অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଜନେସ ମିଟିଂ ଆୟୋଜନ କରୁଥିଲେ

ବିଜନେସ ମିଟିଂ ଆୟୋଜନ କରୁଥିଲେ

ବିଜନେସ ମିଟିଂ

ପ୍ରସିଦ୍ଧି ଲାଭ କରିଥିବା ବଡ଼ ବଡ଼ କମ୍ପାନୀ ଅନେକ ସମୟରେ ସାଧାରଣ ବୈଠକ କରନ୍ତି । ସେମାନଙ୍କ ସାମଗ୍ରୀ ବା ସେବା ଉପଯୋଗ କରୁଥିବା  ସଂସ୍ଥା, ବ୍ୟକ୍ତିବିଶେଷ ତଥା କ୍ଷୁଦ୍ର ବ୍ୟବସାୟୀଙ୍କୁ ଏଥିରେ ଭାଗ ନେବା ପାଇଁ ଆମନ୍ତ୍ରଣ କରିଥାଆନ୍ତି । ଉଦାହରଣ ସ୍ୱରୂପ କୌଣସି ଏକ ପ୍ଲାଏଉଡ୍ କମ୍ପାନୀ କାର୍ପେଣ୍ଟର, ସୁପରଭାଇଜର, ରିଟେଲ ଆଉଟ୍‌ଲେଟ୍ ମାଲିକମାନଙ୍କ ସହ ବୈଠକ କରିଥାଏ । ସେଥିରେ ନିଜ କମ୍ପାନୀ ସମ୍ପର୍କରେ ସୂଚନା ଦେଇଥାଏ । ନିଜ ସାମଗ୍ରୀ ଓ ସେବା କିପରି ଅଧିକ ଲୋକ ପସନ୍ଦ କରିବେ, ବ୍ୟବହାର କରିବେ ଏବଂ ଅନ୍ୟମାନଙ୍କୁ ଏହାର ଉପକାରିତା ଜଣାଇବେ । ତାହା ସେମାନଙ୍କର ଲକ୍ଷ୍ୟ ଥାଏ ।

ଟିପ୍ସ

ଏଭଳି ବୈଠକ କରୁଥିଲେ କେତୋଟି ନିର୍ଦ୍ଦିଷ୍ଟ ଦିଗ ପ୍ରତି ଧ୍ୟାନ  ଦେବା ନିହାତି ଜରୁରୀ । ତାହା ଏଠାରେ ଉପସ୍ଥାପନ କରାଗଲା

  • ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖନ୍ତୁ
  • ଏଭଳି କାର୍ଯ୍ୟକ୍ରମ ବହୁ ସମୟ ଧରି ଚାଲିଥାଏ । ତେଣୁ କେଉଁ କେଉଁ ବିଷୟ ଉପରେ ଆଲୋଚନା କରିବାର ଅଛି, ଅଂଶଗ୍ରହଣକାରୀଙ୍କୁ କ'ଣ ଜଣାଇବାର ଅଛି ତାହା ସରଳ ଓ ପ୍ରାଞ୍ଜଳ ଭାବେ ପ୍ରଥମରୁ କୁହନ୍ତୁ। ଏହାର ଏକ ଏଜେଣ୍ଡା ପୂର୍ବରୁ ପ୍ରସ୍ତୁତ କରନ୍ତୁ । ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ପଷ୍ଟଭାବେ ଅବଗତ କରାନ୍ତୁ ।

  • ମିଥ୍ୟ ତଥ୍ୟ ଦିଅନ୍ତୁ ନାହିଁ
  • ନିଜ କମ୍ପାନୀ ସମ୍ପର୍କରେ ମିଥ୍ୟ ଏବଂ ଭୂଲ ତଥ୍ୟ ଦିଅନ୍ତୁ ନାହିଁ । ଲୋକଙ୍କୁ ଆକୃଷ୍ଟ କରିବା ଆଶାରେ ଏପରି କିଛି କୁହନ୍ତୁ ନାହିଁ, ଯାହାକି ପର ମୁହୁର୍ତ୍ତରେ ସେମାନଙ୍କୁ ନିରାଶ କରିବା ଏବଂ କମ୍ପାନୀ ଉପରୁ ସେମାନଙ୍କ ଭରସା ତୁଟିବ । ଏହି ଦିଗ ପ୍ରତି ଯଥେଷ୍ଟ ଧାନ ଦିଅନ୍ତୁ । l

  • ସମ୍ପୁର୍ଣ୍ଣ ଟେକ୍ନୋଲୋଜି ବ୍ୟବହାର କରନ୍ତୁ
  • ପଢ଼ିବା ଏବଂ ଶୁଣିବା ଦ୍ଵାରା ବୁଝିବା ଯେତେ ସହଜ ହୋଇ ନ ଥାଏ । ଉଦାହରଣ ଦ୍ଵାରା ତାହା ବେଶି ସହଜ ହୋଇଥାଏ । ତେଣୁ ଅଡିଓ ଭିଜୁଆଲ ପ୍ରେଜେଣ୍ଡେଶନ ଦ୍ଵାରା ଛୋଟ ଛୋଟ ଡକ୍ୟୁମେଣ୍ଟାରି ପ୍ରଦର୍ଶନ କରି ବୈଠକକୁ ସକ୍ରିୟ କରିବା ଉଚିତ । ନିଜ ଉତ୍ପାଦ ଓ ସେବା ସମ୍ପର୍କିତ ସଫଳ କାହାଣୀ ମଧ୍ୟ ପ୍ରଦର୍ଶନ କରାଯାଇପାରିବ ।

  • ପ୍ରଶ୍ନର ଉତ୍ତର ଦିଅନ୍ତୁ
  • ଆପଣ ନିଜ କମ୍ପାନୀ ସମ୍ପର୍କରେ ଯାହା ସୂଚନା ଦେବେ ତାହା ନୂତନ ହେବା ଉଚିତ । ସେହିପରି ଯାହା ସେମାନଙ୍କ ପାଇଁ ଅଧିକ ଉପଯୋଗୀ ଏବଂ ଅଜଣା ଥିବ ତାହା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ସେସବୁକୁ ନେଇ ଲୋକଙ୍କ ମନରେ ଯାହା ପ୍ରଶ୍ନ ରହିବ ତାହାକୁ ସ୍ଵାଗତ କରିବା ସହ ଠିକ୍। ଉତ୍ତର ରଖନ୍ତୁ ।

  • ପରାମର୍ଶ ଗ୍ରହଣ କରନ୍ତୁ
  • ଆପଣଙ୍କ ସାମଗ୍ରୀ ଓ ସେବା ଯିଏ କ୍ରୟ କରୁଛି, ଆପଣଙ୍କ ପାଇଁ ସେ ସବୁକିଛି । ତେଣୁ ଆପଣଙ୍କ ଉତ୍ପାଦକୁ ନେଇ ଉପଭୋକ୍ତାଙ୍କର କ'ଣ ଆଶା ବା ଫିଡବ୍ୟାକ ରହିଛି ତାହା ସେମାନଙ୍କଠାରୁ ଜାଣିବାକୁ ଚେଷ୍ଟା କରନ୍ତୁ । ଏଥିରେ କ’ଣ ପରିବର୍ତ୍ତନ ଆବଶ୍ୟକ, କ’ଣ ଲୋକମାନେ ବେଶି ଚାହୁଁଛନ୍ତି ସେ ସମ୍ପର୍କରେ ପରାମର୍ଶ ଗ୍ରହଣ କରନ୍ତୁ ।

  • ଉପହାର ପ୍ରଦାନ କରନ୍ତୁ
  • ନିମନ୍ତ୍ରଣ ରକ୍ଷା କରି ସେମାନେ ଆପଣଙ୍କୁ ସମୟ ଦେଇଛନ୍ତି । ଆପଣଙ୍କ ବୈଠକକୁ ଆସି ସେମାନଙ୍କର ସମୟ ନଷ୍ଟ ହୋଇଛି ବୋଲି ସେମାନେ ଭାବିବା ଅନୁଚିତ । ତେଣୁ ଉତ୍ତମ ଆତିଥେୟତା ପ୍ରଦାନ କରି ଯଥାସମ୍ଭବ ନିଜ ଉତ୍ପାଦ ବା ସେବାର ପ୍ରଚାର ପ୍ରସାର ପାଇଁ ସେମାନଙ୍କୁ ଉପହାର ପ୍ରଦାନ କରିବା ଏକ ସୁଚିନ୍ତିତ ବ୍ୟବସାୟିକ ରଣକୌଶଳ ବୋଲି ଧରିନିଅନ୍ତୁ ।

ଆଧାର: ପ.କ୍ ପ୍ରମାନିକ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate