ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / ଜେନେଟିକ୍ କାଉନ୍-ସେଲର
ସେଆର କରନ୍ତୁ

ଜେନେଟିକ୍ କାଉନ୍-ସେଲର

ଜେନେଟିକ୍ କାଉନ୍-ସେଲର ବିଷୟରେ ସୂଚନା

ଜେନେଟିକ କାଉନସେଲିଂ  ଚିକିତ୍ସା

ସ୍ୱାସ୍ଥ୍ୟ ବିଜ୍ଞାନର ଅଗ୍ରଗତି ସହିତ ନୂଆ ନୂଆ ରୋଗ ମଧ୍ୟ ମଣିଷକୁ ଆକ୍ରାନ୍ତ କରିଚାଲିଛି  । ଅନେକ କ୍ଷେତ୍ରରେ ରୋଗ ସମ୍ପର୍କରେ କିଛି ଜଣା ପଡିନଥାଏ  । ଏପରି ରୋଗ କେଉଁ ବିଶେଷଜ୍ଞଙ୍କୁ ଦେଖାଇବେ ବୋଲି ଉତ୍ତର ବି ମିଳେନାହିଁ  । ଆନୁବଂଶିକ ଋଗ ବା ଦୋଷ  ହୋଇଥିଲେ କ’ଣ କରିବେ, ତାହା ଏକ ବଡ ପ୍ରଶ୍ନବାଚୀ ହୋଇ ଛିଡା ହୁଏ  । ଏପରି ସ୍ଥିତିରେ ଜେନେଟିକ କାଉନସେଲିଂ  ଚିକିତ୍ସା ରୋଗୀଙ୍କ ମନୋବିଜ୍ଞାନ ଏବଂ ପାରିବାରିକ କାରକଗୁଡିକୁ ଧ୍ୟାନରେ ରଖି ସହାୟତା କରେ  ।  ଜେନେଟିକ୍ କାଉନସେଲର ରୋଗୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ରୋଗ ସମ୍ପର୍କରେ ଜାଣିପାରନ୍ତି ଏବଂ ରୋଗର ସଠିକ୍ ଚିକିତ୍ସା କରାଯାଇପାରେ  । ଏ କ୍ଷେତ୍ରରେ କ୍ୟାରିୟର ଗଢିବାର ଭଲ ସୁଯୋଗ ରହିଛି  ।

ଜିନ୍ ବିଜ୍ଞାନ

ଜିନ୍ ବିଜ୍ଞାନ ଏବେ ଗବେଷଣାର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଏହା ମାଧ୍ୟମରେ ମଣିଷକୁ ଆନୁବଂଶିକ ରୋଗ ସହ ଲଢିବା ଲାଗି ସକ୍ଷମ କରାଯାଉଛି  । ଏପରି ରୋଗରେ ଆକ୍ରାନ୍ତ ମଣିଷଙ୍କ ପାଇଁ ଚିକିତ୍ସା ତୁଳନାରେ ଜେନେଟିକ୍ କାଉନସେଲିଂ ନିହାତି ଜରୁରୀ  । ଏଥିରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଆନୁବଂଶିକ ବିସଙ୍ଗତି ସମ୍ପର୍କରେ ଜଣାଯାଇଥାଏ  । ଏହାପରେ ଚିକିତ୍ସା କରିବା ସହଜ ହୁଏ  । ବିଶ୍ଵରେ ଏପରି ଏକାଧିକ ଦେଶ ରହିଛି, ଯେଉଁଠାରେ ଆନୁବଂଶିକ ରୋଗକୁ ଭିନ୍ନ ଦୃଷ୍ଟିରେ ଦେଖାଯାଏ  । ବହୁବାର ଏପରି ରୋଗଗ୍ରସ୍ତ ମଣିଷଙ୍କୁ ସାମାଜିକ ବହିଷ୍କାର ପରି କଠିନ ସ୍ଥିତିର ଶିକାର ହେବାକୁ ପଡେ  । ଏବେ ଆନୁବଂଶିକ ରୋଗଗୁଡିକ ଦ୍ରୁତ ଗତିରେ ବାଢୁଥିବାରୁ ଏଥିରୁ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଗବେଷଣା ଚାଲିଛି  । ମଣିଷ ଜିନୋମ୍ ପ୍ରୋଜେକ୍ଟରେ ଆମେରିକୀୟ ଶକ୍ତି ବିଭାଗ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲ୍ ଥ  ମିଳିତ ଭାବେ ମନୀଷା ଜିନ୍ ର ବିସଙ୍ଗତି ଏବଂ ନୂଆ ଜିନ୍ ଚିହ୍ନଟ କରିବା ସମ୍ଭବ ହୋଇଥାଏ  । ତେଣୁ ଆଧୁନିକ ବିଜ୍ଞାନ ଓ ଚିକିତ୍ସା କ୍ଷେତ୍ରରେ ଜେନେଟିକ୍ କାଉନସେଲିଂ  ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏହି କ୍ଷେତ୍ରରେ ଗବେଷଣା ଲାଗି ବିକଶିତ ଏବଂ ବିକାଶଶୀଳ ଦେଶଗୁଡିକର ସରକାର ଏବଂ ବେସରକାରୀ ସଂସ୍ଥା ଖୁବ୍ ପୁଞ୍ଜିନିବେଶ କରୁଛନ୍ତି  । ଭାରତରେ ବାୟୋଟେକ୍ନୋଲୋଜି ବିଭାଗ ଜିନ୍ ଗତ ଗବେଷଣା କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ରସରକାର ଏଥିପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି  ।

ଜିନ୍ ଗବେଷଣା କେନ୍ଦ୍ର

ଦେଶର ବିଭିନ୍ନ ଭାଗରେ ମଧ୍ୟ ଜିନ୍ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଛି  । ଜିନୋମ୍ ଡାଇଭର୍ସିଟି (ଜିନ୍ ରେ ବିବିଧତା), ଆପ୍ଲିକେସନ ବିଲଡିଂ ତଥା ନୂଆ ଟେକ୍ନୋଲୋଜି ବିକାଶ ଆଦି ପ୍ରେଜେକ୍ଟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି  । ଏହି ଦିଗରେ ଇଣ୍ଡିଆନ କାଉନ୍ ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ, କାଉନ୍ ସିଲ୍ ଅଫ୍ର ସାଇଣ୍ଟିଫିକ୍ ଆଣ୍ଡ୍ ଟେକ୍ନୋଲୋଜି ପରି ସଂସ୍ଥା କାମ କରୁଛନ୍ତି  । ଭାରତରେ ବିଭିନ୍ନ ସ୍ଥାନରେ ଏପରି ରୋଗ ଦେଖାଯାଉଛି, ଯେଉଁଥିରେ ଆକ୍ରାନ୍ତ ବ୍ୟକ୍ତି ନିଜେ ଜେନେଟିକ୍ କାଉନ୍ ସେଲିଂ  ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି  । ଏଥିରେ କାଉନ୍ ସିଲରଙ୍କୁ ଭିନ୍ନଭିନ୍ନ ରିପୋର୍ଟ ଉପରେ ଗବେଷଣା କରିବାକୁ ପଡିଥାଏ  । ଜେନେଟିକ୍ କାଉନ୍ ସେଲର ହେବା ପାଇଁ ବାୟୋଟେକ୍ନୋଲୋଜି ଏବଂ ବାୟୋକେମିଷ୍ଟ୍ରୀ ପରି ପାଠ ପଢିବାକୁ ହୋଇଥାଏ  । ରୋଗୀଙ୍କ କଥା ଧୈର୍ଯ୍ୟ ସହ ଶୁଣିବା ସହ ନିଜ କଥା ତାଙ୍କୁ ବୁଝାଇ ପାରୁଥିବା ଜରୁରୀ  । ଡାକ୍ତରଙ୍କ ପାଖରେ କିମ୍ବା ବାୟୋଟେକ୍ନୋଲୋଜି କମ୍ପାନୀରେ ଜେନେଟିକ୍ କାଉନ୍ ସେଲରଙ୍କୁ ନିଯୁକ୍ତି ମିଳିଥାଏ  । ଏହି ପାଠ୍ୟକ୍ରମ ଶେଷ କରିଥିବା କେତେକ ମଧ୍ୟ ଗବେଷଣା ଏବଂ ଶିକ୍ଷାଦାନରେ ନିଯୋଜିତ ହୋଇଥାନ୍ତି  । ଲକ୍ଷ୍ନୌରେ ସଞ୍ଜୟ ଗାନ୍ଧୀ ସ୍ନାତକତ୍ତୋର ଆୟୁର୍ବିଜ୍ଞାନ ସଂସ୍ଥାନ, ବେଙ୍ଗାଲୁରୁରେ ସେଣ୍ଟ ଜନ୍ସ ମେଡିକାଲ କଲେଜ ଏବଂ ଭେଲୋର ବିଶ୍ଵବିଦ୍ୟାଳୟରେ ଜେନେଟିକ୍ କାଉନ୍ ସେଲିଂ ସଂକ୍ରାନ୍ତ ପାଠ୍ୟକ୍ରମ ଶିକ୍ଷା ଦିଆଯାଏ  । ଦିଲ୍ଲୀସ୍ଥିତ ଏମ୍ସ ଏବଂ ସାର୍ ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନଙ୍କ ଲାଗି ସ୍ୱଳ୍ପ ସମୟର ଏକ ପାଠ୍ୟକ୍ରମ ବ୍ୟବସ୍ଥା ରହିଛି  । ଜେନେଟିକ୍ କାଉନ୍ ସେଲିଂ ପାଠ୍ୟକ୍ରମ ଲାଗି ଲାଇଫ ଲାଇନ୍ ସେସ୍ ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହ ଏମ୍ ଏସ୍ ସି/ ବିଟେକ୍/ ଏମ୍ ଟେକ୍  ଡିଗ୍ରୀ ଆବଶ୍ୟକ ହୋଇଥାଏ  । ତେବେ ପାଶ୍ଚାତ୍ୟ ଦେଶରେ ଏଥିପାଇଁ ଆବଶ୍ୟକ ଯୋଗ୍ୟତା ଭିନ୍ନ  । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କ୍ଷେତ୍ରରେ ପ୍ରାୟତଃ ୨୦ହଜାର ଟଙ୍କାର ଦରମା ରହିଥିବା ବେଳେ ଅଭିଜ୍ଞତା ହାସଲ କରିବା ପରେ ଏଥିରେ ବୃଦ୍ଧି ହୋଇଥାଏ  । ଗବେଷଣା ଆଧାରରେ ମଧ୍ୟ ଦରମା ନିର୍ଦ୍ଧାରଣ କରାଯାଏ  ।

ଆଧାର :  କ୍ୟାରିଅର  ବ୍ୟୁର

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top