অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାତୃଭାଷାରେ ଆଇଟି ଶିକ୍ଷା ଦେଉଛି GUVI

ମାତୃଭାଷାରେ ଆଇଟି ଶିକ୍ଷା ଦେଉଛି GUVI

GUVI ର ଆରମ୍ଭ

୩୩ ବର୍ଷୀୟ ଅରୁଣ ପ୍ରକାଶ ତାଙ୍କ ପରିବାରର ପ୍ରଥମ ସ୍ନାତକ । ତାମିଲନାଡ଼ୁର ସେତୁ ଇନଷ୍ଟିଚ୍ୟୁଟ ଅଫ୍ ଟେକନଲୋଜିରୁ ବିଟେକ୍ କରିଛନ୍ତି । ତେବେ ପଢ଼ିବା ବେଳେ ତାଙ୍କ ପରିବାର ତାଙ୍କୁ କମ୍ପ୍ୟୁଟରଟିଏ ଦେଇ ପାରିନଥିଲେ । ସେ କାଗଜରେ ପ୍ରୋଗ୍ରାମ୍ ଲେଖି ପରେ ଇଣ୍ଟରନେଟ କାଫେ ଯାଇ କମ୍ପ୍ୟୁଟର ବ୍ୟବହାର କରୁଥିଲେ । ଏସବୁ ସତ୍ତ୍ୱେ Honeywell-Aerospace ସାକ୍ଷାତକାରରେ ସେ ଉତ୍ତୀର୍ଣ ହେଲେ ଓ ସେଇଠି ଚାକିରି ଜୀବନ ଆରମ୍ଭ କଲେ । ପରେପରେ KLA-Tencor, Kalido ଆଦି ସଂସ୍ଥାରେ କାମ କରିବା ପରେ ଶେଷରେ PayPalରେ ଯୋଗଦେଲେ ଅରୁଣ । ସେଠାରେ ତାଙ୍କ ପତ୍ନୀ ଶ୍ରୀଦେବୀ ଓ ବନ୍ଧୁ ଏସପି ବାଲାମୁରୁଗାନ ବି କାମ କରୁଥିଲେ । ୨୦୧୧ରେ ଏ ତିନିହେଁ GUVIର ପରିକଳ୍ପନା କଲେ ।

ଚେନ୍ନାଇରେ କାର୍ଯ୍ୟାଳୟ ଥିବା GUVI ଇଂରାଜୀ କମ୍ୟୁନିକେସନ୍ ସ୍କିଲ ନଥିବା IT ଡିଗ୍ରିଧାରୀଙ୍କୁ ନିଯୁକ୍ତିଦାତାଙ୍କ ସହ ଯୋଗାଯୋଗ କରାଇବାରେ ସହାୟତା କରୁଛି । ଆଞ୍ଚଳିକ ଭାଷାରେ ପ୍ରଯୁକ୍ତି ଶିକ୍ଷା ଦେଉଛି ଗୁଭି । ଅରୁଣ କହନ୍ତି,୨୦୧୧ରେ ଆମେ PayPalରେ କାମ କରୁଥିବା ବେଳେ ଅଣବ୍ୟବସାୟିକ ଭାବେ GUVI ଆରମ୍ଭ କରିଥିଲୁ । ଆମେ ତାମିଲ, ତେଲୁଗୁ, ହିନ୍ଦୀ, ବଙ୍ଗଳା ଓ କନ୍ନଡ଼ ଭଳି ଆଞ୍ଚଳିକ ଭାଷାରେ ଆଇଟି ଜ୍ଞାନର ଭିଡିଓ ପ୍ରସ୍ତୁତ କଲୁ । କେବଳ ଭାରତ ନୁହେଁ, ଆମେରିକା, ଇଂଲଣ୍ଡ, କାନାଡ଼ା, ଜର୍ମାନୀ, ଫ୍ରାନ୍ସ ଓ ସିଙ୍ଗାପୋରରୁ ମଧ୍ୟ ଏଥିପାଇଁ ଗ୍ରହୀତା ପାଇଲୁ ।

