ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / ଶିଶୁର ଭାଷା ବିକାଶ କରେ ଆଲୋଚନାଭିତ୍ତିକ ପଠନ
ସେଆର କରନ୍ତୁ

ଶିଶୁର ଭାଷା ବିକାଶ କରେ ଆଲୋଚନାଭିତ୍ତିକ ପଠନ

ଆଲୋଚନାଭିତ୍ତିକ ପଠନ ଦ୍ଵାରା ଶିଶୁର ଭାଷାର ବିକାଶ କିପରି ହେବ ତାହା ଆସନ୍ତୁ ଜାଣିବା

ମାତା ପିତା ମାନେ ଧ୍ୟାନ ଦିଅନ୍ତୁ ଶିଶୁର ଭାଷାର ବିକାଶ ସକାଶେ ତା ସହ ଅଧିକ କଥାବାର୍ତ୍ତା କରିବା ଜରୁରୀ । ଶିଶୁମାନେ ପଢିଲା ବେଳେ ପରସ୍ପର ମଧ୍ୟରେ ଉକ୍ତ ବିଷୟ ସଙ୍କ୍ରାନ୍ତରେ ଆଲୋଚନା କରିବା ଉଚିତ । ସେମାନଙ୍କ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ଏବଂ କଥୋପକଥନ ହିଁ ଭାଷା ବିକାଶରେ ସହାୟକ ହୋଇଥାଏ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ।

ଆମେରିକାର ଆଇଓୱା ୟୁନିଭରସିଟି ପକ୍ଷରୁ ଏହା ଉପରେ ଅନୁଧ୍ୟାନ କରୁଥିବା କେତେକ ଗବେଷକଙ୍କ କହିବାନୁଯାୟୀ, ଶିଶୁଟିଏ ପଢିବା, ଖେଳିବା ବେଳେ ତା’ର କ’ଣ ପ୍ରତିକ୍ରିୟା ହେଉଛି ସାଧାରଣତଃ ମା’ମାନେ ଏହା ଉପରେ ନଜର ରଖିଥାନ୍ତି । ଏଥିପାଇଁ ସେମାନେ ଯତ୍ନବାନ । ନିଜକୁ ଉତ୍ତରଦାୟୀ ବୋଲି ମଧ୍ୟ ଭାବନ୍ତି । ଭାଷା ବିକାଶ ସହିତ ପଢିବାର ସଂପର୍କକୁ ଦେଖିଲେ ପିଲା ବହି ପଢିଲେ ବିଭିନ୍ନ ଭାଷା ସମ୍ପର୍କରେ ତା’ର ଜ୍ଞାନ ବଢିଥାଏ । ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ପିଲାମାନେ ଖେଳିବା ବେଳେ ଯେତେ ଉଚ୍ଚ ସ୍ଵରରେ ପାଟି କରି ଥାଅନ୍ତି, ପଢିବାବେଳେ ତାଠାରୁ ଜୋର ପାଟି କରନ୍ତି । ବଡପାଟି କରି ପଢିବା ଉପରେ ମାତାପିତା ମାନେ ନିର୍ଦ୍ଦିଷ୍ଟ ଭାବେ ଗୁରୁତ୍ଵ ଦେବା ଉଚିତ ବୋଲି କହିଛନ୍ତି ଉକ୍ତ ବିଶ୍ଵବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଜୁଲି ଗ୍ରସ ଲୁଇସ । ବିଶେଷ କରି ଶିଶୁ ଓ ତା’ର ଯତ୍ନ ନେଉଥିବା ବ୍ୟକ୍ତିଙ୍କ ଭିତରେ ପାରସ୍ପରିକ ପ୍ରତିକ୍ରିୟା ଯୋଗୁ ଏଥିରେ ଉନ୍ନତି ଘଟିଥାଏ । ତେଣୁ ମାତାପିତା ମାନେ ପିଲା ଯେଭଳି ବହି ପଢା ପ୍ରତି ମନୋନିବେଶ କରିବେ ସେଥିପ୍ରତି ଯତ୍ନବାନ ହେବା ଦରକାର । ଏହା ଦ୍ଵାରା ତା’ର ଚରିତ୍ର ବି ମାର୍ଜିତ ହୋଇପାରିବ । ଏହାର ବାସ୍ତବତା ଜାଣିବା ପାଇଁ ଗବେଷକମାନେ ୩୪ ଜଣ ମା’ ଓ ସେମାନଙ୍କ ଶିଶୁଙ୍କ ମଧ୍ୟରେ ପଢିବା, ଖେଳିବା ସମୟରେ ପାରସ୍ପରିକ ପ୍ରତିକ୍ରିୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଦେଖାଗଲା ଯେ, କାନ୍ଦିବା, ହାକୁଟି ମାରିବା, କାଶିବା ଏବଂ ଘୁଙ୍ଘୁଡି ମାରିବାକୁ ଛାଡି ବାକି ସବୁ ପ୍ରକାର ସ୍ଵର ଉଚ୍ଚାରଣକୁ ପିଲା ଅନୁକରଣ କରୁଛି । ତେଣୁ ପାରସ୍ପରିକ ପ୍ରତିକ୍ରିୟା ଦ୍ଵାରା ହିଁ ପିଲାର କହିବା ବା ଭାଷା ଶିଖିବା ଉପରେ ନିର୍ଭର କରେ, ଯାହାକି ପଢିବା ଓ ପଢାଇବା ବେଳେ ହିଁ  ସମ୍ଭବ ହୋଇଥାଏ । ଏହା ଦ୍ଵାରା ପିଲାର ଭାଷା କହିବା ଓ ଲେଖିବା କ୍ଷେତ୍ରରେ ବିକାଶ ହୋଇଥାଏ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି

ଶିଶୁର ଭାଷା ବିକାଶ କରେ ଆଲୋଚନାଭିତ୍ତିକ ପଠନ

3.3
Afreen Zafar Feb 27, 2016 11:36 AM

ଏହି ଇନଫରର୍ମେଶନ ପିତାମାତା ପାଇଁ ସାହାଯ୍ୟ ଯୋଗ୍ୟ ।

Radhanath Parida Feb 09, 2016 11:05 AM

ଏହି ବିଷୟଟିକୁ ପିତାମାତା ମାନେ ନିଶ୍ଚିତ ଭାବେ ଜାଣିବା ଉଚିତ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top