অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟି- ମ୍ୟାନେଜମେଣ୍ଟ

ଟି- ମ୍ୟାନେଜମେଣ୍ଟ

ଟି- ମ୍ୟାନେଜମେଣ୍ଟ

ଚାହା ଉତ୍ପାଦନ, ବିକ୍ରୟ ଏବଂ ପାନୀୟ କ୍ଷେତ୍ରରେ ଭାରତର ସ୍ଥାନ ବିଶ୍ଵରେ ପ୍ରଥମ । ନୂତନ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ଏବଂ ପରିଚାଳନାଗତ ଦକ୍ଷତା ଯୋଗୁ ଏହା ସମ୍ଭବ ହୋଇପାରିଛି। ବ୍ୟାବସାୟିକ ସଫଳତାରେ ମଧ୍ୟ ଉନ୍ନତି ଘଟୁଛି। ଆମ ଦେଶରେ ଅଧିକ ଚାହା ଚାଷ କରାଯାଉଥିବା ଅଞ୍ଚଳଗୁଡ଼ିକ ହେଲା ଆସାମ ଦାର୍ଜିଲିଂ ଏବଂ କର୍ନାଟକା । ଏହି ପରିପ୍ରେକ୍ଷୀରେ ଟିମ୍ୟାନେଜମେଣ୍ଟ(ଚାହା ପରିଚାଳନା) କ୍ଷେତ୍ରରେ ଆଜିର ଯୁବଗୋଷ୍ଠୀଙ୍କ ପାଇଁ ନୂତନ କ୍ୟାରିଅର୍ ଗଢ଼ିବାର ଭଲ ସୁଯୋଗ ରହିଛି। ଯୋଗ୍ୟତା ; ଟି ମ୍ୟାନେଜମେଣ୍ଟ ରେ କୋର୍ସ କରିବା ପାଇଁ  ସର୍ବନିମ୍ନ ଯୋଗ୍ୟତା ହେଉଛି ସ୍ନାତକ ଡିଗ୍ରି । ସାର୍ଟିଫିକେଟ୍ ଡିପ୍ଲୋମା, ବିଏସସି, ଏମ୍ଏସ ଡିଗ୍ରି କରବାର ସୁଯୋଗ ମଧ୍ୟ ଉପଲବ୍ଧ। ତେବେ ଖାଦ୍ୟ ପ୍ରକ୍ରିୟାକରଣ, କୃଷି ବିଜ୍ଞାନ, ହର୍ଟିକଲଚର, ଉଦ୍ଭିଦ ବିଜ୍ଞାନ ଆଦି ବିଷୟରେ ସ୍ନାତକ ଡିଗ୍ରି ହାସଲ କରିଥିବା ପ୍ରାର୍ଥିଙ୍କୁ ଏଥିରେ କାର୍ଯ୍ୟ କରିବାର ଅଧିକ ସୁବିଧା ହୁଏ ।

ପରୀକ୍ଷା

ଡିପ୍ଲୋମା ଓ ଡିଗ୍ରି କୋର୍ସରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିଥାଏ ।

ପାଠ୍ୟକ୍ରମ : ଟି ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ତଥା ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ମାଧ୍ୟମରେ ଶିକ୍ଷା ଓ ତାଲିମ ପ୍ରଦାନ କରାଯାଏ । ଚାହା ଉତ୍ପାଦନ, ବ୍ୟବସାୟ ଖର୍ଚ୍ଚ, ମାର୍କେଟିଂ, ବିକ୍ରି ଆଦି ବିଷୟରେ ତାଲିମ୍ ଦିଆଯାଏ । ଚାରା ରୋପଣ, ଉନ୍ନତ କିସମ ଚୟନ, ମାଟିର ଉର୍ବରତା ନିରୂପଣ, ଚାହା ସଂଗ୍ରହ, ରକ୍ଷଣାବେକ୍ଷଣ, ପ୍ୟାକିଂ ତଥା ଖୁଚୁରା ବିକ୍ରି ସମ୍ବନ୍ଧରେ ମଧ୍ୟ ଶିକ୍ଷାଦାନ କରାଯାଏ । ଟି