ପରେ ତିନିହେଁ PayPal ଚାକିରି ଛାଡ଼ି GUVIକୁ ସମ୍ପୂର୍ଣ ସମୟ ଦେଲେ । ୧୦ ଲକ୍ଷ ମୂଳ ପୁଞ୍ଜିରେ ଆରମ୍ଭ ହୋଇଥିବା ଗୁଭି IITM ଲାଳନରେ ଏବେ ମାତୃଭାଷାରେ ଆଇଟିର ଜଟିଳ ଜ୍ଞାନକୁ ବିତରଣ କରିବାରେ ଲାଗିଛି । ପରେ ଏହି StartUpକୁ ଆଉ ୫ ଲକ୍ଷ ଟଙ୍କାର ସିଡ୍ ଫଣ୍ଡ୍ ମିଳିଛି ।

୨୦୧୪ରେ ବିଧିବଦ୍ଧ ଭାବେ GUVI ବଜାର ପ୍ରବେଶ କରିଛି । ଏହାର YouTube ଚାନେଲର ଦର୍ଶକ ସଂଖ୍ୟ ୧୦ ଲକ୍ଷ ଟପିଥିବା ବେଳେ ୫୦୦୦ ଗ୍ରାହକ ହୋଇଛନ୍ତି ।

ଗ୍ରାହକ ଅଧିଗ୍ରହଣ ସୋପାନ

YouTube ମାଧ୍ୟମରେ GUVI ଏହାର ପ୍ରଥମ କ୍ରେତା ଲାଭକଲା । ଗ୍ରାହକ ଜଣକ ୟୁକେରେ ରହୁଥିଲେ ଓ ଜାଭାର ଡିଜାଇନ ପାଟର୍ଣ ଶିଖିବାକୁ ଆଗ୍ରହୀ ଥିଲେ । ଗୁଭିର ଭିଡିଓ ପ୍ରଶିକ୍ଷଣ ମାତୃଭାଷାରେ ହୋଇଥିବା ବେଳେ ଲିଖିତ ତଥ୍ୟ ସବୁ ଇଂରାଜୀରେ ଦିଆଯାଏ । ଏହି ପ୍ଲାଟଫର୍ମରେ ନିଜ ମନ ମୁତାବକ ଭାଷା ବାଝିବାର ସୁବିଧା ରହିଛି ।

ବାଲାମୁରୁଗାନ କହନ୍ତି,ଅଭ୍ୟାସ ଓ ଗୃହପାଠ ପ୍ରଦାନ କରିବା ଲାଗି ଛାତ୍ରଛାତ୍ରୀମାନେ ପୂର୍ବ ପ୍ରସ୍ତୁତ କୋଡିଂ ପ୍ଲେଗ୍ରାଉଣ୍ଡ ବ୍ୟବହାର କରିପାରିବେ । ବ୍ୟବହାରକାରୀର କାର୍ଯ୍ୟକ୍ରମକୁ ଦେଖି ସିଷ୍ଟମ୍ ଧୀରେଧୀରେ ନୂଆ ପାଠ ଓ ନୂଆ ସ୍ତରକୁ ନେଇଯିବ । ଏହା ଏକ ଖେଳଭଳି ଲାଗିବ, ବ୍ୟବହାରକାରୀଙ୍କ ସଫଳତାରେ ଏହା ତାଙ୍କୁ ପଏଣ୍ଟ୍ ଓ ବ୍ୟାଜ୍ ଦେବ ।

ବର୍ତମାନ ଟେକନିକାଲ ଭିଡିଓ ତାମିଲ, ତେଲୁଗୁ, ବଙ୍ଗଳା, କନ୍ନଡ଼ ଓ ହିନ୍ଦୀ ଆଦି ମୋଟ ୫ଟି ଭାଷାରେ ଉପଲବ୍ଧ । ତେବେ ଅର୍ଥ ବିନିମୟରେ ସମ୍ପୂର୍ଣ ପାଠ୍ୟକ୍ରମ ଏବେ କେବଳ ତାମିଲ ଭାଷାରେ ଉପଲବ୍ଧ ଥିବା ବେଳେ ୨୦୧୬ ଶେଷ ସୁଦ୍ଧା ଅନ୍ୟ ୪ ଭାଷାରେ ଉପଲବ୍ଧ ହେବ । ବର୍ତମାନ GUVIରେ ମାତୃଭାଷାରେ ୫୦୦ରୁ ଅଧିକ ଟେକନିକାଲ ଭିଡିଓ ରହିଛି । ବର୍ତମାନ GUVIରେ ଡାଟା ଷ୍ଟ୍ରକ୍ଚର, C, C++, Java, Python, ROR, R Programming, ISO ଓ Android ଭଳି ପାଠ୍ୟକ୍ରମ ଉପଲବ୍ଧ । ଅନଲାଇନ ଭିଡିଓ ପାଠ୍ୟକ୍ରମ ଗୁଡ଼ିକର ମୂଲ୍ୟ ୫୦୦ରୁ ୩୦୦୦ ଟଙ୍କା ଥିବା ବେଳେ ଅତିରିକ୍ତ ଶିକ୍ଷାଦାନର ମୂଲ୍ୟ ୧୫୦୦୦ରୁ ୩୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

GUVI ତାମିଲନାଡ଼ୁ, କର୍ଣାଟକ, ମଧ୍ୟପ୍ରଦେଶ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ୫୦ଟି କଲେଜ ସହ ଅନୁବନ୍ଧିତ ହୋଇଛି । ବର୍ତମାନ ଯାଏଁ ଦେଶ ଓ ଦେଶ ବାହାରୁ ୭୨ ଜଣ ବ୍ୟକ୍ତି ଏହି ଅତିରିକ୍ତ ପାଠ୍ୟକ୍ରମର ଲାଭ ଉଠାଇଛନ୍ତି । ଶ୍ରୀଦେବୀ କହନ୍ତି,ସବୁ ଭିଡିଓ ଆମେ ପ୍ରସ୍ତୁତ କରିଛୁ । ଏଥିପାଇଁ ଆଇଟି ଶିଳ୍ପରେ ନାଁ କରିଥିବା ବନ୍ଧୁମାନଙ୍କ ସହଯୋଗ ନେଇଛୁ । ତେବେ ଏବେ ଆମେ ତୃତୀୟ ପକ୍ଷରୁ ତଥ୍ୟ ଆଣିବା ଆରମ୍ଭ କରିଛୁ ।

ଗତ ୮ ମାସରେ ୧୪୦୦୦ ବ୍ୟବହାରକାରୀଙ୍କୁ ଗୁଭି ଆକର୍ଷିତ କରି ପାରିଥିବା ବେଳେ ଏମାନଙ୍କ ମଧ୍ୟରୁ ୩୬୦୦ ଅର୍ଥ ବିନିମୟରେ ଗ୍ରାହକ ହୋଇଛନ୍ତି । ଅଧିକାଂଶ ବ୍ୟବହାରକାରୀ ତାମିଲନାଡ଼ୁ, କର୍ଣାଟକ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଭୋପାଳରୁ ।

ଆଗକୁ ଲକ୍ଷ୍ୟ

୨୦୧୬ ମସିହାରେ ଗୁଭି ୫ଟି ଭାଷାରେ ୩୬ଟି ଆଇଟି ଶିକ୍ଷା ଓ ୧୦୦୦ ଭିଡିଓ ସାମିଲ କରିବ । ଖୁବ ଶୀଘ୍ର ସେମାନେ ଏଥିପାଇଁ ଆପ୍ ପ୍ରସ୍ତୁତ କରିବେ ବୋଲି ଅରୁଣ ସୂଚନା ଦେଇଛନ୍ତି । ୨୦୧୭ ସୁଦ୍ଧା ୮ଟି ଭାରତୀୟ ଭାଷାରେ ୨୫୦୦ ଭିଡିଓ ସାମିଲ ହେବ । ୨୦୧୮ ସୁଦ୍ଧା ଭିଡଇଓ ସଂଖ୍ୟା ୫୦୦୦କୁ ବୃଦ୍ଧି କରିବା ସହ ଆରବିକ୍ ଓ ସ୍ପାନିଶ୍ ଭାଷାକୁ ମଧ୍ୟ ସାମିଲ କରିବାକୁ ଗୁଭି ଲକ୍ଷ୍ୟ ରଖିଛି ।

ଶ୍ରୀଦେବୀ କହନ୍ତି, ଜୁଲାଇ ୨୦୧୫ରୁ ରାଜସ୍ଵ ଆୟ ଆରମ୍ଭ ହେଲା । ଗତ ବର୍ଷ ଡିସେମ୍ବର ସୁଦ୍ଧା ଆମେ ପ୍ରାୟ ୧୧ ଲକ୍ଷ ଆୟ କରିଛୁ । ୨୦୧୫-୧୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୩୫ ଲକ୍ଷ ହେବ ବୋଲି ଆଶା ଅଛି ।

ଆଧାର -

"odia.yourstory.com"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate