ପିଲାଦିନେ ନିଜ ରଫ୍ ଖାତାରୁ କାଗଜ ଚିରି ରକେଟ କରି ଉଡାଇବାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ । ଦୂର ଆକାଶରେ ଅତି କ୍ଷୁଦ୍ରକାୟ ବ୍ୟୋମଯାନଟିଏ ଉଡିଯାଉଥିବା ବେଳେ ଆମ ଆଖିସାମ୍ନାରୁ ଅଦୃଶ୍ୟ ନ ହେଲା ପର୍ଯ୍ୟନ୍ତ ଆମେ ତାକୁ ଚାହିଁ ରହୁଥିଲେ । ଏହା କିପରି ଉଡୁଛି, ଏହା ଭିତରେ କେତେ ଲୋକ ଅଛନ୍ତି, ସେଥିରେ ବସିଲେ କେମିତି ଲାଗେ, ଖସି ପଡିଲେ କ’ଣ ହେବ ଏଭଳି ଅନେକ କଥା ପିଲାଦିନେ ମୁଣ୍ଡକୁ ଆସୁଥିଲା । କେହି କେହି ସ୍ଵପ୍ନ ଦେଖନ୍ତି ବଡ ହେଲେ ଉଡାଜାହାଜରେ ଉଡିବେ, ପାଇଲଟ୍ ହେବେ ଇତ୍ୟାଦି । ଆପଣ ବି ଯଦି ପାଇଲଟ ହେବାର ସ୍ଵପ୍ନ ଦେଖିଛନ୍ତି ତେବେ ଏ ଦିଗରେ ରହିଥିବା କ୍ୟାରିୟର ତଥା ନିଯୁକ୍ତି ସୁଯୋଗ ସମ୍ପର୍କରେ ଏଠାରେ ବର୍ଣ୍ଣନା କରାଗଲା
ବିମାନ ଶିଳ୍ପ କ୍ଷେତ୍ରରେ କେବଳ ଯେ ଜଣେ ବିମାନ ଚାଳକ ବା ପାଇଲଟ ହେବେ ତାହା ନୁହେଁ ଆହୁରି ଅନେକ ପଦପଦବୀ ମଧ୍ୟ ରହିଛି । ପାଇଲଟ୍, କୋ-ପାଇଲଟ ସହିତ ଏୟାର କ୍ରାଫ୍ଟ ମେଣ୍ଟେନାନ୍ସ, କ୍ୟାବିନ କ୍ରିୟୁ, ଟେକ୍ନିସିଆନ, ଗ୍ରାଉଣ୍ଡ ଡ୍ୟୁଟ ସର୍ଭିସ ଅଫିସର୍ସ ଆଦି ପଦବୀ ରହିଛି । ତଥ୍ୟ ଅନୁସାରେ ୨୦୦୩-୦୪ ବେଳକୁ ଭାରତରେ ମାତ୍ର ୩ଟି ବିମାନସେବା ପ୍ରଦାନକରି ସଂସ୍ଥାର ୧୨୩ଟି କମାର୍ସିଆଲ ଜେଟ ରହିଥିଲା । ବର୍ତ୍ତମାନ ଏଥିରେ ଢେର ଉନ୍ନତି ହୋଇଛି ।
ପାଇଲଟ ଭାବେ ଶିକ୍ଷା ଗ୍ରହଣ କରିବା ଓ ତାଲିମ ନେବାରେ ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ । ୨୦୦୧ରୁ ଡିରେକ୍ଟର ଜେନେରାଲ ଅଫ୍ ସିଭିଲ ଏଭିଏଶନ (ଡିଜିସିଏ) ପକ୍ଷରୁ ସମସ୍ତ ପ୍ରକାର ରିହାତି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିଲା । କିନ୍ତୁ ବିଭିନ୍ନ ରାଜ୍ୟ ଏଥିପାଇଁ ସ୍ଵତନ୍ତ୍ର ରିହାତି ବ୍ୟବସ୍ଥା କରିଛନ୍ତି । ପ୍ରତିବର୍ଷ ୪୦ ଜଣ ଏସ୍ ସି, ଏସ୍ ଟି ଟ୍ରେନି ପାଇଲଟଙ୍କୁ ବୃତ୍ତି ପ୍ରଦାନ କରାଯାଉଛି । ସେହିପରି ମାଗଣା ଉଡାଣ ପ୍ରଶିକ୍ଷଣ ସାଙ୍ଗକୁ ଷ୍ଟୁଡେଣ୍ଟ ପାଇଲଟ ମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି ।
ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରି କମର୍ସିଆଲ ପାଇଲଟ ଲାଇସନ୍ସ ପାଇବା ପାଇଁ ପାଖାପାଖି ୧୫ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସରକାରୀ ଅନୁଦାନପ୍ରାପ୍ତ ସଂସ୍ଥାରେ ହାରାହାରି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।
ଜଣେ କମର୍ସିଆଲ ପାଇଲଟ ଲାଇସନ୍ସ ପାଇବା ପାଇଁ ହେଲେ ଉଭୟ ଫିଜିକ୍ସ ଏବଂ ମାଥମେଟିକ୍ସ ବିଷୟ ସହିତ ସର୍ବନିମ୍ନ ଦ୍ଵାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଦରକାର । ସେହିପରି ବୟସ ସୀମା ୧୮ରୁ ୩୦ ମଧ୍ୟରେ ରହିବା ସହିତ ଉଚ୍ଚତା ଏବଂ ଦୃଷ୍ଟି ଶକ୍ତି ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହେବା ଦରକାର । ବହୁଭାଷୀ ଯୋଗାଯୋଗ ଦକ୍ଷତା ଏଥିପାଇଁ ଏକ ପ୍ରମୁଖ ଆବଶ୍ୟକତା ।
ବିମାନରେ ଯାତ୍ରୀଙ୍କ ସୁରକ୍ଷିତ ତଥା ଆରାମଦାୟକ ଯାତ୍ରା ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଏୟାର ହୋଷ୍ଟେସମାନେ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଏୟାର ହୋଷ୍ଟେସମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରି ଥାଆନ୍ତି । ସେମାନେ ପ୍ରଥମ ବ୍ୟକ୍ତି ଯେକି ଜଣେ ବିମାନ ଯାତ୍ରୀଙ୍କୁ ସ୍ଵାଗତ କରିଥାଏ । ଜରୁରୀକାଳୀନ ସମୟରେ ସୁରକ୍ଷା ବୈଶିଷ୍ଟ୍ୟ ବ୍ୟବହାର କରିବା, ଖାଦ୍ଯ ଓ ପାନୀୟ ଯୋଗାଇବା, ଯାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଭଳି ବିଭିନ୍ନ ସେବା ଏୟାର ହୋଷ୍ଟେସମାନେ ଯୋଗାଇଥାଆନ୍ତି ।
ଯୋଗ୍ୟତା
ଏୟାର ହୋଷ୍ଟେସ ଟ୍ରେନିଂ ପ୍ରୋଗ୍ରାମ ପାଇଁ ଜଣଙ୍କୁ ଅତି କମ୍ ରେ ଯୁକ୍ତ ୨ ଶିକ୍ଷା ସହିତ ହୋଟେଲ ମ୍ୟାନେଜମେଣ୍ଟ ବା ଡିଗ୍ରୀ ହାସଲ କରିବା ଆବଶ୍ୟକ ।
ଏୟାର ଇଣ୍ଡିଆ, ଜେଟ୍ ଏୟାରୱେଜ, ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ସ୍ପାଇସ୍ ଜେଟ୍, ଗୋଏୟାର, ଏୟାର ଏସିଆ ଇଣ୍ଡିଆ, ଭିସ୍ତାରା ଭଳି ଏକାଧିକ ବିମାନ କମ୍ପାନୀ ବର୍ତ୍ତମାନ ପରିଚାଳିତ ହେଉଛନ୍ତି । ଜଣେ ଟ୍ରେନିଂ ପାଇଲଟ ଭାବେ ଛାତ୍ରୀଛାତ୍ର ନିଜର କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ନିଜକୁ ଜଣେ ଦକ୍ଷ ପାଇଲଟ ଭାବେ ଗଢିପାରିବେ । ସେହିପରି ବୃହତ କର୍ପୋରେଟ ସଂସ୍ଥାଗୁଡିକ ଏବେ ନିଜସ୍ଵ ଏୟାରକ୍ରାଫ୍ଟ ରଖୁଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ଦେଶରେ ପାଖାପାଖି ୪୦ ବିମାନ କମ୍ପାନୀ ରହିଛନ୍ତି ଯେଉଁମାନେ ହେଲିକପ୍ଟର ଏବଂ କ୍ଷୁଦ୍ର ବିମାନ ଭଡାରେ ମଧ୍ୟ ପ୍ରଦାନ କରୁଛନ୍ତି ।
ଉଡାଣ ଧରିବା ପୂର୍ବରୁ ବିମାନଟି ସମ୍ପୂର୍ଣ୍ଣ ଠିକ୍ ଅଛି କି ନାହିଁ ବା ସେଥିରେ କିଛି ତ୍ରୁଟି ରହିଛି କି ନାହିଁ ତାହା ଯାଞ୍ଚ କରିବାରେ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟରଙ୍କର ପ୍ରମୁଖ ଦାୟିତ୍ଵ ।
ଯୋଗ୍ୟତା
ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟରିଂରେ ୩ ବର୍ଷର ସାର୍ଟିଫିକେଟ କୋର୍ସ କରିବା ଏଥିପାଇଁ ଏକ ପ୍ରମୁଖ ଆବଶ୍ୟକତା । ଡିଜିସିଏ ଦ୍ଵାରା ସ୍ଵିକୃତିପ୍ରାପ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନ ଏହି ପାଠ୍ୟକ୍ରମ ପ୍ରଦାନ କରୁଛନ୍ତି ।
ଏ କ୍ଷେତ୍ରରେ ଫ୍ଲାଇଟ ଆଣ୍ଡ ଗ୍ରାଉଣ୍ଡ ଇନଷ୍ଟ୍ରକଚର, ଫ୍ୟାକ୍ଟର ଫାସିଲିଟେଟର, ଏଭିଏଶନ ସାଇକୋଲୋଜିଷ୍ଟ, ଏଭିଏଶନ ଡକ୍ଟର ଆଦି ବିଭିନ୍ନ ପଦ ମଧ୍ୟ ରହିଛି ।
ଫ୍ଲାଇଟ ଇନଷ୍ଟ୍ରକଚର
ଫ୍ଲାଇଟ ଇନଷ୍ଟ୍ରକଚରମାନେ ବିଭିନ୍ନ ପ୍ରକ୍ରିୟାରେ ପାଇଲଟମାନଙ୍କୁ ସୂଚନା ପ୍ରଦାନ କରି ଥାଆନ୍ତି । ବରିଷ୍ଠ ପାଇଲଟମାନେ ଏହି ଦାୟିତ୍ଵ ନିର୍ବାହ କରି ଥାଆନ୍ତି ।
ଫ୍ଲାଇଟ ଡ଼େସପାଚର
ବିମାନ ଉଡାଣ, ଅବତରଣ ଆଦି ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରନ୍ତି ଫ୍ଲାଇଟ ଡେସ୍ ପାଚର ।
ଫ୍ୟାକ୍ଟର ଫାସିଲିଟେଟର
କ୍ୟାବିନ କ୍ର୍ୟୁ, କକପିଟ୍ କ୍ର୍ୟୁ ଏବଂ ବିଭିନ୍ନ ବିଭାଗର କାର୍ଯ୍ୟରତ ଯନ୍ତ୍ରୀମାନଙ୍କୁ ଏମାନେ ପ୍ରଶିକ୍ଷଣ ପ୍ରଦାନ କରିଥାଆନ୍ତି ।
ଏଭିଏଶନ ଡକ୍ଟର ଏମାନେ ନିୟମିତ ଭାବରେ ପାଇଲଟ ଏବଂ ଅନ୍ୟ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି ।
ଆଧାର – କ୍ୟାରିୟର ବ୍ୟୁରୋ
Last Modified : 1/26/2020