অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବସ୍ତ୍ର ଉତ୍ପାଦନ ପାଠ୍ୟକ୍ରମ

ଉପକ୍ରମ

ସ୍ନାତକ ପାସ୍ କରିଥିବା ଯେକୌଣସି ଛାତ୍ରଛାତ୍ରୀ ବସ୍ତ୍ର ଉତ୍ପାଦନ ପାଠ୍ୟକ୍ରମ ଅଧ୍ୟୟନ କରିପାରିବେ । ଫ୍ୟାସନ ଟେକ୍ନୋଲୋଜି ସହ ଏହି କ୍ଷେତ୍ର ଜଡ଼ିତ ହୋଇ ରହିଥିବାରୁ ବସ୍ତ୍ର ଉତ୍ପାଦନ ପାଠ୍ୟକ୍ରମର ଭଲ ଚାହିଦା ରହିଛି । ଏଥିରେ ସଟ୍ଟର୍ମ କୋର୍ସଠାରୁ ଆରମ୍ଭ କରି ଡିପ୍ଲୋମା, ଡିଗ୍ରୀ ପର୍ଯ୍ୟନ୍ତ ସମସ୍ତ ପ୍ରକାର ପାଠ୍ୟକ୍ରମ ଯୋଗାଇ ଦିଆଯାଉଛି ।

ବସ୍ତ୍ର ଉତ୍ପାଦନ ପାଠ୍ୟକ୍ରମ

ବସ୍ତ୍ର ଉତ୍ପାଦନ ବ୍ୟାବସାୟିକ ଶିଳ୍ପରେ କାର୍ଯ୍ୟ କରିବାକୁ ଚାହୁଁଥିଲେ ବି.ଏସ୍ସି (ଜିଡିପି- ଗାରମେଣ୍ଟ ପ୍ରଡକ୍ସନ ଆଣ୍ଡ ପ୍ରସେସିଙ୍ଗ) କୋର୍ସ କରିବାକୁ ହେବ । ଏହା ହେଉଛି ୩ ବର୍ଷିଆ ପାଠ୍ୟକ୍ରମ । ତେବେ ଅନେକ ବର୍ଷିକିଆ ପାଠ୍ୟକ୍ରମ ବି ଅଛି । ଅନେକ ଅନୁଷ୍ଠାନ ୬ ମାସରୁ ବର୍ଷେ ପର୍ଯ୍ୟନ୍ତ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରୁଛନ୍ତି । ମାତ୍ର ସେମାନେ କେବଳ କପଡ଼ା ସିଲେଇ  ଉପରେ ଗୁରୁତ୍ଵ ଦେଇଥାନ୍ତି । ଯେକୌଣସି ଷ୍ଟ୍ରିମ୍ ରେ ସ୍ନାତକ ପାସ୍ କିମ୍ବା ଡିପ୍ଲୋମା ପାସ୍ କରିଥିବା ଯେକୌଣସି ଛାତ୍ରଛାତ୍ରୀ ଏହି ପାଠ ପଢିବା ପାଇଁ ଅବେଦନ କରିପାରିବେ । କପଡା ଶିଳ୍ପର ଚାହିଦା ଅନୁସାରେ ଏହି ପାଠ୍ୟକ୍ରମ ସବୁ ପ୍ରସ୍ତୁତ କରାଯାଇଥାଏ । ଏଥିରେ ପରିଧାନ କଳା ଡିଜାଇନ୍, ଉନ୍ନତମାନର କପଡା ଉତ୍ପାଦନ ଆଦି ସମ୍ପର୍କରେ ଶିକ୍ଷା ଦିଆଯାଇଥାଏ । ଭାରତର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ଏନ୍ଆଇଏଫ୍ଟି ପକ୍ଷରୁ ୪ ବର୍ଷିଆ ପାଠ୍ୟକ୍ରମ ବି.ଏଫ୍ ଟେକ୍(ପରିଧାନ ଉତ୍ପାଦନ) ପ୍ରଦାନ କରାଯାଉଛି । କପଡ଼ା ପ୍ରସ୍ତୁତିରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଶିକ୍ଷାକୁ ଏହି ପାଠ୍ୟକ୍ରମରେ ସାମିଲ କରାଯାଇଛି । ପାଠ୍ୟକ୍ରମରେ କପଡା ଉତ୍ପାଦନ, ଯୋଜନା, ପରିଚାଳନା ଆଦି ଅନେକ ବିଷୟ ପଢିବାକୁ ହେବ । ଏହାଛଡା ବସ୍ତ୍ର ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ କିଣିବା, କପଡା ଡିଜାଇନ୍ କରି ନମୁନା ପ୍ରସ୍ତୁତ କରିବା, ପରିଧାନ ଉତ୍ପାଦନ ଓ ବିତରଣ କରିବା, ତିଆରି ବସ୍ତ୍ରର ବିକ୍ରି କରିବା ଆଦି ବସ୍ତ୍ର ଉତ୍ପାଦନ କ୍ଷେତ୍ର ଭୁକ୍ତ। ଏସବୁ ବିଷୟ ମଧ୍ୟ ଶିକ୍ଷା କରିବାକୁ ହୋଇଥାଏ । ଏ ପାଠ ପଢିବାକୁ ହେଲେ ଶାରୀରିକ ସୌନ୍ଦର୍ଯ୍ୟ, ବସ୍ତ୍ର ତିଆରି ବିଷୟରେ ସମ୍ୟକ ଜ୍ଞାନ ଥିବା ଦରକାର । ଏହାଛଡା କମ୍ପ୍ୟୁଟରରେ ଦକ୍ଷତା, କଳାତ୍ମକ ଦୃଷ୍ଟିକୋଣ ଏବଂ ଉତ୍ପାଦ ପ୍ରସ୍ତୁତି ଆଦିରେ ଧାରଣା ରହିଥିଲେ ବସ୍ତ୍ର ଉତ୍ପାଦନ କ୍ଷେତ୍ରରେ ଭଲ କ୍ୟାରିଅର୍ କରିପାରିବେ ।

ଅର୍ଥ ରୋଜଗାର

ଏହି କ୍ଷେତ୍ରରେ ତାଲିମ ପ୍ରାପ୍ତ ଛାତ୍ରୀଛାତ୍ର ଉଭୟ ଘରୋଇ ବସ୍ତ୍ର ଉତ୍ପାଦନ ଶିଳ୍ପରେ ଉତ୍ପାଦନ ପ୍ରବନ୍ଧକ (ପ୍ରଡକ୍ସନ ମ୍ୟାନେଜର), ଏକ୍ସପୋର୍ଟ ମ୍ୟାନେଜର, ବ୍ୟବସାୟୀ, କପଡାର ଗୁଣବତ୍ତା ନିୟନ୍ତ୍ରକ ଭାବେ କାର୍ଯ୍ୟ କରିପାରିବେ । କିଛି ନ ହେଲେ ନିଜେ ସ୍ଵାଧୀନ ଭାବେ କୌଣସି ଏକ ବ୍ୟବସାୟ ଅନୁଷ୍ଠାନ ଖୋଲିପାରିବେ ।

ଏ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନେ ଭଲ ଅର୍ଥ ରୋଜଗାର କରିଥାନ୍ତି । ଜଣାଶୁଣା ଅନୁଷ୍ଠାନରୁ ତାଲିମ ପାଇଁ ଆସିଥିବା ଛାତ୍ରଛାତ୍ରୀ ବିନା ଅଭିଜ୍ଞତାରେ ମାସିକ ୨୫ ରୁ ୩୦ ହଜାର ଟଙ୍କା ରୋଜଗାର କରିଥାନ୍ତି ।

ଆଧାର - ଦୈନିକ ପ୍ରମେୟ

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate