অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ୟାଙ୍କ ପିଓ ପାଇଁ ପ୍ରସ୍ତୁତ ହେଉଥିଲେ

ବ୍ୟାଙ୍କ ପିଓ ପାଇଁ ପ୍ରସ୍ତୁତ ହେଉଥିଲେ

ବ୍ୟାଙ୍କ ପିଓ

ସବୁ ମାତାପିତା ଏବଂ ଅଭିଭାବକ ଚାହିଥାନ୍ତି ଯେ, ତାଙ୍କ ପିଲା ଏଭଳି କ୍ଷେତ୍ରରେ ନିଯୁକ୍ତି ଯାଉ, ଯେଉଁଠି କ୍ୟାରିୟର ସୁଯୋଗ ଭଲ ରହିଥିବା ସହ ଚାକିରିରେ କୌଣସି ପ୍ରକାର ଆଞ୍ଚ ଆସିବାର ସମ୍ଭାବନା ନ ଥାଉ । ସମାନ ଭାବେ ଜଣେ ନିଯୁକ୍ତି ଆଶାୟୀ ମଧ୍ୟ ଏଭଳି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହିଥାନ୍ତି ଯେଉଁଠି ସେ ନିଜ ଚାକିରିକୁ ଉପଭୋଗ କରିବା ସହ ଭବିଷ୍ୟତକୁ ସୁରକ୍ଷିତ କରିପାରିବେ । ୨୦ରୁ ୧୫% ଟପ୍ ଗ୍ୟାଙ୍କଧାରୀ ଛାତ୍ରୀ ଛାତ୍ରମାନେ ପ୍ରଶାସନିକ ସେବା କ୍ଷେତ୍ରରେ କିମ୍ବା ଆଇଆଇଏମ୍ ଭଳି ଆଗଧାଡିର ବି-ସ୍କୁଲ୍ରେ ନାମଲେଖାଇ କ୍ୟାରିୟର ଦିଗରେ ଆଗକୁ ବଢିଥାନ୍ତ । ସେହିଭଳି ଏଥିମଧ୍ୟରୁ ଅଧକାଂଶ କ୍ୟାଟ୍, ମ୍ୟାଚ୍, ଏଆଇଇଇଇ କିମ୍ବା ଏନ୍‌ଇଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଆଇଆଇଟି ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ କ୍ୟାରିୟର ଦିଗରେ ଆଗକୁ ବଢ଼ନ୍ତି । ଅବଶିଷ୍ଟ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ହାରାହାରି କିମ୍ବା ଏହାଠାରୁ ଅଧିକ ବ୍ୟାଙ୍କ ପିଓ କିମ୍ବା ଏହା ସହିତ ସମାନ କ୍ୟାରିୟରକୁ ପସନ୍ଦ ଭାବେ ନେଇଥାନ୍ତି । କାରଣ ଏସବୁ କ୍ଷେତ୍ରରେ ଚାକିରିର ସ୍ଥାୟିତ୍ର ଅଧିକ ରହିଥାଏ । ସରକାର ସାଧାରଣତଃ ବ୍ୟାଙ୍କିଙ୍ଗ ସେବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । କାରଣ କୌଣସି ଅର୍ଥନୀତିରେ ଏହା ମେରୁଦଣ୍ଡ ସଦୃଶ । ଏବେ ଡିଜିଟାଲାଇଜେଶନ୍ ଉପରେ ଗୁରୁତ୍ନ ଦିଆଯାଉଛି । ଏହି କ୍ରମରେ ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ଅନ୍‌ଲାଇନ୍ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବ୍ୟାପକ ହେଉଛି । ଏବେ ଗ୍ରାମୀଣ ଭାରତରେ ବ୍ୟାଙ୍କ ସେବାର ପ୍ରସାର ଲାଗି ସରକାର ତତ୍ପରତା ପ୍ରକାଶ କରୁଥିବାବେଳେ ଏ ଦିଗରେ ବ୍ୟାଙ୍କଗୁଡିକ ଦୁତ ଗତିରେ ଅଗ୍ରସର ହେଉଛନ୍ତି । ଗ୍ରାମୀଣ ଭାରତରେ ପହଞ୍ଚିବା ଲାଗି ସେମାନେ ଅବିରତ ଉଦ୍ୟମ ଚଳାଇଛନ୍ତି । ତେଣୁ ଏହି କ୍ଷେତ୍ରରେ ଯୁବପିଢ଼ିଙ୍କ ଲାଗି ସୁଯୋଗର ଅଭାବ ନାହିଁ । ଆମେ ଦୃଢ଼ ଆମ୍ବବିଶ୍ଵାସର ସହ କହିପାରିବା ଯେ, ଆଗାମୀ ୨୦ ବର୍ଷ ପାଇଁ ଏହା କ୍ୟାରିୟରର ଏକ ନିରାପଦ ବିକଳ୍ପ ହୋଇ ରହିବ । ଯେତେବେଳେ ଆପଣ ପ୍ରୋବେଶନାରୀ ଅଫିସର(ପିଓ ) କିମ୍ବା ଏମ୍.ଟି. କିମ୍ବା ସ୍ପେସିଆଲ ଅଫିସର ଭାବେ କ୍ୟାରିୟର ଆରମ୍ଭ କରୁଛନ୍ତି ଜାଣିରଖନ୍ତୁ ଯେ, ଆପଣଙ୍କ ଭବିଷ୍ୟତ ଅତ୍ୟନ୍ତ ଉଜ୍ଜଳ ରହିଛି। ଏପରିକି ଆପଣଙ୍କୁ ବ୍ୟାଙ୍କର ସିଇଓ, ସିଏଫ୍ଓ କିମ୍ବା ନିର୍ଦ୍ଦେଶକ ପଦକୁ ଉନ୍ନତ ହେବାର ସୁଯୋଗ ମଧ୍ୟ ମିଳିପାରେ।

  • ଆରମ୍ଭରୁ ଅଫିସର ଭାବେ ନିଯୁକ୍ତି ପାଇଥିବା ପିଓ ତଥା ଏମ୍ଓମାନଙ୍କୁ ୨ ବର୍ଷର ପ୍ରୋବେଶନ ବା ଟ୍ରେନିଙ୍ଗ ପିରିୟଡରେ କାର୍ଯ୍ୟ କରିବାକୁ ହୋଇଥାଏ । ଏହିଠାରୁ ଆସିଷ୍ଟାଣ୍ଟ ମ୍ୟାନେଜର ସ୍କେଲ୍

୧. ମ୍ୟାନେଜର ସ୍କେଲ,

୨. ସିନିୟର ମ୍ୟାନେଜର ସ୍କେଲ

୩, ଚିଫ୍ ମ୍ୟାନେଜର ସ୍କେଲ

୪, ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ସ୍କେଲ ୫. ଡେପୁଟି ଜିଏମ୍ ସ୍କେଲ

୬ ଏବଂ ଜିଏମ୍/ସି.ଏଫ୍ ଓ ଏବଂ ସିଇଓ ପଦ ନିମନ୍ତେ ଯାତ୍ରା ଆରମ୍ଭ ହୋଇଥାଏ । ଆଭ୍ୟନ୍ତରୀଣ ପରୀକ୍ଷା ଜେଏଆଇଆଇବି, ସିଏ ଆଇଆଇବି ଆଦି ମାଧ୍ୟମରେ ସ୍କ୍ରିନିଂ କରାଯାଇ ଅଫିସରମାନଙ୍କୁ ବ୍ୟାଙ୍କିଙ୍ଗ ସିଷ୍ଟମ୍ ରେ ଉଚ୍ଚ ଦାୟିତ୍ୱ ଦିଆଯାଇଥାଏ । ଶୀର୍ଷ ପଦବୀ ପାଇଁ ସରକାରଙ୍କ ପରାମର୍ଶରେ ବୋର୍ଡ ନିଷ୍ପତ୍ତି ନେଇଥାଏ । ତେବେ ଏଠାରେ ଏହା କୁହାଯାଇପାରିବ ଯେ, ଶୀର୍ଷ ପଦବୀକୁ ଉନ୍ନତ ହେବା ପାଇଁ ବ୍ୟାଙ୍କ ପିଓ ହେଉଛି ପ୍ରଥମ ସୋପାନ । ଏହା ବର୍ତ୍ତମାନ ଏକ ଆକର୍ଷଣୀୟ ଏବଂ ପସନ୍ଦ ଯୋଗ୍ୟ କନ୍ୟାରିୟର ବିକଳ୍ପ ଭାବେ ଉଭା ହୋଇଛି ।

  • ବ୍ୟାଙ୍କ ଏବଂ ପୋଷ୍ଟିଂ ଏରିଆ ଅନୁସାରେ ପିଓଙ୍କ ମାସିକ ବେତନ 45,000 ଟଙ୍କାର 50.000 ଟଙ୍କା ମଧ୍ୟରେ ରହିଥାଏ ।
  • ଶିକ୍ଷାଗତ ଯୋଗ୍ୟତା ସହ ବୟସ ଏବଂ ଅନ୍ୟାନ୍ୟ ଆବଶ୍ୟକତା ପରିପୂରଣ କରି ଅନ୍‌ଲାଇନ୍ ପରୀକ୍ଷା ଦେଇ ଉତ୍ତାର୍ଣ୍ଣ ହୋଇଥିବା ଯେକୌଣସି ଭାରତୀୟ ନାଗରିକ ପିଓ ହୋଇପାରିବେ । ଯୋଗ୍ୟତା ମୁତାବକ ସେ ଯେକୌଣସି ଷ୍ଟିମରେ ଗ୍ରାଜୁଏଶନ୍ ଡିଗ୍ରୀ ହାସଲ କରିଥିବା । ତାଙ୍କର ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ହୋଇଥବ । ଏସ୍‌ସି. ଏସଟି ପ୍ରାର୍ଥୀମାନଙ୍କୁ ୫ ବର୍ଷର ବୟସ ରିହାତି, ଓବିସି ବର୍ଗଙ୍କୁ ୩ ବର୍ଷ, ପିଡବ୍ଲ୍ୟଡି କ୍ଷେତ୍ରରେ ୧୦ ବର୍ଷ ଏବଂ ଏକ୍ସ ସର୍ଭିସ୍ ମେନ୍‌ମାନଙ୍କ ପାଇଁ ୫ ବର୍ଷର ବୟସ ରିହାତି ପ୍ରଦାନ କରାଯାଇଥାଏ ।
  • ପ୍ରତି ୬ ମାସରେ ବ୍ୟାଙ୍କ ପିଓ ପରୀକ୍ଷା ହୋଇଥାଏ । ୨୧ରୁ ଉର୍ଦ୍ଧ୍ଵ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ବ୍ୟାଙ୍କିଙ୍ଗ୍ ପର୍ସୋନେଲ୍ ସର୍ଭିସେସ୍(ଆଇବିପିଏସ୍) ପରୀକ୍ଷାର ଆୟୋଜନ କରିଥାଏ । ଏସବିଆଇ ଏହାର ନିଜର ପରୀକ୍ଷା ଆୟୋଜନ କରିଥାଏ । ସାଧାରଣତଃ ଆଇବିପିଏସ୍ କ୍ଲରିକାଲ କ୍ୟାଡର, ପିଓ, ସ୍ପେସିସଆଲ ଅଫିସରମାନଙ୍କୁ ନିଯୁକ୍ତି ଦେବା ପାଇଁ ଅନ୍‌ଲାଇନ୍ ପରୀକ୍ଷାର ଆୟୋଜନ କରିଥାଏ । ପ୍ରାକ୍ ବିଜ୍ଞପ୍ତି ପ୍ରକାଶ କରିବା ପରେ ଯାଇ ପରୀକ୍ଷା ହୋଇଥାଏ । ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ(ଆରଆରବି)ଗୁଡିକ ସେମାନଙ୍କର ବିଭିନ୍ନ ମାନବସମ୍ବଳ ଆବଶ୍ୟକତା ପୁରଣ ପାଇଁ ୨ରୁ ୩ଟି ପର୍ଯ୍ୟାୟରେ ସ୍କ୍ରିନିଂ ପ୍ରୋସେସର ଆୟୋଜନ କରିଥାଏ ।
  • ସମ୍ପ୍ରତି କ୍ଲରିକାଲ, ପିଓ ଏବଂ ସ୍ପେସିଆଲ ଅଫିସର (ଯେପରି ଲିଗାଲ, ଏଚ୍ ଆର୍ ଏବଂ ଆଇଟି ଅଫିସର) ପଦବୀ ପାଇଁ ଆଇବିଯିଏସ୍ ପରବର୍ତ୍ତୀ ପରୀକ୍ଷାର ଆୟୋଜନ କରିବାକୁ ଯାଉଛି । ଛାତ୍ରୀଛାତ୍ରମାନେ www. Ibps.in ୱେବ୍‌ସାଇଟ୍‌କୁ ଯାଇ ସମସ୍ତ ଅପଡେଟ ପାଇପାରିବେ । ଦେଶର ବିଭିନ୍ନ ପ୍ରାନ୍ତରେ ଆରଆରବି ଅଫିସର ସ୍କେଲ ୧ ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ । ବିଭିନ୍ନ ସ୍ଥାନରେ ଏହା ସେପ୍ଟେମ୍ବର ୯, ୧୦, ୧୬, ୧୭, ୨୩, ଏବଂ ୨୪ ତାରିଖରେ ହେବ । ଅଫିସରମାନଙ୍କ ପାଇଁ ସିଙ୍ଗିଲ୍ ମେନ୍ ପରୀକ୍ଷା ନଭେମ୍ବର ୫ରେ ହେବ । ଅଫିସ୍ ଆସିଷ୍ଟାଣ୍ଟମାନଙ୍କ ପାଇଁ ଏହା ନଭେମ୍ବର ୧୨ ଧାର୍ଯ୍ୟ କରାଯାଇଛି ।
  • ସେହିଭଳି ପିଓ/ଏମଟି ଏବଂ ସ୍ପେସିଆଲିଷ୍ଟ, ଅଫିସର ଯେପରି ଲିଗାଲ୍ ଏଚ୍ଆର୍ ଏବଂ ଆଇଟି ଅଫିସର ପାଇଁ ପରୀକ୍ଷାର ତାରିଖ ଧାର୍ଯ୍ୟ କରାଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରେ ପିଓ ଏବଂ ଏମ୍ଓ ପ୍ରିଲିମିନାରୀ ପରୀକ୍ଷା ପାଇଁ ତାରିଖ ଯଥାକ୍ରମେ ଅକ୍ଟୋବର ୭, ୮, ୧୦ ଏବଂ ୧୫ ଧାର୍ଯ୍ୟ କରାଯାଇଛି । ମେନ୍ ପରୀକ୍ଷା ୨୦୧୭ ନଭେମ୍ବର ୨୬ରେ ହେବ । ମେନ୍ ପରୀକ୍ଷାରେ ଉତ୍ତାର୍ଣ୍ଣ ପ୍ରାର୍ଥୀଙ୍କୁ ହିଁ ବ୍ୟକ୍ତିଗତ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥାଏ ।
  • ଆଇଟି, ଏଚ୍ଆର୍ କିମ୍ବା ଲିଗାଲ ତଥା ଏଗ୍ରିକଲ୍‌ଚରାଲ ଅଫିସରମାନଙ୍କର ପ୍ରିଲିମିନାରୀ ପରୀକ୍ଷା ୨୦୧୭ ଡିସେମ୍ବର ୩୦ରେ ହେବ । ଏହାର ମେନ୍ ପରୀକ୍ଷା ୨୦୧୮ ଜାନୁୟାରୀ ୨୮ରେ ହେବ ।
  • ଚଳିତ ଆର୍ଥକବର୍ଷ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସିବିଆଇ) ୨୩୧୩ ଅଫିସରଙ୍କୁ ନିଯୁକ୍ତି ଦେବାକୁ ଯୋଜନା ରଖିଛି । ଅନ୍ୟପକ୍ଷରେ ଅନ୍ୟ ବ୍ୟାଙ୍କଗୁଡିକ ପାଇଁ ଆଇବିପିଏସ୍  ପାଖାପାଖି ୮୮୨୨ ନିଯୁକ୍ତି ପ୍ରଦାନ କରିବ । ଏସସି ଏସଟିଙ୍କ ପାଇଁ ସିଟ୍ ସଂଖ୍ୟା ପାଖାପାଖି ୨୦୦୦ ରହିଥିବାବେଳେ ଓବିସିଙ୍କ ପାଇଁ ଏହା ୨୩୨୦, ସାଧାରଣ ବର୍ଗଙ୍କ ପାଇଁ ୪୫୦୦ ଏବଂ ପିଡବ୍ଲ୍ୟୁଡିଙ୍କ ପାଇଁ ୩୭୦ ରହିଛି ।

କିପରି କରିବେ ପ୍ରସ୍ତୁତି

ଏହି ପଦବୀଗୁଡିକ ପାଇଁ ବୃହତ୍ ସଂଖ୍ୟାରେ ପ୍ରାର୍ଥୀ ଆବେଦନ କରୁଥିବାରୁ ଏଥିରେ ବିନା ପରିଶ୍ରମରେ ଉତ୍ତାର୍ଣ୍ଣ ହେବା ଚିନ୍ତା କରିବା ବୋକାମି । ରିଜନିଂ, କ୍ଲାଣ୍ଟିଟେଟିଭ୍ ଆପ୍ଟିଚ୍ୟୁଡ, ଜେନେରାଲ ଆୱେରନେସ୍ ଏବଂ କମ୍ପ୍ୟୁଟର ଦକ୍ଷତା ଆଦି ଉପରେ ପରୀକ୍ଷା ହୋଇଥାଏ । ସୀମିତ ସମୟ ମଧ୍ୟରେ ସବୁ ପ୍ରଶ୍ନର ଉତ୍ତର ଠିକ୍ ଭାବେ ଦେଇପାରିଲେ ସଫଳତା ନିଶ୍ଚିତ ମିଳିବ ।

  • ପ୍ରାର୍ଥୀମାନେ ଗାଇଡ୍‌ବୁକ୍‌ଗୁଡିକୁ କିଣିବା ଦରକାରୀ ପୁରୁଣା ୫ ବର୍ଷର ପ୍ରଶ୍ନପତ୍ରକୁ ନେଇ ପ୍ରସ୍ତୁତ ହେବା ଉଚିତ ।
  • ଅଧିକାଂଶ ଚତୁର ପ୍ରଶ୍ନ ରହିଛି ଯାହାର ଉତ୍ତର ବାହାର କରିବାର ଶର୍ଟକର୍ଟ ଫମୁର୍ଲା ରହିଛି । ଏହି ଫର୍ମୁଲାଗୁଡିକୁ ଜାଣି ନ ଥିଲେ ଠିକ୍ ସମୟରେ ଉତ୍ତର ଦେବା ସମ୍ଭବ ହୋଇ ନ ଥାଏ । ଏଥଯାଇଁ ବାହ୍ୟ ଗାଇଡ୍‌ବୁକ୍ କିମ୍ବା କୋଟିଂ, ଇନ୍‌ଷ୍ଟିଚ୍ୟୁଟ୍ର ସାହାଯ୍ୟ ନେଇପାରିବେ । ତେବେ ନେଗେଟିଭ ମାର୍କ ଥିବାରୁ ଏଥପ୍ରତି ପ୍ରାର୍ଥୀମାନେ ଯଥେଷ୍ଟ ଯତ୍ନବାନ ହେବା ଦରକାର ।
  • ବିଶେଷଜ୍ଞଙ୍କ କହିବାନୁଯାୟୀ ପିଲାମାନେ ଅତିକମରେ ୪୫ ଦିନ ପାଇଁ ପାଖାପାଖି ୧୨୦୦ ରୁ ୧୫୦୦ ସମ୍ଭାବ୍ୟ ପ୍ରଶ୍ନର ଉତ୍ତରକୁ ପ୍ରାକ୍ଟିସ୍ କରିବା ଦରକାର । ଏଭଳି ପ୍ରଯୁତ ହୁଅନ୍ତୁ ଯେପରି ୧୩୦ ମିନିଟ୍‌ରେ ଆପଣ ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରିବେ ଏବଂ ରିଭିଜନ୍ ପାଇଁ କିଛି ସମୟ ରହିବ ।
  • ବ୍ୟାଙ୍କ ପରୀକ୍ଷାର ସମ୍ପୂର୍ଣ୍ଣ ସିଲାବସ୍ ଏବଂ ବିଗତ ୫ ବର୍ଷର ପ୍ରଶ୍ନପତ୍ର ସଂଗ୍ରହ କରନ୍ତୁ ।
  • ପରୀକ୍ଷା ପୂର୍ବରୁ କଠିନ ପରିଶ୍ରମ କରନ୍ତୁ । ୬ରୁ ୮ ମାସ ପାଇଁ ଦିନକୁ ପାଖାପାଖି ୬ ଘଣ୍ଟା ମନଧ୍ୟାନ ଦେଇ ପଢ଼ନ୍ତୁ ।
  • ବ୍ୟକ୍ତିଗତ ଇଣ୍ଟରଭ୍ୟୁ ପାଇଁ ନିଜର ଉପସ୍ଥାପନା ଶୈଳୀରେ ଉନ୍ନତି ଆଣନ୍ତୁ । ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଆର୍ଥିକ ନୀତି ଏବଂ ବ୍ୟାଙ୍କିଙ୍ଗ ସିଷ୍ଟମ୍ ଆଗରେ ଥିବା ଚ୍ୟାଲେଞ୍ଜିଗୁଡିକ  ଉପରେ ସ୍ପଷ୍ଟ ଜ୍ଞାନ ରହିଥିବା ଦରକାର ।
  • ଏହାସହିତ ଆପଣଙ୍କ ଡ୍ରେସ ଅପ୍ ସ୍ମାର୍ଟ ହୋଇଥିବା ଦରକାର । କମ୍ୟୁନିକେଶନ ଏବଂ ବଡି ଲାଙ୍ଗୁଏଜ୍ ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ । କୌଣସି ପ୍ରଶ୍ନର ଯଦି ଭୁଲ ଉତ୍ତର ଦେଇଛନ୍ତି ତା'ହେଲେ ଏହାକୁ ପ୍ରମାଣ କରିବା ପାଇଁ ଇଣ୍ଟରଭ୍ୟୁ ପ୍ୟାନେଲ୍ ରେ  ବସିଥିବା ବ୍ୟକ୍ତିମାନଙ୍କ ସହ ଅଯଥା ଯୁକ୍ତି କରନ୍ତୁ ନାହିଁ। ବରଂ ଭୁଲ ମାନିନେବା ଦରକାର । ଏଭଳି କିଛି ପଏଣ୍ଟଗୁଡିକୁ ଧ୍ୟାନରେ ରଖି ଆପଣ ନିଜର ସମ୍ଭାବନାକୁ ଅଧିକ ଦୃଢ଼ କରିପାରିବେ ।

ସଂଗୃହିତ: ପି.କ୍ ପ୍ରମାନିକ, କ୍ୟାରିୟର କୋଂଶଳଟାଣ୍ଟ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate