অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚାହିଦାରେ ପାଠ୍ୟକ୍ରମ ଏଥ୍ନୋମ୍ୟୁଜିକୋଲୋଜୀ

ଚାହିଦାରେ ପାଠ୍ୟକ୍ରମ ଏଥ୍ନୋମ୍ୟୁଜିକୋଲୋଜୀ

ଉପକ୍ରମ

ଏଥ୍ନୋମ୍ୟୁଜିକୋଲୋଜୀ ପାଠ ପଢିଲେ ଭଲ ରୋଜଗାର କରିବା ସହ ସାରା ବିଶ୍ଵ ଭ୍ରମଣ କରି ବିଭିନ୍ନ ଦେଶର ଭିନ୍ନ ଭିନ୍ନ ଜାତିର ଲୋକଙ୍କ ସଂସ୍କୃତି, ସଙ୍ଗୀତ, ବାଦ୍ୟଯନ୍ତ୍ର ବାଦନ, ଅଧ୍ୟୟନ କରିପାରିବେ । ଭଲ ଦରମା ସହ ବାହାର ଦେଶରେ ଲୋକ ସଂସ୍କୃତି, ସଂଗୀତ ଓ ସେମାନଙ୍କ ବାଦ୍ୟଯନ୍ତ୍ର ଶିକ୍ଷା କରି ବଜାଇବା, ସେମାନଙ୍କ ସହ ମିଶିବାର ସୌଭାଗ୍ୟ ଆଉ କେଉଁ ଚାକିରିରେ ଅଛି ।

ଏଥ୍ନୋମ୍ୟୁଜିକୋଲୋଜୀ ପାଠ୍ୟକ୍ରମ

ଅନ୍ତର୍ଜାତୀୟ କ୍ଷେତ୍ରିରେ ପ୍ରସିଦ୍ଧି ଲାଭ କରିଛି ଏଥ୍ନୋମ୍ୟୁଜିକୋଲୋଜୀ (Ethnomusicology) ପାଠ୍ୟକ୍ରମ । ବିଶ୍ଵ ସଂସ୍କୃତି, ସଙ୍ଗୀତ ତଥା ସମାଜ ଆଦି କ୍ଷେତ୍ରକୁ ନେଇ ତିଆରି ହୋଇଥିବା ଏହି ବିଶେଷ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟନ୍ତ ନିଯୁକ୍ତି ସୁଯୋଗ ରହିଛି ଏଥ୍ନୋମ୍ୟୁଜିକୋଲୋଜୀ କହିଲେ ସାମାଜିକ, ସାଂକୃତି କ୍ଷେତ୍ରକୁ ନେଇ ହେଉଥିବା ସଙ୍ଗୀତର ଅଧ୍ୟୟନ । ସଙ୍ଗୀତ କ’ଣ ଓ କାହିଁକି, ବାଦ୍ୟଯନ୍ତ୍ର ଏବଂ ଏଥିରୁ ସୃଷ୍ଟି ହେଉଥିବା ଧ୍ୱନି ଆଡିକୁ ସାମାଜିକ ପ୍ରକ୍ରିୟା ମଧ୍ୟ ଦେଇ ଅଧ୍ୟୟନ କରିବା ହେଉଛି ଜଣେ ଏଥ୍ନୋମ୍ୟୁଜିକୋଲୋଜିଷ୍ଟଙ୍କ କାମ । ଗାୟକ ପାଇଁ ସଙ୍ଗୀତର ଅର୍ଥ କ’ଣ ? ଶ୍ରୋତାଙ୍କ ପାଇଁ ବି ଏହାର କ’ଣ ଅର୍ଥ ହୋଇପାରେ ଏସବୁର ସଂଯ ନିର୍ଦ୍ଧାରଣ କରିଥାନ୍ତି ଏଥ୍ନୋମ୍ୟୁଜିକୋଲୋଜିଷ୍ଟ , ସ୍ପଷ୍ଟ ଭାବରେ କହିଲେ ପୃଥିବୀରେ ପ୍ରତିଟି ଜାତି, ଜନଜାତିଙ୍କର ରହିଛି ନିଜସ୍ଵ ସଂସ୍କୃତି ସଂଗୀତ, କଳା – ଏସବୁର ତୁଳନାତ୍ଜକ ଅଧ୍ୟୟନ ସହ ପର୍ଯ୍ୟବେକ୍ଷଣ କରିବାରେ ଜଣେ ଏଥ୍ନୋମ୍ୟୁଜିକୋଲୋଜିଷ୍ଟର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ବ୍ୟାଚଳର ଡିଗ୍ରୀ ଏବଂ ମାଷ୍ଟର ଡିଗ୍ରୀ କରିଥିବା ଛାତ୍ରଛାତ୍ରୀଏହି ପାଠ ପଢିପାରିବେ । ଛାତ୍ରଛାତ୍ରୀଙ୍କ ଲୋକସାହିତ୍ୟ, ଲୋକ କଥା, ପୌରାଣିକ କାହାଣୀ, ଲୋକୋକ୍ତି, ସାଂସ୍କୃତି ସମାଜବିଜ୍ଞାନ (Cultural Sociology) ଏବଂ ନୃତତ୍ତ୍ଵ ବିଜ୍ଞାନ (Cultural Anthropology) ଆଦି ପାଠ ୩ରୁ ୪ ବର୍ଷ ପଢିବାକୁ ହୋଇଥାଏ । ଜଣେ ଏଥ୍ନୋମ୍ୟୁଜିକୋଲୋଜିଷ୍ଟ ସାରା ପୃଥିବୀର ଯେକୌଣସି ଅଞ୍ଚଳରେ ନିଯୁକ୍ତି ପାଇପାରିବେ, କାମ କରିପାରିବେ । ଜାତୀୟ / ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟଗୁଡିକରେ ଅଧ୍ୟାପନା, ନିଜ ଅଞ୍ଚଳରେ ରହି ଗବେଷଣା କରିପାରିବ କିମ୍ବା ବିଦେଶରେ କୌଣସି ଅଞ୍ଚଳକୁ ନେଇ ଅଧ୍ୟୟନ କରିପାରିବେ । ଏତଦ୍ ଭିନ୍ନ ବଡ ବଡ କଳା, ସାଂସ୍କୃତିକ ଅନୁଷ୍ଠାନ (ଏନ୍ଜିଓ) ଗୁଡିକରେ ବି କାମ କରିପାରିବ । ଯଦି ଏସିଆ ମହାଦେଶରେ ଏହି ପାଠ୍ୟକ୍ରମ କରିବାକୁ ଚାହୁଁଥାନ୍ତି ତେବେ ହଙ୍ଗ୍ କଙ୍ଗ୍, ଇଣ୍ଡୋନେସିଆ, ନେପାଲ, ମାଲେସିଆ, ଫିଲିପାଇନ୍ସ ଆଦି ଦେଶରେ ଥିବା ବଡ ବିଶ୍ୱବିଦ୍ୟାଳୟଗୁଡିକରେ ଏହି ପାଠ ପାଢୀ ପାରିବେ । ଆମେରିକାରେ ଅଧ୍ୟାପନା କାଲେ ବର୍ଷକୁ ୨୨ ରୁ ୮୮ ଲକ୍ଷ ପର୍ଯ୍ୟନ୍ତ ଦରମା ପାଇବେ । ଏଥିରେ ମାଷ୍ଟର ଡିଗ୍ରୀ ପରେ ଚାହିଁଲେ ଡକ୍ଟରେଟ୍ ବି କରିପାରିବେ । ଗବେଷଣା କରିବା ଆପଣଙ୍କୁ ଚମତ୍କାର ଅନୁଭାବ ଦେବା । ଏହି ପାଠ ପଢିବା ପାଇଁ ବିଦେଶରେ ବହୁତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ।

ଆଧାର

ପ୍ରମେୟ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate