অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ୟକ୍ତିତ୍ଵ ବିକାଶରେ ବାଧକ

ଉପକ୍ରମ

ସେ କର୍ମକ୍ଷେତ୍ରର ହେଉ କିମ୍ବା କୌଣସି ସାଧାରଣ ସଭା ଆମର ବ୍ୟକ୍ତିତ୍ଵ ଏଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏଚ୍ଆର୍ ଏକ୍ସପର୍ଟ ପ୍ରତ୍ୟେକ ନିଯୁକ୍ତି ଆଶାୟୀଙ୍କ ଇଣ୍ଟର୍ଭ୍ୟୁ ନେବା ସମୟରେ ବ୍ୟକ୍ତିତ୍ଵ କୁ ହିଁ ଅଗ୍ରାଧିକାର ଦେଇଥାନ୍ତି । ପ୍ରତ୍ୟେକଙ୍କ ବ୍ୟକ୍ତିତ୍ଵ ସେମାନଙ୍କ ବିଶେଷତ୍ଵ ଏବଂ ଗୁଣାବଳୀ ମାଧ୍ୟମରେ ମାପାଯାଇଥାଏ । ଏହି ଗୁଣାବଳୀ ଗୁଡିକୁ ଆମେ ହାସଲ କରିଥାଉ କିମ୍ବା ଶିଖି ଥାଉ ଅବା ଏ ଗୁଡିକୁ ନିଜ ମାଧ୍ୟମରେ ବିକଶିତ କରିଥାଉ । ଏହି ଗୁଣାବଳୀ ବା ବିଶେଷତ୍ଵ ଗୁଡିକ ସକାରାତ୍ମକ କିମ୍ବା ନକରାତ୍ମକ ହୋଇପାରେ । ଆମେ ସମସ୍ତେ ନିଜକୁ ଅନ୍ୟମାନଙ୍କ ଠାରୁ ସ୍ଵତନ୍ତ୍ର ବୋଲି ଭାବିଥାଉ । କେତେକ ସକାରାତ୍ମକ ଗୁଣାବଳୀ ଆମର ପ୍ରୋଫାଇଲ କୁ ପ୍ରଭାବସିଳ କରିଥାଏ । ଅନ୍ୟ ପକ୍ଷରେ ନକରାତ୍ମକ ଗୁଣାବଳୀ ଦ୍ଵାରା ଜଣେ ପ୍ରଫେସ୍ନାଲ ଭାବେ ଆମେ ନିଜର ଫେସ ଭ୍ୟାଲ୍ୟୁ ହରାଇଥାଉ । ସମସ୍ତେ ଜାଣିଥାଆନ୍ତି ଯେ, ବ୍ୟକ୍ତିତ୍ୱ  ଆମର ଲୁକ, ଉଚ୍ଛତା, ଶରୀର, ରଙ୍ଗ ଏବଂ ଅନ୍ୟାନ୍ୟ ନିହିତ ଗୁଣାବଳୀ ଦ୍ଵାରା ମପା ଯାଇଥାଏ । ଏହା ଜାଣିବାକୁ ହେବଜେ ଅନ୍ୟ ଜଣଙ୍କ ସହ ଡିଲ୍ କରିବା ସମୟରେ କିମ୍ବା ଭାବର ଆଦାନ ପ୍ରଦାନ ବେଳେ ଆମେ କିପରି ଭାବେ ନିଜକୁ ଆଡ୍ ଜଷ୍ଟ କରୁଛୁ ତାହା ଗୁରୁତ୍ଵପୂର୍ଣ୍ଣ । ଏଠାରେ ଏକ ବଡ ପ୍ରଶ୍ନ ହେଉଛି ବ୍ୟକ୍ତିତ୍ୱକୁ ଆମେ ନିର୍ଦ୍ଧାରିତ ସମୟରେ ବିକଶିତ କରିପାରିବା କି  ?  ଏହାର ଉତ୍ତର ହେଉଛି ହଁ । ତାଲିମ ଏବଂ ଓଋଏଣ୍ଟେସନ୍ ପ୍ରୋଗ୍ରାମ ମାଧ୍ୟମରେ ଜଣେ ନିଜ ପ୍ରୋଫାଇଲ, ବ୍ୟକ୍ତିତ୍ତ୍ୱ ଏବଂ ବ୍ୟବହାରରେ ପରିବର୍ତ୍ତନ ଆଣି ପାରିବେ । ଏହା ମାଧ୍ୟମରେ ଜଣେ ସାଧାରଣ ବ୍ୟକ୍ତି ଏକ ଅସାଧାରଣ ବ୍ୟକ୍ତିତ୍ଵ ଧାରଣ କରିପାରିବେ ଏଥିରେ କୌଣସି ସନ୍ଦେହ ନହିଁ । କେତେକ ନେଗେଟିଭ୍ ଗୁଣାବଳୀ ଅଛି ଯେଉଁ ଗୁଡିକୁ ବାଦ ଦେଇ ଜଣେ ପ୍ରଫେସନାଲ ଆକର୍ଷଣୀୟ ବ୍ୟକ୍ତିତ୍ଵର ଅଧିକାରୀ ବା ଅଧିକାରିଣୀ ହୋଇପାରିବେ । ଏହି   ନେଗେଟିଭ୍ ଗୁଣାବଳୀ ଗୁଡିକ କ୍ୟାରିୟର ଅଭିବୃଦ୍ଧିରେ ବାଧକ ସାଜି ଥାନ୍ତି । କ୍ୟାରିୟର କ୍ଷେତ୍ରରେ ବାଧକ ସାଜିଥିବା ତଥା ବ୍ୟକ୍ତିତ୍ଵ ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ନେଗେଟିଭ୍ ଗୁଣାବଳୀ ବିଷୟରେ ନିମ୍ନରେ ବିବରଣୀ ପ୍ରଦାନ କରୁଛୁ ।

ସମ୍ମୁଖ ବ୍ୟକ୍ତିଙ୍କୁ ନକାରାତ୍ମକ ବ୍ୟବହାର

  • ଏହା ହେଉଛି ଏପରି ଏକ ଗୁଣାବଳୀ ଯାହାକି କୌଣସି ନିଯୁକ୍ତିଦାତା ଗ୍ରହଣ କରିବେ ନାହିଁ । କୌଣସି କମ୍ପାନୀରେ ଚାକିରି ମିଳିବ ପରେ ଆମକୁ ସାଧାରଣତଃ ଏକ ଗୋଷ୍ଠୀ ବା ଗ୍ରୁପରେ ରହି କାର୍ଯ୍ୟ କରିବା ପାଇଁ ପଡିଥାଏ । ତେଣୁ ଆମର ବ୍ୟବହାର ଯଦି ସେମାନଙ୍କ ପାଇଁ ଭଲ ନ ରୁହେ ତେବେ ଯେକୌଣସି କାର୍ଯ୍ୟରେ ପାରସ୍ପରିକ ସହଯୋଗୀତାର ଆଭାବ ଦେଖାଦେଇଥାଏ । ତେଣୁ କୌଣସି ନିଯୁକ୍ତିଦାତା ଏପରି ବ୍ୟକ୍ତିକୁ ନିଜ କମ୍ପାନୀରେ ସାମିଲ କରିବେ ନାହିଁ ଯାହାଙ୍କର ବ୍ୟବହାର ସହକର୍ମୀଙ୍କ ପାଇଁ ଭଲ ନ ରହିବ । କାରଣ ଏହି ଗୁଣାବଳୀ ଦ୍ଵାରା କମ୍ପାନୀକୁ ହିଁ କ୍ଷତି ସହିବାକୁ ପଡିବ । ଏଭଳି ବ୍ୟକ୍ତି କମ୍ପାନୀ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇ ନ ଥାନ୍ତି ବୋଲି କମ୍ପାନୀ ଭାବିଥାନ୍ତି ।
  • କେତେ ଜଣ ବ୍ୟକ୍ତି ବା ପ୍ରଫେସ୍ନାଲ୍ କୌଣସି କାର୍ଯ୍ୟର ଫଳାଫଳ କୁ ନେଇ ଆଶଙ୍କିତ ଥାନ୍ତି । ବିନା କାରଣରେ ଏମାନେ  ଫଳାଫଳ ନକାରାତ୍ମକ ରହିବ ବୋଲି ଆଶଙ୍କା କରିଥାନ୍ତି । ଏଭଳି ଆଶଙ୍କିତ ବ୍ୟକ୍ତିମାନଙ୍କୁ କୌଣସି ନିଯୁକ୍ତିଦାତା କମ୍ପାନୀରେ ସାମିଲ କରିବା ପାଇଁ ପସନ୍ଦ କରିନଥାନ୍ତି । କାରଣ ଏଭଳି ବ୍ୟକ୍ତିବିଶେଷ କମ୍ପାନୀ ମଧ୍ୟରେ ଆଶଙ୍କର ବାତାବରଣ ସୃଷ୍ଟି କରିବେ ବୋଲି ନିଯୁକ୍ତିଦାତା ଭାବିଥାନ୍ତି ।
  • ଆତ୍ମସମ୍ମାନ ରଖିବା ନିତ୍ୟାନ୍ତ ଆବଶ୍ୟକ । କିନ୍ତୁ ଯେତେବେଳେ ଆମେ ଅନ୍ୟର ଅସମ୍ମାନ କରୁ ସେତେବେଳେ ନିଜ ସମ୍ମାନ ହରାଇବସୁ ।  କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଏହା ହୋଇଥାଏ । ଯେଉଁ ବ୍ୟକ୍ତି ବା ପ୍ରଫେସ୍ନାଲ ସମସ୍ତଙ୍କୁ ନେଇ କାର୍ଯ୍ୟ କରନ୍ତି ସେ ଆକର୍ଷଣୀୟ ବ୍ୟକ୍ତିତ୍ଵର ଅଧିକାରୀ ହୋଇଥାନ୍ତି । ନିଜର ପଦବୀ ପାଇଁ ଗର୍ବ କରୁଥିବା ବ୍ୟକ୍ତି କେବେବି ଅନ୍ୟମାନଙ୍କ ନିକଟରେ ଗ୍ରହଣୀୟ ହୋଇ ନ ଥାନ୍ତି ।
  • ସ୍ଵାର୍ଥପର ମନୋଭାବ ଯୋଗୁଁ ଆମ ମାନଙ୍କ ବ୍ୟକ୍ତିତ୍ଵ ଉପରେ ପ୍ରଭାବ ପଡିଥାଏ । ଅନ୍ୟ ମାନଙ୍କ ମନରେ ଆମ ପ୍ରତି ଏକ ଖରାପ ଧାରଣା ଆସିଯାଏ । ଆମ ନିକଟରେ ଯଦି କିଛି ଜ୍ଞାନ ଥାଏ ତାହାକୁ ଶେୟାର କରି ଆମେ ଅନ୍ୟମାନଙ୍କ ପ୍ରିୟା ପାତ୍ର ହୋଇପାରିବ ଏବଂ ସେମାନେ ମଧ୍ୟ ଆମକୁ ପ୍ରଶଂସା କରିବା ପାଇଁ ପଛ ଘୁଞ୍ଚା ଦେବେ ନାହିଁ । ଏହା ସହିତ ଆକର୍ଷଣୀୟ ରେଟିଂ ମଧ୍ୟ ପ୍ରଦାନ କରିବେ ।
  • ଅନ୍ୟମାନଙ୍କ ବିଶ୍ଵାସର ପତ୍ର ହେବା  ପାଇଁ ଚେଷ୍ଟା କରନ୍ତୁ । ଏଭଳି ଲିଡର କିମ୍ବା ସହକର୍ମୀଙ୍କୁ କେହି ଗ୍ରହଣ କରିବେ ନହିଁ ଯିଏ କି ଅନ୍ୟର ବିଶ୍ଵାସ ହରାଇଥାନ୍ତି । ଯଦି ଆମେ ପ୍ରଶଂସାର ପାତ୍ର ହେବା ପାଇଁ ଚାହୁଁଛୁ ତାହେଲେ ନିଜ ନିମ୍ନସ୍ଥ କର୍ମଚାରୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରଣ କରି ଆମେ ସେମାନଙ୍କ ବିଶ୍ଵାସ ଭାଜନ ହୋଇପାରିବା ଏବଂ ସେମାନଙ୍କ ଆଗରେ ଏକ ଦୃଢ ବ୍ୟକ୍ତିତ୍ଵ ଭାବେ ପରିଚୟ ସୃଷ୍ଟି କରିପାରିବା ।
  • ଅହଂବାଦୀ ବ୍ୟକ୍ତିମାନେ କଦାପି ଅନ୍ୟମାନଙ୍କୁ ଭଲ ବ୍ୟବହାର ଦେଖାଇପାରନ୍ତି ନାହିଁ । ଏହା ହେଉଛି ଏକ ନକାରାତ୍ମକ ଗୁଣାବଳୀ ଯାହାକୁ ବାଦ ଦେବାକୁ ପଡିବ । ଏହାକୁ ଧ୍ୟାନରେ ରଖି ଆମେ ଜଣେ ସଫଳ ବ୍ୟକ୍ତିତ୍ଵ  ଭାବେ ପରିଚୟ ସୃଷ୍ଟି କରିପାରିବା ।
  • ଅନେକ ପ୍ରଫେସନାଲ ଅଛନ୍ତି ଯେଉଁମାନେ ଛୋଟ ଛୋଟ କଥାରେ ବିଚଳିତ ହୋଇପଡନ୍ତି । ଜେନ ପ୍ରଫେସନାଲ ଭାବେ ଆମକୁ ମାନସିକ ସ୍ତରରେ ଶକ୍ତ ହେବାକୁ ପଡିବ । ନହେଲେ ଏ ଗ୍ରୁପରେ କାର୍ଯ୍ୟ କରିବାରେ ସମସ୍ୟା ସୃଷ୍ଟି ହେବ ।
  • ଆମେ ସମସ୍ତେ ପ୍ରାୟ ଏବହଳି ବ୍ୟକ୍ତିକୁ ପସନ୍ଦ କରିଥାଉ, ଯିଏ କି ସୁସଂଗଠିତ ଏବଂ ସ୍ଵଚ୍ଛ ହୋଇଥିବେ । କାର୍ଯ୍ୟକ୍ଷେତ୍ରର ମଧ୍ୟ ଏଭଳି ବ୍ୟକ୍ତି ଗ୍ରହଣୀୟ ହୋଇଥାନ୍ତି । ଅନସଙ୍ଗଠିତ ବ୍ୟକ୍ତିକୁ କୌଣସି ସହକର୍ମୀ କିମ୍ବା କମ୍ପାନୀ ଚାହାନ୍ତି ନାହିଁ । ଉପରୋକ୍ତ ନକରାତ୍ମକ ଗୁଣାବଳୀକୁ ବାଦ ଦେଇ ଜଣେ ସଫଳ ବ୍ୟକ୍ତିତ୍ଵର ଅଧିକାରୀ ବା ଅଧିକାରିଣୀ ହୋଇପାରିବେ ।

ଆଧାର - ସମାଜ  କାଗଜ

Last Modified : 4/9/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate