অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଠିକ୍ କ୍ୟାରିୟର ବାଛି ନ ଥିଲେ

ଠିକ୍ କ୍ୟାରିୟର ବାଛି ନ ଥିଲେ

ଉପକ୍ରମ

ସାଧାରଣତଃ ମାତାପିତା ଏବଂ ଅଭିଭାବକ ନିଜ ପିଲାର ଉଜ୍ଜ୍ଵଳ ଭବିଷ୍ୟତ ଚାହିଥାନ୍ତି ।  ପିଲାଟି କିପରି ଭଲ କ୍ୟାରିୟର କରିବ ସେଥିପାଇଁ ଏମାନେ ଚିନ୍ତିତ ହୋଇପଡନ୍ତି ।  ଅନେକ ମାତାପିତା ଅଛନ୍ତି ଯେଉଁମାନେ ପିଲାର  ପାଠପଢାକୁ ନେଇ ସମସ୍ତ  ନିଷ୍ପତ୍ତି  ନିଜେ ନେଇଥାନ୍ତି । ପିଲା ଭଲ ପାଠ ପଢି ଭଲ ଦରମା ଥିବା ଚାକିରି କଲେ ସବୁ ମା’ବାପା ଖୁସି ହୁଅନ୍ତି ।  ପିଲାର ଭବିଷ୍ୟତ କଥା ଚିନ୍ତା କରିବା ଆଦୌ ଭୁଲ ନୁହେଁ ।  କିନ୍ତୁ ନିଜ ନିଷ୍ପତ୍ତି ସେମାନଙ୍କ ଉପରେ ପକାଇବା କ’ଣ ଠିକ୍ ? ପ୍ରତି ପିଲାର ନିଜସ୍ୱ  ପସନ୍ଦ ବା ରୁଚି  ରହିଥାଏ । ପାଠପଢା କ୍ଷେତ୍ରରେ ସମାନ ଜିନିଷ ଦେଖିବାକୁ ମିଳିଥାଏ । ପିଲାର ନିଜସ୍ୱ  ନିଷ୍ପତ୍ତି କ୍ୟାରିୟର  ଗଠନରେ ଅତ୍ୟନ୍ତ  ଗୁରୁତ୍ଵପୂର୍ଣ୍ଣ । ଅନେକ  କ୍ଷେତ୍ରରେ ମାତାପିତାଙ୍କ  ବ୍ୟକ୍ତିଗତ ଇଚ୍ଛା ଯୋଗୁ ପିଲାମାନେ ପସନ୍ଦ ନ ଥିବା କ୍ୟାରିୟରରେ ପାଦ ରଖି ବିଫଳ ହୋଇଥାନ୍ତି । ପସନ୍ଦ ମୁତାବକ କ୍ୟାରିୟର ବାଛି ନ ଥିଲେ ଏଥିରେ ଅଗ୍ରସର ହେବା ଅତ୍ୟନ୍ତ  କଷ୍ଟକର  । ତେବେ ଯଦି ଆମେ ନିଜକୁ ସୁଟ୍ କରୁ ନ ଥିବା ପେସାରେ ପାଦ  ରଖିଥିବା ତା’ହେଲେ ଏ କ୍ଷେତ୍ରରେ କି ପଦକ୍ଷେପ ନେବା ସେ ନେଇ ନିମ୍ନ ପଏଣ୍ଟଗୁଡିକ କାର୍ଯ୍ୟରେ ଆସିବ ।

ବିଫଳତା ହେଉଛି ଏକ ସୁଯୋଗ

-   ବିଫଳତା ହେଉଛି ଏକ ସୁଯୋଗ ସଦୃଶ । ଏହି ସୁଯୋଗର ଲାଭ ଉଠାଇବାକୁ ପଡିବ । ନିଜର ସାମର୍ଥ୍ୟ ଏବଂ ରୁଚି ମୁତାବକ ପ୍ରକୃତ କ୍ୟାରିୟର ଲକ୍ଷ୍ୟକୁ ହୃଦୟଙ୍ଗମ କରି ଆମେ ଆଗକୁ ବଢିପାରିବା । ଯଦି ଆପଣ  ଭୁଲବଶତଃ କୌଣସି ଏକ କ୍ୟାରିୟରକୁ ଆପଣେଇଛନ୍ତି, ଯାହାକୁ ପସନ୍ଦ କରୁନାହାନ୍ତି ଅବା ଉକ୍ତ ପେସାରେ ଆପଣଙ୍କର ମନ ଲାଗୁନାହିଁ ତା’ହେଲେ ସୁଯୋଗ ଏବଂ ସୁବିଧା ଦେଖି ଟ୍ରାକ୍ ବଦଳାଇଦିଅନ୍ତୁ ।

ଯୋଜନା

  • ଅନେକ ସମୟରେ ଯୋଜନା ମୁତାବକ ଆଗକୁ ବଢିବାରେ ଅନେକ ବାଧାବିଘ୍ନ ଆସିଥାଏ । ହୁଏତ ଅନ୍ୟମାନଙ୍କ ହସ୍ତକ୍ଷେପ ଯୋଗୁ ଆପଣ କ୍ୟାରିୟରକୁ ନେଇ ଠିକ୍ ନିଷ୍ପତ୍ତି ନେଇପାରନ୍ତି ନାହିଁ । ଏଭଳି କ୍ଷେତ୍ରରେ ଅନ୍ୟ ଉପରେ ଦୋଷ ଣ ଲଦି ବହୁ ମୂଲ୍ୟବାନ ସମୟର ସଦୁପଯୋଗ କରନ୍ତୁ ।
  • କ୍ୟାରିୟରର ବିକଳ୍ପ ଯଦି କମ୍ ଥାଏ ତା’ ହେଲେ ଉକ୍ତ ବିକଳ୍ପରୁ ସୁଯୋଗ ସନ୍ଧାନ କରନ୍ତୁ ।
  • କ୍ୟାରିୟର ବଦଳାଇବା ପୂର୍ବରୁ ଏହା ଦେଖିବା ଦରକାର ଆପଣଙ୍କ ନିକଟରେ କି ପ୍ରକାର ସମ୍ଭାବନା ରହିଛି ।
  • ନିଜକୁ ଫିଟ୍ ହେଉ ନ ଥିବା  ଚାକିରି କରି ଅନେକ ପ୍ରଫେସନାଲ ଆତ୍ମସନ୍ତୁଷ୍ଟି ପାଇ ନ ଥାନ୍ତି । ସେମାନଙ୍କ ଅଭିଜ୍ଞତା ଏବଂ ଶିକ୍ଷାଗତ ଯୋଗ୍ୟତା ସହ ଚାକିରି ଖାପ ଖାଇ ନ ଥାଏ । ଏହାର ରାଗ କମ୍ପାନୀ ଉପରେ ସାରନ୍ତୁ ନାହିଁ ।  ଏହି ପରିସ୍ଥିତିରେ ଆମେ ଉକ୍ତ ସଂସ୍ଥା ପ୍ରତି ଦାୟିତ୍ଵବୋଧ ହେବା  ଉଚିତ । ଏହାର ଉନ୍ନତି ପାଇଁ ଚିନ୍ତା କରିବା ଆବଶ୍ୟକ । ଏହାଛଡା ଭଲ ସୁଯୋଗ ପାଇଁ ଚେଷ୍ଟା ମଧ୍ୟ ଜାରି ରଖିବା ଦରକାର ।
  • ଦକ୍ଷତା ବିକାଶ କରନ୍ତୁ । ସମସ୍ତେ କ୍ୟାରିୟର ଦିଗରେ ଆଗେଇବାକୁ ଚାହାନ୍ତି । ଯଦି ଏହା ଚାହିଁଥାନ୍ତି ତାହେଲେ ନୂଆ ଦକ୍ଷତା, ଶିକ୍ଷାଗତ ଯୋଗ୍ୟତା ଏବଂ ଜ୍ଞାନ ଆହରଣ କରିବା ପାଇଁ ପଡିବ । ନିଜର ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଏଗୁଡ଼ିକୁ ବ୍ୟବହାର କରନ୍ତୁ । କାର୍ଯ୍ୟ ସହିତ  ଅତିରିକ୍ତ ଦକ୍ଷତା ହାସଲ କରିବା ଉଚିତ ।
  • ହୁଏତ ଭୁଲବଶତଃ ଆମେ ଏପରି ଏକ କ୍ୟାରିୟର ବାଛିଥାଉ  ଯେଉଁଥିରେ ଖୁସି ନ ଥାଉ । କିନ୍ତୁ  ଏହାକୁ ନେଇ ମନଦୁଃଖ ନ କରି  ଏକ ସୁଯୋଗ ବା ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଆମେ ସଫଳ ହୋଇପାରିବା ଏବଂ ସେହି ଚାକିରି ହିଁ ଆମକୁ ଆଗକୁ  ଅତି ନିଜର ଲାଗିବ ।

ଆଧାର – ଦୈନିକ ଧରିତ୍ରୀ

୨୬ ମାର୍ଚ୍ଚ ୨୦୧୬

Last Modified : 7/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate