অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କର୍ମରେ ଫୂର୍ତ୍ତି

କର୍ମରେ ଫୂର୍ତ୍ତି

କର୍ମକ୍ଷେତ୍ରରେ କେବଳ ‘ଉଭ୍ରମ’ କର୍ମଚାରୀର ମାନ୍ୟତା ପାଇ ସନ୍ତୁଷ୍ଟ ରହିବାକୁ କେହି ଚାହାନ୍ତି ନାହିଁ ବରଂ ସର୍ବୋତ୍ତମୀ ଭାବେ ପରିଗଣିତ ହେବାକୁ ସଭିଙ୍କ ଇଚ୍ଛା ଥାଏ । ଏମିତିରେ କାର୍ଯ୍ୟାଳୟରେ ପ୍ରତିଯୋଗିତା ପୂର୍ଣ୍ଣ ପରିବେଶ ସୃଷ୍ଟି ହେବା ସ୍ଵାଭାବିକ । ସହକର୍ମୀଙ୍କ ଠାରୁ ଅଧିକରୁ ଅଧିକ ଆଗକୁ ବଢିବା ଏବଂ ଉପରିସ୍ଥ ଅଧ୍ୟକାରୀଙ୍କ ସମ୍ମୁଖରେ ନିଜକୁ ବେଶୀ ଫୁର୍ତ୍ତି (ସ୍ମାର୍ଟ)। ବ=ଦର୍ଶାଇ ନେଇ ଲାଗି ରହିଥାଏ। ପ୍ରତିଦ୍ଵନ୍ଦ୍ୱିତା । ଏଭଳି ସ୍ଥିତିରେ ପଛୁଆ ପଡିଯାଉଥିଲେ ନିରାଶ ହୁଅନ୍ତୁ ନାହିଁ । ବରୀ ନିଜର ପ୍ରସ୍ତୁତିକୁ ସମୀକ୍ଷା କରି ଆବଶ୍ୟକୀୟ ପରିବର୍ତ୍ତନ ଆଣନ୍ତୁ ।

କେବଳ ବେଶଭୂଷା ଓ ପରିପାର୍ଟିରୁ ନୁହେଁ ବରଂ ବ୍ୟକ୍ତିଙ୍କ କଥା କହିବାର ଶୈଳୀ ଏବଂ ଆଚରଣକୁ ଦେଖି ସେ କେତେ ବୁଦ୍ଧିମାନ ଏବଂ କାର୍ଯ୍ୟ କରିବାରେ ଫୁର୍ତ୍ତି, ତାହା ବିଚାର କରାଯାଇଥାଏ । ମୁଁ ଜାଣି ନାହିଁ କିମ୍ବା 'ମୁଁ ସେଥିପ୍ରତି ଧାନ ଦିଏ ନାହିଁ ଏହିଭଳି ବାକ୍ୟ ବେଳେ ବେଳେ ବ୍ୟକ୍ତିଙ୍କୁ ପ୍ରତିଦ୍ଵନ୍ଦୀତାରେ ପଛରେ ପକାଇ ଦିଏ । ଏଣୁ କାର୍ଯ୍ୟାଳୟରେ ନିଜର ସହକର୍ମୀଙ୍କ କଥା ଗୁରୁତ୍ଵର ସହିତ ଶୁଣିବା ସହ ତାହାକୁ ସକରାତ୍ମକ ଭାବେ ଗ୍ରହଣ କରିବା ଉଚିତ ।

ନଭୀକ ହୁଅନ୍ତୁ

ବେଳେ ବେଳେ ଦେଖାଯାଏ, କିଛି ଲୋକ ପ୍ରତ୍ୟେକ କଥାରେ ଦୁଃଖ ପ୍ରକାଶ କରନ୍ତି । ଭୁଲ୍ ପାଇଁ ଦୁଃଖ ପ୍ରକାଶ କରିବା ବୃଦ୍ଧିମତା ହୋଇପାରେ: ମାତ୍ର  ତ୍ରୁଟି ନ ଥାଇ, ବିନା କାରଣରେ ସବୁବେଳେ ଦୋଷ ମୁଣ୍ଡାଇ କ୍ଷମାପ୍ରାର୍ଥନା କରିବା ଅନୁଚିତ । କାରଣ ଏହାଦ୍ଵାରା ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରୁ ସହକର୍ମୀ ଏବଂ ଉପରିସ୍ଥ ଅଧିକାରୀଙ୍କର ବିଶ୍ବାସ କମିଯାଇଥାଏ । ଏହି ବ୍ୟକ୍ତି ସବୁବେଳେ ଭୁଲ୍ କରନ୍ତି ବୋଲି ଏକ ଭ୍ରାନ୍ତ ଧାରଣା ସେମାନଙ୍କ ମନରେ ରହିଯାଏ । ବିଶେଷକରି ମହିଳାମାନେ କାର୍ଯ୍ୟାଳୟର କୌଣସି ବୈଠକରେ ନିଜର ମତ ଉପସ୍ଥାପନା କରିବା ବେଳେ ଏଭଳି ଆଚରଣ କରୁଥିବା ଦେଖାଯାଏ । ଏଭଳି ଆଚରଣରୁ ବିରତ ରହି, ଯଦି ନିଜ ପାଖରେ କୌଣସି ଉତ୍ତମ ପରାମର୍ଶ ରହିଛି ତାହାକୁ ନିର୍ଭକତାର ସହ ଉପସ୍ଥାପନ କରନ୍ତୁ । ଏମିତି ବାକ୍ୟରେ ତାହା ସର୍ବସମ୍ମୁଖରେ ରଖନ୍ତୁ ଯେମିତି ଉପସ୍ଥିତ ଲୋକେ ଆପଣଙ୍କ ଦକ୍ଷତାକୁ ପ୍ରଶଂସା ନ କରି ରହି ପାରିବେ ନାହିଁ । ଏଥିଲାଗି ଆମ୍ବବିଶ୍ଵାସ ବୃଦ୍ଧି କରନ୍ତୁ ।

ଅନ୍ୟରମତକୁ ଗୁରୁତ୍ଵ

ଖାଲି ଯେ ନିଜର ମତ ଭଲ ତାହା ଚିନ୍ତା କରିବା ମଧ୍ୟ ଭୁଲ୍ । ଅନ୍ୟାମାନଙ୍କ ମତକୁ ମଧ୍ୟ ସମ୍ମାନ ଦେବା ଉଚିତ୍ । ସହକର୍ମୀ ଯଦି ପ୍ରସ୍ତାବ ଦେଇଛନ୍ତି ତେବେ ତାହା ଉପରେ ବିଗର ନ କରି ନକରାତ୍ମକ ମନ୍ତବ୍ୟ ଦିଅନ୍ତୁ ନାହିଁ । ନିଜ ଚିମକୁ ସମର୍ଥନ କରନ୍ତୁ । ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରନ୍ତୁ । ଏହାଦ୍ଵାରା ଜଣେ ଭଲ କର୍ମୀ ଭାବେ ବିବେଚିତ ହେବା ସହ ପ୍ରଦତ୍ତ କାମକୁ ଆପଣ ତନ୍ନ ତନ୍ନ ଭାବେ ଅନୁଧ୍ୟାନ କରୁଛନ୍ତି ବୋଲି ଲୋକଙ୍କ ଭିତରେ ମତ ସୃଷ୍ଟି ହେବ ।

ପୂର୍ବପ୍ରସ୍ତୁତି

କାର୍ଯ୍ୟାଲୟର ବୈଠକରେ ସମୟ ପୂର୍ବରୁ ପହଞ୍ଚନ୍ତୁ । ଏଥିଲାଗି ଆଲୋଟା ବିଷୟ ଉପରେ ଘରୁ ପ୍ରସ୍ତୁତ ହୁଅନ୍ତୁ । ବୈଠକରେ ସବୁବେଳେ ଡେରିରେ ପହଞ୍ଚି କଣ ସବୁ ଆଲୋଚନା ହୋଇଛି ବୋଲି ବାରମ୍ବାର ପ୍ରଶ୍ନ କଲେ ତାହା ଆପଣଙ୍କୁ ନେଇ ସହକର୍ମୀଙ୍କ ମନରେ ନକରତ୍ମକ ଚିନ୍ତା ସୃଷ୍ଟି କରେ । ଆବଶ୍ୟକ ହେଲେ ତତ୍‌ସମ୍ବନ୍ଧୀୟ ନୁତନ ଘଟଣାବଳୀର ଉଦାହରଣ ଉପସ୍ଥାନ କରନ୍ତୁ, ଯାହାଦ୍ଵାରା ସହକର୍ମୀମାନେ ଦେଇଥିବା ପ୍ରସ୍ତାବଗୁଡିକ ଆଉ ଗୋଟିଏ ସ୍ତର ଉପରକୁ ଯାଇପାରିବ । ଯଥାସମ୍ଭବ ପୂର୍ବପ୍ରସ୍ତୁତି କରିବାକୁ ଉଦ୍ୟମ କରନ୍ତୁ । ଦେଖିବେ ନିଜ କାମ ଉପରେ ନିଜର ଅଭିମାନ ବଢିବ ।