ମ୍ୟାନେଜମେଣ୍ଟ କୋର୍ସଗୁଡ଼ିକର ଅବଧି ସାଧାରଣତଃ ସ୍ୱଳ୍ପ ସମୟର ହୋଇଥାଏ ।

ନିଯୁକ୍ତି ସୁଯୋଗ : ଉଭୟ ସରକାରୀ ଏବଂ ଘରୋଇ ଚାହା କମ୍ପାନୀରେ ନିଯୁକ୍ତି ଯୁଯୋଗ ରହିଛି। ଏଠାରେ ଫାଇନାନ୍ସସିଆଲ କନସୁଲ୍‌ଟାଣ୍ଟ, ଇଷ୍ଟେଟ୍ ମ୍ୟାନେଜର ଫାଇନାନ୍ସସିଆଲ୍ ହେଉ, ପ୍ଳାଣ୍ଟେସନ୍  ମ୍ୟାଜେର, ଟି-ଟେଷ୍ଟର, ଟି ବ୍ରୋକର, ଟି-କନ୍‌ସୁଲ୍‌ଟାଣ୍ଟ, ଟି- ବ୍ରୋକର ଆଦି ପଦବୀରେ ନିଯୁକ୍ତି ପାଇପାରିବେ ।

ବେତନ : ପ୍ରାଥମିକ ସ୍ତରରେ ଟ୍ରେନି ବା ଶିକ୍ଷାନବୀଶମାନେ ମାସିକ ପାଞ୍ଚ ହଜାର ଟଙ୍କା ଦରମାରେ କାର୍ଯ୍ୟ ଆରମ୍ଭ କରିପାରିବେ । ବରିଷ୍ଠ ତଥା ଦକ୍ଷତା ଭିତ୍ତିରେ ପଚିଶ ହଜାର ଟଙ୍କା ବେତନ ରହିଛି। ଏପରିକି ବଡ଼ ବଡ଼ କମ୍ପାନୀର ଦକ୍ଷ ପରିଚାଳକମାନଙ୍କୁ ଚାଳିଶ/ ପଚାଶ ହଜାର ଟଙ୍କାରେ ନିଯୁକ୍ତି ପ୍ରଦାନ କରାଯାଉଛି ।

ତାଲିମକେନ୍ଦ୍ର/ଶିକ୍ଷାନୁଷ୍ଠାନ : ଆସାମ କୃଷି ବିଶ୍ଵବିଦ୍ୟ।ଳୟ ( କୋର୍ସ: ବିଏସି, ଏମଏସି ଇନ୍ ଟି- ହଜବେଣ୍ଡାରି ଏଣ୍ଡ ଟେକନୋଲୋଜି)

  • ଇର୍ଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଣ୍ଡେସନ୍ ମ୍ୟାନେଜମେଣ୍ଟ, ବେଙ୍ଗାଲୁରୁ ( କୋର୍ସ: ସାର୍ଟିଫିକେଟ୍ କୋର୍ସ ଇନ ଟି- ଟେଷ୍ଟିଙ୍ଗ ଏଣ୍ଡମାର୍କେଟିଂ)
  • ଦାର୍ଜିଲି° ଟି-ରିସର୍ଚ୍ଚ ଏଣ୍ଡ ମ୍ୟାନେଜମେଣ୍ଟ ଆସୋସି ପଶ୍ଚିମବଙ୍ଗ(କୋର୍ସ : ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ଇନଟି)
  • ବିଲ୍ଲୀ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟୁଚରିଷ୍ଟିକ ଷ୍ଟଡିଜ୍ କୋଲକାତା(କ୍ରୋର୍ସ: ଟି-ଟେଷ୍ଟି')
  • ୟୁନିଭର୍ସିଟି ଅଫ ନର୍ଥ ବେଙ୍ଗଲ ଡିପାର୍ଟମେଣ୍ଟ ଅଫ ଟିମ୍ୟାନେଜମେଣ୍ଟ, ଦାର୍ଜିଲିଂ(କୋର୍ସ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ଇନ୍ ଟି-ମ୍ୟାନେଜମେଣ୍ଟ) ।

ସଂଗୃହିତ: ପ.କ୍ ପ୍ରମାନିକ

Last Modified : 12/31/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate