ବିଦେଶରେ ଉଚ୍ଚ ବେତନ ନିଯୁକ୍ତି ପାଇଁ ପାଠ୍ୟକ୍ରମ
ଉପକ୍ରମ
କ୍ୟାରିୟରକୁ ନେଇ ଅନେକ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସବୁବେଳେ ଦ୍ଵିଧା ଲାଗି ରହିଥାଏ । କେଉଁ ଭଳି କୋର୍ସ କରିଲେ ଭବିଷ୍ୟତରେ କର୍ମ ନିଯୁକ୍ତି ଲାଗି ଅସୁବିଧା ରହିବ ନାହିଁ ଏଥିପାଇଁ ଅନେକ ଚିନ୍ତା ମଧ୍ୟ କରିଥାନ୍ତି । ସେହିଭଳି ମିଳିଥିବା ଚାକିରିରେ ଜେଭଳି ଉନ୍ନତ ବେତନ ପ୍ୟାକେଜ ରହିବ ସେ ବିଷୟକୁ ମଧ୍ୟ ଧ୍ୟାନରେ ରଖା ଯାଇଥାଏ । ବିଦେଶରେ ଚାକିରି ପାଇଁ ଅନେକଙ୍କ ସ୍ଵପ୍ନ ରହିଥାଏ । ମାତ୍ର ବେତନ ପ୍ୟାକେଜ ଏକ ପ୍ରମୁଖ ବିଷୟ ରହିଥାଏ । ଜାତୀୟ କଲେଜ ଏବଂ ନିଯୁକ୍ତିଦାତା ପରିଷଦ ସହ ଆମେରିକାର ଶ୍ରମ ପରିସଂଖ୍ୟାନ ବ୍ୟୁରୋ ମିଳିତ ହୋଇ ବିଦେଶରେ କେଉଁ ଚାକିରିରେ କେତେ ପରିମାଣର ବେତନ ମିଳିଥାଏ ସେ ସମ୍ପର୍କରେ ଏକ ତଥ୍ୟ ପ୍ରଦାନ କରିଛି । ଜାନୁୟାରୀରେ ଏହି ତଥ୍ୟ ପ୍ରକାଶ ପାଇଛି ରିପୋର୍ଟ ମୁତାବକ ବିଦେଶରେ ଉଚ୍ଚ ବେତନରେ ଚାକିରି ପାଇଁ କେଉଁ ପାଠ୍ୟକ୍ରମ ଚାହିଦା ରହିଛି ତାହା ଏଠାରେ ପ୍ରକାଶ କରାଯାଇଛି ।
ନିଯୁକ୍ତି ପାଇଁ ପାଠ୍ୟକ୍ରମ
- ମେକାନିକାଲ ଇଞ୍ଜିନିୟରିଂ କୋର୍ସ କରିଥିବା ଛାତ୍ରୀଛାତ୍ରଙ୍କ ପାଇଁ କର୍ମନିଯୁକ୍ତିର ସୁଯୋଗ ଅଧିକ ରହିଛି । ବିଭିନ୍ନ ଉଦ୍ୟୋଗ ପାଇଁ ମେଶିନ ଏବଂ ଏହାର ଯନ୍ତ୍ରାଂଶ ଉନ୍ନତିକରଣ ତଥା ପରୀକ୍ଷଣ କାର୍ଯ୍ୟ ପାଇଁ କମ୍ପାନୀଗୁଡିକ ନିଯୁକ୍ତି କରିଥାନ୍ତି । ସେହିଭଳି ମାନୁଫାକଚରିଂ କାର୍ଯ୍ୟ ତଦାରଖରେ ମଧ୍ୟ ଏହି କୋର୍ସ କରିଥିବା ବ୍ୟକ୍ତିକୁ ଆଗ୍ରାଧିକାର ଦିଆଯାଏ । ଏହି କୋର୍ସ କରିଥିବା ଛାତ୍ରୀଛାତ୍ରଙ୍କ ପାଇଁ ମାନୁଫାକଚରିଂ ସେବା ଯଥା ମେଶିନାରୀ ମାନୁଫାକଚରିଂ ଇଲେକଟ୍ରୋନିକ୍ସ ଉତ୍ପାଦ ମାନୁଫାକଚରିଂ ଭଳି ବିଭିନ୍ନ ଉଦ୍ୟୋଗରେ କର୍ମ ନିଯୁକ୍ତି ମିଳିବାର ସମ୍ଭାବନା ଅଧିକ ରହିଛି । ଆମେରିକା , ଇଂଲଣ୍ଡ , ଅଷ୍ଟ୍ରେଲିଆ , କାନାଡା ଭଳି ଦେଶରେ ନିଯୁକ୍ତି ସୁଯୋଗ ଅଧିକ ରହିଛି । ସେହିଭଳି ଏହି କ୍ଷେତ୍ରରେ ବାର୍ଷିକ ବେତନ ୫୫ ଲକ୍ଷ ଟଙ୍କା ରହିଛି ।
- ସିଭିଲ ଇଞ୍ଜିନିୟରିଂ କୋର୍ସ କରିଥିଲେ ମଧ୍ୟ ବିଦେଶରେ ଉନ୍ନତ ବେତନରେ ନିଯୁକ୍ତି ମିଳିବ । ସଡକ , ଗୃହ , ବିମାନ ବନ୍ଦର ନିର୍ମାଣ ପାଇଁ ଡିଜାଇନ , ନିର୍ମାଣ ଦେଖାରଖାରେ ସିଭିଲ ଇଞ୍ଜିନିୟରିଂମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଥାଏ । ବିଦେଶରେ ବିଭିନ୍ନ ମାନୁଫାକଚରିଂ ସେବା ସହିତ ଅନ୍ୟାନ୍ୟ ସ୍ଥାନଗୁଡିକରେ ମଧ୍ୟ ନିଯୁକ୍ତି ମିଳିପାରିବ । ଅଷ୍ଟ୍ରେଲିଆ , ଆମେରିକା ଏବଂ ସଂଯୁକ୍ତ ଆରବ ଭଳି ସ୍ଥାନ ଗୁଡିକରେ ନିଯୁକ୍ତିର ଅନେକ ସମ୍ଭାବନା ରହିଛି । ଏହି କ୍ଷେତ୍ରରେ ୫୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନ ମିଳି ପାରିବ ।
- ବିଦେଶରେ ବୀମା ଉଦ୍ୟୋଗରେ ମଧ୍ୟ ନିଯୁକ୍ତି ମିଳି ପାରିବ । ଏଣୁ ଏହିଭଳି କିଛି କୋର୍ସ କରିଥିଲେ ଫାଇଦା ମିଳିପାରିବ । ବୀମା ଏବଂ ବିତ୍ତ କ୍ଷେତ୍ରରେ ବିଭିନ୍ନ ମଡେଲର ପରିଚାଳନା ତଥା ବିଭିନ୍ନ ସପ୍ଟେୱେର ଜ୍ଞାନ’କୌଶଳର ପରିଚାଳନା କରିବାକୁ ଏହିଭଳି କୋର୍ସ କରିଥିବା ବ୍ୟକ୍ତିଙ୍କ ଆବଶ୍ୟକତା ପଡିଥାଏ । ଅଷ୍ଟ୍ରେଲିଆ , ଆମେରିକା , ଇଂଲଣ୍ଡ , ନ୍ୟୁଜଲ୍ୟାଣ୍ଡ ଭଳି ଦେଶରେ ଏହି କ୍ଷେତ୍ରରେ କର୍ମନିଯୁକ୍ତି ହାର ଅଧିକ ରହିଛି । ଏହି କ୍ଷେତ୍ରରେ ବାର୍ଷିକ ୬୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନ ମିଳିପାରିବ ।
- ବାୟୋମେଡିକାଲ ଇଞ୍ଜିନିୟରିଂ କୋର୍ସ କରିଥିଲେ ବିଦେଶରେ ମେଡିକାଲ , ହେଲଥକେୟାର କ୍ଷେତ୍ରରେ ଡିଭାଇସ ପ୍ରସ୍ତୁତି , ଡିଜାଇନ ଏବଂ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ରହିଛି । ମେଡିକାଲ ଉପକରଣ ନିର୍ମାତା କମ୍ପାନୀ , ଯୋଗାଣ , ନାଭିଗେସନାଲ , ଇଲେକ୍ଟ୍ରୋମେଡିକାଲ , କଣ୍ଟ୍ରୋଲ ଇନଷ୍ଟୁମେଣ୍ଟ ମାନୁଫାକଚରିଂ ଭଳି କ୍ଷେତ୍ରରେ କର୍ମ ନିଯୁକ୍ତି ସୁଯୋଗ ରହିଛି । ନ୍ୟୁଜଲ୍ୟାଣ୍ଡ , ଅଷ୍ଟ୍ରେଲିଆ , ଆୟର୍ଲାଣ୍ଡ , ଇଂଲଣ୍ଡ ଏବଂ କାନାଡା ଭଳି ଦେଶରେ ଏହି କ୍ଷେତ୍ରରେ କର୍ମନିଯୁକ୍ତି ସୁଯୋଗ ମିଳିପାରିବ । ଏଥିପାଇଁ ବାର୍ଷିକ ୫୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନ ମିଳି ପାରିବ ।
- ଫାରମା ସାଇନ୍ସ ସୁଯୋଗ କୋର୍ସ ବିଦେଶରେ କର୍ମ ନିଯୁକ୍ତି ସୁଯୋଗ ଦେଇ ପାରିବ । ଔଷଧ ପ୍ରସ୍ତୁତି ସହିତ ଏହାର ପରୀକ୍ଷଣ , ମାନୁଫାକଚରିଂ ଏବଂ ସଚେତନତା ପାଇଁ ଫାରମା ସାଇନ୍ସ କୋର୍ସ କରିଥିବା ଛାତ୍ରୀଛାତ୍ରଙ୍କ ଅଗ୍ରାଧିକାର ଦିଆଯାଇଥାଏ । ଏହି କ୍ଷେତ୍ରରେ ବାର୍ଷିକ ୫୨ – ୬୬ ଲକ୍ଷ ପର୍ଯ୍ୟନ୍ତ ବେତନ ମିଳିବ । ଆୟର୍ଲାଣ୍ଡ , ନ୍ୟୁଜଲ୍ୟାଣ୍ଡ , ଆମେରିକା , ସିଙ୍ଗାପୁର ଭଳି ଦେଶଗୁଡିକରେ ଏହି କ୍ଷେତ୍ରରେ ନିଯୁକ୍ତି ହାର ଉନ୍ନତ ରହିଛି ।
- ଫାଇନାନ୍ସ ଭଳି କ୍ଷେତ୍ର ପାଇଁ ବିଦେଶରେ କାର୍ଯ୍ୟ କରିବାର ସୁଯୋଗ ରହିଛି । ଫାଇନାନ୍ସ ବିଶେଷଜ୍ଞ ଏବଂ ଗ୍ରାହକ ସେବା କ୍ଷେତ୍ରରେ କାର୍ଯ୍ୟ କରିବାର ସୁବିଧା ମିଳିବ । ଆୟର୍ଲାଣ୍ଡ , ଆମେରିକା , ହଙ୍ଗେରୀ , ନ୍ୟୁଜଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଏହି ଭଳି କ୍ଷେତ୍ର ପାଇଁ ବାର୍ଷିକ ୮୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନ ମିଳୁଛି ।
- ସାଇବର ନିରାପତ୍ତା ଏବଂ କମ୍ପ୍ୟୁଟର ସାଇନ୍ସ କୋର୍ସ କରିଥିଲେ ବିଦେଶରେ ଏକ ଭଲ ଚାକିରି ମିଳିପାରିବ । କମ୍ପ୍ୟୁଟର ସିଷ୍ଟମ , ନେଟୱର୍କ ସୁରକ୍ଷା , ସାଇବର ନିରାପତ୍ତା ପାଇଁ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ । ଆମେରିକା , ଇଂଲଣ୍ଡ , ଆୟର୍ଲାଣ୍ଡ ଏବଂ ଜର୍ମାନୀ ଭଳି ଦେଶ ଗୁଡିକରେ ଏହି ପ୍ରଫେଶନାଲଙ୍କୁ ୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନ ମିଳୁଛି ।
ଆମେରିକା , କାନାଡା , ରୋମ , ବ୍ରାଜିଲ , ଅଷ୍ଟ୍ରେଲିଆ ଭଳି ଦେଶଗୁଡିକରେ ପରିବେଶ ଇଞ୍ଜିନିୟରିଂ କ୍ଷେତ୍ରରେ ବାର୍ଷିକ ୫୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନରେ ନିଯୁକ୍ତି ମିଳୁଛି ।
ସଂଗୃହିତ : ପି . କେ . ପ୍ରାମାଣିକ
Last Modified : 10/29/2019
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.