অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାର୍ଯ୍ୟଦକ୍ଷତାକୁ ହ୍ରାସ କରେ ବ୍ୟବହାର

କାର୍ଯ୍ୟଦକ୍ଷତାକୁ ହ୍ରାସ କରେ ବ୍ୟବହାର

କାର୍ଯ୍ୟଦକ୍ଷତା

ନିଜର ଆଚାର ବ୍ୟବହାର ଉପରେ ନିଜ କାର୍ଯ୍ୟଦକ୍ଷତା ଅନେକାଂଶରେ ନିର୍ଭର କରିଥାଏ । ହୁଏତ କେତେକେ କହିପାରନ୍ତି ଯେ କାର୍ଯ୍ୟଦକ୍ଷତା ନିଜ ସାମର୍ଥ୍ୟ ଏବଂ ଦକ୍ଷତା ଉପରେ ନିର୍ଭରକରେ । କିନ୍ତୁ ନିଜ ବ୍ୟବହାର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପ୍ରକାଶ କରିଛନ୍ତି ଇଂଲଣ୍ଡର  ମନୋବିଜ୍ଞାନୀମାନେ ।

ମାନସିକତାରେ  ପରିବର୍ତ୍ତନ ଲକ୍ଷ୍ୟ

କାର୍ଯ୍ୟ କରିବା ସମୟରେ କାହାର ବ୍ୟବହାର କିପରି ରହୁଛି ଏବଂ ତା’ର କି ପ୍ରକାର ପ୍ରଭାବ ସେମାନଙ୍କ ଉପରେ ପଡୁଛି ତାହା ଅନୁଧ୍ୟାନ କରାଯାଇଥିଲା । କାମ କରିବା ସମୟରେ କେତେଙ୍କର ସ୍ଵଭାବ ଚିଡିଚିଡା ହୋଇଥାଏ । ଏହାଦ୍ୱାରା ସେମାନଙ୍କ ମାନସିକ ସ୍ଥିତି ସ୍ଥିର ରହି ନଥାଏ । ତେଣୁ ଏଭଳି ପରିସ୍ଥିତିରେ କାମକୁ ଠିକ୍ ଭାବରେ କରିବା ସମ୍ଭବ ହୋଇ ନଥାଏ । କାମ କରିବା ସମୟରେ ଟେନସନ କିମ୍ବା କିଛି କାରଣରୁ କେତେଜଣଙ୍କର ମାନସିକତାରେ  ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥାଏ ।

ଏହାଦ୍ଵାରା ସେମାନଙ୍କର ବ୍ୟବହାର ମଧ୍ୟ ପ୍ରଭାବିତ ହୋଇଥାଏ । ଫଳରେ ସେମାନେ ଠିକ୍ ଭାବରେ କାମଟିକୁ କରିପାରି ନଥାନ୍ତି । ତେଣୁ କାମ କରିବା ସମୟରେ ନିଜ ବ୍ୟବହାର ସମ୍ପର୍କରେ ସଚେତନ ରହିବା ଦରକାର ବୋଲି ପ୍ରକାଶିତ ରିପୋର୍ଟରେ ପରାମର୍ଶ ଦିଆଯାଇଛି ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate