অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୀମାରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା

ବୀମାରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା

ଉପକ୍ରମ

ସର୍ବ ଭାରତୀୟସ୍ତରରେ ପ୍ରବେଶିକା ପରୀକ୍ଷା  ପାଇଁ ବିଭିନ୍ନ ପ୍ରକାର ଇନଷ୍ଟିଚ୍ୟୁ ଖୋଲା ଯାଇଛି । ଏହି ପରୀକ୍ଷାରେ ପାସ୍ କଲେ ଭଲ କ୍ୟାରିଅର୍ କରିପାରିବେ ।

ପ୍ରବେଶିକା ପରୀକ୍ଷା ସମ୍ବନ୍ଧରେ ସୂଚନା

ବୀମାରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା ସମ୍ବନ୍ଧରେ ସୂଚନା ଦିଆଯାଇଛି ।

  • ଯୁକ୍ତ ଦୁଇ ପାସ୍ ଯୋଗ୍ୟତାରେ ଆପଣ ଫଟୋ ଗ୍ରାଫିରେ ଭଲ କ୍ୟାରିଅର୍ କରିପାରିବେ । ଆଧୁନିକ ଜ୍ଞାନକୌଶଳ ଜଣାଥିବା ସହ ସୃଜନଶୀଳତା ଥିଲେ ଫଟୋଗ୍ରାଫି କ୍ଷେତ୍ରରେ  ଶୀର୍ଷକୁ ଉଠିପାରିବେ । ଫଟୋଗ୍ରାଫିରେ କ୍ୟାରିଅର୍ କରିବା ପାଇଁ ଅନେକ କ୍ଷେତ୍ର ଅଛି । ଯଥା – ଫଟୋଜର୍ଣ୍ଣାଲିଜିମ୍, କମ
  • ର୍ସିଆଲ ଫଟୋଗ୍ରାଫି, ଆଡର୍ଭଟାଇଜିଂ, ଫ୍ୟାସନ, ଫୁଡ୍ ଡିସ୍ପ୍ଲେ, ଇଣ୍ଡଷ୍ଟ୍ରିଆଲ୍ ଫଟୋଗ୍ରାଫି, ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି, ଏରିଏଲ ଫଟୋଗ୍ରାଫି, ସାଇଣ୍ଟିଫିକ୍ ଫଟୋଗ୍ରାଫି, ଟ୍ରାଭେଲ ଫଟୋଗ୍ରାଫି ଏମିତି ଆହୁରି ଅନେକ କ୍ଷେତ୍ର ରହିଛି । ଏଥିରେ ବର୍ଷିକିଆ ଡିପ୍ଲୋମା ଓ ସାର୍ଟିଫିକେଟ୍ କୋର୍ସ ଯୋଗାଇ ଦିଆଯାଉଛି । ଫଟୋଗ୍ରାଫି ପାଇଁ ଫାଇନ୍ ଆର୍ଟରେ ୩ ବର୍ଷିଆ ସ୍ନାତକ ପାଠ୍ୟକ୍ରମ ଯୋଗାଇ ଦେଉଛନ୍ତି । ତେବେ ପ୍ରଥମେ ସ୍ଥିର କରନ୍ତୁ ନିର୍ଦ୍ଦିଷ୍ଟ କେଉଁ କ୍ଷେତ୍ରରେ ଫଟୋଗ୍ରାଫି କରିବେ ।
  • ଯଦି ଇଂରାଜୀ ବିଷୟ ରଖି ଯୁକ୍ତ ଦୁଇ ବାଣିଜ୍ୟ ପାସ୍ କରିଥିବେ ତେବେ ଏହି ଯୋଗ୍ୟତାରେ ଆପଣ ବୀମା କ୍ଷେତ୍ରରେ ଭଲ କ୍ୟାରିଅର୍ ଗଢିପାରିବେ । ଭାରତ ସରକାରଙ୍କ ପକ୍ଷରୁ ଏଥିପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ଆକାଚୁଆରିଜ୍ ଅଫ୍ ଇଣ୍ଡିଆ ଅନୁଷ୍ଠାନ ଖୋଲା ଯାଇଛି ।  ଏଠାରେ ପଢିବାକୁ ଚାହୁଁଥିଲେ ଆପଣଙ୍କୁ ଆକଚୁରିଆଲ କମନ ଏଣ୍ଟ୍ରାନ୍ସ ଟେଷ୍ଟ ଦେବାକୁ ହେବ । ଏହା ସର୍ବ ଭାରତୀୟସ୍ତରରେ ଏକ ପ୍ରବେଶିକା ପରୀକ୍ଷା । ଏହି ପରୀକ୍ଷା ବର୍ଷକୁ ଦୁଇ ଥର  ମେ ଓ ନଭେମ୍ବର ମାସରେ ହୋଇଥାଏ । ପରୀକ୍ଷା ଦେବା ପାଇଁ ଚାହୁଁଥିଲେ ୩୦୦୦ ଟଙ୍କା ଦେଇ ପ୍ରଥମେ ନାମ ପଞ୍ଜୀକରଣ କରିବାକୁ ହେବ । ୪୫ଟି ପ୍ରଶ୍ନ ମଲଟିପୁଲ ଚଏସ୍ (ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧), ଦୁଇ ମାର୍କ୍ସ ଥିବା ୨୦ଟି ପ୍ରଶ୍ନ ଓ ତିନି ମାର୍କ୍ସ ଥିବା ୫ଟି ପ୍ରଶ୍ନ । ସମୁଦାୟ ୧୦୦ ମାର୍କ୍ସର ପ୍ରଶ୍ନ ଆସିଥାଏ ।
  • ଫିଲିକ୍ସ, କେମେଷ୍ଟ୍ରି ଓ ମ୍ୟାଥମେଟିକ୍ସ ରଖି ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲେ ଭୂତତ୍ତ୍ଵ ବିଜ୍ଞାନରେ କ୍ୟାରିଅର୍ କରିପାରିବେ । ମାତ୍ର ଏହା ଗବେଷଣାଧର୍ମୀ ଏକ ପାଠ୍ୟକ୍ରମ । ମେଧା ନଥିଲେ କିଛି ବି କରିପାରିବେ ନାହିଁ । ଏଥିରେ କ୍ୟାରିଅର୍ କରିବାକୁ ହେଲେ ଏକାଡ଼େମୀକ୍ କ୍ଷେତ୍ରରେ ଅନ୍ତତଃ ଫାଷ୍ଟ କ୍ଲାସ ମାର୍କ୍ସ ରଖିଥିବା ଆବଶ୍ୟକ । ଯୁକ୍ତ ଦୁଇ ପାସ୍ କରିବା ପରେ ଯୁକ୍ତ ତିନି ବିଜ୍ଞାନରେ ଏଥିରେ ଅନେକ  ପ୍ରକାର କୋର୍ସ ଯୋଗାଇ ଦିଆଯାଉଛି । ଯଥା – ଆପ୍ଲାଏଡ୍ ଜିଓଲୋଜୀ, ଜିଓଲୋଜୀ, ଜିଓଲୋଜୀ (ସମ୍ମାନ) । ସ୍ନାତକୋତ୍ତର କରିବା ପାଇଁ ମଧ୍ୟ ଅନେକ ପ୍ରକାର କୋର୍ସ ଯୋଗାଇ ଦିଆଯାଉଛି । ଯଥା – ଆପ୍ଲାଏଡ୍ ଜିଓଲୋଜୀ (ଟେକନିକାଲ୍), ଆପ୍ଲାଏଡ୍ ଜିଓଲୋଜୀ, ପେଟ୍ରୋଲିୟମ୍ ଜିଓଲୋଜୀ, ପେଟ୍ରୋଲିୟମ୍ ଜିଓସାଇନ୍ସ, ଜିଓଲୋଜୀ (ସମ୍ମାନ), ଜିଓଲୋଜୀ (ଟେକନିକାଲ୍), ଆଗ୍ରୋମେଟ୍ରୋଲୋଜୀ, ଜିଓଲୋଜୀ ଆଣ୍ଡ ଆପ୍ଲାଏଡ୍ କେମେଷ୍ଟ୍ରୀ, ମେରାଇନ୍ ଜିଓଲୋଜୀ ଆଦି ।

ଆଧାର – ଦୈନିକ ପ୍ରମେୟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate