ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / କର୍ମଚାରୀଙ୍କୁ ଦକ୍ଷ କରିବାର ଉପାୟ
ସେଆର କରନ୍ତୁ

କର୍ମଚାରୀଙ୍କୁ ଦକ୍ଷ କରିବାର ଉପାୟ

ଦଶ କୋଡିଏ ବର୍ଷ ପୂର୍ବରୁ କୌଣସି କାର୍ଯ୍ୟାଳୟରେ ଯେପରି କାମ କରାଯାଉଥଲା ବା କାର୍ଯ୍ୟ କରିବାର ପଦ୍ଧତି ଅଲା। ବର୍ତ୍ତମାନ ସେଥିରେ ସମ୍ପୁର୍ଣ୍ଣ ପରିବର୍ତ୍ତନ ଆ ସିଛି ।

କର୍ମଚାରୀଙ୍କୁ ଦକ୍ଷ କରିବାର ଉପାୟ

ଦଶ କୋଡିଏ ବର୍ଷ ପୂର୍ବରୁ କୌଣସି କାର୍ଯ୍ୟାଳୟରେ ଯେପରି କାମ କରାଯାଉଥଲା ବା କାର୍ଯ୍ୟ କରିବାର ପଦ୍ଧତି ଅଲା। ବର୍ତ୍ତମାନ ସେଥିରେ ସମ୍ପୁର୍ଣ୍ଣ ପରିବର୍ତ୍ତନ ଆ ସିଛି । ଏହାର ସବୁଠାରୁ ବଡ କାରଣ ହେଉଛି ବୈଷୟିକ ଜ୍ଞାନକୌଶଳର ବନ୍ୟାପକ ପରିବର୍ତ୍ତନ । ତେବେ ଉକ୍ତ ସମୟରେ ଯେଉଁ କର୍ମଚାରୀ ଥିଲେ ବର୍ତ୍ତମାନ ମଧ୍ୟ କାର୍ଯ୍ୟାଳୟରେ ସେହି କର୍ମଚାରୀ ରହିଛନ୍ତି । କିନ୍ତୁ ଅନେକ ସମୟରେ ଦେଖାଯାଏ । ହଠାତ୍ ନୂଆ କୌଶଳରେ କାର୍ଯ୍ୟ କଲାବେଳେ କର୍ମଚାରୀ ପ୍ରସ୍ତୁତ ନ ଥାନ୍ତି । ସେତେବେଳେ କାମରେ ବାଧା ଉପୁଜେ । ତେବେ କର୍ମଚାରୀଙ୍କୁ ଦକ୍ଷ କରିବାର କେତୋଟି ଉପାୟ ଏଠାରେ ପ୍ରଦାନ କରାଗଲା ।

ପୁନଃପ୍ରଶିକ୍ଷଣ ପ୍ରଦାନ

ଦିନକୁ ଦିନ ବୈଷୟିକ ଜ୍ଞାନକୌଶଳ ଉନ୍ନତ ହେଉଛି । କର୍ମ ସଂସ୍ଥାନରେ ନୂଆ ନୂଆ ପଦ୍ଧତି ଅବଲମ୍ବନ କରାଯାଉଛି । ତେଣୁ ଅବସ୍ଥାପିତ କର୍ମଚାରୀଙ୍କୁ ଦକ୍ଷ କରିବା ପାଇଁ ଆବଶ୍ୟକ ଅନୁସାରେ ପୁନଃ ପ୍ରଶିକ୍ଷଣ ପ୍ରଦାନ କରିବା ଉଚିତ । ଯେଉଁ ନୂତନ କୌଶଳ ଗ୍ରହଣ କରାଯିବ ସେଥିରେ କର୍ମଚାରୀ ଅଭ୍ୟସ୍ତ ହେବା ପାଇଁ ପ୍ରଶିକ୍ଷକଙ୍କ ଦ୍ଵାରା ଟ୍ରେନିଂ ପ୍ରଦାନ କରାଯିବା ଉଚିତ ।

ଟାଇମ୍‌ଫ୍ରେମ୍ ସ୍ଥିର କରନ୍ତୁ

ଅନୁଷ୍ଠାନର ମୁଖ୍ୟ ସଦାବେଳେ ଚାହାନ୍ତି ଯେ, ଅଫିସ୍ ଆୱାର ସଦାବେଳେ ପ୍ରଡକ୍ଟିଭ ହେଉ । ଉକ୍ତ ସମୟ ମଧ୍ୟରୁ କିଞ୍ଚିତ ପରିମାଣ ସମୟ ଯେପରି ଅଯଥା ନଷ୍ଟ ନ ହେଉ । ତେଣୁ କମ୍ ସମୟରେ କର୍ମଚାରୀଙ୍କୁ ଅପଡେଟ୍ ଟେକନିକ୍ ସହ ଅଭ୍ୟସ୍ତ କରିବା ପାଇଁ ହେଲେ ଏକ ନିର୍ଦ୍ଦିଷ୍ଟ ଟାଇମ୍ ଫ୍ରେମ୍  ସ୍ଥିର କରିବା ଉଚିତ । ପ୍ରାରମ୍ଭିକ ଅବସ୍ଥାରେ ଯେତେ ସମୟ ପ୍ରଶିକ୍ଷଣରେ ବିନିଯୋଗ ହୋଇଥିବା  ଏହାର ସୁଫଳ ଦୀର୍ଘମିଆଦୀ ସୂତ୍ରରେ ମିଳିବ ।

ଡିଜିଟାଲ ଲର୍ନିଂ

ବର୍ତ୍ତମାନ ବିଭିନ୍ନ କମ୍ପାନୀ ଇଣ୍ଟରନେଟଭିତ୍ତିକ ଓ ସମୟ ସାପେକ୍ଷ ଡିଜିଟାଲ୍ କୋର୍ସ ପ୍ରଦାନ କରୁଛନ୍ତି । ଏହା ଦ୍ଵାରା ଉଭୟ କର୍ମଚାରୀ ଓ ପରିଚାଳକଙ୍କର ଲାଭ ହେଉଛି । ଅନଲାଇନ୍, ଟ୍ରେନିଂ ପାଇଁ ବିଭିନ୍ନ ଆପ୍ଲିକେଶନ ଏବେ ବିକଶିତ ହେଲାଣି, ଯାହାକି ନିଜ ସ୍ନାର୍ଟଫୋନରେ ଡାଉନଲୋଡ୍ କରି ଘରେ ମଧ୍ୟ ଶିକ୍ଷାଗ୍ରହଣ କରିହେବ । ଏହା ଦ୍ଵାରା ସମୟ ବଞ୍ଚିବା ସହିତ ବାରମ୍ବାର ଅଭ୍ୟାସ କରିବାକୁ ମଧ୍ୟ ସୁଯୋଗ ମିଳିଥାଏ ।

ଆଧାର: କେରିୟାର କୌନସିଳିଙ୍ଗ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top