অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମନ ପସନ୍ଦର ଇନକ୍ରିମେଣ୍ଟ ହେଲାଣି

ମନ ପସନ୍ଦର ଇନକ୍ରିମେଣ୍ଟ ହେଲାଣି

କର୍ମଚାରୀ ପୁରା ନିଷ୍ଠା ଓ ପରିଶ୍ରମର ସହ ସେତେବେଳେ କାମ କରେ, ଯେତେବେଳେ ସଂସ୍ଥା ତାର ସମସ୍ତ ଆବଶ୍ୟକତା ପୂରଣ କରିଥାଏ । କିନ୍ତୁ ପୁରା ସଙ୍କୋଟତାର ସହ କାମ କରିବା ପରେ ଯଦି କର୍ମଚାରୀକୁ ନ ମିଳେ ଇନକ୍ରିମେଣ୍ଟ, ସେ ନିରାଶ ହେବା ସୁନିଶ୍ଚିତ । ଯଦି ଆପଣଙ୍କ ସହ ଏମିତି କିଛି ହୋଇଥାଏ, ତେବେ ନିରାଶ ହୁଅନ୍ତୁ ନାହିଁ । କାରଣ ଇନ୍‌କ୍ରିମେଣ୍ଟ, ହଁ ଆପଣଙ୍କ ଯୋଗ୍ୟତାର ପ୍ରମାଣପତ୍ର ନୁହେଁ । ବରଂ ସକାରାମୁକ ଚିନ୍ତା ରଖିବା ସହ କାମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବା ଉଚିତ ହେବ ।

ଚାକିରି ଛାଡ଼ନ୍ତୁନି

ଇନକ୍ରିମେଣ୍ଟ ମିଳିନି ବୋଲି ରାଗରେ ତରତର ହୋଇ ରିଜାଇନ୍ କରନ୍ତୁ ନାହିଁ । କାରଣ ଚାକିରି ଛାଡିବା ପରେ ନୂଆ ଚାକିରି ମିଳିବା କଷ୍ଟ ହୋଇଥାଏ । ତେଣୁ ମନଦୁଃଖ କରିବା ପରିବର୍ତ୍ତେ ସେହି ସମୟରେ ନିଜ ପସନ୍ଦର ଚାକିରିଟିଏ ଯୋଗାଡ କରିବାରେ ଲାଗି ପଡ଼ନ୍ତୁ । ଯଦି ସବୁ ପ୍ରକାରର ସୁବିଧାରେ ଚାକିରି ମିଳିଯାଏ, ତେବେ ପୁରୁଣା ଚାକିରି ଛାଡି ଦିଅନ୍ତୁ । ନଚେତ୍ ସେଠାରେ ହିଁ ରହି ମନମୁତାବକ ନୂଆ ଚାକିରି ଖୋଜିବା ଉଚିତ ।

ବସ୍ ଙ୍କ ସହ କଥା ହୁଅନ୍ତୁ

ଯଦି ମନ ପସନ୍ଦର ଇନକ୍ରିମେଣ୍ଟ ମିଳିନାହିଁ, ତେବେ ଚୁପଚାପ ବସିବା ଠିକ୍ ନୁହେଁ । ନିଜର ଅଧକାର ନ ମିଳିବାର କାରଣ ବସ୍‌ଙ୍କଠାରୁ ନିଶ୍ଚୟ ପଚାରି ବୁଝିବା ଆବଶ୍ୟକ । ହୁଏତ ବସ୍‌ଙ୍କ ପାଖରେ ଆପଣଙ୍କୁ ନେଇ କିଛି ଭୂଲ ତଥ୍ୟ ଥାଇପାରେ । ଯଦି ବସ୍ ଙ୍କ ପାଖରେ କିଛି ଭୂଲ ତଥ୍ୟ ଥାଏ, ତେବେ ତୁରନ୍ତ୍ର ସେସବୁ ଦୂର କରି ତାର ସମାଧାନର ବାଟ ବାହାର କରି ନିଅନ୍ତୁ ।

ସ୍ୱୀକାର କରନ୍ତୁ

ମନ ପସନ୍ଦର ଇନ୍‌କ୍ରିମେଣ୍ଟ ନ ମିଳିଲେ ଆପଣ ନିରାଶ ହେବା ସ୍ଵାଭାବିକ । କିନ୍ତୁ ନିରାଶ ହୋଇ ରହିଲେ କିଛି ନୂଆ ଭାବିପାରିବେ ନାହିଁ, ତେଣୁ ସତକୁ ସ୍ଵୀକାର କରି ନେବାଟା ହିଁ ଉଚିତ ହେବ । ସ୍ଵୀକାର କରି ନେଲେ ହିଁ ଆଗକୁ ବଢିପାରିବେ । ଆଉ କାମ ପ୍ରତି ଧ୍ୟାନ ଦେଇପାରିବେ । ଭାବି ନିଅନ୍ତୁ ଏବେ ଆପଣ ଜୀବନର ଏକ ଖରାପ ସମୟ ଦେଇ ଗତି କରୁଛନ୍ତି ଦୁଃଖ ।

