অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଛୁଟି ନେଉଥିଲେ

ଉପକ୍ରମ

ବ୍ୟସ୍ତବହୁଳ କାର୍ଯ୍ୟ ଜୀବନରେ ମନକୁ ହାଲକା କରିବା ଲାଗି କର୍ମଚାରୀମାନେ ସମୟ ବ୍ୟବଧାନରେ ଛୁଟି ନେଇଥାନ୍ତି । ଏହା ଦ୍ଵାରା ମନ ପ୍ରଫୁଲ୍ଲ ରହିବା ସହ କାର୍ଯ୍ୟଦକ୍ଷତା ବଢିଥାଏ । କିନ୍ତୁ ସୁସଙ୍ଗଠିତ ଉପାୟରେ ଛୁଟି ନ ନେଲେ କ୍ୟାରିୟରରେ ବାଧା ଆସିପାରେ। ସହକର୍ମୀମାନଙ୍କୁ କାର୍ଯ୍ୟ ଚାପରେ ପକାଇ ଛୁଟି ନେଲେ ଚାକିରି ଉପରେ ପ୍ରଭାବ ପଡିପାରେ । ତେବେ ଛୁଟି ବା ବ୍ରେକ୍ ନେବା ସମୟରେ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବେ ସେଥିପାଇଁ ଏହି ଟିପ୍ସଟି କାର୍ଯ୍ୟରେ ଆସିବ ।

ସୁସଙ୍ଗଠିତ ଉପାୟ

  • ଛୁଟିରେ ରହିବା ପୂର୍ବରୁ ନୋଟିସ୍ ଦିଅନ୍ତୁ । ସେଭଳି କୌଣସି ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ନ ଥାଇ ବ୍ରେକ୍ ରେ ରହିଲେ ଏହା ଆପଣଙ୍କ ସହକର୍ମୀମାନଙ୍କୁ ଭଲ ଲାଗି ନ ଥାଏ । ପୂର୍ବରୁ ନୋଟିସ୍ ଦେବା ଉଚିତ । ଫଳରେ ଆପଣଙ୍କ ଅନୁପସ୍ଥିତିରେ ବ୍ୟାକ୍-ଅପ୍ ଖୋଜିବା ପାଇଁ ଟିମ୍ ଲିଡରଙ୍କୁ ଯଥେଷ୍ଟ ସମୟ ମିଳିଯିବ ।
  • ଛୁଟି ତାରିଖ ଆସିବା ପୂର୍ବରୁ ଆଗୁଆ ଟାସ୍କଗୁଡିକୁ ସାରିଦିଅନ୍ତୁ । ଆପଣଙ୍କ କାର୍ଯ୍ୟକୁ ଅନ୍ୟମାନଙ୍କୁ ନ ଦେଇ ନିଜେ କରିଦେଲେ ଅନ୍ୟମାନଙ୍କ ଉପରେ କାର୍ଯ୍ୟଚାପ ପଡିବ ନାହିଁ ଏବଂ ସେମାନେ ଆପଣଙ୍କ ଉପରେ ଅସନ୍ତୁଷ୍ଟ ମଧ୍ୟ ହେବେ ନାହିଁ ।
  • ଛୁଟିରେ ରହିବା ପୂର୍ବରୁ ଆପଣଙ୍କ ଅନୁପସ୍ଥିତିରେ କିଏ ଆପଣଙ୍କ ଦାୟିତ୍ଵ ସମ୍ଭାଳିବେ ତାଙ୍କ ହାତରେ ଦାୟିତ୍ଵ ନ୍ୟସ୍ତ କରନ୍ତୁ। କ୍ଲାଏଣ୍ଟମାନଙ୍କୁ ତାଙ୍କ ବିଷୟରେ ଅବଗତ କରାନ୍ତୁ ।

ଆଧାର – ଦୈନିକ ଧରିତ୍ରୀ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate