অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାଣିପାଗ ବିଜ୍ଞାନ ପାଠ୍ୟକ୍ରମ

ପାଣିପାଗ ବିଜ୍ଞାନ ପାଠ୍ୟକ୍ରମ

ଉପକ୍ରମ

ପଦାର୍ଥ ବିଜ୍ଞାନ ଓ ଗଣିତରେ ଭଲ ହେଉଥିବା ପାଣିପାଗ ବିଜ୍ଞାନରେ ଭଲ ପାରଦର୍ଶୀ ହୋଇପାରିବେ । ପାଣିପାଗ ବିଜ୍ଞାନରେ  ଭଲ ପାରଦର୍ଶୀ ହୋଇପାରିବେ । ପାଣିପାଗ ବିଜ୍ଞାନରେ ମାଷ୍ଟର ଡିଗ୍ରୀ କରିବାକୁ ଚାହୁଁଥିଲେ ପାଣିପାଗ ବିଜ୍ଞାନ କିମ୍ବା ବାୟୁ ମଣ୍ଡଳ ବିଜ୍ଞାନରେ ସ୍ନାତକ ପାସ୍ କରିଥିବା ଆବଶ୍ୟକ, ନଚେତ୍ ପଦାର୍ଥ ବିଜ୍ଞାନ କିମ୍ବା ଗଣିତ ସମ୍ମାନ ରଖି ପଢିଥିବେ ।

ନିରୀକ୍ଷଣ କରିବା, ବିଶ୍ଳେଷଣ କରିବା, ଯୋଗାଯୋଗ କରିବାର ଦକ୍ଷତା, ତତକାଳ ସମସ୍ୟା ସମାଧାନ କରିବା ଏବଂ ସମସ୍ତ ନିୟମ ଅନୁଯାୟୀ ପଦକ୍ଷେପ ନେବା ଆଦି କ୍ଷମତା ରଖିଥିବା ଛାତ୍ରଛାତ୍ରୀ ହିଁ ଜଣେ ସଫଳ ପାଣିପାଗ ବିଜ୍ଞାନୀ ହୋଇପାରିବେ ।

ନିଯୁକ୍ତି ସୁଯୋଗ

ଯେଉଁମାନେ ଏଥିରେ ମାଷ୍ଟର ଡିଗ୍ରୀ କରିବା ସହ ଡକ୍ଟରେଟ୍ କରିଥିବେ ସେମାନେ ଭାରତୀୟ ପାଣିପାଗ ବିଭାଗରେ ନିଯୁକ୍ତି ପାଇପାରିବେ । ଏହାଛଡା ସେମାନେ ନେସନାଲ ସେଣ୍ଟର ଫର ମିଡିୟମ୍ ରେଞ୍ଜ ୱେଦର ଫୋରକାଷ୍ଟିଂ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରୋପିକାଲ ମେଟେରିଓଲୋଜୀ ଆଦି ସଂସ୍ଥାର ୟୁନିୟନ ପବ୍ଲିକ ସର୍ଭିସ କମିଶନ ମାଧ୍ୟମରେ ଉଚ୍ଚ ପଦରେ ନିଯୁକ୍ତି ପାଇପାରିବେ । ଏତଦ୍ଭିନ୍ନ ଇଣ୍ଡିଆନ୍ ଆସୋସିଏସନ୍ ଫର୍ କଲଟିଭେସନ ସାଇନ୍ସ, ଆମେରିକାରେ ଥିବା ନୋଆ ୱେଦର ରେଡିଓ, ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ପାଣିପାଗ ବିଜ୍ଞାନୀମାନଙ୍କୁ ନିଯୁକ୍ତି ଦେଇଛନ୍ତି ।  ଯଥା- ୱେଦର ବ୍ରୋଡ୍କାଷ୍ଟିଂ ଷ୍ଟେସନ, ସୈନ୍ୟ ବିଭାଗ, ସାଟେଲାଇଟ୍ ସ୍ପେସ୍ ରିସର୍ଚ୍ଚ ସେଣ୍ଟର, ଇଣ୍ଡିଆନ୍ ସ୍ପେସ୍ ଆପ୍ଲିକେସନ ସେଣ୍ଟର ଆଦିରେ ବଡ ପଦପଦବୀରେ ନିଯୁକ୍ତି ମିଳିପାରିବ ।

ପାଠ୍ୟକ୍ରମ ସୁବିଧା

ଆମ ରାଜ୍ୟରେ  ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିର ଏଗ୍ରିକଲଚର ମେଟେରୋଲୋଜିରେ ମାଷ୍ଟର ଡିଗ୍ରୀ ପାଠ୍ୟକ୍ରମ ଯୋଗାଇ ଦିଆଯାଉଛି । ସେହିପରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଓସେନୋଗ୍ରାଫି ପାଠ୍ୟକ୍ରମ ଯୋଗାଇ ଦିଆଯାଉଛି ।

ଆଧାର – ଦୈନିକ ପ୍ରମେୟ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate