ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / କ୍ୟାରିୟର ଚୟନ ବେଳେ
ସେଆର କରନ୍ତୁ

କ୍ୟାରିୟର ଚୟନ ବେଳେ

କ୍ୟାରିୟର ଚୟନ କରିବା ଏଭଳି ଏକ ନିଷ୍ପତ୍ତି, ଯାହା ଉପରେ ଆପଣଙ୍କ ଆଗାମୀ ଭବିଷ୍ୟତ ନିର୍ଭର କରିଥାଏ ।

କ୍ୟାରିୟର ଚୟନ

କ୍ୟାରିୟର ଚୟନ କରିବା ଏଭଳି ଏକ ନିଷ୍ପତ୍ତି, ଯାହା ଉପରେ ଆପଣଙ୍କ ଆଗାମୀ ଭବିଷ୍ୟତ ନିର୍ଭର କରିଥାଏ । ଏହି ନିଷ୍ପତ୍ତି ଠିକ୍ ରହିଲେ ଆପଣଙ୍କ ଭବିଷ୍ୟତ ଉଜ୍ଜ୍ୱଳ ରହିବ । କିନ୍ତୁ ଏଥିରେ ସାମାନ୍ୟ ଭୁଲ୍ ହୋଇଗଲେ ଆପଣଙ୍କୁ ସବୁଦିନ ପାଇଁ ପଶ୍ଚାତ୍ତାପ କରିବାକୁ ପଡିବ । ଜୀବନ ଯାକ ଆପଣ ନିଜର ଚାକିରି ତଥା କ୍ୟାରିୟରକୁ ନେଇ ଅସନ୍ତୁଷ୍ଟ ରହିବେ । ଏଭଳି କ୍ଷେତ୍ରରେ ବୁଝି ବିଚାରି ଠିକ୍ କ୍ୟାରିୟର ଚୟନ କରିବା ନିତାନ୍ତ ଜରୁରୀ । ତେବେ କ୍ୟାରିୟର ଚୟନ କରିବା ସମୟରେ କେଉଁ କେଉଁ ଭୂଲ୍ କରିବେ ନାହିଁ ସେଥିପାଇଁ ଏହି ଚିପ୍ କାର୍ଯ୍ୟରେ ଆସିବ ।

ଚିପ୍

  • ଆପଣଙ୍କ ସମ୍ପୂର୍ଣ୍ଣ ଜୀବନକାଳ ପାଇଁ ଆପଣ ଏହି ନିଷ୍ପତ୍ତି ନେଇଥାନ୍ତି । ଦେଖାଯାଏ ।ଛାତ୍ରୀଛାତ୍ରମାନେ ଦ୍ଵାଦଶ ପାସ୍ କରିବା ପରେ ନିଜ ସାଙ୍ଗସାଥୀମାନଙ୍କୁ ଅନୁସରଣ କରିଥାନ୍ତି । ସାଙ୍ଗସାଥୀ ଯେଉଁ କଲେଜ୍‌ରେ ତଥା ଯେଉଁ କୋର୍ସରେ ନାମ ଲେଖାନ୍ତି। ଏମାନେ ମଧ୍ୟ ସେଥିରେ ନାମ ଲେଖାଇ ଦିଅନ୍ତି । ଏହା ଆଦୌ ଉଚିତ ନୁହେଁ। ଆପଣ ନିଜ ମନ ମୁତାବକ କୋର୍ସ ବାଛିବା ଦରକାର । ଆପଣଙ୍କ ନିଜ ଗୁଚି ଅନୁସାରେ କ୍ୟାରିୟର କରନ୍ତୁ । କ୍ୟାରିୟର ହଠାତ୍ ଚୟନ ନ କରି ଏଥିପାଇଁ କିଛି ସମୟ ନିଅନ୍ତୁ । ନିଜେ ଚିନ୍ତା କରନ୍ତୁ ଯେ ଆପଣଙ୍କ ରୁଚି ତଥା ଆଗ୍ରହ ଅନୁସାରେ କେଉଁ କୋର୍ସ ଆପଣଙ୍କୁ ସୁହାଇବା
  • ଯେଉଁ କ୍ଷେତ୍ରରେ କମ୍ କାମ ଉକ୍ତ କ୍ଷେତ୍ରରେ କ୍ୟାରିୟର ବନାଇବା ଠିକ୍ ନିଷ୍ପତ୍ତି ନୁହେଁ । ଏହା ଏକ ଭୁଲ ନିଷ୍ପତ୍ତି ସାବ୍ୟସ୍ତ ହୋଇପାରେ । ଏଭଳି ଏକ କ୍ଷେତ୍ର ବାଛନ୍ତୁ ଯେଉଁଥିରେ ଆପଣ ନିଜ ପ୍ରତିଭା ଏବଂ ଜ୍ଞାନର ଭଲ ଭାବେ ଉପଯୋଗ କରିପାରିବେ ।
  • ବେତନକୁ ପ୍ରାଧାନ୍ୟ ନ ଦେଇ ଯେଉଁ କ୍ଷେତ୍ରରେ ଆପଣ ନିଜ ସାମର୍ଥ୍ୟକୁ ଉପଯୋଗ କରିପାରିବେ। ଉକ୍ତ କ୍ଷେତ୍ରକୁ ପ୍ରାଥମିକତା ଦିଅନ୍ତୁ । ଯେଉଁ କ୍ଷେତ୍ରରେ କାର୍ଯ୍ୟକୁ ନେଇ ଆତ୍ମସନ୍ତୁଷ୍ଟି ମିଳିପାରିବ ତାହାକୁ ପ୍ରାଧାନ୍ୟ ଦିଅନ୍ତୁ ।
  • ମାତାପିତା ଅଭିଭାବକଙ୍କ ରୁଚି ଗୁରୁତ୍ଵପୂର୍ଣ୍ଣ ନୁହେଁ । ଆପଣଙ୍କର କେଉଁଥିରେ ଆଗ୍ରହ ରହୁଛି ତାହା ଗୁରୁତ୍ଵପୂର୍ଣ୍ଣ । ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଏଭଳି କୌଣସି କ୍ୟାରିୟର ବାଛନ୍ତୁ ନାହିଁ, ଯେଉଁଥିରେ ଆପଣଙ୍କର ରୁଚି ନାହିଁ ।
  • ଯଦିଓ ଏହା ଆପଣଙ୍କ ନିଜସ୍ଵ ନିଷ୍ପତ୍ତି ତଥାପି କନ୍ୟାରିୟର ନେଇ ନିଷ୍ପଭିନେବା ସମୟରେ ଅଭିଜ୍ଞ ବ୍ୟକ୍ତିମାନଙ୍କ ପରାମର୍ଶ ନେଇପାରିବେ । ବିଭିନ୍ନ କାଉନସେଲର ଅଛନ୍ତି ଯେଉଁମାନେ ଏହା ଉପରେ ପରାମର୍ଶ ଦେଇଥାନ୍ତି । ସେମାନଙ୍କ ବହୁ ମୂଲ୍ୟବାନ ପରାମର୍ଶ ଆପଣଙ୍କର କିଛିକାଂଶରେ କାର୍ଯ୍ୟରେ ଲାଗିପାରେ ।

ଆଧାର: ପ.କ୍ ପ୍ରମାନିକ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top