অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ୟକ୍ତିତ୍ଵ ଉପରେ ନକାରାତ୍ମକ ମନୋବୃତ୍ତିର ପ୍ରଭାବ

ମନ, ପ୍ରବୃତ୍ତ ଏବଂ ବ୍ୟବହାରରୁ ଆମର ବ୍ୟକ୍ତିତ୍ଵ ପରିପ୍ରକାଶ ପାଇଥାଏ । ଆଫ୍ରେଟ୍ ଯେଉଁଭଳି ରହିବ ଲୋକମାନେ ସେହିଭଳି  ଭାବେ ଆମକୁ ଗ୍ରହଣ କରିବେ । ବର୍ତ୍ତମାନର ପେସାଗତ ଜୀବନରେ ବ୍ୟକ୍ତିତ୍ଵ ବିକାଶ ଏକ ନୂଆ ଶବ୍ଦ ହୋଇ ରହିନାହିଁ । ଭଲ ଦେଖାଯିବା, ଭଲ ଭାବେ ନିଜକୁ ଉପସ୍ଥାପନ କରିବା, ଭଲ ବ୍ୟବହାର ଦେଖାଇବା ଏବଂ ଭଲ ପଦବୀରେ ଅବସ୍ଥାପିତ ହେବାପାଇଁ ପ୍ରତ୍ୟେକ ପେସାଦାର ବ୍ୟକ୍ତି ଚାହିଥାନ୍ତି । ଅନ୍ୟମାନଙ୍କଠାରୁ ଭିନ୍ନ ଲାଗିବା ପାଇଁ କିଏ ବା ନ ଚାହିବେ ।

ଆମେ ଯଦି ବ୍ୟକ୍ତିତୃକୁ ଦୁଇ ଭାଗରେ ବିଭକ୍ତ କରିବା ତା'ହେଲେ ଗୋଟିଏ ହେଉଛି ପଜିଟିଭ୍ ବ୍ୟକ୍ତିତ୍ଵ, ଯାହାଦ୍ବାରା ଆମେ ଅନ୍ୟମାନଙ୍କ ନିକଟରେ ଗ୍ରହଣୀୟ ହୋଇଥାଉ । ଅନ୍ୟଟି ହେଉଛି । ନେଗେଟିଭ୍ ବ୍ୟକ୍ତିତ୍ଵ, ଯାହାକୁ କେହି ବି ଗ୍ରହଣ କରନ୍ତି ନାହିଁ । କ୍ୟାରିୟର କ୍ଷେତ୍ରରେ ନକାରାତ୍ମକ ମନୋବୃତ୍ତର ପ୍ରଭାବ ଅତ୍ୟନ୍ତ ଭୟଙ୍କର ସାବ୍ୟସ୍ତ ହୋଇପାରେ । ଆମର ବ୍ୟବହାର ଏବଂ ଜୀବନଶୈଳୀ ଓ ବ୍ୟକ୍ତିତ୍ଵ ଆମର ଲାଳନପାଳନ, ସମାଜ ଏବଂ କେଉଁଭଳି ପରିବେଶରେ ଆମେ ବଢ଼ିଚ୍ଛେ ତାହା ଉପରେ ନିର୍ଭର କରିଥାଏ । ଏହି ଜିନିଷଗୁଡିକ ଆମର ବ୍ୟକ୍ତିତ୍ଵକୁ ଆକାର ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଆଜି ଆମେ କିଛି ନକାରାତ୍ମକ ପ୍ରବୃତ୍ତକୁ ନେଇ ବର୍ଣ୍ଣନା କରୁଛୁ, ଯାହାର ପ୍ରଭାବ କ୍ୟାରିୟର କ୍ଷେତ୍ରରେ ଅତ୍ଯନ୍ତ ଭୟଙ୍କର ସାବ୍ୟସ୍ଥ ହୋଇଥାଏ ।

ଅହଂକାର

ଆମେ ଏଭଳି ବ୍ୟକ୍ତିଙ୍କୁ ଦେଖୁଥବା ଯେଉଁ ମାନେ ଅନ୍ୟମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ । ବଡ଼ ବଡ଼ ପାଟି କରି ଅନ୍ୟମାନଙ୍କୁ ଦବାଇବାକୁ ଚେଷ୍ଟା କରିଥାନ୍ତି । ସବୁବେଳେ ଅନ୍ୟମାନଙ୍କ ସହ କଳହରେ ବ୍ୟସ୍ତ ରୁହନ୍ତି । ଆତ୍ମଗର୍ବ ଯୋଗୁ ଅନ୍ୟମାନଙ୍କୁ ତଳୁଆ କରି ସେମାନେ ଖୁସି ଯାଇଥାନ୍ତି । ଏହା ଅତ୍ୟନ୍ତ ଖରାପ ଅଭ୍ୟାସ । କାର୍ଯ୍ୟଜୀବନ ହେଉ ବା ବ୍ୟକ୍ତିଗତ ଜୀବନ ଏଭଳି ନ କାରାମୁକା ଅଭ୍ୟାସ ଆଦୌ ଗ୍ରହଣୀୟ ନୁହେଁ । ଏଭଳି ବ୍ୟକ୍ତିଙ୍କୁ ଅନ୍ୟମାନଙ୍କଠାରୁ ସମ୍ମାନ ମିଳେନାହିଁ । ବ୍ୟକ୍ତିତ୍ଵ ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଏହି ଗୁଣକୁ ନିଜ ଠାରୁ ଦୂରେଇ ରଖନ୍ତୁ ।

ଆତ୍ମ ଗର୍ବ

ଅନେକ ବ୍ୟକ୍ତି ନିଜକୁ ବଡ଼ ବୋଲି ଭାବି ଅନ୍ୟମାନଙ୍କୁ ତୁଚ୍ଛ ମନେକରନ୍ତି । ସେମାନଙ୍କ ପ୍ରତି ନୀଚ ମନୋଭାବ ପୋଷଣ କରିଥାନ୍ତି । ଏଭଳି ବ୍ୟକ୍ତିଙ୍କୁ କେହି ପସନ୍ଦ କରି ନ ଥାନ୍ତି ।

ମୁହଁ ଦେଖାର ମନୋଭାବ

ଭୁଲ୍ ପଏଣ୍ଟକୁ ନେଇ ଯୁକ୍ତି କରୁଥବା ବ୍ୟକ୍ତିଙ୍କୁ କେହି ପସନ୍ଦ କରି ନ ଥାନ୍ତି । ଅନ୍ୟମାନଙ୍କର ଯାହା ହେଉଛି ହେଉ ନିଜେ କିପରି ସୁବିଧା ପାଇବେ ଏ ଚିନ୍ତା କରୁଥବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ଆଦୌ ଗ୍ରହଣୀୟ ନୁହେଁ ।

ଲୋଭୀ

ନିଜ ସୁବିଧା ପାଇଁ ରଙ୍ଗ ବଦଳାଉଥବା ବ୍ୟକ୍ତିକୁ କେହି ପସନ୍ଦ କରନ୍ତି ନାହିଁ । ଏମାନେ ସାଧାରଣତଃ ସାମାନ୍ୟ ଅର୍ଥ ପାଇଁ ଯେକୌଣସି ସ୍ତରକୁ ଯାଇପାରନ୍ତି । ଦୃଢ଼ ବ୍ୟକ୍ତିତ୍ଵ କ୍ଷେତ୍ରରେ ଏହି ଗୁଣାବଳୀ ଏକ ବାଧକ ।

ଦାୟିତ୍ଵବିମୁଖ

ଦାୟିତ୍ଵକୁ ଠିକ୍ ଭାବେ ସମ୍ପାଦନ କରୁଥବା ବ୍ୟକ୍ତିଙ୍କୁ ସମସ୍ତେ ଗ୍ରହଣ କରିଥାନ୍ତି । କିନ୍ତୁ ଦାୟିତ୍ଵରୁ ବିମୁଖ ରହୁଥବା ବ୍ୟକ୍ତିଙ୍କୁ ଖରାପ ଅଭ୍ୟସ, ଯାହାକି ଆପଣଙ୍କ ବ୍ୟକ୍ତିତ୍ଵକୁ ଦୁର୍ବଳ କରିଥାଏ ।

ଆକ୍ରମଣାମୁକ ମନୋଭାବ: କୌଣସି ବିଷୟକୁ ନେଇ ହଠାତ୍ ରାଗିଯିବା ଏବଂ ରାଗିଯାଇ ଅନ୍ୟକୁ ଆଘାତ ଦେବା ଅତ୍ୟନ୍ତ ବ୍ୟକ୍ତିମାନଙ୍କୁ କେହି ପସନ୍ଦ କରନ୍ତି ନାହିଁ । ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିବା ଲାଗି ଯାହା ଇଚ୍ଛା ତାହା କରିବା ଆଦୌ ଠିକ୍ ନୁହେଁ ।

ସ୍ଵାର୍ଥପରତା

ନିଜ ସ୍ଵାର୍ଥ ଏବଂ ସୁବିଧାକୁ ଅଗ୍ରାଧାକାର ଦେଉଥବା କେହି ପସନ୍ଦ କରନ୍ତି ନାହିଁ ।

ଅଳସୁଆ ମନୋଭାବ

କାର୍ଯ୍ୟରେ ସକ୍ରିୟ ନ ରହି ସର୍ବଦା ମାନ୍ଦା ତଥା ଅଳସୁଆପଣ ଦେଖାଇବା ଦୃଢ଼ ବ୍ୟକ୍ତିତ୍ୱର ପରିଚୟ ନୁହେଁ । ଏଥରୁ ନିଜକୁ ଦୂରେଇ ରଖନ୍ତୁ ।

ଇଣ୍ଟରଭ୍ୟୁ ଟିପ୍ସ

ଚାକିରି ନିମନ୍ତେ ଇଣ୍ଟରଭ୍ୟୁ ଦେବା ସମୟରେ ଆପଣ ନର୍ଭସ ହୋଇଯାଉଛନ୍ତି କି? ଏହା ହେବା ସ୍ଵାଭାବିକ । କିନ୍ତୁ ଏପରି କିଛି ଟିୟ ଅଛି, ଯାହାକୁ ଧାନରେ ରଖ ଆପଣ ଏହାକୁ ଦୂର କରିପାରିବେ । ନିମ୍ନରେ ଦିଆଯାଇଥବା ଟିପ୍ସଗୁଡିକ ଆପଣଙ୍କ ଲାଗି କିଛି ମାତ୍ରାରେ ସହାୟକ  ହେବ ।

  • ଇଣ୍ଟରଭ୍ୟୁ ଦେବା ପାଇଁ ଦିନର ସବୁଠାରୁ ଭଲ ସମୟ ବାଛନ୍ତୁ । ଆପଣଙ୍କ ପାଇଁ ଏବଂ ଇଣ୍ଟରଭ୍ୟୁ ନେଉଥବା ବ୍ୟକ୍ତିଙ୍କ ପାଇଁ ଅନୁକୂଳ ହେଉଥବା ସମୟକୁ ଇଣ୍ଟରଭ୍ୟୁଲ୍ୟ ପାଇଁ ବାଛନ୍ତୁ । ସାଧାରଣତଃ ଅଧକ ସକାଳ ସମୟକୁ ଏଡାନ୍ତୁ ।
  • ଇଣ୍ଟରଭ୍ୟୁ ନେଉଥବା ବ୍ୟକ୍ତିଙ୍କ ବୟସ ମଧ ଗୁରୁତ୍ଵପୂର୍ଣ୍ଣ । ଯଦି ସେ ଜୋଜୋନ ଜୋରଶନ *ୱାଇ' ଶ୍ରେଣୀୟ ହୋଇଥଦେବ
  • ତା'ହେଲେ ତାଙ୍କୁ ଆପଣଙ୍କ କାର୍ଯ୍ୟର ନମୂନା ସହ ମଲ୍ଟିଟାସି' ଦକ୍ଷତା ବିଷୟରେ ଅବଗତ କରାନ୍ତୁ । ଯଦି ସେ ୩୦ରୁ ୫୦ ବର୍ଷ ବୟସ୍କ ହୋଇଥବେ ତା'ହେଲେ ସେ ଆପଣଙ୍କ କ୍ରିଏଟିଭିଟିକୁ ଅଧକ ଗୁରୁତ୍ଵ ଦେବେ ।
  • ଇଣ୍ଟରଭ୍ୟୁ ନେଉଥବା ବ୍ୟକ୍ତିଜଣକ ଯଦି ଜଣେ ଭେଟେରାନ୍ ଜୋହାଇଥଦେବ ତା'ହେଲେ ସେ ପ୍ରାର୍ଥୀଙ୍କ ନିକଟରେ କାର୍ଯ୍ୟ ସମ୍ପାଦନ କ୍ଷେତ୍ଵରେ କର୍ତ୍ତବ୍ୟନିଷ୍ଠାକୁ ପରଖୁଥାନ୍ତି । ଏଣୁ ଇଣ୍ଟରଭ୍ୟୁ ନେଉଥବା ବ୍ୟକ୍ତିଙ୍କ ବୟସକୁ ଦୃଷ୍ଟିରେ ରଖୁ ତାଙ୍କ ସହ ସେହିପରି ଡିଲ୍ କରନ୍ତୁ ।
  • ଆପଣଙ୍କ ପୂର୍ବ ନିପୁଣତା ବିଷୟରେ ଅଧିକ ବର୍ଣ୍ଣନାନ କରି ଆଗକୁ କ'ଣ କରିପାରିବେ ତାହା ଜଣାନ୍ତୁ ।
  • ଇଣ୍ଟେରଭ୍ୟୁ ନେଉଥବା ବ୍ୟକ୍ତି ଏବଂ ଆପଣଙ୍କ ମଧରେ ଯଦି ଏକ ପ୍ରକାର ଆଇଡିଆ ଏବଂ ଇଣ୍ଟ୍ରେଷ୍ଟ ରହିଥାଏ ତାହା ଆପଣଙ୍କ ଲାଗି ସକାରାତ୍ମକ ସାବ୍ୟସ୍ତ ଜୋହାଇପାରେ ।

ଆଧାର -କ୍ୟାରିୟର ବ୍ୟୁର

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate