অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ୟାକିଂ ଇଞ୍ଜିନିୟର୍ସ

ପ୍ୟାକିଂ ଇଞ୍ଜିନିୟର୍ସ

ଖାଦ୍ୟ ପଦାର୍ଥ, ପୋଷାକ, ଔଷଧ, ଖେଳଣା, ବୈଦ୍ୟୁତିକ ସରଞ୍ଜାମ, କମ୍ପ୍ୟୁଟର ଆଦି ଆସବାବ ପତ୍ର ଧାରଣ କରିବା ପାଇଁ  କଣେଷ୍ଟନର ଡିଜାଇନ୍ କରୁଥବା ପ୍ରଫେସନାଲ ବ୍ୟକ୍ତିଙ୍କୁ ପ୍ୟାକିଂ ଇଞ୍ଜିନିୟର ବୋଲି କୁହାଯାଏ ।

ଶିଳ୍ପ ବିପ୍ଳବ ସମୟରେ ପ୍ୟାକିଂ ଇଣ୍ଡଷ୍ଟିର ଅଭିବୃଦ୍ଧି ଘଟିଥଲା । ଜାହାଜରେ ପଣ୍ୟଦ୍ରବ୍ୟ ବ୍ୟବସାୟ ବୃଦ୍ଧି ଫଳରେ ଶ୍ରେଷ୍ଠାରେଜ, କଣେଷ୍ଟନର ଆବଶ୍ୟକ ହୋଇଥଲା । ବର୍ତ୍ତମାନର ଆତ୍ୟାଧୁନିକ ଯୁଗରେ ସରକାରୀ ଏଜେନ୍ତି, ମ୍ୟାନୁଫ୍ୟାକ୍ତରସ୍ ଏବଂ ଡିଜାଇନରମାନେ ପ୍ୟାକିଂ" ବ୍ୟବସ୍ଥାକୁ ସରଳ, ନିରାପଦ କରିବା ପାଇଁ ପ୍ରୟାସ କରୁଛନ୍ତି । ସେହିପରି ଆବର୍ଜନା ଓ ପ୍ରଦୂଷଣ ବର୍ତ୍ତମାନର ବଡ଼ ସମସ୍ୟା ହୋଇଥବା ବେଳେ ପ୍ୟାକିଂ” ଇଞ୍ଜିନିୟରମାନେ ନବୀକରଣ ଯୋଗ୍ୟ, ବୟୋଡିଗ୍ରେଡେବୁଲ୍ ପଦାର୍ଥ ବ୍ୟବହାର କରୁଛନ୍ତି । ବର୍ତ୍ତମାନର ଶିଳ୍ପୟନ ଯୁଗରେ ପ୍ୟାଙ୍କି ଇଞ୍ଜିନିୟର କ୍ୟାରିୟରରେ ଭଲ ନିଯୁକ୍ତି ସୁଯୋଗ ରହିଛି । ଅତି ସରଳ ଉଦାହରଣ ଦେଖିଲେ  ଆମେ ଯେ କୌଣସି ଦ୍ରବ୍ୟ ବଜାରରୁ କ୍ରୟ କରି ଆଣିଥାଉ, ତାହା ଅତି ସୁନ୍ଦର ଭାବେ ପନ୍ୟାକ୍ ହୋଇଥାଏ। ମିଠା ପୁଡିଆରୁ ଆରମ୍ଭ କରି, ମୋବାଇଲ ଫୋନ୍, ଟିଭି, ଫ୍ରିଜ୍, ଘଣ୍ଟା, ପୋଷାକ ଇତ୍ୟାଦି । ଏହା ପଛରେ ଯେଉଁମାନଙ୍କର ଅବଦାନ ରହିଛି ସେମାନେ ପ୍ୟାକିଂ ଇଞ୍ଜିନିୟର୍ସ  ।

କ୍ୟାରିୟର

ସମସ୍ତ ପ୍ରକାରର ବସ୍ତୁ ଓ ସାମଗ୍ରୀ ବହନ ପାଇଁ କଣେଷ୍ଟନର ପ୍ଲାନ, ଡିଜାଇନ୍ ତଥା ଡେଭଲପ କରିବା ହେଉଛି ପ୍ୟାକିଂ"ଇଞ୍ଜିନିୟରଙ୍କ ପ୍ରମୁଖ କାର୍ଯ୍ୟ ।

ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା, ସଂରକ୍ଷିତ କରି ରଖୁବା, ପ୍ରଦର୍ଶନ କରିବା ତଥା ସୁରକ୍ଷିତ ରଖବା ପାଇଁ ପ୍ୟାକିଂ" କରାଯାଏ । ପ୍ରଦର୍ଶନ ପାଇଁ ପ୍ୟାକ୍ କଲାବେଳେ ଏହା ଆକର୍ଷଣୀୟ ଦେଖାଯାଉଥବା ଜରୁରୀ । ସେହିପରି ଔଷଧ, ଖାଦ୍ୟପଦାର୍ଥ ତଥା କସମେଟିକ୍ ସୁରକ୍ଷିତ ରଖୁବା ପାଇଁ ପ୍ୟାକ୍ କରାଯାଏ । ଜିନିଷର ଆବଶ୍ୟକତା ଅନୁସାରେ ପ୍ୟାକିଂ"ର ପ୍ରକାର ଭେଦ ରହିଛି । ପ୍ୟାକିଂ" ମ୍ୟାଟେରିଆଲ ଡିଜାଇନ୍ କଲାବେଳେ ଇଞ୍ଜିନିୟରଙ୍କୁ ଆଇନଗତ ଦିଗକୁ ମଧ୍ୟ ଜାଣିବା ଉଚିତ । ଫେଡେରାଲ ଗ୍ରେଡ୍ କମିଶନ, ଫୁଡ୍ ଆଣ୍ଡ ତ୍ରଗୁ ଆଡ୍ମିନ୍‌ଷ୍ଟ୍ରଶେନର ନୀତି ନିୟମ ପାଳନ କରିବାକୁ ପଡିଥାଏ ।

ଏହି କ୍ଷେତ୍ରରେ ଶିକ୍ଷାଲାଭ କରୁଥବା ଛାତ୍ରୀ ଛାତ୍ରମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଆଲଜେବ୍ରା, ତ୍ରିକୋଣମିତି, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଅର୍ଥନୀତି, ଆକାଉଣ୍ଟିଙ୍ଗ, ଫାଇନାନ୍ତୁ ବିଷୟରେ ଶିକ୍ଷା ଗ୍ରହଣ କରିବାକୁ ପଡିଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ୟାକିଂ" ସମ୍ପର୍କିତ ସ୍ଵତନ୍ତ୍ର ବିଷୟ ଯଥାପ୍ୟାକିଂ ମ୍ୟାଟେରିଆଲ୍, ଫ୍ୟାକେଜ୍ ଡେଭଲପମେଣ୍ଟ, ପ୍ରଡକ୍ସ ପ୍ରୋଟେକ୍ସନ ଆଣ୍ଡ ଡିଷ୍ଟିଚ୍ୟୁଶନ ଆଦି ବିଷୟରେ ଶିକ୍ଷା ଗ୍ରହଣ କରିବାକୁ ପଡିଥାଏ ।

ନିଯୁକ୍ତ ସୁଯୋଗ

ପ୍ରାୟସବୁ ମ୍ୟାନୁଫ୍ୟାକ୍ଟରିଙ୍ଗ ଇଣ୍ଡଷ୍ଟିଭ, ଖାଦ୍ୟ ଉତ୍ପାଦନ ଶିଳ୍ପ ଗୁଡିକରେ ପ୍ୟାଙ୍କି ଇଞ୍ଜିନିୟର ଆବଶ୍ୟକ କରନ୍ତି । ସ୍ଵତନ୍ତ୍ର ପ୍ୟାକିଂ ପାଇଁ ଅଭିଜ୍ଞ ଇଞ୍ଜିନିୟରଙ୍କର ବହୁଳ ଆବଶ୍ୟକତା ରହିଛି ।

ଆଧାର - କ୍ୟାରିୟର ବ୍ୟୁର

Last Modified : 2/12/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate