অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କଣ୍ଢେଇ ନାଚ ଶିକ୍ଷା

ଉପକ୍ରମ

ଏବେକା ଯୁଗ ସହ ତାଳ ଦେଇ ତିଆରି ହୋଇଛି କଣ୍ଢେଇ ନାଚ ଶିକ୍ଷା ସାର୍ଟିଫିକେଟ୍ କୋର୍ସ । କୋର୍ସ ଅବଧି ୮ ମାସ ଫ୍ରାନ୍ସ, ଋଷିଆ, ଜର୍ମାନରେ ଏହାର ଭଲ ଆଦର ହେବା ପରେ ଦୁଇ ବର୍ଷ ତଳୁ ମୁମ୍ବାଇ ବିଶ୍ଵବିଦ୍ୟାଳୟରେ ପାଠପଢା ଆରମ୍ବ ହୋଇଛି । କଣ୍ଢେଇକୁ ନେଇ କଳାତ୍ଜକ ସର୍ଜନା ସହ କାରିଗରୀ ଓ ମଞ୍ଚ ସଂଯୋଜନା ଏ ପାଠର ବିଶେଷତ୍ଵ ।

ପିଲାବେଳେ କୌଣସି କାରଣରୁ ପାଠ ପାଢୀ ପାରିଲେ ନାହିଁ କିମ୍ବା ବହୁତ କମ୍ ପାଠ ପଢିଲେ । କିଛି କଥା ନାହିଁ ଅର୍ଥ ରୋଜଗାର ପାଇଁ ବହୁତ ଭଲ ତଥା ସମ୍ମାନଜଣକ କ୍ୟାରୀଅର୍ ଅଛି । କାଠ କଣ୍ଢେଇ ତିଆରି, ଏହାର ମଞ୍ଚ ପ୍ରଦର୍ଶନ ଆଦି ଶିକ୍ଷା କରନ୍ତୁ । ବାସ୍, ରୋଜଗାର ମିଳିଯିବ । ମଞ୍ଚରେ ଠାରେ ଭଲ ପ୍ରଦର୍ଶନ କାଲେ ସମ୍ମାନ, ପ୍ରଶଂସା ସାହା ଭଲ ରୋଜଗାର ବି ପାଇବେ ।

ପାରମ୍ପରିକ ଭାବେ ବାପ, ଅଜା ଅମଳରୁ କଣ୍ଢେଇ ନାଚ ଦେଖାଉଥିବା ଲୋକେ କେବେ ବି ଭାବି ପାରିନଥିବେ ଏନେଇ ପାଠ୍ୟକ୍ରମତିଆରି ହେବ । ଏ ପାଠ ପଢିବା ପାଇଁ ସେମିତି କିଛି ଶିକ୍ଷାଗତ ଯୋଗ୍ୟତା ନଥିବାରୁ ଏଥିରେ କ୍ୟାରୀଅର୍ କରିବା ସହଜ । ଅନେକ ସ୍କୁଲ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ବିଭିନ୍ନ ପ୍ରକାର କଣ୍ଢେଇ ତିଆରି କରିବା ଶିକ୍ଷା ଦେଉଛନ୍ତି । ଏହି ପାଠ୍ୟକ୍ରମକୁ ପରିଚାଳିତ କରୁଛନ୍ତି ପ୍ରସିଦ୍ଧ ଥିଏଟର ବ୍ୟକ୍ତିତ୍ଵ ତଥା କଣ୍ଢେଇ କାରିଗର ମୀନା ନାୟିକ ।

କେଉଁଠି ପ୍ରଶିକ୍ଷଣ ନେଇ ପାରିବେ

ସାରା ଭାଟଟାରେ ଥିବା ବିଭିନ୍ନ ଡ୍ରାମା ପ୍ରଶିକ୍ଷଣ ଅନୁଷ୍ଠାନ, ଭିଜୁଆଲ୍ ଏବଂ ପରିଫରମିଂ ଆର୍ଟ କଲେଜ ଏବଂ ସେଣ୍ଟର ଫର୍ କଲଚୁରାଲ ରିସୋର୍ସ ଆଣ୍ଡ ଟ୍ରେନିଂ ଆଦି ସଂସ୍ଥାଗୁଡିକ ଏହି ତାଲିମ ଯୋଗାଇ ଦେଉଛନ୍ତି । ଏତଦ୍ଭିନ୍ନ ଜଣେ ଚାହିଁଲେ  କଣ୍ଢେଇ ଟିଆରୀରେ ମୁମ୍ବାଇ ବିଶ୍ଵବିଦ୍ୟାଳୟରୁ ଡିଗ୍ରୀ କୋର୍ସ ବି କାରିପାରିବେ । କେବେ ପ୍ରଥମେ ୨୦୧୩ ମସିହାରେ ଏଠାରେ ୮ ମାସିଆ ଏକ ସାର୍ଟିଫିକେଟ୍ କୋର୍ସ ଆରମ୍ଭ ହୋଇଥିଲା । ଏଥିରେ କେବଳ ବିଭିନ୍ନ ପ୍ରକାର କଣ୍ଢେଇ ତିଆରି କରିବା ଶିକ୍ଷା ଦିଆଯାଏ ନାହିଁ, ଏଥିପାଇଁ କେମିତି ସ୍କ୍ରିପ୍ଟ ଲେଖିବାକୁ ପଡେ, ଭଏସ୍ ମଡ୍ୟୁଲେସନ ( ସ୍ଵର ସାମଞ୍ଜସ୍ୟ), କଣ୍ଢେଇ ତିଆରି କରିବା ପୂର୍ବର ନକ୍ସା ଶବ୍ଦ ଏବଂ ଆଲୋକ ଏମିତି ଅନେକ ବିଷୟ ଶିକ୍ଷା ଦିଆଯାଇଥାଏ । ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ କଣ୍ଢେଇ ଖେଳ ଏବଂ ଏହାର ପ୍ରସ୍ତୁତି ଶିକ୍ଷା କାଲେ ସିଧାସଳକ ଥିଏଟରରେ ଖେଳ ପ୍ରଦର୍ଶ କରିପାରିବେ ଜଣେ କଣ୍ଢେଇ ଖେଳାଳି ମଞ୍ଚରେ କଣ୍ଢେଇ ନାଚ ପ୍ରଦର୍ଶ କରିବା ସହ ଚରିତ୍ରକୁ ନେଇ ଡାଇଲୋଗ୍ କରିବା, ଚରିତ୍ର ଭିତରେ ଭାବେ ପ୍ରବଣତା ପ୍ରଦର୍ଶ କରାଇବା ଆଦି ଶିକ୍ଷା କରିଥାନ୍ତି ।

ରୋଗଜାର

କଣ୍ଢେଇ କାରିଗରୀରେ ପ୍ରସିଦ୍ଧି ଆସିଲେ ଆପଣାକୁ କାମ ଅଭାବ ହେବ ନାହିଁ । ଚୁକ୍ତି ଭିତ୍ତିକ କାମ କରିପାରିବା କିମ୍ବା ପାର୍ଟ ଟାଇମ୍ । କିଛି ନ ହେଲେ ରୋଡ୍ ଶୋ କରି ଅର୍ଥ ରୋଜଗାର କରିପାରିବେ । ଅଭିଜ୍ଞତା ହାସଲ କରି ବିଶେଶରେ ଖେଳ ପ୍ରଦର୍ଶନ କଲେ ବର୍ଷକୁ ୨୩ ରୁ ୨୪ ଲକ୍ଷ ଟଙ୍କା ଆଯ ହୋଇପାରିବ । ଦେଶ ଭିତରେ ଏହି ଖେଳ ପ୍ରଦର୍ଶନ କଲେ ବି ଭଲ ରୋଜଗାର ମିଳିବ । ପିଲାଙ୍କ ଜନ୍ମ ଦିନ ପାର୍ଟି, ରୋଡ୍ ଶୋ, ଥିଏଟର ଆଦିରେ ଏହି ଖେଳ ପ୍ରଦର୍ଶନ କରି ଭଲ ରୋଜଗାର କରିପାରିବେ ।

ଆଧାର

ପ୍ରମେୟ

Last Modified : 12/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate