অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଜ୍ଞାନ ସହ ଗବେଷଣା

ଉପକ୍ରମେ

ଗତ କିଛି ବର୍ଷ ହେବ ଛାତ୍ରଛାତ୍ରୀ ମୂଳ ବିଜ୍ଞାନ ପାଠକୁ ଛାଡି ଇଞ୍ଜିନିୟରିଂ, ଔଷଧ ଏବଂ ବିମାନ ଚଳାଚଳ କ୍ଷେତ୍ରକୁ ପସନ୍ଦ କରୁଥିବା ଦେଖାଯାଉଛି  । ଏହାର ପ୍ରମୁଖ କାରଣ କମ୍ ସମୟରେ ପାଠ୍ୟକ୍ରମ ଶେଷ ହେବା, ତୁରନ୍ତ ନିଯୁକ୍ତି ସୁଯୋଗ ତଥା ଆଖିଦୃଶିଆ ବେତନ ହାର  । ଏବେ ଏହି ପ୍ରକ୍ରିୟାରେ ପରିବର୍ତ୍ତନ ଦେଖାଯାଉଛି  । ସମ୍ପ୍ରତି ବିଜ୍ଞାନ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିଲାଣି  । କାରଣ, ଏବେ ବିଜ୍ଞାନ କ୍ଷେତ୍ରରେ ଗବେଷଣା ଲାଗି ଅବସର ବୃଦ୍ଧି ପାଉଛି  । ପ୍ରତି ଦ୍ଵାଦଶ ପରେ କେବଳ ବିଜ୍ଞାନ କ୍ଷେତ୍ରରେ ପାଠପଢା ଜାରି ରଖିବାକୁ ଇଚ୍ଛା କରୁଥାନ୍ତି ତଥା ଗବେଷଣା ପ୍ରତି ଆଗ୍ରହୀ  ଥା’ନ୍ତି, ତେବେ ଦେଶର ଏସବୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ  ।

ଇଣ୍ଡିଆନ ଇନ୍ ଷ୍ଟିଚ୍ୟୁଟ ଅଫ ସାଇନ୍ସ

ବିଜ୍ଞାନ କ୍ଷେତ୍ରରେ ଉଚ୍ଚଶିକ୍ଷା ଏବଂ ଗବେଷଣା ଲାଗି ବେଙ୍ଗାଲୁରୁସ୍ଥିତ ଆଇଆଇଏସ୍ ସି ବା ଟାଟା ଇନ୍ ଷ୍ଟିଚ୍ୟୁଟ ଏକ ଭଲ ବିକଳ୍ପ  । ଏହି କଲେଜ୍ ୨୦୧୬-୧୭ ର ୟୁକେ ଟାଇମ୍ ସ ହାୟର ଏଜୁକେସନ ର୍ୟାକିଙ୍ଗଫର୍ ବେଷ୍ଟ ସ୍ମଲ ୟୁନିଭର୍ସିଟିଜ୍ ରେ ୧୦ମ ସ୍ଥାନ ହାସଲ କରିପାରିଛି  । ସମସ୍ତ ସ୍ତରର ଛାତ୍ର, ଅଧ୍ୟାପକ ଏବଂ ଗବେଷକଙ୍କ ପାଇଁ ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ଏହାର ଆନ୍ତର୍ଜାତୀୟ ଭାଗୀଦାରି ରହିଛି  ।

ପାଠ୍ୟକ୍ରମ ଓ ନାମଲେଖା

ଏହି ଶିକ୍ଷାନୁଷ୍ଠାନରୁ ପଦାର୍ଥ ବିଜ୍ଞାନରେ ସ୍ନାତକ, ପ୍ରାଣୀବିଜ୍ଞାନ, ଗଣିତ, ରସାୟନ ବିଜ୍ଞାନ ତଥା ଭୂ ଓ ପରିବେଶ ବିଜ୍ଞାନରେ ମଧ୍ୟ ସ୍ନାତକ ହାସଲ କରିବାର ସୁବିଧା ରହିଛି  । ଏଥିସହିତ ମଲିକ୍ୟୁଲାର ବୟୋଫିଜିକ୍ସ, ମ୍ୟାଟେରିୟାଲ ରିସର୍ଚ୍ଚ, ଆଷ୍ଟ୍ରୋନୋମି ଏବଂ ଆଷ୍ଟ୍ରୋଫିଜିକ୍ସ ପରି ବିଷୟରେ ପିଏଚ୍ ଡି କରିପାରିବେ  ।

ସ୍ନାତକ ପାଠ୍ୟକ୍ରମ ପାଇଁ ଜେଇଇ ମେନ୍, ନିଟ ୟୁଜି ଏବଂ କେଭିପିଵାଇ ପରି ପରୀକ୍ଷାରେ ସଫଳ ହେବାକୁ ପଡିବ  । ଏମ୍ ଟେକ୍ ପାଇଁ ଗେଟ୍ ଏବଂ ଏମ୍ ଏସ୍ ସି ତଥା ଇଣ୍ଟିଗ୍ରେଟେଡ ପିଏଚ୍ ଡି କରିବା ଲାଗି ଆଇଆଇଟି ଜାମ୍ ଓ ଜେଷ୍ଟରେ ଉତ୍ତୀର୍ଣ୍ଣ ହେବାକୁ ହୁଏ  ।

ଇଣ୍ଡିଆନ ଇନ୍ ଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ

ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରୁ ଏହା ଅନ୍ୟତମ  । ଏହାକୁ ଇନ୍ ଷ୍ଟିଚ୍ୟୁଟ ଅଫ ନ୍ୟାସନାଲ ଇମ୍ପୋର୍ଟାନ୍ସ ବୋଲି ଘୋଷଣା କରାଯାଇସାରିଛି  । ବେହରାମପୁର, ଭୋପାଳ, କଲକାତା, ମୋହାଲି, ପୁନେ, ତିରୁବନନ୍ତପୁରମ୍ ଏବଂ ତିରୁପତିରେ ଏହି ଶିକ୍ଷାନୁଷ୍ଠାନର ଶାଖା ରହିଛି  ।

ପାଠ୍ୟକ୍ରମ ଓ ନାମଲେଖା

ଏହି ଶିକ୍ଷାନୁଷ୍ଠାନରେ ୫ ବର୍ଷୀୟ ବିଏସ୍- ଏମ୍ ଏସ୍ ପାଠ୍ୟକ୍ରମ ରହିଛି  । ଏଥିରେ ଗଣିତ ଓ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବବିଜ୍ଞାନ (ପିସିବି) ସହ ଭୂ ଓ ପରିବେଶ ବିଜ୍ଞାନ, କଳା ପରି ବିଷୟ ରହିଛି  । ଏଠାରେ ମଧ୍ୟ କୋ – ଅର୍ଡିନେଟେଡ ଏମ୍ ଏସ୍ – ପିଏଚ୍ ଡି ଓ ଅଟୋନୋମସ୍ ପିଏଚ୍ ଡି ପ୍ରୋଗ୍ରାମ୍ ସ ଇନ୍ ସାଇନ୍ସର ସୁବିଧା ଉପଲବ୍ଧ  ।

କେଭିପିଵାଇ ଏବଂ ଜେଇଇ ମେନ୍ ରେ ସଫଳ ହୋଇଥିବା ଦ୍ଵାଦଶ ପାସ୍ ଛାତ୍ରଛାତ୍ରୀ ଏଥିରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ  । ଆଇଜର ନିଜସ୍ଵ ପ୍ରବେଶିକା ପରୀକ୍ଷା ମଧ୍ୟ ଆୟୋଜିତ କରିଥାଏ  । ପିଏଚ୍ ଡି ଲାଗି ଯୁଜିସି/ ସିଏସ୍ ଆଇଆର୍ – ଜେଆରଏଫ୍, ଗେଟ୍, ଜେଷ୍ଟ ଆଦି ପ୍ରବେଶିକାରେ ସଫଳତାକୁ ମାନ୍ୟତା ଦିଆଯାଏ  ।

ଟାଟା ଇନ୍ ଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ

ଟିଆଇଏଫ୍ ଆର ଦେଶର ସର୍ବୋତ୍ତମ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରୁ ଅନ୍ୟତମ  । ବିଶେଷକରି ବିଜ୍ଞାନ ଏବଂ ଗଣିତ ପାଠ୍ୟକ୍ରମ କ୍ଷେତ୍ରରେ ଏହାର ସ୍ଵାତନ୍ତ୍ର୍ୟ ରହିଛି  । ଏହା ଏକ ଡିମ୍ ଡ ବିଶ୍ଵବିଦ୍ୟାଳୟ  । ମୁମ୍ବାଇ ବ୍ୟତୀତ ହାଇଦ୍ରାବାଦ, ପୁନେ ଏବଂ ବେଙ୍ଗାଲୁରୁରେ ଏହାର ଶାଖା ରହିଛି ।

ପାଠ୍ୟକ୍ରମ ଓ ନାମଲେଖା

ଏଠାରୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ, ଗଣିତ, କମ୍ପ୍ୟୁଟର ସାଇନ୍ସରେ ସ୍ନାତକ କରିପାରିବେ  । ଏହି ଶିକ୍ଷାନୁଷ୍ଠାନର ତିନୋଟି ସ୍କୁଲ ରହିଛି – ସ୍କୁଲ ଅଫ୍ ମ୍ୟାଥମେଟିକ୍ସ, ସ୍କୁଲ ଅଫ୍ ନ୍ୟାଚୁରାଲ ସାଇନ୍ ସେସ ଏବଂ ସ୍କୁଲ ଅଫ୍ ଟେକ୍ନୋଲୋଜି ଆଣ୍ଡ  କମ୍ପ୍ୟୁଟର ସାଇନ୍ସ  । ସ୍ନାତକ କରିଥିବା ଛାତ୍ରଛାତ୍ରୀ ପଦାର୍ଥବିଜ୍ଞାନ ଏବଂ କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମ ଲାଗି ଜେଷ୍ଟ କିମ୍ବା ଗେଟ୍ ମାଧ୍ୟମରେ ଆବେଦନ କରିପାରିବେ   । ବାୟୋଲୋଜିରେ ନାମ ଲେଖାଇବା ପାଇଁ ଜଏଣ୍ଟ ଗ୍ରାଜୁଏଟ ଏଣ୍ଟ୍ରାନ୍ସ ଏକ୍ ଜାମ ଫର୍ ବାୟୋଲୋଜି ଆଣ୍ଡ ଇଣ୍ଟର ଡିସିପ୍ଲିନାରୀ ଲାଇଫ୍ ସାଇନ୍ ସେସ ଆୟୋଜିତ ହୋଇଥାଏ  ।

ଇଣ୍ଡିଆନ ଇନ୍ ଷ୍ଟିଚ୍ୟୁଟ ଅଫ ସ୍ପେସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି

କେରଳର ତିରୁବନନ୍ତପୁରମ୍ ସ୍ଥିତ ଏହି ଶିକ୍ଷାନୁଷ୍ଠାନ ଏକ ଡିମ୍ ଡ ବିଶ୍ଵବିଦ୍ୟାଳୟ  । ଏଠାରେ ମହାକାଶ ବିଜ୍ଞାନ ପାଠ୍ୟକ୍ରମରେ ପଢିବା ଏବଂ ଗବେଷଣା କରିବା ଲାଗି ନାମ ଲେଖାଇପାରିବେ  । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ଵାରା ଏହି ଶିକ୍ଷାନୁଷ୍ଠାନ ପରିଚାଳିତ  ।

ପାଠ୍ୟକ୍ରମ ଓ ନାମଲେଖା

ଆଇଆଇଏସ୍ ଟିରେ ବିଟେକ୍, ଇଣ୍ଟିଗ୍ରେଟେଡ ବିଟେକ୍, ଏମ୍ ଟେକ୍ ଏବଂ ପିଏଚ୍ ଡି ପାଇଁ ନାମ ଲେଖାଯାଇପାରିବ  ଏହା ଏକ ଗବେଷଣା କେନ୍ଦ୍ର ଭାବେ କାର୍ଯ୍ୟଡ଼ଟ  । ବେସିକ୍ ସାଇନ୍ସରେ ଡକ୍ଟୋରାଲ କରିବା ଲାଗି ମଧ୍ୟ ନାମ ଲେଖାଇପାରିବେ  । ଚାରିବର୍ଷିଆ ବିଟେକ୍ ଲାଗି ଦ୍ଵାଦଶରେ ୭୫% ରୁ ଉର୍ଦ୍ଧ୍ଵ ନମ୍ବର ରଖିବା ସହ ଜେଇଇ (ଆଡଭାନ୍ସଡ) ରେ ସଫଳ ହୋଇଥିବା ଜରୁରୀ ଏମ୍ ଟେକ୍ ପାଇଁ ଗେଟ୍ ରେ ଉପଯୁକ୍ତ ନମ୍ବର ସହ ବିଟେକ୍ କରିଥିବା ଆବଶ୍ୟକ  । ପିଏଚ୍ ଡି ଲାଗି ଆବେଦନ କରିବାକୁ ଗେଟ୍ ସ୍କୋର ଏବଂ ମାଷ୍ଟର୍ସ ଡିଗ୍ରୀ ସର୍ବନିମ୍ନ ଯୋଗ୍ୟତା    ।

ଆଧାର – କ୍ୟାରିୟର ବ୍ୟୁରୋ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate