অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏୟାର ଟିକେଟିଂ

ଉପକ୍ରମ

ଏବେ ଶିକ୍ଷାରେ ବହୁ ସମ୍ଭାବନା ସୃଷ୍ଟି ହେଉଛି । ଦିନକୁ ଦିନ ନୂଆ ନୂଆ କ୍ଷେତ୍ରମାନ ସୃଷ୍ଠୀ ହେବାରେ ଲାଗିଛି । ଆଉ ନିଯୁକ୍ତି ପାଇଁ ଚାହିଦା ଆନୁଯାୟୀ ପାଠ୍ୟ କ୍ରମମାନ ତିଆରି ହେଉଛି । ଏୟାର ଟିକେଟିଂ ଏମିତି ଏକ ପାଠ୍ୟ କ୍ରମ ଏଥିରେ ଭଲ ରୋଜଗାର ସହ ନିଶ୍ଚିତ ନିଯୁକ୍ତି ସୁଯୋଗ ରହିଛି

ଏହି ପାଠ୍ୟକ୍ରମ ସଂପୂର୍ଣ୍ଣ ନୂଆ ପାଠ ପଢାକୁ ନେଇ ବିଶେଷ ଶିକ୍ଷାଗତ ଯୋଗ୍ୟତାର ମାନ ଦଣ୍ଡ ନାହିଁ । ଯେକୌଣସି ଷ୍ଟ୍ରିମରେ ଯୁକ୍ତ ଦୁଇ ପାସ କରିଥିଲେ ପାଠ ପଢି ପାରିବେ । ତେବେ ଅନେକ ଅନୁଷ୍ଠାନ ମାଟ୍ରିକ ପାସ ପିଲାଙ୍କୁ ମଧ୍ୟ ଏହି ପାଠ୍ୟକ୍ରମ ଯୋଗାଇ ଦେଉଛନ୍ତି ।

କଣ ଶିକ୍ଷା କରିବେ

ଏହି ପାଠ୍ୟ କ୍ରମରେ ଶିଖିବାକୁ ହେବ ନିର୍ଧାରିତ ଫ୍ଲାଇଟରେ ଟିକେଟ ବୁକିଂ ପଦ୍ଧତି , ଦେଶକୁ ଆସୁଥିବା ଅତିଥିଙ୍କ ସହ କୌଶଳ ପୂର୍ଣ୍ଣ ବ୍ୟବାହାର ସେମାନଙ୍କ ଯୋଜନା ଆନୁଯାୟୀ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖାଇବାର କଳା , ଭ୍ରମଣ ପୁସ୍ତିକା ଯୋଗାଇବା , ବୁଲିବାକୁ ଯିବାପାଇଁ ସାଙ୍ଗରେ କ’ଣ ଦରକାରୀ ଜିନିଷ ନେବା ଆବଶ୍ୟକ ଆଦି । ଏଥିରେ ୬ ମାସିୟା ପାଠ୍ୟକ୍ରମ କରିବାକୁ ଚାହୁଁ ଥିଲେ ଏୟାର ଟିକେଟିଂ ,ଏୟାର ଟ୍ରାଭେଲ ଜିଓଗ୍ରାଫି (Air Travel geography), ଗ୍ଲୋବାଲ ଇଣ୍ଡିକେଟରସ୍ (Global Indicators), ଏୟାରପୋର୍ଟ ଆଣ୍ଡ ଏୟାର ଲାଇନ କୋଡ଼େସ (Airport & Airline Codes)ଏୟାର ଟ୍ରାଭେଲ ଟରମିନୋଲୋଜି (Air travel Terminology)ଫେଆରସ୍ ଆଣ୍ଡ ଟିକେଟିଂ ଟରମିନୋଲୋଜୀ (Fares & Ticketing Terminology)ଫେଆର ଆଣ୍ଡ ଏସ୍ ଏସ୍ଆର କୋଡ଼େସ (Fare & SSR codes)ସିଜିନ କୋଡ୍ସ (Season Codes)ଇଲୋକଟ୍ରୋନିକ ଟିକେଟିଂ ,ଟିକେଟ ନୋଟିସ ପେମେଣ୍ଟ ମୋଡ଼ସ କରେନ୍ସି ଆଣ୍ଡ ଟାକ୍ସେସ (payments Modes,Currency & taxes)ପାସପୋର୍ଟ ଆଣ୍ଡ ଭିସା (passports & Visas)ଫରେନ ଏକ୍ସଚେଞ୍ଜ କାର ରେଣ୍ଟାଲ୍ସ

କେଉଁଠି ପଢି ପାରିବେ

ନୂଆଦିଲ୍ଲୀ ରେ ଥିବା ଏୟାର ହୋଷ୍ଟେସ ଟ୍ରେନିଂ ଏକାଡେମି (Air hostess Training Academy)ଓ ଏୟାର ହୋଷ୍ଟେସ ଟ୍ରେନିଂ ଇନଷ୍ଟି ଟିଉଟ , ପଞ୍ଜାବ ଇଣ୍ଟରନାସନାଳ ଏୟାରଲାଇନ୍ସି ଏକାଡେମି ତାମିଲନାଡୁ ଟ୍ରେଡ ୱିଙ୍ଗସ ପାସିଫିକ ଏୟାର ୱେଜ୍ ଆଦି ଆନୁଷ୍ଠାନ ଏହି ପାଠ୍ୟକ୍ରମ ଯୋଗାଇ ଦେଉଛନ୍ତି ।

ଆଧାର : ସମାଜ  ଖବର  କାଗଜ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate