ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / ଆଇଆଇଟି ଆଡ୍ ଭାନ୍ସଡ ପାଇଁ ପ୍ରସ୍ତୁତି
ସେଆର କରନ୍ତୁ

ଆଇଆଇଟି ଆଡ୍ ଭାନ୍ସଡ ପାଇଁ ପ୍ରସ୍ତୁତି

ଆଇଆଇଟି ଆଡ୍ ଭାନ୍ସଡ ପ୍ରସ୍ତୁତି ପାଇଁ ସୁଚନା ମିଳିବ

ଉପକ୍ରମ

ଛାତ୍ରୀଛାତ୍ରମାନଙ୍କ ଲାଗି ବର୍ତ୍ତମାନ ଇଞ୍ଜିନିୟରିଂ ଷ୍ଟ୍ରିମ୍ ଏକ ପ୍ରମୁଖ ବିକଳ୍ପ ପାଲଟିଛି । ଯଦି ପିଲାମାନଙ୍କୁ କେଉଁ କଲେଜରେ ପଢିବା ପାଇଁ ସ୍ଵପ୍ନ ରଖିଛନ୍ତି ବୋଲି ପଚରାଯାଏ ଅଧିକାଂଶ ଛାତ୍ରୀଛାତ୍ର ନିଶ୍ଚିତ ଭାବେ କହିବେ ଆଇଆଇଟି ବା ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ।

ଆଇଆଇଟି ଭଳି ଶିକ୍ଷାନୁଷ୍ଠାନରେ ଜଣେ ନାମ ଲେଖାଇବାର ସୁଯୋଗ ପାଇଗଲେ ସ୍ଵପ୍ନ ସତ ହୋଇଯିବା ଭଳି ଲାଗିଥାଏ । ୧୯୫୬ରେ ଆଇଆଇଟି ଖଡଗପୁରକୁ ମିଶାଇ ୫ଟି ଆଇଆଇଟି ସ୍ଥାପନ କରଯାଇଥିଲା। ବର୍ତ୍ତମାନ ଏହି ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଆଇଆଇଟି ଭଳି ଶିକ୍ଷାନୁଷ୍ଠାନରେ ଶିକ୍ଷାର ମାନ ଯାହା ରହିଛି କୋର୍ସ ସମାପ୍ତି ପରେ ଏଠାରୁ ବାହାରିବା ବେଳକୁ ଏକ ସୁନିଶ୍ଚିତ ଏବଂ ଉଜ୍ଵଳ କ୍ୟାରିୟରର କାମନା କରାଯାଇପାରିବ । ଆଇଆଇଟି ଆଲୁମ୍ନିମାନଙ୍କ କଥା ଆସିଲେ ଆପଣ ଦେଖିଥିବେ ଅନେକ ବଡ ବଡ କମ୍ପାନୀର ସର୍ବୋଚ୍ଚ ପଦବୀରେ ଏହି ସଂସ୍ଥାନର ଡିଗ୍ରୀଧାରୀମାନେ ରହିଛନ୍ତି । ବିଶ୍ଵ ଟେକ୍ନୋଲୋଜି କ୍ଷେତ୍ର ହେଉ ଅଭିନବୀକରଣ କିମ୍ବା ପ୍ରଶାସନ ସବୁ କ୍ଷେତ୍ରରେ ଆଇଆଇଟି ଛାତ୍ରୀଛାତ୍ରମାନେ ନାଁ କରିଛନ୍ତି । ଏହି ଶିକ୍ଷାନୁଷ୍ଠାନର ଫ୍ୟାକଲ୍ଟି, ଭିତ୍ତିଭୂମି, ଶିଳ୍ପ ଏକ୍ସପୋଜର୍ ଏବଂ ପ୍ରତିଯୋଗିତାମୂଳକ ମାଇଣ୍ଡ ସେଟ୍ ପିଲାମାନଙ୍କୁ ଆକର୍ଷିତ କରିଥାଏ । ଅଭିଭାବକମାନେ ମଧ୍ୟ ନିଜ ପିଲାମାନଙ୍କୁ ଏକ ସୁରକ୍ଷିତ ଭବିଷ୍ୟତ ଦେବା ପାଇଁ ଏହି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ଲାଗି ଇଚ୍ଛା ରଖିଥାନ୍ତି । ଏହି ଶିକ୍ଷାନୁଷ୍ଠାନରେ ସୁଯୋଗ ପାଇବା ପାଇଁ ପିଲାମାନଙ୍କୁ ସବୁଠାରୁ କଷ୍ଟକର ପରୀକ୍ଷା ଦେବାକୁ ପଡିଥାଏ, ଯେଉଁଥିରେ ୧୦ରୁ ୧୨ ଲକ୍ଷ ଛାତ୍ରୀଛାତ୍ର ନିଜ ନିଜର ଭାଗ୍ୟ ନିର୍ଦ୍ଧାରଣ କରିଥାନ୍ତି । ପୂର୍ବଭଳି ସମୟ ଆଉ ନାହିଁ । ଛାତ୍ରୀଛାତ୍ରମାନଙ୍କ ସ୍କ୍ରିନିଂ ପ୍ରକ୍ରିୟା କଷ୍ଟକର ହୋଇଯାଇଛି । ଦ୍ଵାଦଶ ବୋର୍ଡ ପରୀକ୍ଷା ପରେ ସିବିଏସ୍ଇ ପକ୍ଷରୁ ଜେଇଇ ମେନ୍ ପରୀକ୍ଷା ହୋଇଥାଏ । ଚଳିତବର୍ଷ ଜେଇଇ ମେନ୍ ରେ ୨ ଲକ୍ଷ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ନାମଲେଖା ପାଇଁ ପରିବର୍ତ୍ତୀ ସୋପାନ ହେଉଛି ଜେଇଇ ଆଡ୍ ଭାନ୍ସଡ ।

ପରୀକ୍ଷା ନୂଆ ନିୟମା

ଚଳିତବର୍ଷ ମେ ୨୨ରେ ଏହା ହେବାକୁ ଯାଉଛି । ୨ ସିଟିଂବିଶିଷ୍ଟ ଏହି ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ନ ୧୨ଟା ଏବଂ ମଧ୍ୟାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ । ସମାନ ଦିନରେ ଦୁଇଟିଯାକ ସିଟିଂ ହେବ ।

  • ଚଳିତବର୍ଷ ଯୋଡାଯାଇଥିବା ନୂଆ ନିୟମାନୁଯାୟୀ ଆଇଆଇଟି ପାଇଁ ପରୀକ୍ଷାରେ ବସୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ସିବିଏସ୍ଇ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ମାତ୍ର ୨୦% ଛାତ୍ରୀଛାତ୍ର ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହେବେ । ଏହାର ଅର୍ଥ ଆପଣ ଜେଇଇ ଆଡ୍ ଭାନ୍ସଡ କ୍ଲିୟର କରିଥିଲେ ମଧ୍ୟ ସିବିଏସ୍ଇ ବୋର୍ଡରେ ଯଦି ଏକାଡେମିକ୍ ରେକର୍ଡ ଭଲ ନ ଥିବ ତା’ ହେଲେ ହୁଏତ ଆପଣ ଆଇଆଇଟିରେ ନାମ ଲେଖାଇବାର ସୁଯୋଗ ପାଇ ନ ପାରନ୍ତି ।
  • ଆଇଆଇଟି ଖଡଗପୁରରେ ସର୍ବାଧିକ ୧୩୪୧ଟି ସିଟ୍ ଥିବାବେଳେ ଆଇଆଇଟି ଇନ୍ଦୋରରେ ସର୍ବନିମ୍ନ ୧୨୦ଟି ସିଟ୍ ରହିଛି ।
  • ଆଇଆଇଟି ଭୁବନେଶ୍ଵରରେ ମୋଟ ୧୮୦ଟି ସିଟ୍ ରହିଛି । ଏଥି ମଧ୍ୟରୁ ସିଭିଲ୍ ରେ ୪୦, ମେକାନିକାଲରେ ୪୦, କମ୍ପ୍ୟୁଟର ସାଇନ୍ସରେ ୪୦, ଇଲେକ୍ଟ୍ରୋନିକ୍ସରେ ୪୦ ଏବଂ ମେଟେରୋଲର୍ଜିକାଲ ଓ ମାଟେରିଆଲ ଇଞ୍ଜିନିୟରିଂରେ ୨୦ଟି ସିଟ୍ ରହିଛି ।

ଗୁରୁତ୍ଵପୂର୍ଣ୍ଣ ତାରିଖ

  • ପରୀକ୍ଷାରେ ପଡିଥିବା ପ୍ରଶ୍ନର ଉତ୍ତର ଜୁନ୍ ୫ରେ ପ୍ରକାଶ ପାଇବ କିନ୍ତୁ କେତେକ କୋଚିଙ୍ଗ୍ ସେଣ୍ଟର ସେମାନଙ୍କର ଉତ୍ତର ସିଟ୍ ପିଲାମାନଙ୍କ ପାଇଁ ଦିନେ କିମ୍ବା ଦୁଇ ଆଗୁଆ ପ୍ରକାଶ କରିଦିଅନ୍ତି ।
  • ଫର୍ମାଲ ରେଜଲ୍ଗ ଜୁନ୍ ୧୨ରେ ପ୍ରକାଶ ପାଇବ ଏବଂ ଆର୍କିଟେକ୍ଚର ଆପ୍ଟିଚ୍ୟୁଡ ପାଇଁ ପଞ୍ଜୀକରଣ ଜୁନ୍ ୧୫ରେ ହେବ । ଆଇଆଇଟି ୱେବ୍ ସାଇଟ୍ ସୂଚନା ଅନୁଯାୟୀ ଏହାର ଫଳାଫଳ ୧୯ ତାରିଖରେ ପ୍ରକାଶ ପାଇବ । ଜୁନ୍ ୨୦ରୁ ସିଟ୍ ଆବଣ୍ଟନ କରାଯିବ ଏବଂ ମାସେ ପର୍ଯ୍ୟନ୍ତ ଏହା ଚାଲିବ ।

 

ଜେଇଇ ଆଡ୍ ଭାନ୍ସଡ ପାଇଁ ଆଉ ୨୫ଦିନ

ଜେଇଇ ମେନ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ପାଇଁ ଜେଇଇ ଆଡ୍ ଭାନ୍ସଡରେ ବସିବା ପାଇଁ ଅତି ବେଶିରେ ୨୪ରୁ ୨୫ ଦିନ ଅଛି । ଆଇଆଇଟି ଭଳି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ଲାଗି ଏହା ଲେଖାଇବା ଲାଗି ଏହା ହେଉଛି ବୁଡାନ୍ତ ପରୀକ୍ଷା। ଏଣୁ ପିଲାମାନେ ଏହି ୨୪/୨୫ ଦିନକୁ ଅନାବଶ୍ୟକ କାର୍ଯ୍ୟରେ ବ୍ୟୟ କରିବା ଉଚିତ ନୁହେଁ ।

  • ନାମଲେଖା ପାଇଁ ସର୍ବଭାରତୀୟ ରାଙ୍କିଙ୍ଗ ଅଧୀନରେ ଜେଇଇ ମେନ୍ ରେ ପାସ୍ କରିଥିବା ପିଲାମାନଙ୍କ ମଧ୍ୟରୁ ମାତ୍ର ୫% ଛାତ୍ରୀଛାତ୍ର ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ଏଣୁ ପ୍ରସ୍ତୁତି ଜୋରସୋର ହେବା ଦରକାର । ୨ ଲକ୍ଷ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମାତ୍ର ୯୮୫୦ ଛାତ୍ରୀଛାତ୍ରଙ୍କୁ ସୁଯୋଗ ଦିଆଯାଉଥିବାରୁ ପରିଶ୍ରମ ସେହି ଅନୁସାରେ କରାଯିବା ଆବଶ୍ୟକ ।
  • ନେଗେଟିଭ୍ ମାର୍କିଂକୁ ନେଇ ପିଲାମାନେ ସାବଧାନ ହେବା ଦରକାର । ପ୍ରତି ଭୁଲ ଉତ୍ତର ପାଇଁ ୨ ମାର୍କ କାଟି ଦିଆଯିବ। ପ୍ରତି ଭୁଲ ମ୍ୟାଚିଙ୍ଗ୍ ପାଇଁ ୧ ମାର୍କ କାଟି ଦିଆଯିବ । ଏସବୁକୁ ଧ୍ୟାନରେ ରଖି ପରୀକ୍ଷା ଦେବା ଉଚିତ୍ ।
  • ଫିଜିକ୍ସ, ଗଣିତ ଏବଂ କେମିଷ୍ଟ୍ରି ଆଦି ବିଷୟବସ୍ତୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏଗୁଡିକ ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ ।
  • ଆଜିକାଲି ପିଲାମାନେ ଏବଂ ସେମାନଙ୍କ ଅଭିଭାବକଙ୍କ ମନରେ ସାଧାରଣ ପ୍ରଶ୍ନ ରହୁଛି ଯେ, କୋଚିଂ ସେଣ୍ଟରରେ ଯୋଗ ଦେବା ଉଚିତ ହେବ କି ? ଏହା ଏକ ତର୍କଭିତ୍ତିକ ପ୍ରଶ୍ନ ହୋଇଥିବାବେଳେ ପରାମର୍ଶ ଏହା ରହିବ ଯେ ମାତାପିତାମାନେ ସେମାନଙ୍କ ପିଲାକୁ ଜଣାଶୁଣା କୋଚିଂ ସଂସ୍ଥାରେ ଛାଡିବା ନିଶ୍ଚିତ ଦରକାର । କାରଣ କୋଚିଂ ସଂସ୍ଥାରେ ଅଭିଜ୍ଞତାସମ୍ପନ୍ନ ଫ୍ୟାକଲ୍ ଟି ଥାଆନ୍ତି, ଯେଉଁମାନେ ପ୍ରଶ୍ନର ଟ୍ରେଣ୍ଡ ବିଷୟରେ ଅପଡେଟ ରହିଥାନ୍ତି । ସମ୍ଭାବ୍ୟ ପ୍ରଶ୍ନପତ୍ରକୁ ନେଇ ସେମାନଙ୍କ ଜ୍ଞାନ ରହିଥାଏ । ଗଣିତ ଭଳି ବିଷୟରେ ସହଜ ଏବଂ କୌଶଳପୂର୍ଣ୍ଣ କାଲ୍କୁଲେଶନ୍ ଟିପ୍ସ ସେମାନଙ୍କୁ ଭଲ ଜଣାଥାଏ । ଏହା ଛାତ୍ରୀଛାତ୍ରଙ୍କ ପାଇଁ ବହୁ ମାତ୍ରାରେ ସହାୟକ ହୋଇଥାଏ । ନିର୍ଦ୍ଧାରିତ ସମୟରେ ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ପିଲାମାନେ ସକ୍ଷମ ହୋଇଥାନ୍ତି । ଏପରିକି ଶୀଘ୍ର ପ୍ରଶ୍ନଗୁଡିକର ଉତ୍ତର ଦେଇ ପିଲାମାନେ ରିଭାଇଜ୍ କରିବା ପାଇଁ ତଥା ଉତ୍ତରଗୁଡିକୁ ଚେକ୍ କରିବା ପାଇଁ ସମୟ ପାଇଥାନ୍ତି ।
  • ପିଲାମାନଙ୍କୁ ପରୀକ୍ଷା ଦେବା ପାଇଁ ୨ ଥର ସୁଯୋଗ ଦିଆଯାଇଥାଏ । ତେଣୁ ପ୍ରସ୍ତୁତିକୁ ନେଇ କୌଣସି ପ୍ରକାର ଅବହେଳା କରାଯିବା ଉଚିତ ନୁହେଁ ।
  • ପାଠପଢା ରୁଟିନ୍ କୁ ନେଇ ଏକ ସୁଚିନ୍ତିତ ଯୋଜନା କରନ୍ତୁ । ଆଡ୍ ଭାନ୍ସଡରେ ଉତ୍ତୀର୍ଣ୍ଣ ହେବା ପାଇଁ ଦୈନିକ ୧୦ରୁ୧୨ ଘଣ୍ଟା ପଢିବା ଦରକାର ।
  • ପ୍ରଶ୍ନ ବ୍ୟାଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ଜିନିଷ । ପୁରୁଣା ବର୍ଷର ପ୍ରଶ୍ନଗୁଡିକର ସମାଧାନ କରନ୍ତୁ । ଜଣେ ମେଣ୍ଟରଙ୍କ ପ୍ରତ୍ୟକ୍ଷ ଉତ୍ତ୍ଵାବଧାନରେ ପ୍ରସ୍ତୁତି କରିବା ଲାଭପ୍ରଦ ସାବ୍ୟସ୍ତ ହେବ । କୌଣସି ବିଷୟରେ ସନ୍ଦେହ ରହୁଥିଲେ ତାଙ୍କ ସହ ଆଲୋଚନା କରି ଏହାର ସମାଧାନ କରିପାରିବେ । ସଫଳତା ପାଇଁ କୌଣସି ଶର୍ଟକଟ୍ ନ ଥାଏ । ପରୀକ୍ଷା ପୂର୍ବରୁ କିଛି ଅଧିକ ସମୟ ପରିଶ୍ରମ କରି ଆପଣ ଜେଇଇ ଆଡ୍ ଭାନ୍ସଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ।

ଆଧାର – ଦୈନିକ ଧରିତ୍ରୀ

3.4
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top