অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ଲାଷ୍ଟିକ ଇଞ୍ଜିନିୟରିଂ

ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା ବିଷୟ ପ୍ଲାଷ୍ଟିକ ଇଞ୍ଜିନିୟରିଂ

କ୍ୟାରିଅର ଗଠନ ଦିଗରେ ଆଜିର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି ଇଞ୍ଜିନିୟରିଂ ପାଠ୍ୟକ୍ରମ  । ବିଭିନ୍ନ ବିଷୟରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଉପଲବ୍ଧ, ମାତ୍ର ସଠିକ୍ ବିଷୟ ଚୟନ କରି ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳେ ତ୍ଵରିତ ଏବଂ ସନ୍ତୋଷଜନକ ନିଯୁକ୍ତି ସୁଯୋଗ  । ଏଭଳି ଏକ ନିଶ୍ଚିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା ବିଷୟ ହେଉଛି ପ୍ଲାଷ୍ଟିକ ଇଞ୍ଜିନିୟରିଂ  । ପ୍ଲାଷ୍ଟିକ ନିର୍ମିତ ସାମଗ୍ରୀର ତାଲିକା ଆଜି ବେଶ୍ ଲମ୍ବା  । ଟୁଥ ବ୍ରସ, ମୋବାଇଲ ଫୋନ୍, ଫ୍ରିଜ୍, ପାନିଆ, ବାଲଟି, କ୍ୟାମେରା, କପଡା, ରେଡିଓ, ଟିଭି, ସିଡି, ଟାୟାର, କବାଟ, ଅଠା, ଟେବୁଲ, ଚେୟାରଠାରୁ ଆରମ୍ଭ କରି କୋଠା ନିର୍ମାଣ, ଅଟୋମୋବାଇଲମ ବିମାନର ଯାନ୍ତ୍ରିକ ଉପକରଣ ଆଦି ଅନେକ କିଛି ପ୍ଲାଷ୍ଟିକ ଉତ୍ପାଦିତ ସାମଗ୍ରୀଭାବେ ବହୁଳ ବ୍ୟବହୃତ  । ଏହାର ବ୍ୟାପକତାକୁ ଦୃଷ୍ଟିରେ ରଖି ଭାରତର କେତେକ ଇଞ୍ଜିନିୟରିଂ ପାଠ୍ୟକ୍ରମ ଉପଲବ୍ଧ  ।

ଯୋଗ୍ୟତା

ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ  । ପିଜିଡିପ୍ଲୋମା, ଡିପ୍ଲୋମା, ବି.ଟେକ/ ବି.ଇ., ଏମଟେକ/ ଏମ.ଇ. ଡିଗ୍ରୀ ଉପଲବ୍ଧ  । କେମିକାଲ, ମେକାନିକାଲ, ଟେକ୍ସଟାଇଲ ଇଞ୍ଜିନିୟରିଂ ତଥା ପ୍ଲାଷ୍ଟିକ-ରବର ଟେକ୍ନୋଲୋଜିରେ ଡିଗ୍ରୀ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏମ.ଟେକ୍. ସୁବିଧାରହିଛି  । ଡିପ୍ଲୋମା ଓ ଡିଗ୍ରୀ କୋର୍ସରେ ନାମ ଲେଖାଇବା ପାଇଁ ରାଜ୍ୟ ତଥା ଜାତୀୟସ୍ତରରେ ଆୟୋଜିତ ପ୍ରବେଶିକା ପରୀକ୍ଷା ଦେବାକୁ ପଡିଥାଏ  । ଉଚ୍ଚତର ଗବେଷଣା ସୁଯୋଗ ମଧ୍ୟ ରହିଛି  ।

ପାଠ୍ୟକ୍ରମ

ପ୍ଲାଷ୍ଟିକ, ପଲିମର ଇଞ୍ଜିନିୟରିଂରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ତଥା ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ମାଧ୍ୟମରେ ଶିକ୍ଷା ଓ ତାଲିମ ପ୍ରଦାନ କରାଯାଏ  । ପ୍ଲାଷ୍ଟିକଜାତ ସାମଗ୍ରୀର ଉତ୍ପାଦନ ପ୍ରକ୍ରିୟା, ବିଭିନ୍ନ ଡିଜାଇନ, ଗୁଣମାନପରୀକ୍ଷା ଆଦି ବିଷୟରେ ଶିକ୍ଷାଦାନ କରାଯାଏ  ।

ନିଯୁକ୍ତି ସୁଯୋଗ

ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ରହିଛି  । ପ୍ଲାଷ୍ଟିକ ଇଞ୍ଜିନିୟର ଟେକ୍ନିସିଆନ, ଟେକ୍ନୋଲୋଜିଷ୍ଟ ଆଦି ପଦବୀରେ ନିଯୁକ୍ତ ପାଇପାରିବେ  । ବିଭିନ୍ନ ତୈଳ ଓ ଗ୍ୟାସ କମ୍ପାନୀ, ପେଟ୍ରୋ କେମିକାଲ ଇଞ୍ଜିନିୟରିଂ କମ୍ପାନୀ ଏବଂ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦିତ ସଂସ୍ଥାରେ ବିଯୁକ୍ତି ପାଇପାରିବେ  । ବିଦେଶରେ ବଡ ବଡ କମ୍ପାନୀରେ ନିଯୁକ୍ତି ସୁଯୋଗ ଉପଲବ୍ଧ  ।

ବେତନ

ସରକାରୀ ସଂସ୍ଥାରେ ଟ୍ରେନି ବା ଶିକ୍ଷାନବୀଶମାନେ ମାସିକ ଆଠ ହଜାରରୁ ଦଶ ହଜାର ଟଙ୍କା ଦରମାରେ କାର୍ଯ୍ୟ ଆରମ୍ଭ କରୁଥିବାବେଳେ ଘରୋଇ କମ୍ପାନୀରେ ନଅରୁ ବାର ହଜାର ଟଙ୍କା ବେତନ ସୁଯୋଗ ରହିଛି  । ଦୁଇ/ତିନି ବର୍ଷର ଅଭିଜ୍ଞତା ସହ ଦକ୍ଷତା ଭିତ୍ତିରେ କୋଡିଏରୁ ତିରିଶ ହଜାର ଟଙ୍କା ବେତନ ସୁଯୋଗ ରହିଛି  ।

ଆଧାର – କ୍ୟାରିୟର କାଉନ୍ସିଲିଙ୍ଗ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate