଯଥାଧର୍ମ, ଜାତି, ବର୍ଣ୍ଣ, ଅଞ୍ଚଳ, ଭାଷା ଠାରୁ ଉର୍ଦ୍ଧକୁ ଉଠି କଥା କୁହନ୍ତି ଏବଂ ଉତ୍ତମ ବ୍ୟବହାର ଦେଖାନ୍ତି ସେ ଜଣେ ଭଲ ବ୍ୟକ୍ତିତ୍ଵ ବୋଲି ଜଣାପଡନ୍ତି । ଏହି ଭଳି ପ୍ରମୁଖ ପ୍ରସଙ୍ଗକୁ ଧ୍ୟାନରେ ରଖିଲେ ଅଫିସ ପଲିଟିକ୍ସକୁ ସମାଧାନ କରିପାରିବେ ।

ସଂଗୃହିତ: ପ.କ୍ ପ୍ରମାନିକ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate