ସେଆର କରନ୍ତୁ

ନେଟ୍ ପରୀକ୍ଷା

ନେଟ୍ ପରୀକ୍ଷାର ତାରିଖ ୨୨ ଜାନୁୟାରୀ ୨୦୧୭ ଧାର୍ଯ୍ୟ କରାଯାଇଛି । ସେଥିପାଇଁ ଟିପ୍ସ ।

ନେଟ୍ ପରୀକ୍ଷାର ତାରିଖ

ଆପଣ ଶିକ୍ଷକତା କରିବା ପାଇଁ ଚାହୁଁଛନ୍ତି ଅବା ଉଚ୍ଚ ଶିକ୍ଷା କିମ୍ବା ଗବେଷଣାରେ ରୁଚି ଅଛି । ଏହାର ରାସ୍ତା ନେଟ୍ ପରୀକ୍ଷା  ମାଧ୍ୟମରେ ଖୋଲିଥାଏ । ଏଥିର ରାସ୍ତା ନେଟ୍ ପରୀକ୍ଷାର ତାରିଖ ୨୨ ଜାନୁୟାରୀ ୨୦୧୭ ଧାର୍ଯ୍ୟ କରାଯାଇଛି । ଏହାର ସୂଚୀ ମଧ୍ୟ ବାହାରି ସାରିଲାଣି । ଏଭଳି କ୍ଷେତ୍ରରେ ଯଦି ଆପଣ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିର୍ବେ ତା'ହେଲେ ନିଶ୍ଚିତ ବ୍ୟସ୍ତ ବିବ୍ରତ ହେଉଥିର୍ବେବ । କିନ୍ତୁ ଡରିବାର କୌଣସି କାରଣ ନାହିଁ । ଯଦି ଆପଣ ଉପଯୁକ୍ତ ଯୋଜନା ଏବଂ ଷ୍ଟାଟେଜି ମାଧମରେ ପ୍ରସ୍ତୁତ କରିବେ ତା'ହେଲେ ଆପଣଙ୍କୁ ସଫଳ ହେବାରୁ କେହି ଅଟକାଇ ପାରିବେ ନାହିଁ ।

ପରୀକ୍ଷା ନିମନ୍ତେ ପ୍ରସ୍ତୁତ

ନେଟ୍ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରୀ ଛାତ୍ରଙ୍କ ଲାଗି ଟିପ୍ସ ।

  • ସିଲାବସ୍ୟକୁ ନୋଟ୍ କରନ୍ତୁ । ଟୁ-ଦି- ପଏଣ୍ଟ ପ୍ରସ୍ତୁତ ହେବା ଲାଗି ଏହା ନିଶ୍ଚିତ ଆବଶ୍ୟକ । ୟାଡୁ ସଂଖ୍ୟାଡୁ ବିଷୟକୁ ନେଇ ପ୍ରସ୍ତୁତ ହେବାରେ କୌଣସି ଫାଇଦା ମିଳିନ ଥାଏ । ଯେଉଁ ବିଷୟ ପଡିବ ତାହା ଉପରେ ହିଁ ଗୁରୁତ୍ଵ ଦିଅନ୍ତୁ ।
  • ପଢ଼ିବା ପାଇଁ ଠିକ୍ ଷ୍ଟଡି ମ୍ୟାଟେରିଆଲ ବାଛନ୍ତୁ । ଏ କ୍ଷେତ୍ରରେ ଆପଣଙ୍କ ସିନିୟର ଏବଂ ଶିକ୍ଷକଙ୍କ ପରାମର୍ଶ ନେଇପାରିବେ । ଏଭଳି ବହି ବାଛନ୍ତୁ ଯେଉଁଥିରେ, ପ୍ରାକ୍ସିସ୍ କରିବା ସହଜ ହେବ ।
  • ବହିରେ ଲେଖା ହୋଇଥିବା ସବୁ ଜିନିଷ ପରୀକ୍ଷା ପାଇଁ ଜରୁରୀ ହୋଇ ନ ଥାଏ । ମେନ୍ ପଏଣ୍ଟଗୁଡିକୁ ହାଇଲାଇଟ୍ କରନ୍ତୁ ଏବଂ ସହଜ ଭାଷାରେ ନୋଟ୍ ବନାନ୍ତୁ । ଫର୍ମୁଲା, ଡାଏଗ୍ରାମ ଏବଂ ଉଦାହରଣକୁ ନୋଟ୍‌ରେ ନିଶ୍ଚିତ ରଖନ୍ତୁ ।
  • ଗୁପ୍ ଷ୍ଟଡି କରନ୍ତୁ । ନେଟ୍ ନିମନ୍ତେ ପ୍ରସ୍ତୁତ ହେଉଥିବା ପିଲାମାନଙ୍କ ପାଇଁ ଏହା ବହୁ ମାତ୍ରାରେ ସହାୟକ ହୋଇଥାଏ । ଏହା ମଜାଦାର ହେବା ସହ ଜ୍ଞାନ ବିନିମୟ କ୍ଷେତ୍ରରେ ଅତ୍ୟନ୍ତ ସହାୟକ ହୋଇଥାଏ । ଆମେ ଯେଉଁ ବିଷୟରେ ଦୁର୍ବଳ ଅନ୍ୟ ଜଣଙ୍କର ଉକ୍ତ ବିଷୟରେ ଅଧକ ଜ୍ଞାନ ରହିଥାଇପାରେ । ତେଣୁ ପାଠପଢ଼ାରେ ଥିବା ସମସ୍ୟା ଦୂର କରିବାରେ ଗୁପ୍ ଷ୍ଟଡି ଅତ୍ୟନ୍ତ ଲାଭଦାୟକ ।
  • ପ୍ରସ୍ତୁତି ହେଉ କିମ୍ବା ପରୀକ୍ଷା ବେଳେ ଟାଇମ୍ ମ୍ୟାନେଜ୍‌ମଣ୍ଟ, ବହୁ ମାତ୍ରାରେ ଗୁରୁତ୍ବପୂର୍ଣ୍ଣ । ଏକ ଟାଇମ୍ ଟେବୁଲ ପ୍ରସ୍ତୁତ କରି ପଢ଼ନ୍ତୁ । ତା' ସହିତ ରିଭିଜନ୍ ମଧ୍ୟ କରିଚାଲନ୍ତୁ । ପରୀକ୍ଷା ସମୟରେ ଉକ୍ତ ପ୍ରଶ୍ନକୁ ପ୍ରଥିମେ କରନ୍ତୁ ଯାହାକୁ ନେଇ ଆପଣ ଅଧକ, ପ୍ରସ୍ତୁତ ହୋଇଛନ୍ତି ।
  • ନେଟ୍ ପରୀକ୍ଷାରେ କରେଣ୍ଟ ଆପେୟାର୍ସ ଉପରେ ପ୍ରଶ୍ନ ଆସିଥାଏ । ତେଣୁ ଅପଡେଟ୍ ରହିବା ନିତାନ୍ତ ଜରୁରୀ ।
  • ଏଣୁ ବିଷୟବସ୍ତୁ ସହ କରେଣ୍ଟ ଆଫେୟାର୍ସରେ ମଧ୍ୟ ରାଜା ହୁଅନ୍ତୁ । ଖବରକାଗଜ ଏବଂ ମାଗାଜିନ୍ ପଢ଼ିବା ସହ ନୁଖୁଜ୍ ଚଖ୍ୟାନେଲ ଦେଖନ୍ତୁ ।
  • ଆପଣଙ୍କ ପ୍ରସ୍ତୁତି କିପରି ହୋଇଛି ତାହାକୁ ପରଖବା ଲାଗି ମକ୍ ଚେଷ୍ଟ ଦିଅନ୍ତୁ । ଇଣ୍ଟର୍ନେଟ୍‌ରେ ଅନେକ ମକ୍ ଟେଷ୍ଟ ଉପଲବ୍ଧ ଅଛି, ଯାହାର ସାହାଯ୍ୟ ଆପଣ ନେଇପାରିବେ ।
  • ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିଲେ ଭୟ ଏବଂ ଚିନ୍ତା । ରହିବା ସ୍ଵାଭାବିକ । କିନ୍ତୁ ଏହାକୁ ଆପଣଙ୍କ ଆମ୍ବ ବିଶ୍ଵାସ ଉପରେ ଭାରି ହେବାକୁ ଦିଅନ୍ତୁ ନାହିଁ ।

ଆଧାର -"ଦୈନିକ ଧରିତ୍ରୀ"

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top