অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିଯୁକ୍ତି ସୁଯୋଗ ପାଇଁ ଏମଆଇଇଟି

ବୈଷୟିକ ଶିକ୍ଷାର ଗୁରୁତ୍ଵ

ଭରତ ସମେତ ବିଶ୍ଵରେ ଆଧୂନିକ ବିଜ୍ଞାନ ଓ ଜ୍ଞାନ କୌଶଳ ତଥା ପ୍ରକାରର ଦ୍ରୁତ ଅଗ୍ରଗତି ହୋଇ ଚାଲଇଥିବାରୁ ବୈଷୟିକ ଆବଶ୍ୟକତା ବଢିଚାଲିଛି । ଯେଉଁଥୁପାଇଁ କିଛି ବର୍ଷ ତଳୁ ଭାରତରେ ବୈଷୟିକ ଶିକ୍ଷାର ଗୁରୁତ୍ଵ ଆଶାତୀତ ଭାବେ ବୃଦ୍ଧି ପାଇଛି । ଓଡ଼ିଶାରେ ଅଭୂତପୂର୍ବ ଶିଳ୍ପ ପ୍ରସାର ହୋଇ ଚାଲିଥିବାବେଳେ ଆଧୁନିକ ବିଜ୍ଞାନ ଜ୍ଞାନ କୌଶଳରେ ପ୍ରବୀଣ ମାନଙ୍କର ଆବଶ୍ୟକତା ଅନୁଭୂତ ହେଉଛି । ଇତିମଧ୍ୟରେ ରାଜ୍ୟରେ ଅନେକ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇ ସୁଦକ୍ଷ ଯନ୍ତ୍ରୀ ମାନଙ୍କୁ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଦେଶ ବିଦେଶର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀରେ ଓଡ଼ିଶାର ବିଜ୍ଞାନ ଜ୍ଞାନ କୌଶଳରେ ନିପୁଣ ଯନ୍ତ୍ରୀମାନେ ନିଯୁକ୍ତି ସୁଯୋଗ ପାଇ ଲକ୍ଷାଧୁକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି । ଓଡ଼ିଶାରେ ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ‘ମହାବୀର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ୍ ଟେକ୍ନୋଲୋଜି' (ଏମ୍ଆଇଇଟି) ଅନ୍ୟତମ । ଏହି ଅନୁଷ୍ଠାନ ଭୁବନେଶ୍ଵର-ଖୋର୍ଦ୍ଧା ଜାତୀୟ ରାଜପଥ କଡ଼ରେ ଏକ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ୧୦୨ ଏକର ପରିମିତ ଜମି ଉପରେ ପ୍ରତିଷ୍ଠିତ । ଏମ୍ଆଇଇଟିରେ ବିଟେକ୍. ଏମଟେକ୍.ଏମ୍‌ବିଏ, ଏମସିଏ, ଆଇଟି ଆଦି ପାଠ୍ୟକ୍ରମ ରହିଛି । ବିଟେକ୍ ରେ ବାୟୋମେଡ଼ିକାଲ୍ ଇଞ୍ଜିନିୟରିଂ, ଇଲୋକ୍‌ଟ୍ରୋନିକ୍ସ ଆଣ୍ଡ୍ ଟେଲିକମ୍ୟୁନିକେସନ୍ସ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ ଆଣ୍ଡ ଇଞ୍ଜିନିୟରିଂ, ଇନଫରମେସନ୍, ଟେକ୍ନୋଲୋଜି, ଇଲେକ୍ଟ୍ରିକାଲ୍ ଆଣ୍ଡ୍ ଇଲୋକ୍‌ଟ୍ରୋନିକ୍ ଇଞ୍ଜିନିୟରିଂ, ଆପ୍ଲାଏଡ଼୍ ଇଲୋକ୍‌ଟ୍ରୋନିକ୍ ଆଣ୍ଡ୍ ଇନ୍‌ଷ୍ଟ୍ରମେଣ୍ଟେଣ୍ଟସନ୍ ଇଞ୍ଜିନିୟରିଂ' ଆଦି ପାଠ୍ୟକ୍ରମ ଉପଲବ୍ଧ । ଏମଟେକ୍ ରେ ଇଲେକ୍ଟ୍ରୋନିକ୍ ଏଣ୍ଡ୍ ଟେଲିକମ୍ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଭଳି ପାଠ୍ୟକ୍ରମ ରହିଛି । ଦେଶ ବିଦେଶର କେତେକ ପ୍ରମୁଖ କମ୍ପାନୀ ବିଭିନ୍ନ ସମୟରେ ଏମ୍.ଆଇଇଟି ପରିସରକୁ ଆସି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କ୍ୟାମ୍ପସ୍ ଓ ଅଫ୍-କ୍ୟାମ୍ପସ ଇଣ୍ଟରଭ୍ୟୁରେ ଚୟନ କରି ନିଯୁକ୍ତି ଦେଉଛନ୍ତି । ଏହା ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ସର୍ବଦା ଉତ୍ସାହିତ କରିଆସୁଛି । ଏମ୍.ଆଇ.ଇଟିର ଶିକ୍ଷାଦାନ ବ୍ୟବସ୍ତୁ ଉଚ୍ଚକୋଟୀର । ଏଥୁରେ ନିୟୋଜିତ ଅଭିଜ୍ଞ ତଥା ବରିଷ୍ଠ ଅଧ୍ୟାପକ ମାନଙ୍କ ଦ୍ଵାରା  ଶିକ୍ଷାଦାନ ବ୍ୟବସ୍ତୁ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ଠାରୁ ଭିନ୍ନ । ଗୁଣାତ୍ମକ ଶିକ୍ଷା ଉପରେ ପ୍ରତ୍ୟକ୍ଷ ଗୁରୁତ୍ଵ ଦିଆଯିବା ସହ ଅଭିଜ୍ଞ ନିର୍ଦ୍ଦେଶକ, ଅଧ୍ୟକ୍ଷ ଓ ଅଧ୍ୟାପକ ମାନଙ୍କ ଦ୍ଵାରା ଶିକ୍ଷାଦାନ କରାଯାଉଛି । ବିପିୟୁଟିର ପୂର୍ବତନ ଭାଇସ୍-ଚାନସେଲାର୍ ତଥା ପ୍ରଥମ ରେଜିଷ୍ଟ୍ରାର
ପ୍ରଫେସର ଡ଼୫ ରତିକାନ୍ତ ମିଶ୍ର ଏମ୍ଆଇଇଟିର ନିର୍ଦ୍ଦେଶକ ଦାୟିତ୍ଵ ସଫଳତାର ସହ ତୁଲାଇ ଆସୁଛନ୍ତି । ପ୍ରଫେସର ମିଶ୍ର ମଧ୍ୟ ବୁର୍ଲା। ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଓ ମେକାନିକାଲ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟକରି ବେଶ୍ ସୁଖ୍ୟାତି ଅର୍ଜ୍ଜନ କରିଛନ୍ତି । ଏହା ସହ ଏଠାରେ କେତେକ ସୁଦକ୍ଷ ପିଏଚଡ଼ି ଡ଼ିଗ୍ରୀଧାରୀ ପ୍ରଫେସର ରହିଥୁବାବେଳେ କିଛି ପ୍ରବୀଣ ସହକାରୀ ପ୍ରଫେସର ଓ ଏମ୍ ଟେକ୍ ଡ଼ିଗ୍ରୀଧାରୀ ରହିଛନ୍ତି ।

ପରିସରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁବିଧା

ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ସୃଷ୍ଟି କରାଯାଇଛି । ଅନୁଷ୍ଠାନ ପର୍ଯ୍ୟନ୍ତ ଭୁବନେଶ୍ଵରର ବିଭିନ୍ନ ସ୍ଥାନରୁ ରକଜୁରୀ ବସ୍ ସେବା ବ୍ୟବସ୍ଥା ଥୁବାବେଳେ ଛାତ୍ର ଓ ଛାତ୍ରୀଙ୍କ ସୁବିଧା ଓ ଦକ୍ଷତା ବୃଦ୍ଧି ପାଇଁ ଅଲଗା ଅଲଗା ହଷ୍ଟେଲ୍, ଦିବାରାତ୍ର ପାଠାଗାର, ଇଣ୍ଟରନେଟ୍, ପତ୍ରପତ୍ରିକା, ୬୦ହଜାରରୁ ଉର୍ଦ୍ଧ ପୁସ୍ତକ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲ ଆଦିର ବ୍ୟବସ୍ତୁ ରହିଛି । ଏଥି ସହ ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟକରଣ ବ୍ୟାଙ୍କ ଗୁଡ଼ିକରୁ ଶିକ୍ଷାରଣ ବ୍ୟବସ୍ଥା, ଜୀବନ ବୀମା, ପ୍ରତ୍ୟକ୍ଷ ଜ୍ଞାନ ବୃଦ୍ଧି ପାଇଁ ଶିଳ୍ପସଂସ୍ଥା ପରିଭ୍ରମଣ (ସୀମିତ), ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କଲ୍ୟାଣ ଯୋଜନା ଭଳି ପ୍ରଚୁର ସୁବିଧା ଏଠାରେ ରହିଛି । ଏହି ଅନୁଷ୍ଠାନର ପାସ୍ ହାର ୮୫ରୁ ୯୦ ଶତକଡ଼ା ରହି ଆସୁଥିବାବେଳେ ଅଧିକାଙଶ ଛାତ୍ରଛାତ୍ରୀ ୮.୫ ଏସଜିପିରୁ ଅଧିକ ରଖୁଛନ୍ତି । ଫଳରେ ଏଠାକାର କ୍ୟାମ୍ପସ୍ ଚୟନ ସନ୍ତୋଷଜନକ ହୋଇପାରୁଛି । ଏଥି ଯୋଗୁ ହିଁ ଏହି ଅନୁଷ୍ଠାନର ସାରା ଦେଶରେ ସୁନାମ ରହିଥବା କୁହାଯାଉଛି ।

ଆଧାର ୟୌର ଷ୍ଟୋରୀ

Last Modified : 10/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate