ନିଯୁକ୍ତି ଆଶାୟୀ ଏକାଧିକ ପ୍ରାର୍ଥୀଙ୍କୁ ଜଣେ ନିଯୁକ୍ତିଦାତା କିଂବା ଗୋଟିଏ ଇଣ୍ଟରଭ୍ୟୁ ପ୍ୟାନେଲ୍ ଦ୍ଵାରା ଗ୍ରୁପ୍ ଇଣ୍ଟରଭ୍ୟୁ କରାଯାଏ । ଦକ୍ଷ ଏବଂ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବା ଲାଗି ଆଜିକାଲି ଅନେକ କମ୍ପାନୀ ସିଙ୍ଗଲ୍ ଇଣ୍ଟରଭ୍ୟୁ ଅପେକ୍ଷା ଗ୍ରୁପ୍ ଇଣ୍ଟରଭ୍ୟୁକୁ ଅଧିକ ପସନ୍ଦ କରୁଛନ୍ତି । ସିଙ୍ଗଲ ଇଣ୍ଟରଭ୍ୟୁ ରେ ଜଣେ ପ୍ରାର୍ଥୀଙ୍କ ଲାଗି ନିଯୁକ୍ତିଦାତା ଅତି କମରେ ଅଧା ଘଣ୍ଟା ସମୟ ନେଇଥାନ୍ତି । ମାତ୍ର ଗ୍ରୁପ୍ ଇଣ୍ଟରଭ୍ୟୁ ରେ କମ୍ ସମୟ ମଧ୍ୟରେ ଏକାଧିକ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ କରାଯାଇଥାଏ । ଜଣେ ପ୍ରାର୍ଥୀଙ୍କୁ ଏକ ସମୟରେ ଅନେକ ଲୋକ ପରଖନ୍ତି । ନିଯୁକ୍ତି ପରିଚାଳନା ବୋର୍ଡ଼ ପ୍ରାର୍ଥୀମାନଙ୍କ ଇଣ୍ଟରଭୂତ୍ୱ ନେଇଥାଏ । ଏହି ପ୍ରକ୍ରିୟାରେ ଇଣ୍ଟରଭ୍ୟୁ ଦ୍ଵାରା ପ୍ରାର୍ଥୀଙ୍କ ଦକ୍ଷତାକୁ ଜାଣିବା ସହଜ ହୁଏ । ଏଥିସହିତ ପ୍ରାର୍ଥୀଙ୍କ ବିଷୟରେ ସେହିଠାରେ ହିଁ ଆଲୋଚନା ଜରିବାର ବିକଳ୍ପ ଥାଏ ; ଯାହା କି ସିଙ୍ଗଲ ଇଣ୍ଟରଭ୍ୟୁରେ ନିଯୁକ୍ତିଦାତାଙ୍କ ନିକଟରେ ନ ଥାଏ ।
ବର୍ତ୍ତମାନ କେତେକ ଆଗ ଧାଡ଼ିର କମ୍ପାନୀ ନିଜର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି । ଏହା ଛଡ଼ା ଅଧିକାଂଶ କମ୍ପାନୀ ଚଳିତ ବର୍ଷ ପ୍ରଚୁର ମାତ୍ରାରେ ନିଯୁକ୍ତି ଦେବା ଲାଗି ଘୋଷଣା କରିଛନ୍ତି । ପ୍ରାର୍ଥୀମାନେ ଏ କଥା ଜାଣିବା ଉଚିତ ଯେ ୱାନ୍ ବାଏ ୱାନ୍ ଇଣ୍ଟରଭ୍ୟୁ କିଂବା ଗ୍ରୁପ୍ ଇଣ୍ଟରଭ୍ୟୁ ମଧ୍ୟରେ ସେଭଳ କଛ ଅଧିକ ଫରକ୍ ନ ଥାଏ । ତଥାପି ସୋମନଙ୍କୁ ଏହି ନୂତନ ପଦ୍ଧତିରେ ଇଣ୍ଟରଭ୍ୟୁ ଦେବା ଲାଗି ପ୍ରସ୍ତୁତ ହେବା ଆବଶ୍ୟକ । ଗ୍ରୁପ୍ ଇଣ୍ଟରଭ୍ୟୁ ରେ ଭିନ୍ନ ଭିନ୍ନ ମାର୍ନସିକତାର ଲୋକଙ୍କ ସହ ମିଶିବାକୁ ପଡ଼େ। ତେଣୁ ଜଣେ ପ୍ରାର୍ଥୀଙ୍କର କୌଣସି କଥାରେ ସେମାନେ ଅସହମତ ହୋଇପାରନ୍ତି । କେତେକ ଇଣ୍ଟରଭ୍ୟୁ ବିଶେଷଜ୍ଞଙ୍କ ମତ ଗ୍ରୁପ୍ ଇଣ୍ଟରଭ୍ୟୁକୁ କମ୍ପାନୀର ନିଯୁକ୍ତିଦାତାମାନେ ବିଜିନେସ୍ ମିଂଟିଂ ଭଳି ଦେଖନ୍ତି । ନିଯୁକ୍ତି ଦାତାଙ୍କୁ ସେମାନେ ନିଜର କ୍ଲାଏଣ୍ଟ ବା ଗ୍ରାହକ ଭଳି ମନେ କରନ୍ତି । ଏଣୁ ଗ୍ରୁପ୍ ଇଣ୍ଟରଭ୍ୟୁ ସମ୍ମୁଖୀନ ହେବା ଏବଂ ଏଥିରେ ସଫଳତା ହାସଲ କରିବାକୁ ଇଚ୍ଛୁକ ପପ୍ରାର୍ଥୀମାନେ ନିମ୍ନଲିଖିତ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।
ସଂଗୃହିତ: ପି.କ୍ ପ୍ରମାନିକ, କ୍ୟାରିୟର କୋଂଶଳଟାଣ୍ଟ
Last Modified : 2/11/2020