ବ୍ୟସ୍ତ ବହୁଳ ଜୀବନରେ ସମୟର ଅଭାବ ସମସ୍ତଙ୍କ ପାଖରେ । ଆମେ ବ୍ୟସ୍ତତା ଭିତରେ ଥିବା ବେଳେ ବାରମ୍ବାର ଅଦରକାରୀ କଲ୍ ଆସିଲେ ରାଗ ଲାଗିବା ସ୍ଵାଭାବିକ । ଯଦି ଆପଣ ଏମିତି କଲ କୁ ନେଇ ବ୍ୟସ୍ତ, ତେବେ ଚିନ୍ତା କରନ୍ତୁନି ସେହି ନମ୍ବରକୁ ବ୍ଲକ୍ କରନ୍ତୁ । ଏମିତି ଉପାୟରେ...
ସଭିସ୍ ପ୍ରୋଭାଇଡ ର
ଫୋନକୁ ଅଦରକାରୀ କଲ ଆସୁଥିଲେ ସର୍ଭିସ୍ ପ୍ରୋଭାଇଡରକୁ କଲ୍ କରିପାରିବେ । ଏହି ଉପାୟରେ ଆସୁଥିବା ଫୋନ୍ କଲ୍ ଓ ଏସ୍. ଏମ.ଏସ୍କୁ ବନ୍ଦ କରିପାରିବେ ।
ନଚେତ ଫୋନର ସେଟିଂକୁ ଯାଇ ବ୍ଲକଲିଷ୍ଟ ଅନ କରନ୍ତୁ ଓ ଦରକାରୀ ନଥିବା ନମ୍ବରକୁ ସେଥିରେ ସେଭ କରିପାରିବେ ।
ଯଦି ଆପଣ ଆଣ୍ଡ୍ରାଏଡ ସେଟ୍ ବ୍ୟବହାର କରୁଥାନ୍ତି, ତେବେ କଲ୍ ଲକ୍କୁ ଯାଇ ନମ୍ବର ବୃକ୍ କରିପାରିବେ । ଅଦରକାରୀ ନମ୍ବରକୁ “ଅଡ ଟୁ ରିଜେକ୍ସ ଲିଷ୍ଟ'ରେ ପକାଇ ଦିଅନ୍ତୁ । ପ୍ରଥମେ ବ୍ଲକ କରିବାକୁ ଚାହୁଁଥିବା ନମ୍ବରକୁ ଟଚ୍ କରନ୍ତୁ । ଏହାପରେ ” ଅଡ ଟୁ ରିଜେକ୍ସ “ ଅପ୍ସନ୍ ଆସିବ । ଅପସନ୍କୁ ଟଟ୍ କଲେ ନମ୍ବର ବ୍ଳକ୍ ହୋଇଯିବ ।
ନମ୍ବର ବ୍ଳକ୍ କରିବା ନିମନ୍ତେ ବିଭିନ୍ନ ପ୍ରକାର ଗୁଗୁଲ୍ ଆପ୍ ରହିଛି । ଯାହା ସାହାଯ୍ୟରେ ନମ୍ବର ବ୍ଲକ୍ ହେବା ସହ ନମ୍ବରଟି କେଉଁ ସ୍ଥାନରୁ ଆସୁଛି ତାର ସୂଚନା ମଧ୍ୟ ମିଳିପାରିବ ।
ଏହି ଆପ୍ ନମ୍ବର ବ୍ଲକ୍ ସହିତ ଭଏସ୍ ମେଲକୁ ବି ବ୍ଲକ କରିଥାଏ । ଏହି 'ଆପ୍ ଇନ୍ଷ୍ଟଲ କରିବା ଦ୍ବାରା କଲ୍ ଆସିଲେ ଫୋନ୍ରେ ରିସିଭ ଓ ରିଜେକ୍ଟ ଅପସନ୍ ଦେଖାଇବ | ଅଦରକାରୀ ନମ୍ବରକୁ ଏହି ଆପରେ ଆଉ କଲେ ପୁଣି ଜଲ୍ ଆସିଲେ ଫୋନ୍ ରିଙ୍ଗ ନ ହୋଇ ଆପେ ଆପେ କଟିଯାଇଥାଏ ।
ଏହି ଆପ୍ ଜରିଆରେ ପୃଥିବୀର ଯେକୌଣସି ସ୍ଥାନର ନମ୍ବର ଓ ଏରିଆ କୋଡ୍ ଜଣାପଡ଼ିବା ସହ ତାହାକୁ ବ୍ଲକ କରିବା ସମ୍ଭବ ହୋଇଥାଏ । ଏମ୍.ଆର. ନମ୍ବର ଆପ୍ ଜରିଆରେ ବାରମ୍ବାର ଆସୁଥିବା କମ୍ପାନି କଲ କୁ ବି ବ୍ଲକ କରିପାରିବେ ।
ସଂଗୃହିତ:ପି.କ୍ ପ୍ରମାନିକ, ଫାଷ୍ଟ ଟ୍ରାକ୍ କେରିୟାର କନସଲଟାଣ୍ଟ
Last Modified : 3/4/2020