ସେଆର କରନ୍ତୁ

ମାୟାଧର ମାନସିଂହ

ମାୟାଧର ମାନସିଂହ (୧୯୦୫-୧୯୭୩) ଖୋର୍ଦ୍ଧା ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ ।

ମାୟାଧର ମାନସିଂହ (୧୯୦୫-୧୯୭୩) ଖୋର୍ଦ୍ଧା ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡରହାମ ବିଶ୍ଵବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି. ଉପାଧି ଲାଭ କରିଥିଲେ । ସ୍ଵାଧୀନତା ପୂର୍ବବର୍ତ୍ତୀ ସମୟରେ 'ଆରତି' ପତ୍ରିକାର ସମ୍ପାଦନା ସହିତ ସେ ସଂପୃକ୍ତ ଥିଲେ । ସ୍ଵାଧୀନତା ପରେ ସେ 'ଶଙ୍ଖ' ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ ।

ରଚନାବଳୀ

ଓଡ଼ିଶାର ପ୍ରଥମ ଡକ୍ଟରେଟ ଉପାଧିଧାରୀ, ମାୟାଧର ମାନସିଂହ କବିରୂପେ ପିରିଚିତ ହେଲେ ସୁଦ୍ଧା ତାଙ୍କର ବହୁ ପ୍ରବନ୍ଧଗୁଡିକରେ ମାନସିଂହ ଜଣେ ସଫଳ ଗଦ୍ୟ ଲେଖକ ରୂପେ ଉଭା ହୋଇଛନ୍ତି । ତାଙ୍କର ତୀକ୍ଷଣ ବ୍ୟଞ୍ଜନା, ଗଭୀର ଅନ୍ଵେଷା ଓ କାବିକ୍ୟ ଦୃଷ୍ଟିରେ ପ୍ରବନ୍ଧଗୁଡିକ ନିଜର ସ୍ଵତନ୍ତ୍ର ସ୍ଥିତି ରଖିପାରିଛି । ପ୍ରବନ୍ଧ ପୁସ୍ତକ ମଧ୍ୟରେ 'ଜୀବନ ପଥ', 'ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ', 'ଓଡ଼ିଆ ସମାଜ ଓ ସାହିତ୍ୟ'ପ୍ରଭୃତି ଅନ୍ୟତମ । ମାନସିଂହ ସାଧରଣ ଜୀବନର ସମସ୍ୟାଠାରୁ ଆରମ୍ଭ କରି ସାହିତ୍ୟ, ସମାଜ, ସସ୍କୃତି ଇତ୍ୟାଦି ସମ୍ବନ୍ଧରେ ବହୁ ପ୍ରବନ୍ଧ ରଚନା କରିଛନ୍ତି । ପ୍ରାବନ୍ଧିକ ତାଙ୍କର ପ୍ରତ୍ୟେକ ପ୍ରବନ୍ଧରେ ସତ୍ୟାନୁସନ୍ଧାନ କରିଛନ୍ତି । ସତ୍ୟ ଯେତେ ଅପ୍ରିୟ ହେଲେ ସୁଦ୍ଧା ସେ ସବୁକୁ ପ୍ରକାଶ କିରିବାକୁ ସଙ୍କୋଚ ବୋଧକରି ନାହାନ୍ତି ।

କବିତା ସଙ୍କଳନ

ଏଇ ସହକାର ତଳେ,
ସେଦିନ ପ୍ରିୟାର କରକଙ୍କଣ ଭିଡ଼ିଥିଲା ମୋର ଗଳେ
ଚାନ୍ଦିନୀ ରାତି ଉଠିଥିଲା ମାତି

ମଳୟ ପରଶ ପାଇ
ବନପକ୍ଷୀ ଦୂରେ କରୁଣ ମଧୁରେ
ଯାଉଥିଲା ଅବା ଗାଇ
ଜ୍ୟୋତ୍ସ୍ନା ଓ ଛାୟା ରଚିଥିଲା ମାୟା
ଚିତ୍ର ଏ ତରୁତଳେ
ସହଚରୀ ମୋର ପ୍ରଣୟ ବିଭୋର
ଭିଡ଼ିଥିଲା ମୋର ଗଳେ
ଏଇ ସହକାର ତଳେ

 

  • ଧୁପ
  • ସାଧବ ଝିଅ
  • ହେମଶସ୍ୟ
  • ପଲ୍ଲୀସନ୍ଧ୍ୟା
  • ମହାନଦୀରେ ଜ୍ୟୋତ୍ସ୍ନା ବିହାର
  • ରୂପଦେବତା
  • କୋଣାର୍କ
  • ଦୂରେ ରହ
  • ଓଡ଼ିଆ ସାହିତ୍ୟର ଇତିହାସ (୧୯୬୨)

ପ୍ରବନ୍ଧ

ଅନୁବାଦ ସେ "ସେକ୍ସପିଅର"ଙ୍କ ଲିଖିତ "'Othello"ର ଓଡ଼ିଆରେ ରୂପାନ୍ତର କରିଥିଲେ ।

ଅନ୍ୟାନ୍ୟ

  • ପଶ୍ଚିମ ପଥିକ (ଭ୍ରମଣ କାହାଣୀ)
  • କବି ଓ କବିତା (ସମାଲୋଚନା ପ୍ରବନ୍ଧ ସଂକଳନ)
  • କମଳାୟନ (କାବ୍ୟ)
  • ସାହିତ୍ୟ ଓ ସମାଜ
  • ମାଟିର ମହାକବି ସାରଳା ଦାସ
  • ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ
  • ଜୀବନପଥ
  • ଜୀବନୀ ଓ ପ୍ରବନ୍ଧ
  • ଶିକ୍ଷାର କିଏ, କଣ, କାହିଁକି
  • ଶିକ୍ଷାବିତ୍‌ର ଗାଥା
  • ସରସ୍ଵତୀ ଫକୀର ମୋହନ

ଆଧାର -"ମାୟାଧର ମାନସିଂହ"

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top