অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିଚାଳକଙ୍କୁ ସାହାଯ୍ୟ କରିବେ କିପରି

ପରିଚାଳକଙ୍କୁ ସାହାଯ୍ୟ କରିବେ

କର୍ମଚାରୀଙ୍କ ମନରେ ଗୋଟେ ଧାରଣା ରହି ଆସିଛି ଯେ, ନିଯୁକ୍ତିଦାତାଙ୍କୁ ସନ୍ତୁଷ୍ଟ କରିବା ସହଜ ସାଧ୍ୟ ନୁହେଁ । ଯେତେ ଭଲ ପ୍ରଦର୍ଶନ କଲେ ମଧ୍ୟ କର୍ମଚାରୀ ଆଉ ଅଧିକ ଅବଦାନ ଦିଅନ୍ତୁ, ନିଯୁକ୍ତିଦାତାଙ୍କର ଏହିଭଳି ମାନସିକତା ରହିଥାଏ ବୋଲି କର୍ମଚାରୀମାନେ ଭାବନ୍ତି । ଏହି ଚିନ୍ତାଧାର କେତେକାଂଶରେ ସତ୍ୟ ମଧ୍ୟ । ବିଶେଷ କରି ଲାଭଅର୍ଜନକାରୀ କମ୍ପାନୀଗୁଡିକରେ କର୍ମଚାରୀଙ୍କ ଠାରୁ ସଂସ୍ଥା କିଛି ଅଧିକ ଆଶା କରିଥାଏ । ଅନେକ ପରିଚାଳକ ଅତିମାତ୍ରାରେ ବ୍ୟଗ୍ର ହୋଇ ଉଠନ୍ତି । ସେମାନଙ୍କ ମନରେ ଅତି ଉଚ୍ଚ ଆକାଂକ୍ଷା ରହିଥାଏ । ତେବେ ସେଭଳି ପରିଚାଳକଙ୍କ ସହିତ କିପରି ଖାପଖୁଆଇ ଏକ ଉତ୍ତମ ବୁଝାମଣା ରଖାଯାଇ ପାରିବ ତାହା  ଏଠାରେ ଉପସ୍ଥାପନ କରାଗଲା ।

    ବାସ୍ତବବାଦୀ ଚିନ୍ତାଧାରା

କେଉଁ କାମ ବର୍ତ୍ତମାନ ଶେଷ କରି ହେବ, କେଉଁ କାମ ପାଇଁ କେତେ ସମୟ ଲାଗିବ, କ’ଣ ଭିତିଭୂମି ଆବଶ୍ୟକ, କେତେ ମାନବ ସମ୍ବଳ ଆବଶ୍ୟକ  ତାହାର ଏକ ଠିକ୍ ତଥ୍ୟ ଉପସ୍ଥାପନ କରିବା ଉଚିତ । ଯେଉଁ ପରିଚାଳକ ସବୁ ସମୟରେ ଅତିମାତ୍ରାରେ ବ୍ୟଗ୍ରତା ପ୍ରଦର୍ଶନ କରନ୍ତି ସେମାନଙ୍କ କ୍ଷେତ୍ରରେ ଏଭଳି ଉପସ୍ଥାପନା ନିହାତି ଜରୁରୀ । ନଚେତ ପର ମୁହୂର୍ତ୍ତରେ ପରିଚାଳକ ଆପଣଙ୍କ ସମସ୍ୟା ସମ୍ପର୍କରେ ଶୁଣିବାକୁ ପ୍ରସ୍ତୁତ ହେବେ ନାହିଁ ବରଂ ଦୋଷାରୋପ କରବା ସମ୍ମାବନା ରହଛ ।

ପ୍ରରୋଚନା

ନିଜ କମ୍ପାନୀର ଉନ୍ନତି ପାଇଁ ସଂସ୍ଥାର ମୁଖ୍ୟ ବିଭିନ୍ନ ଦିଗ ଉପରେ ସମୀକ୍ଷା କରନ୍ତି । ଏପରିକି ବାହ୍ୟ ଲୋକଙ୍କ ନକାରାତ୍ମକ ପ୍ରରୋଚନାରେ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇ ଉଠନ୍ତି । ବାହ୍ୟ ପ୍ରରୋଚନା ବ୍ୟଗ୍ରତାର ଏକ ପ୍ରମୁଖ କାରଣ ମଧ୍ୟ ହୋଇ ପାରେ । ଅସାଧୁ ବ୍ୟକ୍ତିଙ୍କ ପ୍ରରୋଚନା କିପରି ପ୍ରଭାବିତ ନ କରେ ତାହାକୁ ଦୃଷ୍ଟି ଦେବା ଉଚିତ ।

ଅପଡେଟ୍ କରାନ୍ତୁ

କାମ କେତେ ଦୂର ଅଗ୍ରଗତି ହେଉଛି ଏହାର ସବିଶେଷ ସୂଚନା ନିୟମିତ ବ୍ୟବଧାନରେ ପରିଚାଳକଙ୍କୁ ପ୍ରଦାନ କରିବା ଉଚିତ । ସେହିପରି ଆବଶ୍ୟକ ସ୍ଥଳେ ତାଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ । ଫଳରେ ତାଙ୍କର ବିଶ୍ଵାସ ଭାଜନ ହୋଇ ପାରିବେ ।

ବସ୍‌ଙ୍କୁ ସାହାଯ୍ୟ କରନ୍ତୁ

ଯନ୍ତ୍ରବତ୍ ନିଜର କାମ ଶେଷ କରି ଚୁପ ବସିବା ସବୁ ସମୟରେ ଗ୍ରହଣଯୋଗ୍ୟ ନୁହେଁ । ବିଶେଷ କରି ସବୁ କଥାରେ ବ୍ୟଗ୍ରତା ପ୍ରକାଶ କରୁଥିବା ବସ୍‌ଙ୍କ ପାଖରେ ଏଭଳି ପ୍ରଦର୍ଶନ କରିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ବରଂ ନିଜ କାମ ସହିତ ସମୟ ଅନୁସାରେ ବସ୍‌ଙ୍କ କାମରେ ସାହାଯ୍ୟ କରିବା ଏବଂ ତାଙ୍କ ଚାପ ହ୍ରାସ କରିବା ପାଇଁ ପ୍ରୟାସ କରିବା ଏ କ୍ଷେତ୍ରରେ ଉତ୍ତମ ବିଚାର ।

କେତେକ ନୂତନ ଆବ୍ରିଭିଏଶନ

ଏବେ ସରକାର ବିଭିନ୍ନ ପ୍ରକାର ନୂତନ ସେବା ପ୍ରଣୟନ କରିଛନ୍ତି । ଅନ୍‌ଲାଇନ୍ ଆପ୍ଲିକେଶନଠାରୁ ଆରମ୍ଭକରି ବିଭିନ୍ନ ବୋର୍ଡ ଗଠନ କରିଛନ୍ତି । ଏସବୁକୁ ଆମେ ସାଧାରଣତଃ ତାହାର ସଂକ୍ଷିପ୍ତ ନାମରେ ଉଚ୍ଚାରଣ କରୁଛେ ।  ଭିମ୍ ଆପ୍ଲିକେଶନ ବା ଉଡ଼ାନକୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ । ଏଠାରେ ସେହିଭଳି କେତୋଟି ଆବ୍ରିଭିଏଶନର ସମ୍ପୂର୍ଣ୍ଣ ନାମ ଉପସ୍ଥାପନ କରାଗଲା।

  • ଭିମ୍ – ଭାରତ ଇଣ୍ଟରଫେସ୍ ଫର୍ ମନି
  • ଉଡାନ୍ – ଉଡେ ଦେଶ୍ କା ଆମ୍ ନାଗରିକ
  • ୟୁପିଆଇ – ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍
  • ଆଇବିବିଆଇ – ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରେପ୍ସି  ବୋର୍ଡ ଅଫ୍ ଇଣ୍ଡିଆ
  • ୟୁଏସ୍ଏସଡ଼ି –ଅନଷ୍ଟ୍ରକଚର୍ଡ  ସପ୍ଳିମେଣ୍ଟାରୀ ସର୍ଭସ୍ ଡାଟା

ସଂଗୃହିତ: ପ.କ୍ ପ୍ରମାନିକ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate