অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ୟାରିୟର ଗଠନର ସହଜ ଉପାୟ

ଜୀବନର ଲକ୍ଷ୍ୟ

ଅନେକ ସମୟରେ ଦେଖାଯାଏ ଆମ ଜୀବନର ଲକ୍ଷ୍ୟ ଗୋଟିଏ ଥାଏ । କିନ୍ତୁ ଆମେ ଆଉ ଏକ ଦିଶା ଅଭିମୁଖେ ଅଗ୍ରସର ହୋଇ ଲକ୍ଷ୍ୟ ହାସଲରେ ବିଫଳ ହେଉ । ଏହାର କାରଣ ହେଉଛି ଆମେ ନିଜର ପସନ୍ଦ ତଥା ଇଚ୍ଛା ମୁତାବକ କ୍ୟାରିୟର ଚୟନ କରିପାରିନାହୁଁ ଯାହାର ଫଳସ୍ଵରୂପେ କ୍ୟାରିୟର ଗଠନରେ ବିଫଳ ହେବାକୁ ବାଧ୍ୟ ହେଉ ।

ଯଦି ଘରର ମୂଳଦୁଆ ଦୃଢ଼ ଥର୍ବ ତା'ହେଲେ ଏହାକୁ କୌଣସି ପ୍ରକାର ଝଡ଼ ଦୋହଲାଇପାରିବ ନାହିଁ । କ୍ୟାରିୟର କ୍ଷେତ୍ରରେ ମଧ୍ୟ ସମାନ ଉକ୍ତି କାର୍ଯ୍ୟ କରିଥାଏ । ଯଦି ଆପଣଙ୍କ କ୍ୟାରିୟରର ମୂଳଦୁଆ ଠିକ୍ ଅବ ଆପଣ ନିଜକୁ ଜଣେ ସଫଳ ପ୍ରଫେସନାଲ ଭାବେ ପ୍ରମାଣିତ କରିପାରିବେ । କ୍ୟାରିୟରରେ ଆଗକୁ ବଢ଼ିବାରେ କିଏ ଆପଣଙ୍କୁ ଅଟକାଇ ପାରିବେ ନାହିଁ ।

ଆମକୁ ଏହା ମାନିବାକୁ ପଡିବ ଯେ, ଜନ୍ମରୁ ଆମ ସମସ୍ତଙ୍କୁ କିଛି ନା କିଛି ଦକ୍ଷତା ମିଳିଥାଏ । ସମସ୍ତଙ୍କ ନିକଟରେ କିଛିନା କିଛି ପ୍ରତିଭା ରହିଥାଏ । ଏହାକୁ କେବଳ ବିକଶିତ କରିବାର ଆବଶ୍ୟକତା ରହିଛି। ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ପଛରେ ସେମାନଙ୍କ ଦୃଢ଼ ଇଚ୍ଛା ଏବଂ ଜୋସ୍ କାର୍ଯ୍ୟ କରିଥାଏ । ସେମାନଙ୍କ ଆଗ୍ରହ ତଥା ଗୁଟିକୁ ବିକଶିତ କରି ସେମାନେ ବିଶ୍ଵ ଦରବାରରେ ନିଜକୁ ପରିଚିତ କରାଇପାରିଛନ୍ତି । ଏ କ୍ଷେତ୍ରରେ ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ, ରବୀନ୍ଦ୍ରନାଥ ଗଗୋର, ଏମ୍.ଏଫ୍. ହୁସେନ୍ ଏବଂ ସଚିନ ତେନ୍ଦୁଲକରଙ୍କ ଉଦାହରଣ ନିଆଯାଇପାରେ। ଏମାନେ ନିଜ ନିଜର ଗୁଟିକୁ କ୍ୟାରିୟର ଭବେ ଗଠନ କରି ନିଜକୁ ବିଶ୍ଵ ଦରକାରରେ ପରିଚିତ କରାଇପାରିଛନ୍ତି ।

ଆଜିକାଲ ମାତାପିତା ଏବଂ ଅଭିଭାବକମାନେ ପିଲାମାନଙ୍କ ରୁଚିକୁ ଅଗ୍ରାଧକାର ଦେଇ ସେମାନଙ୍କୁ କ୍ୟାରିୟର ଦିଗରେ ଅଗ୍ରସର କରାଉଛନ୍ତି । ସେମାନଙ୍କୁ ନିଜ ପସନ୍ଦର କ୍ୟାରିୟର ବାଛିବା ପାଇଁ ପ୍ରୋସାହିତ କରୁଛନ୍ତି । ଯେଉଁଠି ପିଲାମାନଙ୍କୁ ସବୁପ୍ରକାର ସହଯୋଗ ମିଳୁଛି। ସେଠାରେ ପିଲାମାନଙ୍କୁ ନିଜ କ୍ୟାରିୟରକୁ ଠିକ୍ ଦିଗରେ ନେବାର ଆବଶ୍ୟକତା ରହିଛି । ଭାରତ ସରକାର ରାଜ୍ୟ ସରକାରଙ୍କ ସହ ମିଶି ବିଭିନ୍ନ ଅଭିଯାନ ଆରମ୍ଭ କରୁଛନ୍ତି, ଯାହା ମାଧ୍ୟମରେ ପିଲାମାନଙ୍କ ରୁଚି ଅନୁସାରେ ସେମାନଙ୍କୁ ବିକାଶ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ରୁଚିକୁ କ୍ୟାରିୟର ଭାବେ ଗଢ଼ି ତୋଳିବା

ତେବେ ନିଜ ରୁଚିକୁ କ୍ୟାରିୟର ଭାବେ ଗଢ଼ି ତୋଳିବା ପାଇଁ କ'ଣ କରିବାକୁ ହେବ ।

  • ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଭଗବାନଙ୍କ ଦ୍ଵାରା ପ୍ରଦତ୍ତ ଭିନ୍ନ ଭିନ୍ନ ପ୍ରତିଭା ରହିଥାଏ । ସେମାନଙ୍କର ଆଇଜ୍ମା ଭିନ୍ନ ଭିନ୍ନ ହୋଇଥାଇପାରେ । ମାତାପିତାଙ୍କୁ କେବଳ ଉକ୍ତ ପ୍ରତିଭାକୁ ଚିହ୍ନଟ କରିବାକୁ ପଡିବ । ସେମାନଙ୍କ ମଧ୍ୟରେ ଲୁକ୍କାୟିତ ହୋଇଥିବା ଗୁଣାବଳୀକୁ ପ୍ରାଥମିକ ସ୍ତରରୁ ଚିହ୍ନଟ କରାଯିବା ଆବଶ୍ୟକତା ରହିଛି । ଏହା ଠିକ୍ ଭାବେ ହୋଇପାରିଲେ ସେମାନଙ୍କୁ ସଫଳତା ପାଇବାରୁ କେହି ଅଟକାଇ ପାରିବେ ନାହିଁ । ପିଲାଙ୍କ ପ୍ରୋଫାଇଲ୍‌କୁ ଭଲ ଭାବେ ସମୀକ୍ଷା କରିବା ପରେ ମାତାପିତା ସେମାନଙ୍କ ପାଇଁ ସର୍ବୋକୃଷ୍ଟ କ୍ୟାରିୟର ବାଛିବା ଦରକାର । ପିଲା ଯଦି କ୍ରୀଡ଼ାରେ ପାରଙ୍ଗମ ଥର୍ବେ ତାଙ୍କୁ ଉକ୍ତ ଦିଗରେ ଅଗ୍ରସର କରାଇବା ଉଚିତ । ସେହିଭଳି ପିଲାର ଯଦି ମୁଜିକ୍‌ରେ ରୁଚି ରହିଛି ତାଙ୍କୁ ଉକ୍ତ ଦିଗରେ ବଢ଼ାଇବା ଦରକାର । ମୋଟାମୋଟି କହିବାକୁ ଗଲେ ପିଲାର ରୁଚି ଅନୁଯାୟୀ କ୍ୟାରିୟର ଗଠନ କରାଯିବା ଉଚିତ । ପିଲାକୁ ନିଜ କ୍ୟାରିୟର ବାଛିବାର ସ୍ଵାଧୀନତା ଦେବା ଦରକାର । ସଫଳତା ଆପଣା ଛାଏଁ ଆସେନାହିଁ । ଖାଲି କ୍ୟାରିୟର ବାଛି ଦେଲେ ହେବ ନାହିଁ। ଏଥିରେ ନିଜର ଶତ ପ୍ରତିଶତ ଉଦ୍ୟମ ମଧ୍ୟ ଲଗାଇବାକୁ ପଡିବ ।
  • ପିଲାର ସ୍ଵତନ୍ତ୍ରତାକୁ ଯେତେ ଶୀଘ୍ର ଚିହ୍ନଟ କରିବେ ତାହା ପିଲାପାଇଁ ଶ୍ରେୟସ୍କାର ହେବ । ମାତାପିତା ପିଲାର ପ୍ରତିଭାକୁ ଚିହ୍ନଟ କରି ତାକୁ ପ୍ରୋସାହିତ କରିବା ଦରକାର । ଏହାପରେ ପିଲାକୁ ଉପଯୁକ୍ତ ତାଲିମ ଏବଂ ତତ୍ତ୍ଵାବଧାନର ଆବଶ୍ୟକତା ରହିଛି । ମାତାପିତା, ଅଭିଭାବକ, ଶିକ୍ଷକ ତଥା ମେଣ୍ଟରମାନଙ୍କ ସହଯୋଗ ପିଲାର ମନୋବଳ ବଢ଼ାଇଥାଏ ।
  • ପ୍ରତ୍ୟେକ ପିଲା ଭିନ୍ନ । ସେମାନଙ୍କୁ ରୁଚି ବି ଭିନ୍ନ । ଯଦି ଆମେ ସେମାନଙ୍କ ରୁଚିକୁ ଚିହ୍ନଟ କରିପାରି ଉକ୍ତ ଦିଗରେ ସେମାନଙ୍କୁ ପ୍ରୋସାହିତ କରିବା ତା'ହେଲେ ପ୍ରତ୍ୟେକେ ଜଣେ ଜଣେ ସ୍କଲାର ହୋଇ ବାହାରିବେ ।
  • ସବୁପ୍ରକାର ଆସେସ୍ମେଣ୍ଟ ପରେ ଏବେ ଗୁରୁଦାୟିତ୍ୱ ହେଉଛି ପିଲାର ଯେ, କିପରି ସେ ନିଜ ରୁଚିକୁ ପେସାରେ ପରିଣତ କରିବ । କ୍ୟାରିୟର ପ୍ଲାନି ଲାଗି ନିଜକୁ ପ୍ରସ୍ତୁତ କରିବାକୁ ପଡିବ ।
  • ପିଲାର ଅଭିବୃଦ୍ଧି ଲାଗି ଜଣେ ଉପଯୁକ୍ତ ମେଣ୍ଟରଙ୍କ ଆବଶ୍ୟକତା ରହିଛି । ଜଣେ ଉପଯୁକ୍ତ ମେଣ୍ଟର ବା ଉପଦେଷ୍ଟାଙ୍କ ତତ୍ତ୍ଵାବଧାନରେ ସେ ଠିକ୍ ଦିଗରେ ଅଗ୍ରସର ହେବ ।
  • ସମ୍ଭାବନାକୁ ସୁଯୋଗ ବନାଇବାର ଗୁଣାବଳୀ ଜଣେ ପିଲା ନିକଟରେ ରହିଥିବା ଦରକାର । ଏହାସହିତ କଠିନ ପରିଶ୍ରମର ଫଳ ନିଶ୍ଚିତ ସପକ୍ଷରେ ରହିଥାଏ ।
  • ଦକ୍ଷତା ବିକାଶ କ୍ୟାରିୟର ଅଭିବୃଦ୍ଧିରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ନୂଆ ନୂଆ ଟେକ୍ନୋଲୋଜି ବ୍ୟବହାର କରିବା ସହ ଜ୍ଞାନ ଆହରଣ ପ୍ରକ୍ରିୟାକୁ ସର୍ବଦା ଜାରି ରଖବା ଦରକାର ।

ଶେଷରେ କୁହାଯାଇପାରିବ ଯେ, ନିଜର ଅନ୍ତର୍ନିହାତ ଗୁଣାବଳୀକୁ ପ୍ରସ୍ଫୁଟିତ କରି ଜଣେ ଏକ ଉନ୍ନତ କ୍ୟାରିୟରର କାମନା କରିପାରିବେ ।

ଆଧାର – ପି.କେ ପ୍ରାମାଣିକ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate