ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / ଶୀର୍ଷରେ ପହଞ୍ଚିବାର ବାଟ ନେତୃତ୍ଵ ଦକ୍ଷତା
ସେଆର କରନ୍ତୁ

ଶୀର୍ଷରେ ପହଞ୍ଚିବାର ବାଟ ନେତୃତ୍ଵ ଦକ୍ଷତା

ନେତୃତ୍ଵ ଦକ୍ଷତା ର ସୂଚନା

ଉପକ୍ରମ

କାର୍ଯ୍ୟକ୍ଷେତ୍ରରେ   ଆଗକୁ   ବଢିବା   ପାଇଁ  କେତେକ  ପ୍ରତିଭା  ଓ  କର୍ମକୁଶଳତା  ଅପରିହାର୍ଯ୍ୟ  ହୋଇଥାଏ  । ସେସବୁ   ମଧ୍ୟରୁ  କେତେକକୁ   କର୍ମଚାରୀମାନେ  ନିଜେ  ପ୍ରଚେଷ୍ଟା  କରି  ବିକଶିତ  କରିପାରିବେ   । ହେଲେ   ଆଉ   ଏକ  ପ୍ରତିଭା   ରହିଛି , ଯାହାକୁ  ହାସଲ  କରିବା   ଅନେକଙ୍କ  ପକ୍ଷେ   ଅତ୍ୟନ୍ତ   କଷ୍ଟକର  ହୋଇଥାଏ   । ତାହା  ହେଉଛି   ନେତୃତ୍ଵ  ନେବାର   କୌଶଳ  ଯଦି  କୌଣସି  କର୍ମଚାରୀଙ୍କୁ  କରଗତ  ହୋଇଯାଏ  ସେ  ସହଜରେ  ନିଜ  କ୍ୟାରିୟରରେ   ଅଗ୍ରଗତି  କରିପାରିବେ   । ନିମ୍ନରେ   ପ୍ରଦତ୍ତ  କେତେକ  ପରାମର୍ଶକୁ  ଅନୁସରଣ   କରି  ଆପଣ  ଜାଣିପାରିବେ , ଆପଣଙ୍କ   ମଧ୍ୟରେ   ନେତୃତ୍ଵ  ନେବାର  କ୍ଷମତା   ଅଛି  ନା  ନାହିଁ  । ଯଦି  ରହିଛି , ତାହାକୁ  ଅଧିକ  ଶାଣିତ  କରି  ଭଲ  ଲିଡର  ହୋଇପାରିବେ    ।

ନେତୃତ୍ଵ

  • କାର୍ଯ୍ୟକ୍ଷେତ୍ରରେ  କର୍ମଚାରୀମାନଙ୍କୁ   ଅନେକ  ସମୟରେ  ପରିବର୍ତ୍ତନର  ସାମ୍ନା  କରିବାକୁ  ପଡିଥାଏ   । ଏହା ସହଜ ହୋଇ ନ ଥାଏ   । ନେତୃତ୍ଵ  ନେବା  ପାଇଁ   ସକ୍ଷମ   ଲୋକମାନେ   କିନ୍ତୁ   ସକାରାତ୍ମକ   ମନୋଭାବ  ନେଇ  ପ୍ରତ୍ୟକ  ପରିବର୍ତ୍ତନକୁ   ଆପଣାଇଥାନ୍ତି    ।
  • ନେତୃତ୍ଵ  ନେଇପାରୁଥିବା   ବ୍ୟକ୍ତି  ବା  ଲିଡରମାନେ   ଭଲ  ଶ୍ରୋତା  ହୋଇଥାନ୍ତି  । ସେମାନେ  ଅଫିସ୍ ରେ  ବଡ   ପାଟି   କରନ୍ତି   ନାହିଂ  ବରଂ   ସହକର୍ମୀ  ଓ  ଉପସ୍ଥିତ   ଅଧିକାରୀମାନେ   ଧୈର୍ଯ୍ୟର   ସହ  ଶୁଣନ୍ତି   ।
  • ଲିଡରମାନଙ୍କୁ  କଥାବାର୍ତ୍ତା  ଓ  ଯୋଗାଯୋଗ   କରିବାର  କଳା   ଜଣାଥାଏ   ସେମାନେ   ଜଣେ  ବ୍ୟକ୍ତି  କିମ୍ବା  ଏକ   ଗୋଷ୍ଠୀକୁ  ଠିକ୍ ଭାବେ   ନିଜ  କଥା   ବୁଝାଇପାରନ୍ତି   । ତେଣୁ  ଆପଣ   ଏହି  ଗୁଣକୁ  ନିଜ  ମଧ୍ୟରେ   ବିକଶିତ   କରନ୍ତୁ   ।
  • ଲିଡରମାନେ   ଅନ୍ୟକୁ   ମିଥ୍ୟା  ଆଶ୍ଵାସନା   ଦେଇ  କାର୍ଯ୍ୟାଳୟରେ   ବିବାଦକୁ  ଏଡାଇଯିବା  ପାଇଁ   ଚେଷ୍ଟା   କରନ୍ତି   ନାହିଂ   । ଆପଣ   ଯଦି  ଏପରି  ଜଣେ  ଲିଡର   ହେବା  ପାଇଁ   ଚାହାନ୍ତି , ତା’ହେଲେ  ନିଜ  ସହକର୍ମୀଙ୍କ  ସମସ୍ୟାକୁ  ଦୂର   କରିବା  ପାଇଁ   ନିଷ୍ଠାର  ସହ   ଚେଷ୍ଟା  କରନ୍ତୁ
  • ଆପଣ  ଯଦି   ଶୀର୍ଷରେ   ପହଞ୍ଚିବାକୁ  ଚାହାନ୍ତି , ତେବେ  କର୍ମଚାରୀମାନଙ୍କ  ସହ   ଉତ୍ତମ  ସମ୍ପର୍କ   ରଖି   ସେମାନଙ୍କ   ସହଯୋଗ   ପାଇବାକୁ  ଉଦ୍ୟମ   କରନ୍ତୁ   ।
  • ନିଜ   ଅଧୀନ   କର୍ମଚାରୀମାନଙ୍କୁ  ତାଗିଦ୍  କରିବା  ଅନେକ   ସମୟରେ   ଆବଶ୍ୟକ   ହୋଇଥାଏ  ତେବେ  କାହାକୁ  ଅଯଥା   ସମାଲୋଚନା  କରନ୍ତୁ  ନାହିଂ  । ସେହିପରି   ନିଜେ  ଯଦି   କେବେ  ସମାଲୋଚନାର   ଶିକାର  ହେଉଛନ୍ତି , ତା’ ହେଲେ  ସଚେତନ   ହୋଇଯାଆନ୍ତୁ   ।
  • ଜଣେ   ଖରାପ  କର୍ମଚାରୀଙ୍କ   ଯୋଗୁ   ପୁରା   କାର୍ଯ୍ୟାଳୟର  ମାହୋଲ   ବିଶିଡି   ଯାଇପାରେ  ଏଥିପ୍ରତି   ସତର୍କ  ରହି  ଆବଶ୍ୟକ   ସ୍ଥଳେ   ଖରାପ  କର୍ମଚାରୀଙ୍କୁ    କାର୍ଯ୍ୟରୁ   ବିତାଡିତ   କରନ୍ତୁ   । ଯଦିଓ  ଏହା  ଅପ୍ରୀତିକର  କାର୍ଯ୍ୟ   ହୋଇଥାଏ , ଲିଡରମାନଙ୍କୁ  କାର୍ଯ୍ୟାଳୟର   ବୃହତ୍ତର   ସ୍ଵାର୍ଥ  ରକ୍ଷା ପାଇଁ  ଏପରି  ପଦକ୍ଷେପ   ନେବାକୁ  ପଡେ    ।

 

ଆଧାର – ଧରିତ୍ରୀ

1.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top