ଗଠନମୂଳକ ପ୍ରସ୍ତାବ

କାହାରି ନକରାତ୍ମକ ସ୍ଵରରେ ସ୍ଵର ମିଳାଇବା ଅପେକ୍ଷା ସବୁବେଳେ ଗଠନମୂଳକ ଏବଂ ପ୍ରଳପ୍ରସୂ ମତ ଉପସ୍ଥାପନ କଲେ ସହକର୍ମୀଙ୍କ ମଧ୍ୟରେ ଗୁରୁତ୍ଵ ନିଶ୍ଚିତ ଭାବେ ବଢିବ । ସେମାନେ ଆପଣଙ୍କ କଥା ଗୁରୁତ୍ଵର ସହିତ ଶୁଣିବେ । କ୍ରୋଧ କୌଣସି ସମସ୍ୟାର ସମାଧାନ ନୁହେଁ । ଯଦି କେହି ବାରମ୍ବାର ଆପଣଙ୍କ ପ୍ରସ୍ତାବରେ ଏକମତ ହେଉ ନାହାନ୍ତି ସେଠାରେ ବ୍ୟତିବ୍ୟସ୍ତ ନ ହୋଇ ତାଙ୍କୁ ସହମତ କରିବାକୁ ବାରମ୍ବାର ଉଦ୍ୟମ କରନ୍ତୁ ।

ନିଜ ଭୁଲ୍ ସ୍ଵୀକାର

କେବଳ ଅନ୍ୟମାନଙ୍କ ଭୁଲ୍ ବାହାର କରିବା ଦ୍ଵାରା ଦୁର୍ନାମ ମିଳେ ସିନା, କିଛି ଲାଭ ହୁଏ ନାହିଁ । ଏଣୁ ନିଜର ଭୁଲ୍ ଥିଲେ ତାହାକୁ ସହୃଦୟତାର ସହ ସ୍ଵୀକାର କରି, ଆଗକୁ ବଢନ୍ତୁ । ଏହାଦ୍ଵାରା ନିଶ୍ଚିତ ଭାବେ ସହକର୍ମୀଙ୍କ ମଧ୍ୟରେ ଉତ୍ତମ ଲିଡର୍ (ନେତୃତ୍ୱ ନେଇପାରୁଥିବା ବ୍ୟକ୍ତି) ହୋଇପାରିବେ ।

ଭାର ପଡିବ ଭୁଲ ରିଜ୍ୟୁମ

ନିଯୁକ୍ତି ଲାଗି ଉଦ୍ଦିଷ୍ଟ ସାକ୍ଷାତକାର ବେଳେ ଭୁଲ ବ୍ୟକ୍ତିଗତ ବିବରଣୀ ବା ଚିଦ୍ର୍ୟମ୍ ପ୍ରଦାନ କରନ୍ତୁ ନାହିଁ । ଏଭଳି ଭୁଲ ତଥ୍ୟ ଦେଇଥିବା ଲୋକଙ୍କୁ ନିଯୁକ୍ତି ମିଳିବା ତ ଦୂରର କଥା; ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାର ବ୍ୟବସ୍ଥା ରହିଛି । ମାତ୍ର ଏଭଳି ବ୍ୟବସ୍ଥା ବିଷୟରେ ବହୁ ଲୋକ ଆଜ୍ଞ ଅଛନ୍ତି । ସମ୍ପତି ନିଯୁକ୍ତି ସୁଯୋଗ ଅପେକ୍ଷାରେ ଥିବା ବହୁ ପ୍ରାର୍ଥୀ କୌଣସି ନୂତନ ଚାକିରି ନିମନ୍ତେ ଆବେଦନ କରିବା ବେଳେ ନିଜ ବିଷୟରେ ଭୁଲ୍ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରୁଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । ରିପୋର୍ଟ ଅନୁଯାୟୀ, ପ୍ରତି ଛ’ ଜଣରେ ଜଣେ ପ୍ରାର୍ଥୀ ଏଭଳି କାର୍ଯ୍ୟ କରୁଛନ୍ତି । ଗତବର୍ଷ ତୁଳନାରେ ୨୦୧୬-୧୭ରେ ଏହିଭଳି ଘଟଣାରେ ୪୮ ପ୍ରତିଶତ ବୃଦ୍ଧି ଘଟିଛି । ଅଥବ୍ରିଜ୍‌ର ସଂସ୍ଥାପକ ତଥା ସିଇଓ ଅଜୟ ଦ୍ରୋହାନ କହିଛନ୍ତି, ତାଙ୍କ ପ୍ରତିଷ୍ଠାନ ଏବେ ବିଭିନ୍ନ ପ୍ରାର୍ଥୀଙ୍କ ଅତୀତ ବିଷୟରେ ତଥ୍ୟ ସଂଗ୍ରହ କରୁଛି । କେବଳ ବିଶ୍ଵସନୀୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଏହି ଅନୁସନ୍ଧାନର ମୁଖ୍ୟ ଉଦ୍ଦେଶ୍ୟ । ସମ୍ପ୍ରତି ପ୍ରତିଯୋଗିତାମୂଳକ ସମୟରେ ପ୍ରାର୍ଥୀମାନେ ନିଜ ବିଷୟରେ ବଢାଇ ଚଢାଇ ତଥ୍ୟ ପ୍ରଦାନ କରୁଥିବା ଲକ୍ଷ୍ୟ କରାଯାଉଛି । ବିଶେଷ କରି ସ୍କୁଲ୍ କିମ୍ବା କଲେଜ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିବା ଉଲ୍ଲେଖ କରୁଛନ୍ତି । କୌଣସି ନିଯୁକ୍ତିଦାତା ଏହାର କର୍ମଚାରୀଙ୍କ ବ୍ୟକ୍ତିଗତ ସୂଚନା ତାଲିକାରେ ଏଭଳି ମିଥ୍ୟା ବିଷୟ ଉଲ୍ଲେଖଥିବା  ଜାଣିବାକୁ ପାଇଲେ, ସମ୍ପୃକ୍ତ କର୍ମଚାରୀଙ୍କ ଚାକିରି ବିପଦରେ ପଡିପାରେ । ତେବେ ଏଭଳି ସ୍ଥିତିରେ ତାଙ୍କ କାର୍ଯ୍ୟଧାରା ହିଁ ତାଙ୍କୁ ସହାୟକ ହୋଇପାରିବ । ଅର୍ଥାତ ଯଦି ସମ୍ପୃକ୍ତ କର୍ମଚାରୀ ନିଜ କାମରେ ଉତ୍ତମ ଥିବା  ତା’ହେଲେ ନିଯୁକ୍ତିଦାତା ତାଙ୍କର ଏଭଳି ମିଥ୍ୟାକୁ ଅଣଦେଖା କରିପାରନ୍ତି । କିନ୍ତୁ ଯଦି ଜାଲିଆତି ହୋଇଥିବା ମାର୍କସିଟ୍ କିମ୍ବା ବେତନ ସମ୍ବନ୍ଧୀୟ ରସିଦ। କୌଣସି କର୍ମଚାରୀ ପ୍ରଦାନ କରିଥାଆନ୍ତି ତା'ହେଲେ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ।

ବିଶେଷକରି ମଧ୍ୟମ ତଥା ଉଚ୍ଚ ସ୍ତରର ପଦବୀରେ ନିଯୁକ୍ତି ଦେବା ବେଳେ ବିଭିନ୍ନ କମ୍ପାନୀ ପ୍ରାର୍ଥୀଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥାଆନ୍ତି । କାରଣ ଭୁଲ୍ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଦ୍ଵାରା କମ୍ପାନୀର ପ୍ରଭୃତ କ୍ଷତି ହେବାର ଆଶଙ୍କା ଥାଏ । ଅନ୍ୟପକ୍ଷରେ ପ୍ରାର୍ଥୀଙ୍କ କୌଣସି ଅପରାଧକ ରେକର୍ଡ ଅଛି କି ନାହିଁ ତାହା ମଧ୍ୟ ଏବେ କମ୍ପାନୀଗୁଡକ ଗୁରୁତ୍ଵର ସହ ନିରୀକ୍ଷଣ କରୁଛନ୍ତି । ଏଣୁ ଏହିଭଳି ପଦ ହାସଲ କରିବା ଲାଗି ପ୍ରାର୍ଥୀ ଏଭଳି ଭୁଲ୍ ତଥ୍ୟ ପ୍ରଦାନ ନ କରିବା ଉଚିତ ।

ଆଧାର: କ୍ୟାରିୟର ବ୍ୟୁରୋ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate