ଆପଣ ନିଜ ବୃତ୍ତିଗତ ଜୀବନ ଏକ ଉଚ୍ଚ ପଦବୀରୁ ଆରମ୍ଭ କରିବେ ନା ନିମ୍ନ ପଦବୀରୁ ତାହା ଆପଣଙ୍କ ଶିକ୍ଷାଗାତ ଯୋଗ୍ୟତା ଉପରେ ନିର୍ଭରକରେ । ଏକାଡେମିକ କ୍ୟାରିୟର ସହିତ ବୈଷୟିକ ଜ୍ଞାନକୌଶଳ ଦକ୍ଷତା ଏବଂ ଅଭିଜ୍ଞାତା ଜଣକୁ ଉଚ୍ଚ ପଦବୀ ପାଇବା ପାଇଁ ଯୋଗ୍ୟ କରାଇଥାଏ ।
ସେହିପରି ଏକ ବ୍ୟବସାୟିକ ଅନୁଷ୍ଠାନ ଏହାର ମାନବ ସମ୍ବଳ କ୍ଷମତା, ବ୍ୟବସାୟର ଆକାର ତଥା ଉତ୍ପାଦନ କ୍ଷମତା ଆଧାରରେ ବୃହତ୍ତ ଶିଳ୍ପ ବା କ୍ଷୁଦ୍ର ଶିଳ୍ପ ଭାବେ ପରିଗଣିତ ହୋଇଥାଏ । ସମସ୍ତ ବ୍ୟବଶାୟିକ ପ୍ରତିଷ୍ଠାନ ନିଜ ନିଜର ଲକ୍ଷ୍ୟ ଏବଂ ଯୋଜନା ଅନୁସାରେ ପରିଚାଳିତ ହୋଇଥାଆନ୍ତି । କର୍ମଚାରୀଙ୍କ ଶ୍ରମ ତଥା ମାନବ ସମ୍ବଳର ଦକ୍ଷତା ହିନ ଏହାକୁ ହାସଲ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଆନ୍ତି । ଏହି ମାନବ ସମ୍ବଳକୁ ସେମାନଙ୍କ ଅଭିଜ୍ଞାତା ଦ୍ରୁଷ୍ଟିରୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ । ଥା ହେଲା ବରିଷ୍ଠ ଓ କନିଷ୍ଠ ।
ସଂଗଠନର ଲକ୍ଷ୍ୟ ସାଧନ କରିବା ପାଇଁ ଦକ୍ଷତାସମ୍ପର୍ଣ୍ଣ କର୍ମଚାରୀ ଆବଶ୍ୟକ । ଯେଉଁମାନେ ନିଜ କାର୍ଯ୍ୟକୁ ନିଷ୍ଠାର ସହିତ ସମ୍ପାଦନ କରୁଛନ୍ତି ସେହିଭଳି କର୍ମଚାରୀ ସଂଗଠନକୁ ଅଗ୍ରସର କରାଇଥାଆନ୍ତି । ବର୍ତ୍ତମାନର ପ୍ରତିଯୋଗୀତାପୂର୍ଣ୍ଣ ବଜାରରେ ସବୁ କ୍ଷେତ୍ରରେ ବିକଳ୍ପ ଭତ୍ତା ହେଲାଣି । ନିର୍ଦ୍ଧିଷ୍ଟ ଦ୍ରବ୍ୟ ବା ସେବା ପ୍ରଦାନ କରିବା ପାଇଁ ଏକାଧିକ ସଂସ୍ଥା ଅଛନ୍ତି । ଏହି ଦ୍ରୁଷ୍ଟିରୁ କର୍ମଚାରୀମାନେ ଏକ ସଂସ୍ଥା ଛାଡି ଅନ୍ୟ ସଂସ୍ଥାକୁ ଯିବାର ସୁଯୋଗ ପାଇଛନ୍ତି । ଗ୍ରାହକ ଯେପରି ନିଜ ଇଚ୍ଛା ମୁତବକ କମ୍ପାନୀର ଦ୍ରବ୍ୟ କ୍ରୟ କରିପାରୁଛନ୍ତି କର୍ମଚାରୀ ମଧ୍ୟ ନିଜ ଇଚ୍ଛା ମୁତାବକ କମ୍ପାନୀ ବାଛି ପାରୁଛନ୍ତି ॰ । ଅଧିକ ଦରମା, ଉଚ୍ଚ ପଦବୀ, ତୁଳନାତ୍ମକ ଭାବେ ଉତ୍ତମ କାର୍ଯ୍ୟ।ନୁଷ୍ଠାନ ଆଶା କରି କର୍ମଚାରୀମାନେ ଗୋଟିଏ ସଂସ୍ଥା ଛାଡି ଅନ୍ୟ ସଂସ୍ଥାରେ ଯୋଗ ଦେଇ ଥାଆନ୍ତି ।
କେବଳ ସେତିକି ନୁହେଁ , କାର୍ଯ୍ୟ।ଳୟର ଅନ୍ତଃକନ୍ଦଳ ମଧ୍ୟ ଚାକିରି ଛାଡିବା ପାଇଁ ଅନେକଙ୍କୁ ବାଧ୍ୟ କରାଇଥାଏ । କାର୍ଯ୍ୟ।ଳୟ ବିପକ୍ଷବାଦୀ ସୃଷ୍ଟି ହେବା ।
ବିଭିନ୍ନ ସମୟ ରେ ଆଳ ଦେଖାଇ ଦୋଷାରୋପ କରିବା ଆଦି କାରଣରୁ ମଧ୍ୟ ଅନେକ ନିଷ୍ଠାବାନ କର୍ମଚାରୀ ଚାକିରି ଛାଡିବା ପାଇଁ ବାଧ୍ୟ ହୋଇ ଥାଆନ୍ତି ।
ବିଶେଷଜ୍ଞଙ୍କ ମତରେ ଏକ କମ୍ପାନୀ ଛାଡି ଅନ୍ୟ ଏକ କମ୍ପାନୀ ଚୟନ କରିବା ଭୁଲ ନିଷ୍ପତ୍ତି ନୁହେଁ । ଚାକିରି ଛାଡିବାର କାରଣ ଯଦି ଉପଯୁକ୍ତ ତେବେ ବିଶେଷଜ୍ଞମାନେ ଛାଡିବା ସପକ୍ଷରେ ଯୁକ୍ତି ବାଢନ୍ତୁ । ପ୍ରଖ୍ୟାତ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବଟନ ଗଭର୍ଣ୍ଣର ରଘୁରାମ ରାଜାଙ୍କ ମୁଦ୍ରାନୀତି, ପରିଚାଳନା ଓ ନିଷ୍ପତ୍ତିକୁ ଅନେକେ ପ୍ରଶଂସା କରୁଥିଲେ ମଧ୍ୟ ସେ ଦ୍ଵିତୀୟ ଥର ପାଇଁ ନିଜ ପଦବୀ ଗ୍ରହଣ ନକରି ଏହାକୁ ପରିତ୍ୟାଗ କରିଥିଲେ ।
ଅନ୍ୟପକ୍ଷରେ ଏକ ସଂସ୍ଥା କ୍ଷୁଦ୍ର ହୋଇପାରେ , ବୃହତ୍ତ ହୋଇପାରେ ସରକାରୀ ହୋଇପାରେ , ବେସରକାରୀ ମଧ୍ୟ ହୋଇପାରେ । ଏହା ଅଧିକାଂଶ ଜାଣନ୍ତି ଯେ , ଏକ ଅଣ ସଂଗଠିତ କର୍ମସଂସ୍ଥାନରେ ନିଯୁକ୍ତି ପାଇବା ପାଇଁ ଯେତେ ସୁଯୋଗ ରହିଛି ସେ ତୁଳନାରେ ଏକ ଉତ୍ତମ ସଂଗଠିତ କର୍ମସଂସ୍ଥାନରେ ସେତିକି ସୁଯୋଗ ନାହିଁ । ବିଶେଷକରି ଭାରତରେ ଅର୍ଦ୍ଧାଧିକ କର୍ମଚାରୀ ଅଣସଂଗଠିତ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ଅଣ ସଂଗଠିତ ସଂସ୍ଥାଗୁଡିକ ହିଁ ଅଧିକ ନିଯୁକ୍ତି ପ୍ରଦାନ କରୁଛନ୍ତି । ସେହିପରି ଅଣସଂଗଠିତ ସଂସ୍ଥା ତୁଳନା ଏ ସଂଗଠିତ ସଂସ୍ଥାରେ କର୍ମଚାରୀମାନେ ନିଯୁକ୍ତି ଛାଡିବା କମ ଦେଖିବାକାଉ ମିଳେ । ସେହିପରି ବର୍ତ୍ତମାନର ଯୋଗ୍ୟ ତଥା ଅଭିଜ୍ଞ ସମ୍ପର୍ଣ୍ଣ କର୍ମଚାରୀମାନେ ନିଜ ଉଦ୍ଦେଶ୍ୟରେ ସାଧନ ନ ହେଲେ ଚାକିରି ଛାଡିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ।
ଏଭଳି ସ୍ଥଳରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ଡ଼ିଆଇଜି ସାମ୍ନାକୁ ଆସେ । କେତେକେ ନିଜ କ୍ୟାରିୟରର ଅଭିବୃଦ୍ଧି ପାଇଁ ସଂସ୍ଥା ଛାଡି ଥାଆନ୍ତି ତା କେତେକ ନିଜ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଚାକିରି ଛାଡି ଥାଆନ୍ତି ।
ଫ୍ରେସରଙ୍କ କ୍ଷେତ୍ରରେ ଚାକିରି ଛାଡିବା ପାଇଁ ଅଧିକ ସୁଯୋଗ ନଥାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ଯେଉଁମାନେ କୌଣସି ଏକ ଶାସନ୍ଥାରେ ନିଜ କ୍ୟାରିୟର ଆରମ୍ଭ କରୁଛନ୍ତି ସେଠାରେ ଆତ୍ମସନ୍ତୋଷ ନ ମିଳିଲେ ମଧ୍ୟ ହଠାତ ଆଉ ଏକ ସଂସ୍ଥା ପାଇଯିବା ସହଜ ହୋଇନଥାଏ । ଏହି ଦ୍ରୁଷ୍ଟିରୁ ଏକ ସଂଗଠନରେ ଦୁଇ ଶ୍ରେଣୀର କର୍ମଚାରୀ ଅଛନ୍ତି ବୋଲି କୁହାଯାଇ ପରେ ।
ଗୋଟିଏ ଶ୍ରେଣୀ ଅନଭିଜ୍ଞ ବା ନିଜ ସଂଗଠନ ତଥା କାର୍ଯ୍ୟଶୈଳୀ ସମ୍ପର୍କରେ ବିଶେଷ ପରିଚିତ ନ ହୋଇଥିବା ବେଳେ ଆଉ ଏକ ଗୋଷ୍ଠୀ ପ୍ରଚୁର ଅଭିଜ୍ଞାତାସମ୍ପର୍ଣ୍ଣ ହୋଇଥାଆନ୍ତି ।
କିନ୍ତୁ ଅଭିଜ୍ଞ ହୁଅ ବା ଅନଭିଜ୍ଞ ଏକ ନୂତନ ସଂସ୍ଥା ରେ କାର୍ଯ୍ୟ ଆରମ୍ଭ କରିବା ସମୟରେ ସେଠାରେ କେମିତି ସଫଳ ହେବ ତାହା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ।
ଫ୍ରେସର କ୍ଷେତ୍ରରେ ନିଜ କମ୍ପାନୀ ତଥା ବସଙ୍କ ପାଖରେ ନିଜକୁ ବିଶ୍ଵସ୍ତ , କର୍ମଠ ଓ ସତ୍ୟନିଷ୍ଟ ବୋଲି ପ୍ରମାଣିତ କରିବା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ । ଚାକିରିରେ ଯୋଗଦେବାର ପ୍ରଥମ ଦିନରୁ ହିଁ ନିଜର ସର୍ବୋକୃଷ୍ଟ ପ୍ରଦର୍ଶନ ଦେଖାଇବା ଉଚିତ । ଯଦି ଆପଣ ଜଣେ ଫ୍ରେସର ତେବେ ନିମ୍ନ ବର୍ଣ୍ଣିତ କେତେକ ସାଧାରଣ ଟିପ୍ସ ଅନୁଧ୍ୟାନ କରିପାରନ୍ତି ।
ଗୋଟିଏ ସଂସ୍ଥା ଛାଡି ଅନ୍ୟ ସଂସ୍ଥାରେ ଯୋଗ ଦେବା ଆପଣଙ୍କ କ୍ୟାରିୟରର ଏକ ଅଂଶ ବିଶେଷ । ଯେଉଁ ଚାକିରି ଛାଡି ଆପଣ ଅନ୍ୟତ୍ର ଯାଉଛନ୍ତି ତାହା ଯଦି ତୁଳାନାତ୍ମକ ଭାବେ ଭଲ ତେବେ ଏହା ଅଧିକ ପସନ୍ଦ ଯୋଗ୍ୟ । ଅଭିଜ୍ଞ ବ୍ୟକ୍ତି ଏକ ସଂସ୍ଥା ଛାଡି ଅନ୍ୟତ୍ର ଯିବା ସମୟରେ କେତୋଟି ଦିଗକୁ ଧ୍ୟାନ ଦେବା ଉଚିତ ।
ଆଧାର- ପି.କେ ପ୍ରାମାଣିକ
Last Modified : 12/10/2019