অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫେସନ୍ ଡିଜାଇନିଂ

ଫେସନ୍ ଡିଜାଇନିଂ  କାରିଅନ୍  ଯୁବପିଢିଙ୍କ ପାଇଁ ମୁଖ୍ୟ ଆକର୍ଷଣ । ସିନେମା ଶିଳ୍ପଠାରୁ ଆରମ୍ଭ କରି ବିଜ୍ଞାପନ, ସୌନ୍ଦର୍ଯ୍ୟ ପ୍ରତିଯୋଗିତା, ରିଅଲିଟି ସୋ’ ଇତ୍ୟାଦି କ୍ଷେତ୍ରରେ ଫେସନ୍ ଡିଜାଇନ୍ ଙ୍କ ଚାହିଦା ବୃଦ୍ଧି ପାଉଛି ।  କାର୍ଯ୍ୟକ୍ରମ ଅନୁଯାୟୀ ନିର୍ଦ୍ଦିଷ୍ଟ ଧରଣର ଆକର୍ଷଣୀୟ, ସୁନ୍ଦର ଏବଂ ଚାହିଦା ମୁତାବକ ପୋଷାକ ତିଆରି କରିବା ଏ କ୍ଷେତ୍ରର ପେଷାଦାରମାନଙ୍କ କାର୍ଯ୍ୟ । ବ୍ୟକ୍ତିଙ୍କ ପସନ୍ଦ, ଶରୀର ଏବଂ ତ୍ଵଚାକୁ ଖାପ୍ ଖାଇବା ଭଳି ପୋଷାକ ତିଆରି କରିବା ଏ କ୍ଷେତ୍ରର ପେସାଦାରମାନଙ୍କ କାର୍ଯ୍ୟ । ବ୍ୟକ୍ତିଙ୍କ  ପସନ୍ଦ, ଶରୀର ଏବଂ ତ୍ଵଚାକୁ ଖାପ୍ ଖାଇବା ଭଳି ପୋଷାକର ରଙ୍ଗ ଚୟନ, ଉତ୍ପାଦର ଗୁଣମାନ ନିର୍ଦ୍ଧାରଣ, ବଜାର ଚାହିଦା, ରଙ୍ଗ ମିଶ୍ରଣ, କପଡ଼ା ତିଆରି, ପ୍ରିଣ୍ଟିଂ ଇତ୍ୟାଦି ଫେସନ୍ ଡିଜାଇନ୍ ମାନଙ୍କ  କାର୍ଯ୍ୟ ପରିସର  ଅନ୍ତର୍ଭୁକ୍ତ ।

ପାଠ୍ୟକ୍ରମ / ଯୋଗ୍ୟତା

ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍, ସାର୍ଟିଫିକେଟ୍ ଏବଂ ଡିପ୍ଲୋମା କୋର୍ସ ଉପଲବ୍ଧ । ଅଣ୍ଡର ଗ୍ରାଜୁଏଟ୍ କୋର୍ସ ପାଇଁ ପଚାଶ ଶତକଡା ମାର୍କ ସହିତ ଯୁକ୍ତ ଦୁଇ ପାସ୍ । ପୋଷ୍ଟ ଗ୍ରାଜୁଏଟ୍ କୋର୍ସ ପାଇଁ ସ୍ନାତକ ଡିଗ୍ରୀ । ପ୍ରମୁଖ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପଦ୍ଧତି ହେଉଛି ଲିଖିତ ପରୀକ୍ଷା, ମୌଖିକ ପରୀକ୍ଷା ଏବଂ ଦଳଗତ ଆଲୋଚନା ବା ଗ୍ରୁପ୍ ଡିସ୍କସନ୍ । ଫେସନ୍ ଡିଜାଇନିଂ ଛାତ୍ରଛାତ୍ରୀମାନଙ୍କୁ ଆକ୍ସେସରିଜ୍ ଡିଜାଇନ୍, ଗାର୍ମେଣ୍ଟ, ଜୁଏଲରି, ଲେଦର୍, ଟେକ୍ସଟାଇଲ୍, ମାର୍କେଟିଂ ଡ଼ିଜାଇନ୍ ସଂପର୍କରେ ଶିକ୍ଷାଦାନ କରାଯାଏ । କମ୍ପ୍ୟୁଟର ମାଧ୍ୟମରେ ଫେସନ୍ ଡିଜାଇନିଂର ଉନ୍ନତ ଜ୍ଞାନ କୌଶଳ ଶିକ୍ଷା ଦିଆଯାଏ ।

ନିଯୁକ୍ତି ସୁଯୋଗ

ଶିକ୍ଷାଦାନ ପରେ ଶିକ୍ଷାନବୀସ ଭାବେ ବିଭିନ୍ନ ଫେସନ୍ ଶିଳ୍ପରେ କାର୍ଯ୍ୟ କରିବାକୁ ପଡେ । ପରେ ସେମାନେ ଫେସନ୍ ଡ଼ିଜାଇନର୍, ମର୍ଚ୍ଚେଣ୍ଡାଇଜିଂ ଏକ୍ଜିକ୍ୟୁତିଭ୍ସ, ଇଲୁଷ୍ଟ୍ରେଟର୍, ଫେସନ୍ କୋ – କୋର୍ଡିନେଟର୍ ଇତ୍ୟାଦି ପଦବୀରେ ନିଯୁକ୍ତି ପାଇପାରିବେ । ଡ଼ିଜାଇନ୍ ହାଉସ୍, ପୋଷାକ ତିଆରି କାରଖାନା, ଫେସନ୍ ହାଉସ୍, ବ୍ରାଣ୍ଡେଡ୍ କ୍ଲଥିଂ ହାଉସ୍, ଲେଦର୍ କମ୍ପାନୀ, ଜୁଏଲରୀ, ମିଡିଆ ହାଉସ୍, କଷ୍ଟ୍ୟୁମ୍ ଡ଼ିଜାଇନ୍, ମୋଡେଲ୍ ସୋଗ୍ଦ, ଫେସନ୍ ସୋଗ୍ଦରେ ପର୍ଯ୍ୟପ୍ତ ନିଯୁକ୍ତି ସୁଯୋଗ ରହିଛି । ଘରୋଇ  ଭାବେ ଫେସନ୍ ବୁଟିକ୍ ଖୋଲି ମଧ୍ୟ ଅର୍ଥ ରୋଜଗାର କରିହେବ । ଆପଣଙ୍କର ସୃଜନଶୀଳତା, କଳାତ୍ମକ ଗୁଣ, କଥାବାର୍ତ୍ତା ଶୈଳୀ ଏହି ଦିଗରେ କ୍ୟାରିଅର୍ ଗଠନରେ ଅଧିକ ସକରାତ୍ମକ ହେବ । ଜଣେ ଘରୋଇ ଫେସନ୍ ବୁଟିକ୍ ଖୋଲି ମଧ୍ୟ ଅର୍ଥ ରୋଜଗାର କରିପାରିବେ ।

ବେତନ

ଯୋଗ୍ୟତା, ଦକ୍ଷତା ଓ ଅଭିଜ୍ଞତା ଭିତ୍ତିରେ ବିଭିନ୍ନ ଫେସନ୍ ଶିଳ୍ପ ପେସାଦାରମାନଙ୍କ ପାଇଁ ଭିନ୍ନ ଭିନ୍ନ ବେତନ ସୁବିଧା ରହିଛି । ଟ୍ରେନି ବା ଶିକ୍ଷା ନବିଶମାନେ ମାସିକ ଦଶ ହଜାର ଟଙ୍କା ଷ୍ଟାଇପେଣ୍ଡରେ କାର୍ଯ୍ୟ ଆରମ୍ଭ କରିପାରିବେ । କୁଶଳି ଓ  ଅଭିଜ୍ଞମାନଙ୍କ ପାଇଁ ଅଧିକ ବେତନ ସୁଯୋଗ  ରହିଛି । ବିଦେଶରେ ଫେସନ୍ ଡ଼ିଜାଇନର୍ ମାନଙ୍କ ଚାହିଦା ଅଧିକ ଓ ସେହି ଅନୁସାରେ ବେତନ ସୁଯୋଗ ଉପଲବ୍ଧ ।

ତାଲିମକେନ୍ଦ୍ର/ ଶିକ୍ଷାନୁଷ୍ଠାନ

  • ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଟେକ୍ନୋଲୋଜି, ନୂଆଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ।
  • ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ତିଜାଇନ୍, ଅହମ୍ମଦାବାଦ୍, ଗୁଜୁରାଟ ।
  • ଇଣ୍ଟରନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଟେକ୍ନୋଲୋଜି ନୂଆଦିଲ୍ଲୀ ।
  • ଆଇଇସି ସ୍କୁଲ ଅଫ୍ ଆର୍ଟ ଏଣ୍ଡ ଫେସନ୍, ନୂଆଦିଲ୍ଲୀ ।
  • ପର୍ଲ୍ଲ ଏକାଡ଼େମୀ ଅଫ୍ ଫେସନ୍, ନୂଆଦିଲ୍ଲୀ ।
  • ଜେଡ଼ି ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଟେକ୍ନୋଲୋଜି ନୂଆଦିଲ୍ଲୀ ।
  • ଗ୍ଲୋବାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଟେକ୍ନୋଲୋଜି, କୋଲକାତା ।

ଆଧାର – ସମ୍ବାଦ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate