অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦକ୍ଷ ଟିମ୍ ଗଠନ କରିବାର କୌଶଳ

ଦକ୍ଷ ଟିମ୍ ଗଠନ କରିବାର କୌଶଳ

ଦକ୍ଷ ଟିମ୍ ଗଠନ

କୌଣସି ସଂସ୍ଥାର ଫରଫରମାନ୍ସ ଉନ୍ନତ କରବାକୁ ହେଲେ ଏକ ପାଇ ଏକ ଉନ୍ନତ ଟିମର ଆବଶ୍ୟକତା ପଡିଥାଏ । କଥାରେ ଅଛି । କୌଣସି କାର୍ଯ୍ୟକୁ ସଙ୍ଗଠିତ ଭାବରେ କରିଲେ ସଫଳତା ମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ଏକ ଉନ୍ନତ ଟିମ୍ ଗଠନ କରି ପାରିଲେ ଉନ୍ନତ ପରଫରମାନନ୍ସ ମାତ୍ରା ବୃଦ୍ଧି ହୋଇଥାଏ । ଉନ୍ନତ ଟିମ୍ ଗଠନ ଲାଗି କେତେକ ପ୍ରସଙ୍ଗ ଏଠାରେ ସ୍ଥାନିତ କରାଗଲା ।

ଏକ ଉନ୍ନତ ଟିମ୍ ଗଠନ ଲାଗି ଟାଉନ ହଲ୍ ମିଟିଂ ର ଏକ ପ୍ରମୁଖ ଭୂମିକା ରହିଛି। ଏହା ନିୟମିତ ବ୍ୟବଧାନରେ କରିବା ଦ୍ଵାରା କର୍ମଚାରୀଙ୍କ ମଧ୍ୟରେ ସଂଯୋଗ ସ୍ଥାପନା ଦିଗରେ ଏହା ବିଶେଷ ଭାବରେ ସହାୟକ ହୋଇଥାଏ । ଏହା କର୍ମଚାରୀଙ୍କ ଉପରେ ସକାରାତ୍ମକ ଭାବନା ମଧ୍ୟ ସୃଷ୍ଟି କରିଥାଏ ।

ଟିପ୍ସ

  • ଦାୟିତ୍ଵ ପ୍ରଦାନ

ଦାୟିତ୍ଵ ପ୍ରଦାନ କରିବା ସମୟରେ ଯତ୍ନଶୀଳ ହୁଅନ୍ତୁ । ଦିଆଯାଇଥିବା ଦାୟିତ୍ଵ ଠିକ୍ ଭାବରେ କିଭଳି ସମ୍ପନ୍ନ ହୋଇପାରିବ ଏବଂ ଟିମ୍ ମଧ୍ୟରେ ଏହାକୁ ନେଇ କିଭଳି ଭାବରେ ସବୁ କିଛି ଠିକ୍ ଭାବରେ ଚାଲି ପାରିବ ସେ ନେଇ ଚିନ୍ତା କରିବା ଉଚିତ । ଯେଉଁ କର୍ମଚାରୀଙ୍କୁ ଯାହାବି ଦାୟିତ୍ଵ ମିଳିଛି ତାହାକୁ ତାକୁ ସେ ଉପଲବ୍ଧି କରି ପାରିଲେ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହୋଇ ପାରିବ ।

  • ପ୍ରଶଂସା

ଟିମ୍ ଟିମ୍ ସଦସ୍ୟଙ୍କୁ ଉତ୍ସାହିତ କରିବାକୁ ଅନେକ କୌଶଳ ରହିଛି। ଏଥିପାଇଁ କର୍ମଚାରୀଙ୍କ ଭଲ କାର୍ଯ୍ୟରେ ତାଙ୍କୁ ପ୍ରଶଂସା କରି ପାରିବେ । ଏହା ହୋଇ ପାରିଲେ ସେ ମଧ୍ୟ ଉତ୍ସାହିତ ହେବା ସହ ଟିମ୍ ମଧ୍ୟରେ ଏକଭଲ ବାତାବରଣ ସୃଷ୍ଟି ହୋଇତପାରିବ ।

  • ଟିମ୍ ଇଭେଣ୍ଟ

ସମୟ ସମୟରେ ପ୍ରୋବ୍ଲେମ୍ ସଲଭିଂ ଇଭେଣ୍ଟ ମାନ ଆୟୋଜନ କରିପାରିବେ । ଏଥି ପାଇଁ ହ୍ୟାକାଥନ୍ ଆୟୋଜନ କରିପାରନ୍ତି । ଏହା କରିବା ଫଳରେ କର୍ମଚାରୀମାନେ ଗୋଟିଏ ପ୍ଲାଟ ଫର୍ମକୁ ଆସି ପାରିବେ । ଏହା ସହ କର୍ମଚାରୀଙ୍କ ମଧ୍ୟରେ ସମସ୍ୟା ସମାଧାନ କ୍ଷମତା ନେଇ ଉତ୍ସାହ ଆସିବ ।

ସଂଗୃହିତ: ପ.କ୍ ପ୍ରମାନିକ୍ , କ୍ୟାରିୟର କୌନସଲଟଣ୍ଟ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate