অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ଲିନିକାଲ୍ ସାଇକୋଲୋଜି

କ୍ଲିନିକାଲ ସାଇକୋଲୋଜିର କ୍ୟାରିଅର୍

ସାରା ଦେଶରେ କ୍ଲିନିକାଲ ସାଇକୋଲୋଜିର ଚାହିଦା ରହିଛି । ସାଇକୋଲୋଜିରେ ଅନେକ ବିସ୍ତୃତ କ୍ଷେତ୍ର ରହିଥିଲେ  ବି ଏହା  ଅନ୍ୟଗୁଡ଼ିକ କ୍ଷେତ୍ରଠାରୁ ଭିନ୍ନ । ଉତ୍କଳ ବିଶ୍ଵବିଦ୍ୟାଳୟ ଫକୀର ମୋହନ ଛାତ୍ରାବାସର କିଛି ସାଇକୋଲୋଜି ଛାତ୍ରବାସର କିଛି ସାଇକୋଲୋଜି ଛାତ୍ରଙ୍କ ଭିତରେ ହୋଇଥିବା ଏକ ଗୋଷ୍ଠୀଗତ ଆଲୋଚନାକୁ ଏହି ନିଷ୍କର୍ଷ ମିଳିଛି ।

କେଉଁ କ୍ଷେତ୍ରରେ କ୍ୟାରିଅର୍ କଲେ  ସମାଜରେ ଭଲ ମର୍ଯ୍ୟାଦା ମିଳିବା  ସହ ଚାକିରିରେ ମଧ୍ୟ ସମ୍ମାନ ମିଳିବ ? ଗତ ଜୁନ୍ ୨୨ ତାରିଖ ସନ୍ଧ୍ୟାରେ ଏମିତି ଏକ ବିଷୟରେ ଆଲୋଚନା କରୁଥିଲେ ସାଇକୋଲୋଜିରେ ମାଷ୍ଟର ଡିଗ୍ରୀ କରୁଥିବା ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀବିହାର କିଛି ଛାତ୍ର । ବିଶ୍ଵବିଦ୍ୟାଳୟର ଫକୀର ମୋହନ ଛାତ୍ରାବାସରେ ଚାଲିଥିବା ଆଲୋଚନାକୁ ଅଧିକ ଖୋରାକ ଯୋଗାଇଥିଲା ଶୁଭେନ୍ଦୁ ବିଶ୍ଵାଳଙ୍କୁ ମନ୍ତବ୍ୟ । ଶୁଭେନ୍ଦୁ କହିଥିଲେ, ଆମ ଦୈନନ୍ଦିନ ଜୀବନରେ ସାଇକୋଲୋଜିର ବହୁତ ଆବଶ୍ୟକତା ଅଛି ।  କ୍ଲିନିକାଲ ସାଇକୋଲୋଜି ହେଉଛି ଏହାର ଏକ ଅଙ୍ଗ । ଓଡ଼ିଶାରେ ଏଥିରେ କ୍ୟାରିଅର୍ କରିବା ପାଇଁ ବହୁତ କମ୍ ସୁଯୋଗ ରହିଛି । ମାତ୍ର ରାଜ୍ୟ ବାହାରେ ଏହାର ଚାହିଦା ବହୁତ ବେଶି ।‘ ସେ କହିଥିଲେ, ‘ଜଣେ ଯଦି ଏଥିରେ କ୍ୟାରିଅର୍ କରିବାକୁ ଚାହିଁବେ ତାଙ୍କୁ ଏମ୍.ଫିଲ କରିବାକୁ ହେବ । ଏହାପରେ କ୍ଲିନିକାଲ ସାଇକୋଲୋଜିଷ୍ଟ ହୋଇପାରିବେ ।

ନାମ ଲେଖା

ଏଥିରେ ଏମ୍.ଫିଲ କରିବା ପାଇଁ ଓଡ଼ିଶାରେ ଏମ୍ସିବି ମେଡିକାଲ କଲେଜରେ ମାତ୍ର ୮ଟି ସିଟ୍ ରହିଛି । ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନାମ ଲେଖାଇପାରିବେ । ୧୦୦ ମାର୍କସର ପରୀକ୍ଷା ହେଉଥିବାବେଳେ ୯୦ ମାର୍କସ୍ ରିଟିନ୍ (ଲିଖିତ) ଏବଂ ଆଉ ୧୦ ମାର୍କସ୍ ମୌଖିକ ପରୀକ୍ଷା ଦେବାକୁ ହେବ ।  ଅନେକ ଅନୁଷ୍ଠାନ ଏହି ଦୁଇଟି ପରୀକ୍ଷା କରିସାରିବା ପରେ ଗ୍ରୁପ୍ ଡ଼ିସକସନ ବି କରାଇଥାନ୍ତି।

ଏମ୍.ଫିଲ୍ କରିବାରେ ସୁଯୋଗ

ଓଡ଼ିଶା ବାହାରେ ମେଡିକାଲ କଲେଜ ଏବଂ ପ୍ରସିଦ୍ଧ ବିଶ୍ଵବିଦ୍ୟାଳୟଗୁଡ଼ିକରେ କ୍ଲିନିକାଲ ସାଇକୋଲୋଜିରେ ଏମ୍.ଫିଲ କରିବା ପାଇଁ ସୁଯୋଗ ରହିଛି । ଯଥା – ବେଙ୍ଗାଲୁରୁ, ହାଇଦ୍ରାବାଦ, ରାଞ୍ଚି, ଦିଲ୍ଲୀ, କୋଲକାତା, ଚେନ୍ନାଇ, ଉତ୍ତରପ୍ରଦେଶ, ଗୁଜୁରାଟ ଆଦି।

ଛାତ୍ର ମାନଙ୍କର ମତ

କ୍ଲିନିକାଲ ସାଇକୋଲୋଜି ପ୍ରତି ଆଗ୍ରହ ରଖିଥିବା ଉମାଶଙ୍କର ଦାସ କହନ୍ତି, ‘ଏଥିରେ ବିଭିନ୍ନ ପ୍ରକାର ଟେଷ୍ଟିଂ ଶିକ୍ଷା କରିବାକୁ ପଡ଼େ । ଯଥା – ବ୍ୟକ୍ତିର ବୁଦ୍ଧିମତା, ବ୍ୟକ୍ତିତ୍ଵ, ସ୍ମରଣ ଶକ୍ତି ଆଦି । ଏହିସବୁ ଟେଷ୍ଟ କରିବାକୁ ହେଲେ ବିଭିନ୍ନ ଯନ୍ତ୍ରପାତି ସହ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ତଥା ଅନ୍ୟମାନଙ୍କ ସହ କଥା ହେବାକୁ ପଡ଼ିଥାଏ । ସେଥିପାଇଁ ମୋର ଏହି କ୍ଷେତ୍ରରେ ପ୍ରବେଶ କରିବା ପାଇଁ ଆଗ୍ରହ ବଢିଛି ।

ବସନ୍ତ କୁମାର ବେହେରା ସ୍ପଷ୍ଟ କରନ୍ତି, ‘କ୍ଲିନିକାଲ ସାଇକୋଲୋଜିରେ କ୍ୟାରିଅର୍ କରିବା ପାଇଁ ଯେକେହି ବି ଆଗ୍ରହ ଦେଖାଇବେ । ଚିକିତ୍ସାଳୟ ଭଳି ସ୍ଥାନରେ ରୋଗୀ ଦେଖିବା ପାଇଁ କେବଳ ସାଇନ୍ସ ପିଲା ହିଁ ନିଯୁକ୍ତି ପାଇଥାନ୍ତି । କିନ୍ତୁ ଏହି ପାଠ ପଢି ଡାକ୍ତରଙ୍କ ଭଳି ରୋଗୀ ଦେଖିବା, ସେମାନଙ୍କ ଭଳି ରୋଗୀଙ୍କୁ କାଉନସେଲିଂ କରିବା ପାଇଁ ଆମକୁ ସୁଯୋଗ ମିଳିଥାଏ ।‘ ଆଶିଷ କୁମାର ସାହୁଙ୍କ ମତରେ ସାଇକୋଲୋଜିରେ କ୍ଲିନିକାଲ ସାଇକୋଲୋଜି ନିଶ୍ଚିତ ଏକ ଭିନ୍ନ କ୍ଷେତ୍ର । କାଉନସେଲିଂ ସାଇକୋଲୋଜି କୁହନ୍ତୁ ଅବା ହେଲଥ୍ ସାଇକୋଲୋଜି କିମ୍ବା କ୍ରିମ୍ନାଲ ସାଇକୋଲୋଜି ସବୁ କ୍ଷେତ୍ରରେ କାର୍ଯ୍ୟ କରିହେବ, କ୍ୟାରିଅର୍ ଗଢି ହେବ । ତେବେ କ୍ଲିନିକାଲ ସାଇକୋଲୋଜିରେ  ଭଲ ଚାହିଦା ରହିଛି ।‘

ସିଦ୍ଧାର୍ଥ ଶୁଭଙ୍କର ଧଳ ବି ଏନେଇ ଭିନ୍ନ ମତ ରଖିଲେ ନାହିଁ । ସେ କହିଲେ, ‘ମଣିଷର ଆଚାର, ବ୍ୟବହାର, ଭାବପ୍ରବଣତା କେବଳ ଜଣେ ସାଇକୋଲୋଜିଷ୍ଟ ହିଁ ଜାଣିପାରିଥାନ୍ତି । କ୍ଲିନିକାଲ ସାଇକୋଲୋଜି ପଢିଲେ ମାନସିକ ରୋଗ କେମିତି ହେଲା, କାରଣ, ନିରାକରଣ ଆଦି ଜାଣି ହୋଇଥାଏ । କହିବାକୁ ଗଲେ ସାରା ଭାରତବର୍ଷରେ ଅନେକ ଲୋକ ମାନସିକ ଅସୁସ୍ଥତା କ’ଣ ଜାଣନ୍ତି ନାହିଁ । କେହି ଯଦି ବାଚାଳାମି କରନ୍ତି ତାଙ୍କୁ ଭଲ କରିବା ପାଇଁ  ଗୁଣିଆଙ୍କ ଶରଣ ପଶନ୍ତି, ମାତ୍ର ମନସ୍ତତ୍ଵବିଦ୍ କି ମାନସିକ ରୋଗ ବିଶେଷଜ୍ଞଙ୍କ ନିକଟକୁ ଯାଆନ୍ତି  ନାହିଁ । ତେଣୁ କ୍ଲିନିକାଲ ସାଇକୋଲୋଜିଷ୍ଟ ଭାବରେ କାମ କରିବାର ଅଛି । ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାର ଅଛି ।

ସାଇକୋଲୋଜିରେ ଅନେକ କ୍ଷେତ୍ର ଥିଲେ ବି ଛାତ୍ରମାନେ ନିଜ ନିଜ ଭିତରେ ଆଲୋଚନା କରି ପ୍ରମାଣ କରିଦେଲେ ଯେ କ୍ଲିନିକାଲ ସାଇକୋଲୋଜିରେ ଏବେ ଦେଶରେ ଭଲ ଚାହିଦା ରହିଛି । ଜଣେ ଯଦି ଏଥିରେ କ୍ୟାରିଅର୍ କରିବାକୁ ଚାହିଁବେ ଚାକିରି ନିଶ୍ଚିତ ମିଳିବ ।

ଆଧାର – ଦୈନିକ ପ୍ରମେୟ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate