ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / କମ୍ପାନୀ ବନ୍ଦ ହେଲେ ଏହା କରିପାରେ ସହାୟତା
ସେଆର କରନ୍ତୁ

କମ୍ପାନୀ ବନ୍ଦ ହେଲେ ଏହା କରିପାରେ ସହାୟତା

ଯଦି କୌଣସି ଭୁଲ ନ ଥାଇ ଚାକିରି ଚାଲିଯାଏ ତେବେ କର୍ମଚାରୀଙ୍କ ଲାଗି ଦୁଃସ୍ଵପ୍ନ ପରି ହୋଇଥାଏ ।

କମ୍ପାନୀ ବନ୍ଦ ହେଲେ

ଅନେକ ସମୟରେ କମ୍ପାନୀଗୁଡିକ ହଠାତ୍ ବନ୍ଦ ହେବାର ଘଟଣା ସାମ୍ନାକୁ ଆସିଥାଏ । ଯଦି କୌଣସି ଭୁଲ ନ ଥାଇ ଚାକିରି ଚାଲିଯାଏ ତେବେ କର୍ମଚାରୀଙ୍କ ଲାଗି ଦୁଃସ୍ଵପ୍ନ ପରି ହୋଇଥାଏ । ଅପର ପକ୍ଷରେ କର୍ମଚାରୀଙ୍କୁ ଯଦି ସାମୂହିକ ଭାବରେ ଛଟେଇ କରାଯାଏ । ତେବେ ସେମାନେ ପୁଣି ଯେ ଏକ ଭଲ ଚାକିରି ପାଇବେ କି ନାହିଁ ତାହା କହିହେବ ନାହିଁ । ନିଯୁକ୍ତି ପ୍ରଦାନ କରୁଥିବା ଏଜେନ୍ସିଗୁଡିକୁ ପ୍ରଚୁର ମାତ୍ରରେ ସିଭି ମିଳିଥାଏ । କମ୍ପାନୀ ବନ୍ଦ ଯୋଗୁ ଉପୁଜୁଥିବା ସମସ୍ୟାକୁ କିଭଳି ଭାବରେ ସାମ୍ରା କରିବେ ସେ ସଂକ୍ରାନ୍ତ କେତେକ ଟିପ୍ସ ଏଠାରେ ପ୍ରଦାନ କରାଗଲା ।

ଟିପ୍ସ

  • ଛଟେଇ ହେଉ କିମ୍ବା ନ ହେଉ ଆଗାମୀ ଛଅ ମାସ ଲାଗି ନିଜର ଏକ ଜରୁରିକାଳୀନ ପାଣ୍ଠି ଗଠନ କରନ୍ତୁ । ଅନ୍ତତଃ ପକ୍ଷେ ଆଗାମୀ ୬ ମାସ ଲାଗି ଯେପରି ଆପଣଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ନ ପଡେ । ଅପର ପକ୍ଷରେ ଜବ୍ ମାର୍କେଟ୍ ଯଦି ଦୋଦୁଲ୍ୟମାନ ବୋଲି ଭାବୁଥାନ୍ତି ତେବେ ଗଣ ଇଏମ୍ ଆଇ ପାଇଁ ମଧ୍ୟ ଚିନ୍ତା କରିବା ଆବଶ୍ୟକ ।
  • ସ୍ଵାସ୍ଥ୍ୟ ବୀମାର ଅନେକ ଗୁରୁତ୍ଵପୁର୍ଣ୍ଣ ଦିଗ ରହିଛି । ଚାକିରି ପ୍ରତି ବିପଦ ରହିଥିବା ଯଦି ଆପଣ ଚିନ୍ତା କରୁଥାନ୍ତି ତେବେ ନିଜ ଲାଗି ଏକ ବ୍ୟକ୍ତିଗତ ସ୍ଵାସ୍ଥ୍ୟ ବୀମା କରାଇ ନିଅନ୍ତୁ। ଚାକିରି ଚାଲିଯିବା ଆଗରୁ ଏହା ଆପଣଙ୍କର ଅନ୍ୟ ଗୋଟିଏ ଗୁରୁତ୍ଵପୁର୍ଣ୍ଣ ପଦକ୍ଷେପ । କମ୍ପାନୀ ଯଦି ଆପଣଙ୍କୁ କିମ୍ବା ପରିବାରକୁ ଗ୍ରୁପ ସ୍ଵାସ୍ଥ୍ୟ ବୀମା ପ୍ରଦାନ କରୁଥାଏ। ତା ଉପରେ ଭରସା କରି ରହି ଯାଆନ୍ତୁନି । ଯଦି ହଠାତ ଆପଣଙ୍କ ଚାକିରି ଚାଲିଯାଏ ତେବେ ଏ କ୍ଷେତ୍ରରେ ଯଦି ବ୍ୟକ୍ତିଗତ ସ୍ଵାସ୍ଥ୍ୟ ବୀମା ନେଇ ଥାନ୍ତି ତେବେ ଏହା ବିଶେଷ ଭାବରେ ସହାୟତା କରିବ ।
  • କିଛି ଆସେଟ୍ ବିକ୍ରି ଓ ନିବେଶକୁ ଆଧାର କରି ରଣ କରି ପାରିବେ । ବିଶେଷ କରି କର୍ପସ କିମ୍ବା ବ୍ୟାଙ୍କରେ ବିଶେଷ ସଞ୍ଚୟ ନ ଥିଲେ  ଏପରି କରି ପାରନ୍ତି ।
  • ରଣ ଇଏମଆଇ, ବୀମା ପ୍ରିମିୟମ୍ବର ତାରିଖକୁ ରିସେଡ୍ୟୁଲ କରି ପାରିବେ । ସେହିଭଳି ନିବେଶକୁ ଏହିଭଳି ସମୟରେ ବନ୍ଦ କରି ଦେଇ ପାରିବେ । ଯଦି ନିୟମିତ ଧାରାରେ ଟଙ୍କା ଆସିବା ବନ୍ଦ ହୋଇଯାଏ ତେବେ ନିବେଶକୁ ସାମୟିକ ସମୟ ଲାଗି ବନ୍ଦ କରି ଦେଇ ପାରନ୍ତି । ବୀମା ପ୍ରିମିୟମକୁ ଅବହେଳା କରାଯାଇ ପାରିବ ନାହିଁ । ଏହା କରିଲେ ପଲିସି ବନ୍ଦ ହୋଇଯିବାର ସମ୍ଭାବନା ରହିଛି । ସେହିଭଳି ନୂଆ ନିଯୁକ୍ତି ନ ମିଳିବା ଯାଏ ଇଏମ.ଆଇ, କ୍ଷେତ୍ରରେ ହଲିଡେ ଲାଗି ବ୍ୟାଙ୍କକୁ ଅନୁରୋଧ କରି ପାରନ୍ତି । ସେହିଭଳି ଗଣର ସୀମାକୁ ବଢାଯିବା ସହ ଇଏମ.ଆଇ, ହ୍ରାସ ଲାଗି ବ୍ୟାଙ୍କଙ୍କୁ ଅନୁରୋଧ କରିବା ଆବଶ୍ୟକ ।
  • ଏହି ସମୟରେ ପାର୍ଟ ଟାଇମ୍ ଜବ୍ କରି ପାରିବେ । ଯଦି ଆପଣଙ୍କ ସ୍କିଲକୁ ଚାକିରି ଖାପ ଖାଉ ନ ଥାଏ ତେବେ ଏପରି ନିଯୁକ୍ତି ଗ୍ରହଣ କରନ୍ତୁ ନାହିଁ । ସେହିଭଳି କମ୍ ବେତନ ଚାକିରିକୁ ମଧ୍ୟ ଗ୍ରହଣ କରନ୍ତୁନି । ଏପରି ସମୟରେ ଆପଣଙ୍କ ଲାଗି ପାର୍ଟ ଟାଇମ୍ ଜବ୍ ବିଶେଷ ଭାବେ ଲାଭକାରୀ ସାବ୍ୟସ୍ତ ହେବ । ଟିଉଶନ ପଢ଼ାଇ ପାରନ୍ତି । ଏହା ବାଦ୍ ଆର୍ଟ, ଗୀତ, ବହି ଲେଖିବା, ପାର୍ଟ ଟାଇମରେ ସ୍କୁଲ ତଥା କଲେଜମାନଙ୍କରେ  ଭିଜିଟିଙ୍ଗ ଫାକଲ୍ଟି ଭାବେ ମଧ୍ୟ କାର୍ଯ୍ୟ କରି ପାରିବେ ।
  • ନିଜ କୌଶଳରେ ମଧ୍ୟ ଉନ୍ନତି ଆଣିପାରନ୍ତି । ଏହା ଦ୍ଵାରା ନିଜ ଲାଗି ଆପଣ ନିଯୁକ୍ତି ସୁବିଧା ଆହୁରି ଉନ୍ନତ କରିପାରିବେ । ସ୍ୱଳ୍ମ ସମୟ ଭିତ୍ତିକ ପ୍ରଫେଶନାଲ କୋର୍ସ କରି ପାରିବେ । ଏହା ଯେ କେବଳ ଅତିରିକ୍ତ ଶିକ୍ଷାଗତ ଯୋଗ୍ୟତା ହେବ ତାହା ନୁହେଁ ନିଯୁକ୍ତି ପାଇବା ଦିଗରେ ଏହା ବିଶେଷ ଭାବରେ ଲାଭକାରୀ ହୋଇପାରିବ ।
  • ଚାକିରି ଚାଲିଯାଇଥିଲେ ଅନେକ ବ୍ୟସ୍ତ ବିବ୍ରତ ତଥା ଡିପ୍ରେଶନକୁ ଚାଲିଯାନ୍ତି । ଯଦି ଆପଣ ବିଷାଦ ଦେଇ ଗତି କରୁଥାନ୍ତି ତାହା ସାକ୍ଷାତକାର ସମଯଜୋର ମଧ୍ଯା ଜଣା ପଢିଯାଏ । ନିଜର କୌଶଳ ଉପରେ ସର୍ବଦା ଫୋକସ କରନ୍ତୁ । ନୂଆ ଦିଗ ପ୍ରତି ସକାରାମୁକ ଭାବନା ରଖନ୍ତୁ ।
  • ଆପଣଙ୍କ ଅବସରକାଳୀନ ପାଣ୍ଠିକୁ କୌଣସି ମତେ କର୍ଚ୍ଚ କରନ୍ତୁ ନାହିଁ। ଏପରି ମଧ୍ୟ ହୋଇ ଥାଏ ଯେ  କୌଣସି ଚାକିରି ପାଇଁ ସାରିବା ପରେ ମଧ୍ୟ ଏହି ଭଳି ଏକ ପାଣ୍ଠି ଗଠନ କରିବା ସମ୍ଭବ ପର ହୋଇ ନ ଥାଏ ।

ସଂଗୃହିତ :ପ. କ୍ ପ୍ରମାନିକ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top