କ୍ୟାରିୟର ଗଠନ ଦିଗରେ ଆଜିର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି ଇଞ୍ଜିନିୟରିଂ ପାଠ୍ୟକ୍ରମ ଉପଲବ୍ଧ, ମାତ୍ର ସଠିକ୍ ବିଷୟ ଚୟନ କରି ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳେ ତ୍ଵରିତ ଏବଂ ସନ୍ତୋଷଜନକ ନିଯୁକ୍ତି ସୁଯୋଗ । ଏଭଳି ଏକ ନିଶ୍ଚିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା ବିଷୟ ହେଉଛି ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ । ପ୍ଲାଷ୍ଟିକ୍ ନିର୍ମିତ ସାମଗ୍ରୀର ତାଲିକା ଆଜି ବେଶ୍ ଲମ୍ବା । ଟୁଥ୍ ବ୍ରସ୍, ମୋବାଇଲ ଫୋନ, ଫ୍ରିଜ, ପାନିଆ, ବାଲଟି, କ୍ୟାମେରା, କପଡା, ରେଡିଓ, ଟିଭି, ସିଡି, ଟାୟାର, କବାଟ, ଅଠା, ଟେବୁଲ୍, ଚେୟାରଠାରୁ ଆରମ୍ଭ କରି କୋଠା ନିର୍ମାଣ, ଅଟୋମୋବାଇଲ, ବିମାନର ଯାନ୍ତ୍ରିକ ଉପକରଣ ଆଦି ଅନେକ କିଛି ପ୍ଲାଷ୍ଟିକ ଉତ୍ପାଦିତ ସାମଗ୍ରୀଭାବେ ବହୁଳ ବ୍ୟବହୃତ । ଏହାର ବ୍ୟାପକତାକୁ ଦୃଷ୍ଟିରେ ରଖି ଭାରତର କେତେକ ଇଞ୍ଜିନିୟରିଂ କଲେଜ୍ ରେ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ ଉପଲବ୍ଧ ।
ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ, ପିଜି ଡିପ୍ଲୋମା, ଡିପ୍ଲୋମା, ବି.ଟେକ / ବି.ଇ., ଏମ୍ ଟେକ /ଏମ.ଇ., ଡିଗ୍ରୀ ଉପଲବ୍ଧ । କେମିକାଲ, ମେକାନିକାଲ, ଟେକ୍ସଟାଇଲ ଇଞ୍ଜିନିୟରିଂ ତଥା ପ୍ଲାଷ୍ଟିକ – ରବର ଟେକ୍ନୋଲୋଜିରେ ଡିଗ୍ରୀ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏମ୍.ଟେକ୍ ସୁବିଧା ରହିଛି । ଡିପ୍ଲୋମା ଓ ଡିଗ୍ରୀ କୋର୍ସରେ ନାମ ଲେଖାଇବା ପାଇଁ ରାଜ୍ୟ ତଥା ଜାତୀୟ ସ୍ତରରେ ଆୟୋଜିତ ପ୍ରବେଶିକା ପରୀକ୍ଷା ଦେବାକୁ ପଡିଥାଏ । ଉଚ୍ଚତର ଗବେଷଣା ସୁଯୋଗ ମଧ୍ୟ ରହିଛି ।
ପ୍ଲାଷ୍ଟିକ ଓ ପଲିମ୍ ର ଇଞ୍ଜିନିୟରିଂରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ତଥା ବୈଷୟିକ ଜ୍ଞାନ ଓ କୌଶଳ ପ୍ରୟୋଗ ମାଧ୍ୟମରେ ଶିକ୍ଷା ଓ ତାଲିମ୍ ପ୍ରଦାନ କରାଯାଏ । ପ୍ଲାଷ୍ଟିକ୍ ଜାତ ସାମଗ୍ରୀର ଉତ୍ପାଦନ ପ୍ରକ୍ରିୟା, ବିଭିନ୍ନ ଡିଜାଇନ ଗୁଣମାନ ପରୀକ୍ଷା ଆଦି ବିଷୟରେ ଶିକ୍ଷାଦାନ କରାଯାଏ ।
ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ରହିଛି । ପ୍ଲାଷ୍ଟିକ ଇଞ୍ଜିନିୟର, ତେକ୍ନେସିଆନ, ଟେକ୍ନୋଲୋଜିଷ୍ଟ ଆଦି ପଦବୀରେ ନିଯୁକ୍ତୋ ପାଇପାରିବେ । ବିଭିନ୍ନ ତୈଳ ଓ ଗ୍ୟାସ କମ୍ପାନୀ, ପେଟ୍ରୋ କେମିକାଲ ଇଞ୍ଜିନିୟରିଂ କମ୍ପାନୀ ଏବଂ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦିତ ସଂସ୍ଥାରେ ନିଯୁକ୍ତି ପାଇପାରିବେ । ବିଦେଶରେ ବଡ ବଡ କମ୍ପାନୀରେ ନିଯୁକ୍ତି ସୁଯୋଗ ଉପଲବ୍ଧ ।
ସରକାରୀ ସଂସ୍ଥାରେ ଟ୍ରେନି ବା ଶିକ୍ଷାନବୀଶମାନେ ମାସିକ ଆଠ ହଜାରରୁ ଦଶ ହଜାର ଟଙ୍କା ଦରମାରେ କାର୍ଯ୍ୟ ଆରମ୍ଭ କରୁଥିବାବେଳେ ଘରୋଇ କମ୍ପାନୀରେ ନଅରୁ ବାର ହଜାର ଟଙ୍କା ବେତନ ସୁଯୋଗ ରହିଛି । ଦୁଇ / ତିନି ବର୍ଷର ଅଭିଜ୍ଞତା ସହ ଦକ୍ଷତା ଭିତ୍ତିରେ କୋଡିଏରୁ ତିରିଶ ହଜାର ଟଙ୍କା ବେତନ ସୁଯୋଗ ରହିଛି ।
ଆଧାର : କ୍ୟାରିୟର ବ୍ୟୁର
Last Modified : 5/13/2022