ବିଚାର କରନ୍ତୁ

ନିରପେକ୍ଷ ହୋଇ ଥରେ ଭାବନ୍ତୁ ଯେ ଆପଣଙ୍କୁ ନେଇ ଯେଉଁ ଆଲୋଚନା ହେଉଛି, ତାହା କେତେଦୂର ସତ ? ଯଦି ଆପଣଙ୍କୁ ଲାଗୁଛି ଯେ ମୁଁ ବାସ୍ତବରେ ସେତିକି କାମ କରି ନାହିଁ ବୋଲି ଇନ୍‌କ୍ରିମେଣ୍ଟ ହୋଇ ନାହିଁ, ତେବେ ପରବର୍ତ୍ତୀ ସମୟରେ ଏହା ଦୂର କରିବାକୁ ଚେଷ୍ଟା କରନ୍ତୁ । କିନ୍ତୁ ଯଦି ଆପଣ ପୁରା ସଜେଟତାର ସହ କାମ କରିଛନ୍ତି, ତେବେ ଅନ୍ୟର ଆଲୋଚନା ପ୍ରତି ଆଦୌ ଧ୍ୟାନ  ଦିଅନ୍ତୁ ନାହିଁ । ବରଂ ସେମାନଙ୍କ ଆଲୋଚନାକୁ ନିଜ ପାଇଁ ପ୍ରେରଣାର ସ୍ରୋତ ଭାବେ ଗ୍ରହଣ କରି ନିଅନ୍ତୁ ।

କ୍ରୋଧ ନିୟନ୍ତ୍ରଣ କରନ୍ତୁ

ବର୍ଷ  ସାରା କାମ କରିବା ପରେ ମନ ମୁତାବକ ଇନକ୍ରେମେଣ୍ଟ ନ ହେବା ଦ୍ଵାରା କ୍ରୋଧ ଆସିବା ସ୍ଵାଭାବିକ । କିନ୍ତୁ ଏହାକୁ ନେଇ କ୍ରୋଧାନ୍ଵିତ ହେବା ବା କାମ ନ କରିବା ଦ୍ଵାରା ଆପଣ ନିଜର ପ୍ରଗତି ପଥରେ ବାଧକ ସୃଷ୍ଟି କରିବେ । ତେଣୁ କ୍ରୋଧାନ୍ଵିତ ହେବା ପରିବର୍ତ୍ତେ ବର୍ଭମାନ ଦିଆଯାଇଥୁବା କାମକୁ ଡେଡଲାଇନ୍ ଭିତରେ ସାରିବାକୁ ଚେଷ୍ଟା କରନ୍ତୁ ।

ମ୍ୟାନେଜମେଣ୍ଟର ରାୟ ଜାଣନ୍ତୁ

ଯଦି କମ୍ପାନୀରେ ଆପଣଙ୍କ କାମ କରିବାର ରେକର୍ଡ ଭଲଥିବ , ତେବେ ବସ୍ ଛୋଟମୋଟ ଭୂଲ କୁ ନଜରଅନ୍ଦାଜ କରି ଦେଇପାରନ୍ତି । କେବେ କେବେ ସଜୋଟତାର ସହ କାମ କରିବା ପରେ ବି ପ୍ରମୋଶନ୍ ମିଳି ନଥାଏ । ଏପରି କାହିଁକି ହୋଇଛି ଖୋଜିବାକୁ ଚେଷ୍ଟା କରନ୍ତୁ । କାରଣ ବହୁସମୟରେ ଦେଖାଯାଏ। ପ୍ରମୋଶନ ସେମାନଙ୍କୁ ମିଳି ନଥାଏ, ଯେଉଁମାନେ ମ୍ୟାନେଜମେଣ୍ଟର ଅନ୍ୟାୟ ବିରୋଧରେ ପାଟି ଖୋଲିଥାନ୍ତି । ହୁଏତ ଆପଣଙ୍କ ସହ ସେମିତି ହୋଇଥାଇପାରେ । ତେଣୁ ମ୍ୟାନେଜମେଣ୍ଟର ରାୟ ଜାଣିବାକୁ ଚେଷ୍ଟା କରନ୍ତୁ ।

ସଂଗୃହିତ:ପି.କ୍ ପ୍ରମାନିକ, ଫାଷ୍ଟ ଟ୍ରାକ୍ କେରିୟାର କନସଲଟାଣ୍ଟ

Last Modified : 2/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate