অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇଣ୍ଡଷ୍ଟ୍ରିଆଲ ଅଟୋମେଶନରେ କ୍ୟାରିୟର

ଇଣ୍ଡଷ୍ଟ୍ରିଆଲ ଅଟୋମେଶନ

କମ୍ପାନୀରୁ କୌଣସି ସାମଗ୍ରୀର ମାନୁପ୍ରୀକଚରିଂ, ଯୋଗାଣ ଏବଂ ଏହାକୁ ଗ୍ରାହକଙ୍କ ନିକଟରେ ଠିକ୍ ସମୟରେ ପହଞ୍ଚାଇବା ଏକ ଜଟିଳ ପ୍ରକ୍ରିୟା । ପସ୍ୟାକରେ ଆସୁଥିବା  ସାମଗ୍ରୀ ଲାଗି ସମାନ ଫ୍ୟାକିଂ, ପ୍ୟାକର ରଙ୍ଗ ତଥା ସାମଗ୍ରୀର ସ୍ଵାଦ ମଧ୍ୟ ଯେଭଳି ଭାବେ ସମାନ ରହେ ତାକୁ ମଧ୍ୟ ଧ୍ୟାନରେ ରଖିବାକୁ ହୁଏ । ଏହି ପ୍ରକ୍ରିୟା ସମ୍ପର୍କରେ ଯଦି ଆମେ ଖବର ନେବା ତେବେ ଜାଣି ପାରିବା ଯେ, ବଜାରର ବର୍ଦ୍ଧିତ ଚାହିଦାର ପୁରଣ ଲାଗି କମ୍ପାନୀଗୁଡିକ ଅନେକ ପ୍ରକାରର କୌଶଳ ଅବଲମ୍ବନ କରିଥାନ୍ତି । ସେହିଭଳି ଉତ୍ପାଦନ ଲାଗି ଏକ ପଦ୍ଧତି, ଉତ୍ପାଦ ଡିଜାଇନ୍, ଉନ୍ନତୀକରଣ, କାର୍ଯ୍ୟାନ୍ଵୟନ ପଦ୍ଧତିର ମଧ୍ୟ ଆବଶ୍ୟକତା ରହିଛି। କଥାରେ ଅଛି। ଆବଶ୍ୟକତା ହିଁ ନୂତନ ଉଦ୍ଭାବନ ଲାଗି ସର୍ବଦା ବାଟ କଢାଇଥାଏ । ମଣିଷର ସ୍ୱଭାବ ସର୍ବଦା ଅଧିକ ତଥା ଉନ୍ନତରୁ ଉନ୍ନତତର ଲାଭ କରିବା ।

ମାନବ ସଭ୍ୟତା ଆଜି ଚକ ଉଦ୍ଭାବନ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଆସିମୋ, ସୋନି, ସୋଫିଆ ଭଳି ରୋବେ ଉଦ୍ଭାବନ କରି ପାରିଛି। ସେହିଭଳି ବିଜ୍ଞାନ ଓ ପ୍ରଯୁକ୍ତି ଯୋଗୁ ବିଶ୍ଵ ଆଜି ନୂତନ ଜିନିଷ ଉଦ୍ଭାବନ କରିବାକୁ ସକ୍ଷମ ହୋଇ ପାରିଛି। ଆମେ ବର୍ତ୍ତମାନ ଆବଶ୍ୟକ କରୁଥିବା  ପ୍ରାୟ ସାମଗ୍ରୀ ଆମ ପାଖରେ ଉପଲବ୍ଧ ହେଉଛି ।

ଟେକ୍ନୋଲୋଜି ଲାଗି ଏହା ବର୍ତ୍ତମାନ ସମ୍ଭବ ହୋଇଛି । ବୈଜ୍ଞାନିକ, ଗବେଷକମାନେ ମାନବ ସଭ୍ୟତା ସର୍ବଦା ନୂତନ ସାମଗ୍ରୀ ପ୍ରଦାନ ଲାଗି ପ୍ରଚେଷ୍ଟାରେ ଲାଗି ରହିଛନ୍ତି। ସେମାନଙ୍କ ଅହରର ପ୍ରଚେଷ୍ଟା ଯୋଗୁ ଆମେ ବିଭିନ୍ନ ନୂତନ ସାମଗ୍ରୀ ଲାଭ କରିବାକୁ ସକ୍ଷମ ହୋଇଛୁ । ପୂର୍ବରୁ ଶିଳ୍ପ ୟୁନିଟଗୁଡିକରେ କୁଶଳୀ ଶ୍ରମିକମାନଙ୍କର ଆବଶ୍ୟକତା ରହୁଥିଲା। କାର, ପୋଷାକ, ପେଣ୍ଟ, ଷ୍ଟିଲ, ସିମେଣ୍ଟ, ପ୍ଳାଏ। ଉଡ୍ , ସୁ, ଚଷମା ଭଳି ଉଦ୍ୟୋଗ କ୍ଷେତ୍ରରେ ଏହିଭଳି ଆବଶ୍ୟକତା ରହୁଥିଲା। ମାତ୍ର ବର୍ତ୍ତମାନ ଇଣ୍ଡଷ୍ଟ୍ରିଆଲ, ଅଟୋମେଶନ ଏହି ଧାରାକୁ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇଛି। ବର୍ତ୍ତମାନ ଶିଳ୍ପଗୁଡିକର ସମସ୍ତ ପରିଚାଳନା ସିଷ୍ଟମ ପରିବର୍ତ୍ତନ ହେବା ସହ ମଣିଷ ତଥା ମେଶିନ ଇଣ୍ଟରଫେସ୍ ମଧ୍ୟ ହ୍ରାସ ଘଟିଛି।

ବର୍ତ୍ତମାନ ଶ୍ରମିକ କୈନ୍ଦ୍ରିକ ୟୁନିଟଗୁଡିକରେ ଶ୍ରମ ଶକ୍ତି ହ୍ରାସ ଘଟିବା ସହ ପ୍ଲାଣ୍ଟଗୁଡିକ ସ୍ୱୟଂ କ୍ରିୟ(ଅଟୋମେଟେଡ୍) ହୋଇ ପାରିଛି। ବର୍ତ୍ତମାନ ଶ୍ରମ ଶକ୍ତିକୁ ରୋବୋ ବାଦ ଦେଉଥିବା  ଦେଖା ଯାଉଛି। ଏହିଭଳି କ୍ଷେତ୍ରରେ ଆସିମୋ ଭଳି ରୋବୋ, ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ରୋବେଗୁଡିକ ଯେ କେବଳ କାର୍ଯ୍ୟ କରୁ ନାହାନ୍ତି ସେମାନେ ମଧ୍ୟ ଉତ୍ପାଦର ଗୁଣବତ୍ତା ବଜାୟ ରଖବାକୁ ସକ୍ଷମ ହେଉଛନ୍ତି । ସେହିଭଳି ଉତ୍ପାଦର ସ୍ଵାଦ, ଲୁକ୍ସ, ୟୁନିଫର୍ମିଟି ଉପରେ ମଧ୍ୟ ନଜର ରଖୁଛନ୍ତି । ଏହିଭଳି ପଦକ୍ଷେପ ଦ୍ଵାରା ପ୍ରତି ଉତ୍ପାଦର ମୂଲ୍ୟ ମଧ୍ୟ ଅପେକ୍ଷାକୃତ ହ୍ରାସ ହେଉଛି । ବର୍ତ୍ତମାନର ବର୍ଦ୍ଧିତ ଚାହିଦା ତଥା ପ୍ରତିଦ୍ଵିନ୍ଦ୍ୱିତାକୁ ଧ୍ୟାନରେ ରଖି ଏହିଭଳି ପଦକ୍ଷେପ କମ୍ପାନୀଗୁଡିକ ଗ୍ରହଣ କରୁଛନ୍ତି ।

ମାନୁଫକଟରିଂ ଶିଳ୍ପ ଲାଗି ଇଣ୍ଡଷ୍ଟ୍ରିଆଲ, ଅଟୋମେଶନ ଏକ ନୂତନ ପ୍ରସଙ୍ଗ ନୁହେଁ। ଗ୍ରାହକଙ୍କୁ ବାନ୍ଧି ରଖିବା  ତଥା ବଜାରରେ ସ୍ଵତନ୍ତ୍ର ସ୍ଥାନରେ ରହିବା ଲାଗି କମ୍ପାନୀଗୁଡିକ ବର୍ତ୍ତମାନ ଭଲ ଉତ୍ପାଦ ସହ ସୁଲଭତା, ଗୁଣବତ୍ତା ଉପରେ ମଧ୍ୟ ଧ୍ୟାନ ରଖୁଛନ୍ତି । ଟେକ୍ନୋଲୋଜି ବ୍ୟବହାର ଦ୍ଵାରା ନିଯୁକ୍ତି ହ୍ରାସ ଘଟୁ ଥିବା  ଏହାକୁ ଅନେକେ ବିରୋଧ କରୁଛନ୍ତି । ମାତ୍ର ପ୍ରକୃତ ଚାହିଦାକୁ ରୋକାଯାଇ ପାରିବ ନାହିଁ। ବର୍ତ୍ତମାନ ଏହା ଉଦ୍ୟୋଗର ଆବଶ୍ୟକତା ହୋଇଥିବା  ବେଳେ ଶିଳ୍ପଗୁଡିକ ନିଜର ଅସ୍ତିତ୍ଵ ବଜାୟ ରଖିବା ଲାଗି ପଦକ୍ଷେପ ନେବାକୁ ହେବ । ଟେକ୍ନୋଲୋଜି ତଥା ଶ୍ରମ ଶକ୍ତି ମିଳିତ ହୋଇ କାର୍ଯ୍ୟ କରିବା ଫଳରେ ଏହା ଉଦେଶ୍ୟାଗ କ୍ଷେତ୍ରର ବିକାଶ ସାଧନ କରିବାରେ ସହାୟକ ହୋଇ ପାରିବ ।

ଅନେକ ଦିନ ପୂର୍ବରୁ ରୋବେର ସ୍ଥାପନା ହୋଇଥିବା  ବେଳେ ପ୍ରଥମଥର ଲାଗି ଏହାର ବ୍ୟାବସାୟିକ ବ୍ୟବହାର ଆମେରିକାର ଜେନେରାଲ ମୋଟର କରିଥିଲା । ୧୯୫୪ ରେ ୱେଲଡିଙ୍ଗ ତଥା ଆସେମ୍ବଲି ବିଭାଗରେ ଏହାର ବ୍ୟବହାର ହୋଇଥିଲା। ଏହା ପରଠାରୁ ଇଣ୍ଡଷ୍ଟ୍ରିଆଲ ଅଟେ। ମେଶନ ସହ ଆର୍ଟିଫିସିଆଲ ଇଣ୍ଡେଲିଜେନ୍ସ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି।

ବର୍ତ୍ତମାନ ମାନୁପୀକଚରିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା , ଅଟୋମୋବାଇଲ, ରେଲୱେ, ଖଣି, ଏରୋପ୍ଲେନ୍, ଏରୋସ୍ପେଶ, ଇଲେକଟ୍ରିକାଲ ଉତ୍ପାଦ, ଇଲେକଟ୍ରୋନିକ୍ସ ଉତ୍ପାଦ ମାନୁପୀକଚରିଂ, କେମିକାଲ୍ସ  ଫର୍ଟିଲାଇଜର, ପେଣ୍ଟସ, ଷ୍ଟିଲ ତଥା ଷ୍ଟିଲଉତ୍ପାଦ ନିର୍ମାଣ, ଗାର୍କେଣ୍ଟ, ଚମଡା ଉତ୍ପାଦ, ପ୍ରିଣ୍ଟ, ଆଇଟି କମ୍ପାନୀ, ଖାଦ୍ୟ ପାନୀୟ ନିର୍ମାତା, ବୟନ ଏବଂ ପେପର ନିର୍ମାଣ ଭଳି କମ୍ପାନୀଗୁଡିକରେ ଏହିଭଳି ରୋବଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଡେଲିଜେନ୍ସର ବ୍ୟବହାର ବହୁଳ ଭାବେ ହେଉଥିବା  ଜଣାଯାଇଛି । ସେହିଭଳି ଲଜିଷ୍ଟିକ୍, ୱେର ହାଉସିଂ, ସିଏମଏସ କମ୍ପାନୀଗୁଡିକରେ ମଧ୍ୟ ଏହାର ବ୍ୟବହାର ହେଉଛି ।

ଇଣ୍ଡଷ୍ଟ୍ରିଆଲ, ଅଟୋପେଶନର ଆବଶ୍ୟକତା

ଉଦ୍ୟୋଗ କ୍ଷେତ୍ରରେ ଅଟୋମେଶନ ତ୍ଵରିତ, ଉନ୍ନତ, ସୁଲଭ ତଥା ନିରାପତ୍ତା ଉତ୍ପାଦନ ସଲ୍ୟୁଶନ ପ୍ରଦାନ ଲାଗି ବ୍ୟବହାର ହେଉଛି । ସେହିଭଳି ଉତ୍ପାଦର ଗୁଣବତ୍ତା ତଥା ଏକୀକୃତ ଉତ୍ପାଦ ଲାଗି ଏହା ବ୍ୟବହାର ହେଉଛି । ପାରମ୍ପରିକ ଉତ୍ପାଦନ ସିଷ୍ଟମରେ ଅତ୍ୟଧୁକ ମାନବ ମେଶିନ ଇଣ୍ଟରଫେସ୍ ବାଦ ଦେଇ ଡେଲିଭରି ସିଷ୍ଟମକୁ ଫାଷ୍ଟର କରାଯାଉଛି।

ହୋଣ୍ଡା, ଟୟୋଟା, ସୁଜୁକି, ଫୋର୍ଡ, ମର୍ସିଡିଜ୍ ବେଞ୍ଜ, ଭିଡନ୍ତୁ ବିଏମଡବ୍ଲ୍ୟୁ. ଆମାଜନ, ଇବେ, ଫିଲିପ୍ସ, ପାନାସୋନିକ୍, ମିତସୁବିଶି ଭଳି ପ୍ରମୁଖ କମ୍ପାନୀଗୁଡିକ ବର୍ତ୍ତମାନ ସୁଦ୍ଧା ଇଣ୍ଡଷ୍ଟ୍ରିଆଲ ଅଟୋମେଶନକୁ ବ୍ୟବହାର କରି ସାରିଛନ୍ତି । କମ୍ପାନୀଗୁଡିକ ତ୍ଵରିତ ଭିତ୍ତିରେ ଏହାକୁ ଆପଣାଇଥିବା  ବେଳେ ଏଥି ଲାଗି ଅଧିକ ମାତ୍ରାରେ କମ୍ପାନୀଗୁଡିକ ନିବେଶ କରିଛନ୍ତି । ଭବିଷ୍ୟତ ଧାରାକୁ ଧ୍ୟାନରେ ରଖ୍ କମ୍ପାନୀଗୁଡିକ ନିବେଶ କରିଛନ୍ତି । ସେହିଭଳି ଇଣ୍ଡଷ୍ଟିଆଲ ଅଟୋମେଶନ ଏବଂ ଆର୍ଟି ଫିସିଆଲ ଇଣ୍ଡେଲିଜେନ୍ସ ଲାଗି ଜ୍ଞାନକୌଶଳ ଯୋଗାଣ କରୁଥିବା  ସଂସ୍ଥା ନିବେଶକୁ ପ୍ରାଥମିକତା ଦେଇଛନ୍ତି ।     ସିମେନ୍ସ, ଇଣ୍ଡେଲ, ଡୁପଣ୍ଟ, ଆମାଜନ ୱେବ ସର୍ଭିସ, ୟୁନିଭର୍ସାଲ ଲଜିକ ଆଣ୍ଡ, ୟାସ୍କାୱା ମୋଟରମ୍ୟାନ, ସୋନି ଭଳି ଅନ୍ୟ କେତେକ ପ୍ରମୁଖ କମ୍ପାନୀ ଯେ କେବଳ ଟେକ୍ନୋଲୋଜିର ଉନ୍ନତୀକରଣ କରିଛନ୍ତି ତାହା ନୁହେଁ କମ୍ପାନୀଗୁଡିକ ସେମାନଙ୍କ ବାଣିଜ୍ୟକୁ ପରିଚାଳନା ଲାଗି ବ୍ୟବହାର କରିବା ସହ କ୍ଲାଏଣ୍ଟ କମ୍ପାନୀର ଲାଗି ବ୍ୟବହାର ମଧ୍ୟ କରୁଛନ୍ତି । ୟାୟାମା ମୋଟୋ ମ୍ୟାନ୍

ଆଣ୍ଡ ୟୁନିଭର୍ସାଲ ଲଜିକ କୋଲାବୋରେସନ ଭଳି ସଂସ୍ଥାଗୁଡିକ ନିୟୁ କର୍ଟେସ୍କ ସେଲ ଉନ୍ନତୀକରଣ କରୁଛନ୍ତି । ଏହା ସିଷ୍ଟମ ଇଣେଣ୍ଟପ୍ରେଶନ ଲାଗି ବ୍ୟବହାର ହେଉଛି । ଯାହା ହୁମାନ ରୋବେଟିକ୍ସର ବିଭିନ୍ନ କ୍ଷେତ୍ର ଯଥା, ସିଙ୍ଗ, ପିଜିଙ୍ଗ, କ୍ଲିନିଂ, ପିଙ୍କି ଆଣ୍ଡ ଡେସପାରିଂ ଫର ଇ-କମର୍ସ ଲାଗି ବ୍ୟବହାର ହେଉଛି।  ଆମାଜନ, ଇବେ, ଆଲିବାବା, ୱାଲ ମାର୍ଚ ଭଳି କମ୍ପାନୀଗୁଡିକ ଅନେକ ମାତ୍ରାରେ ପରିଚାଳନାଗତ ଅର୍ଥ ଏହିଭଳି ଟେକ୍ନୋଲୋଜି ବ୍ୟବହାର କରି ସଞ୍ଚୟ କରି ପାରିଛନ୍ତି ।

ଇଣ୍ଡଷ୍ଟ୍ରିଆଲ, ଅଟୋପେଶନ ଆବଶ୍ୟକ କରୁଥିବା  ପ୍ରମୁଖ ଉଦ୍ୟୋଗ

  • ରିସର୍ଚ୍ଚ ଆଣ୍ଡ ଡିଜାଇନ୍
  • ଓରିଜିନାଲ ଇକ୍ୟୁପାମେଣ୍ଟ ମାନୁଫାକଚରର ( ଓଡିଏମ)
  • ଆଇଓଟି ଏବଂ ଇଣ୍ଟରନେଟ ଅଫ ଥିଙ୍ଗସ

 

ଘରୋଇ ବଜାର ବର୍ତ୍ତମାନ ସମୟରେ ଲାଗି ଟେକ୍ନୋଲୋଜିର ଇଣ୍ଡଷ୍ଟିଆଲା ଅପ୍ଟିମାଇଜେଶନର ଆବଶ୍ୟକତା ରହିଛି। ବଜାରରେ ମାନୁପୀକଚରିଂ, ଯୋଗାଣ, ସେବା କ୍ଷେତ୍ର କାର୍ଯ୍ୟ କରୁଥିବା  ଅଧିକାଂଶ କମ୍ପାନୀ ଇଣ୍ଡଷ୍ଟିଆଲ ଅଟୋମେଶନର ବ୍ୟବହାର କରୁଛନ୍ତି । କମ୍ପାନୀଗୁଡିକ ନିମ୍ନ ଲିଖୁତ କାରଣ ଲାଗି ଏହାର ବ୍ୟବହାର କରୁଛନ୍ତି ।

  • ତୀବ୍ର ପ୍ରତିଦ୍ଵନ୍ଦ୍ୱିତା
  • ବିପଦପୂର୍ଣ୍ଣ ୟୁନିଟ ଗୁଡିକରେ ଘଟୁଥିବା ଜୀବନ ହାନି
  • ନୂଆ ଟେକ୍ନୋଲୋଜି ଯୋଗୁ ଅପେକ୍ଷାକୃତ ସ୍ୱଳ୍ପ ମାନବ ସମ୍ବଳର ବ୍ୟବହାର
  • ସ୍ୱଳ୍ପ ପରିଚାଳନା ଖର୍ଚ୍ଚ
  • କର୍ମଚାରୀଙ୍କ ନିରାପତ୍ତା ତଥା ସୁରକ୍ଷା
  • ଭବିଷ୍ୟତ ଲାଗି ତଥ୍ୟ ସଂଗ୍ରହ ତଥା ଏହାର ବିଶ୍ଲେଷଣ
  • ଉତ୍ପାଦ କୋଡିଂ

ଇଣ୍ଡଷ୍ଟ୍ରିଆଲ ଅଟୋମେଶନ ସହ ଜଡିତ କ୍ଷେତ୍ର

ଇଣ୍ଡଷ୍ଟ୍ରିଆଲ ଅଟୋମେଶନ ବ୍ୟବହାର ଫଳରେ ମେକାନିକାଲ, ଇଲେକଟ୍ରିକାଲ ଇଲ୍ଲେକଟ୍ରୋନିକ୍ସ ଆଣ୍ଡ ଇନଷ୍ଟ୍ରମେଣ୍ଟଶମ ଇଞ୍ଜନିୟର୍ସ, କମ୍ପ୍ୟୁଟର ସାଇନ୍ସ ଇଞ୍ଜନିୟର୍ସ ମେକାଟ୍ରୋନିକାଲ୍ସ ଇଞ୍ଜିନିୟର୍ସ ମାନେ ଏହାକୁ ବ୍ୟବହାର କରି ଉଦେଖାଗ କ୍ଷେତ୍ରର ସହାୟତା କରି ପାରିବେ ।

ବହୁଳ ଇଣ୍ଡଷ୍ଟ୍ରିଆଲ, ଅଟୋମେଶ ଲାଗି ହୁମାନ ମେଶିନ ଇଣ୍ଟରଫେସ ହ୍ରାସ ହେଉଛି । ମାତ୍ର କୁଶଳୀ ଇଞ୍ଜିନିୟର ମାନେ ପ୍ରୋଗ୍ରାମିଂ ଆଣ୍ଡ ଲଜିକାଳ କଣ୍ଟ୍ରୋଲ ( ପିଏଲସି), ସୁପର ଭାରଜରିଂ କଣ୍ଟ୍ରୋଲ ଆଣ୍ଡ ଡାଟା ଆକ୍ୟୁଜେଶନ (ସ୍କାତା), ଡିଷ୍ଟ୍ରିବ୍ୟୁଶନ କଣ୍ଟ୍ରୋଲ ସିଷ୍ଟମ(ଡିସିଏସ୍), ରିମୋଟ ଟେଟ୍ରେମେଟ୍ରି ୟୁନିଟ(ଆରଟିୟୁ) ପରିଚାଳନା ଲାଗି ଏହାକୁ ବ୍ୟବହାର କରିବାକୁ ସକ୍ଷମ ହୋଇ ପାରିବେ ।

ଉକ୍ତ କ୍ଷେତ୍ରର ପ୍ରମୁଖ କାର୍ଯ୍ୟଗୁଡିକ ହେଲା, ସେନସର ପରିଚାଳନା, ରିଲେ ନିୟନ୍ତ୍ରଣ, ଫିଜିକାଲ ପ୍ରୋସେସର ନିୟନ୍ତ୍ରଣ ଏବଂ ପରିଚାଳନା ଆଦି । ପିଏଲସି ସ୍କାଡା, ଡିସିଏସ୍ ଭଳି ପ୍ରମୁଖ କୋର୍ସ ଗୁଡିକ ପ୍ରତ୍ୟେକ ସ୍ଥାନରେ ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରାଯାଉଛି।

ସେହିଭଳି କ୍ଲାଏଣ୍ଟଙ୍କ ଲାଗି ଇଣ୍ଡଷ୍ଟ୍ରିଆଲ ଅଟୋମେଶନ ସହ ଜଡିତ ବିଭିନ୍ନ କାର୍ଯ୍ୟଗୁଡିକ ହେଲା ଡିଜାଇନ ପରିଚାଳନା, କାର୍ଯ୍ୟାନ୍ଵୟନ, ଅପରେଶନ ମେଣ୍ଟେନାନ୍ସ ତଥା ଉତ୍ପାଦନ ଆଦି ସିମେନ୍ସ, ଇଣ୍ଡେଲ, ୟାସ୍କାୱା, ଜେଉଟିଇ ହ୍ୟୁଣ୍ଡାଇ ଭଳି କମ୍ପାନୀଗୁଡିକ ଏସ୍କି ଭଳି କାର୍ଯ୍ୟ ସେମାନଙ୍କ କ୍ଲାଏଣ୍ଟକ୍ ପ୍ରଦାନ କରିଛନ୍ତି । ବିଶେଷ କରି ଏଣ୍ଡ ଟୁ ଏଣ୍ଡ ସଲ୍ୟୁଶନ ପ୍ରଦାନ କରିବା ପାଇଁ କମ୍ପାନୀ ଗୁଡିକ ଆବଶ୍ୟକ ମଣୁଛନ୍ତି ଏଣୁ ଅତ୍ୟାଧୁନିକ ତଥା ଭବିଷ୍ୟତର ଟେକ୍ନୋଲୋଜିକୁ ଧ୍ୟାନରେ ରଖ୍ ଇଞ୍ଜିନିୟର ମାନେ ଆଗକୁ ବଢିଲେ ଏହା ଏକ ଉନ୍ନତ କ୍ୟାରିୟର ପ୍ରଦାନ କରିବା

ଆଧାର : କ୍ୟାରିୟର କୌନସିଳିଙ୍ଗ

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate