অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପବ୍ଲିକ୍ ପ୍ରସିକ୍ୟୁଟର ଭାବେ କ୍ୟାରିୟର

ଉପକ୍ରମ

ଜୀବିକାର୍ଜନ ସହିତ ଯେଉଁ କେତେକ ବୃତ୍ତିରେ ଜନସେବା ମଧ୍ୟ କରିହୁଏ, ସେହିଭଳି ଏକ ବୃତ୍ତି ହେଉଛି ସରକାରୀ ଓକିଲାତି ।ଏଥିରେ ସମ୍ପୃକ୍ତ ବୃତ୍ତିଧାରୀଙ୍କୁ ସରକାରୀ ଓକିଲ ବା ପବ୍ଲିକ୍ ପ୍ରସିକ୍ୟୁଟର କୁହାଯାଏ।

ସେମାନେ ରାଷ୍ଟ୍ର ଓ ଦେଶବାସୀଙ୍କ ସ୍ଵାର୍ଥରକ୍ଷା ପାଇଁ ଅଦାଲତରେ ଲଢେଇ କରନ୍ତି । ଦେଶରେ ଆଇନ ଉଲ୍ଲଂଘନର ମାତ୍ରା ବଢି ଚାଲିଥିବାରୁ କ୍ରମେ ଏଭଳି ଓକିଲଙ୍କ ଗୁରୁତ୍ଵ ଓ ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

 

 

ପବ୍ଲିକ୍ ପ୍ରସିକ୍ୟୁଟର ନିଯୁକ୍ତ ବ୍ୟବସ୍ଥା

ସରକାରୀ ଓକିଲ ନ୍ୟାୟିକ ବ୍ୟବସ୍ଥାର ଅପରିହାର୍ଯ୍ୟ ଅଂଶ । ସେମାନେ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ବିଭିନ୍ନ ଭୂମିକା ନିର୍ବାହ କରନ୍ତି । କୌଣସି ଏକ ମାମଲାରେ ତଦନ୍ତକାରୀ ସଂସ୍ଥା ଚାର୍ଜଶିଟ ଦାଖଲ କରିବା ପରେ ସେମାନଙ୍କ ଦାୟିତ୍ଵ ଆରମ୍ଭ ହୁଏ । ସେମାନଙ୍କୁ ସବୁ ପ୍ରକାର ବାହ୍ୟ ପ୍ରଭାବରୁ ଦୂରେଇ ରହି ନିଜ ଦାୟିତ୍ଵକୁ ନିରପେକ୍ଷ ଭାବେ ସମ୍ପାଦନ କରିବାକୁ ପଡେ । ରାଷ୍ଟ୍ରକୁ ପ୍ରତିନିଧିତ୍ଵ କରି ମାମଲାର ବିଭିନ୍ନ ଦିଗ ସମ୍ପର୍କରେ ନ୍ୟାୟାଳୟଙ୍କୁ ଅବଗତ କରାଇବାକୁ ହୁଏ । କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ପ୍ରତ୍ୟେକ ହାଇକୋର୍ଟରେ ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତ କରନ୍ତି । ସେହିପରି ସବୁ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଣେ ପବ୍ଲିକ ପ୍ରସିକ୍ୟୁଟର କିମ୍ବା ଏକାଧିକ ସହାୟକ ପବ୍ଲିକ୍ ପ୍ରସିକ୍ୟୁଟର ନିଯୁକ୍ତ କରାଯିବା ବ୍ୟବସ୍ଥା ରହିଛି । ଏହି ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ସାକ୍ଷ୍ୟପ୍ରମାଣ ସଂଗ୍ରହ, କୋର୍ଟଙ୍କ ଲାଗି ଦସ୍ତାବିଜ ପ୍ରସ୍ତୁତି ଆଦି କାର୍ଯ୍ୟରେ ସାହାଯ୍ୟ କରନ୍ତି ।

ଯୋଗ୍ୟତା

ପବ୍ଲିକ ପ୍ରସିକ୍ୟୁଟର ହେବ ପାଇଁ ଜଣେ ବ୍ୟକ୍ତି ଦେଶର ନାଗରିକ ହୋଇଥିବା ଆବଶ୍ୟକ । ସେ ଜଣେ ବ୍ୟକ୍ତି ଦେଶର ନାଗରିକ ହୋଇଥିବା ଆବଶ୍ୟକ । ସେ ଜଣେ ଓକିଲ ଭାବେ ଅତିକମରେ ୭ବର୍ଷ କାର୍ଯ୍ୟ କରିଥିବା ଆବଶ୍ୟକ । ତାଙ୍କ ବୟସ ୩୫ରୁ କମ୍ କିମ୍ବା ୪୫ରୁ ଅଧିକ ହୋଇ ନ ଥିବା ଆବଶ୍ୟକ । ତେବେ ଅନୁସୂଚିତ ଜାତି/ଜନଜାତି ପ ପଛୁଆବର୍ଗ ପ୍ରାର୍ଥୀଙ୍କ ପାୟନ ସରକାର ଭିନ୍ନ ବୟସସୀମା ନିର୍ଦ୍ଧାରଣ କରିପାରନ୍ତି । ସେସନ୍ସ ଜଜ୍ ଙ୍କ ସହ ବିଚାର ବିମର୍ଶ କରି ଜିଲା ଜଜ୍ ଜିଲାରେ ପବ୍ଲିକ୍ ପ୍ରସିକ୍ୟୁଟର ହେବା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରନ୍ତି । ରାଜ୍ୟ ସରକାର ଏହି ତାଲିକାରେ ନାମ ନ ଥିବା କୌଣସି ବ୍ୟକ୍ତିଙ୍କୁ ପବ୍ଲିକ ପ୍ରସିକ୍ୟୁଟର ଭାବେ ନିଯୁକ୍ତି ଦେଇପାରିବ ନାହିଁ । ତେବେ କେତେକ କ୍ଷେତ୍ରରେ ସରକାର ୧୦ ବର୍ଷରୁ ଉର୍ଦ୍ଧ୍ଵ ଅଭିଜ୍ଞତା ଥିବା ଓକିଲଙ୍କୁ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଭାବେ ନିଯୁକ୍ତ କରିପାରନ୍ତି । ପବ୍ଲିକ ପ୍ରସିକ୍ୟୁଟର କାର୍ଯ୍ୟକାଳ ଅବଧି ସରକାରଙ୍କ ଦ୍ଵାରା ସ୍ଥିର ହୁଏ ।

ଜିଲାରେ ସହ-ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କର ଆଇନରେ ସ୍ନାତକ ଡିଗ୍ରୀ ସହ ଯେ କୌଣସି ରାଜ୍ୟର ବାର୍ କାଉନସିଲରେ ୨ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ । ଏଥିସହିତ ତାଙ୍କ ବୟସ ୩୫ବର୍ଷରୁ ଉର୍ଦ୍ଧ୍ଵ ହୋଇ ନ ଥିବା ଉଚିତ । ସମ୍ପୃକ୍ତ ରାଜ୍ୟର ଲୋକସେବା ଆୟୋଗ ଦ୍ଵାରା ଏହି ପଦବୀ ଲାଗି ପରୀକ୍ଷା କରାଯାଏ । ପବ୍ଲିକ ପ୍ରସିକ୍ୟୁଟରଙ୍କୁ ସରକାରୀ କର୍ମଚାରୀ ଭାବେ ବେତନ ଓ ଅନ୍ୟ ସୁବିଧା ସୁଯୋଗ ମିଳେ ।

ଆଧାର – ଦୈନିକ ଧରିତ୍ରୀ

 

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate