অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ୟାରିୟର ଚୟନ

ଠିକ କ୍ୟାରିୟର ଚୟନ

କ୍ୟାରିୟର ଚୟନ କରିବା ଏଭଳି ଏକ ନିଷ୍ପତ୍ତି, ଯାହା ଉପରେ ଆପଣଙ୍କ ଆଗାମୀ ଭବିଷ୍ୟତ ନିର୍ଭର କରିଥାଏ । ଏହି ନିଷ୍ପତ୍ତି ଠିକ୍ ରହିଲେ ଆପଣଙ୍କ ଭବିଷ୍ୟତ ଉଜ୍ଜ୍ୱଳ ରହିବ । କିନ୍ତୁ ଏଥିରେ ସାମାନ୍ୟ ଭୁଲ୍ ହୋଇଗଲେ ଆପଣଙ୍କୁ ସବୁଦିନ ପାଇଁ ପଶ୍ଚାତ୍ତାପ କରିବାକୁ ପଡିବ । ଜୀବନ ଯାକ ଆପଣ ନିଜର ଚାକିରି ତଥା କ୍ୟାରିୟରକୁ ନେଇ ଅସନ୍ତୁଷ୍ଟ ରହିବେ । ଏଭଳି କ୍ଷେତ୍ରରେ ବୁଝି ବିଚାରି ଠିକ୍ କ୍ୟାରିୟର ଚୟନ କରିବା ନିତ୍ୟନ୍ତ ଜରୁରୀ । ତେବେ କ୍ୟାରିୟର ଚୟନ କରିବା ସମୟରେ କେଉଁ କେଉଁ ଭୂଲ୍ କରିବେ ନାହିଁ ସେଥି ପାଇଁ ଏହି ଚିପ୍ କାର୍ଯ୍ୟରେ ଆସିବ ।

ଟିପ୍ସ

  • ଆପଣଙ୍କ ସମ୍ପୂର୍ଣ୍ଣ ଜୀବନକାଳ ପାଇଁ ଆପଣ ଏହି ନିଷ୍ପତ୍ତି ନେଇଥାନ୍ତି । ଦେଖାଯାଏ ଛାତ୍ରୀଛାତ୍ର ମାନେ ଦ୍ଵାଦଶ ପାସ୍ କରିବା ପରେ ନିଜ ସାଙ୍ଗସାଥୀମାନଙ୍କୁ ଅନୁସରଣ କରିଥାନ୍ତି । ସାଙ୍ଗସାଥୀ ଯେଉଁ କଲେଜ୍‌ରେ ତଥା ଯେଉଁ କୋର୍ସରେ ନାମ ଲେଖାନ୍ତି । ଏମାନେ ମଧ୍ୟ ସେଥିରେ ନାମ ଲେଖାଇ ଦିଅନ୍ତି । ଏହା ଆଦୌ ଉଚିତ ନୁହେଁ। ଆପଣ ନିଜ ମନ ମୁତାବକ କୋର୍ସ ବାଛିବା ଦରକାର । ଆପଣଙ୍କ ନିଜ ଗୁଚି ଅନୁସାରେ କ୍ୟାରିୟର କରନ୍ତୁ । କ୍ୟାରିୟର ହଠାତ୍ ଚୟନ ନ କରି ଏଥିପାଇଁ କିଛି ସମୟ ନିଅନ୍ତୁ । ନିଜେ ଚିନ୍ତା କରନ୍ତୁ ଯେ ଆପଣଙ୍କ ରୁଚି ତଥା ଆଗ୍ରହ ଅନୁସାରେ କେଉଁ କୋର୍ସ ଆପଣଙ୍କୁ ସୁହାଇବା
  • ଯେଉଁ କ୍ଷେତ୍ରରେ କମ୍ କାମ ଉକ୍ତ କ୍ଷେତ୍ରରେ କ୍ୟାରିୟର ବନାଇବା ଠିକ୍ ନିଷ୍ପତ୍ତି ନୁହେଁ । ଏହା ଏକ ଭୁଲ ନିଷ୍ପତ୍ତି ସାବ୍ୟସ୍ତ ହୋଇପାରେ । ଏଭଳି ଏକ କ୍ଷେତ୍ର ବାଛନ୍ତୁ ଯେଉଁଥିରେ ଆପଣ ନିଜ ପ୍ରତିଭା ଏବଂ ଜ୍ଞାନର ଭଲ ଭାବେ ଉପଯୋଗ କରିପାରିବେ ।
  • ବେତନକୁ ପ୍ରାଧାନ୍ୟ ନ ଦେଇ ଯେଉଁ କ୍ଷେତ୍ରରେ ଆପଣ ନିଜ ସାମର୍ଥ୍ୟକୁ ଉପଯୋଗ କରିପାରିବେ। ଉକ୍ତ କ୍ଷେତ୍ରକୁ ପ୍ରାଥମିକତା ଦିଅନ୍ତୁ । ଯେଉଁ କ୍ଷେତ୍ରରେ କାର୍ଯ୍ୟକୁ ନେଇ ଆତ୍ମସନ୍ତୁଷ୍ଟି ମିଳିପାରିବ ତାହାକୁ ପ୍ରାଧାନ୍ୟ ଦିଅନ୍ତୁ ।
  • ମାତାପିତା ଅଭିଭାବକଙ୍କ ରୁଚି ଗୁରୁତ୍ଵପୂର୍ଣ୍ଣ ନୁହେଁ । ଆପଣଙ୍କର କେଉଁଥିରେ ଆଗ୍ରହ ରହୁଛି ତାହା ଗୁରୁତ୍ଵପୂର୍ଣ୍ଣ । ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଏଭଳି କୌଣସି କ୍ୟାରିୟର ବାଛନ୍ତୁ ନାହିଁ, ଯେଉଁଥିରେ ଆପଣଙ୍କର ରୁଚି ନାହିଁ ।
  • ଯଦିଓ ଏହା ଆପଣଙ୍କ ନିଜସ୍ଵ ନିଷ୍ପତ୍ତି ତଥାପି କନ୍ୟାରିୟର ନେଇ ନିଷ୍ପଭିନେବା ସମୟରେ ଅଭିଜ୍ଞ ବ୍ୟକ୍ତିମାନଙ୍କ ପରାମର୍ଶ ନେଇପାରିବେ । ବିଭିନ୍ନ କାଉନସେଲର ଅଛନ୍ତି ଯେଉଁମାନେ ଏହା ଉପରେ ପରାମର୍ଶ ଦେଇଥାନ୍ତି । ସେମାନଙ୍କ ବହୁ ମୂଲ୍ୟବାନ ପରାମର୍ଶ ଆପଣଙ୍କର କିଛିକାଂଶରେ କାର୍ଯ୍ୟରେ ଲାଗିପାରେ ।

ଆଧାର - ପ.କ୍ ପ୍ରମାନିକ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate