অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଫଳତା ପାଇଁ ‘ମନ’ ର ଶିକ୍ଷା ଗୁରୁତ୍ଵପୂର୍ଣ୍ଣ

ସଫଳତା ପାଇଁ ‘ମନ’ ର ଶିକ୍ଷା ଗୁରୁତ୍ଵପୂର୍ଣ୍ଣ

ଉପକ୍ରମ

ମନକୁ ଶିକ୍ଷା ଦେବାକୁ ହେବ । ଚିନ୍ତାଶୀଳ କରିବାକୁ ହେବ । ଏକ ଚିନ୍ତାଶୀଳ ମନ ହିଁ ଶିକ୍ଷା ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଥାଏ । ମନ ଚିନ୍ତାଶୀଳ ନ ହେଲେ ତା’ ଉପରେ କେବେ ବି କୌଣସି କଥାର ପ୍ରଭାବ ପଡ଼ିପାରେ ନାହିଁ ।

ମନର ଶିକ୍ଷା ଗୁରୁତ୍ଵପୂର୍ଣ୍ଣ

ଆପଣ କେତେ ଭଲ ଗୁରୁତ୍ଵପୂର୍ଣ୍ଣ ନୁହେଁ, ଜୀବନ କ୍ଷେତ୍ରରେ କେତେ ଭଲ ଚାହୁଁଛନ୍ତି ତାହା ଲୋକଙ୍କ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ପ୍ରେରଣାପ୍ରଦ ଲେଖା ଲେଖିଥିବା ପ୍ରଫେସର କାରୋଲ ଏସ୍ ଡ୍ଵେକ କହିଥିଲେ, ‘କିଛି ଲୋକ ସଂଗ୍ରାମ କରିବା କଥାକୁ ନାପସନ୍ଦ କରିବେ, ଏହା ସବୁଠାରୁ ଖରାପ କଥା ବୋଲି କହିବେ । ସଂଗ୍ରାମ କରିବା ଅର୍ଥ  ଅସଫଳତାକୁ ଡାକି ଘରେ ପୁରାଇବା । ପ୍ରକୃତରେ ଯଦି ଆପଣଙ୍କ ଭିତରେ କିଛି ଅଛି, ତେବେ ତାହା ଆପେ ପ୍ରସ୍ଫୁଟିତ ହୋଇ ଉଠିବ ।  କୌଣସି କିଛି ପାଇଁ ସଂଗ୍ରାମ କରିବାର ଆବଶ୍ୟକତା ପଡିବ ନାହିଁ । ଆଉ କିଛି କହିବେ ଜୀବନରେ ସଂଗ୍ରାମ ନ କଲେ କିଛି ବି ମିଳିବ ନାହିଁ । ସଫଳତାର ବୀଜ ମନ୍ତ୍ର ସଂଗ୍ରାମ । ଜୀବନରେ କିଛି କରିବାକୁ ହେଲେ ସଂଗ୍ରାମ କରିବାକୁ ହିଁ ହେବ । ଏହା ହିଁ ଆପଣଙ୍କୁ ଚତୁର ତଥା ମେଧାବୀ କରାଇବ । ସଂଗ୍ରାମ କରି ସଫଳ ହୋଇ ପାରନ୍ତି କିମ୍ବା ଅସଫଳ ହୋଇପାରନ୍ତି ମାତ୍ର ଏହାଦ୍ଵାରା ଅଭିଜ୍ଞତା ଅର୍ଜନ କରିପାରିବେ ।

କାରଣ

ଏଠାରେ ଏହି ପ୍ରସଙ୍ଗ ପକାଇବାର କାରଣ ଅଛି । ସକାରାତ୍ମକତା ଓ ନକାରାତ୍ମକାରୀ ଏହି ଦୁଇଟି ସବୁବେଳେ ସମାନ୍ତର ଗତିରେ ଚାଲିଥାଏ । କୌଣସି କିଛି କୁ ନେଇ ଦୁଇଟି କ୍ଷେତ୍ରରେ ଲୋକେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିପାରିବେ । ଯେଉଁ ପକ୍ଷ ଯୁକ୍ତିରେ ଜିତିଲା ସେଇ ପକ୍ଷ ଆଡକୁ ଆମ ମନ ଢଳି ଯାଇଥାଏ । ଆମ ମନ ସେଇଠୁ ପ୍ରେରଣା ପାଇ ଭଲ ଦିଗରେ କାମ କରେ ନଚେତ ମନ୍ଦ । ଛାତ୍ରୀଛାତ୍ରଙ୍କ ମନ ଚପଳ । ସେଥିପାଇଁ ସେମାନେ ସହଜରେ ବିଯୁକ୍ତି ଚିନ୍ତାଧାରା ଆଡ଼କୁ ଢଳି ଯାଆନ୍ତି ।

ମନ କ’ଣ

ତେଣୁ ସବୁରି ଭିତରେ ‘ମନ’ ହେଉଛି ମୁଖ୍ୟ । ମହାତ୍ମା ଗାନ୍ଧି ବି ମିଛ କହିଥିଲେ, ଚୋରି କରିଥିଲେ । ତା’ ସତ୍ତ୍ୱେ ସେ ମହାତ୍ମା ଗାନ୍ଧି ହୋଇପାରିଲେ । ଏହାର ମୂଳରେ ରହିଛି ମନ ।  ତେଣୁ ମନକୁ ଶିକ୍ଷା ଦେବାକୁ ହେବ । ଏକ ଶିକ୍ଷିତ ମନ ସହଜରେ କିଛି ଭୁଲ କରିବାକୁ ରାଜି ହୋଇ ନଥାଏ । ପ୍ରେରଣାଦାୟୀ ଲେଖକମାନେ ଏହି ମନ ଉପରେ ଜୋର ଦେଇଥାନ୍ତି । ତେଣୁ ଆପଣମାନେ ସେତିକିବେଳେ ସଫଳ ହୋଇପାରିବେ ଯେତେବେଳେ ନିଜର ମନଟି ନିଜ ନିୟନ୍ତ୍ରଣରେ ଥିବ । ମନକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ହେଲେ ସମୟ ପାଇଲେ ପାଠ୍ୟ ପୁସ୍ତକ ଛଡା ବିଭିନ୍ନ ଆଧ୍ୟାତ୍ମିକ ପୁସ୍ତକ, ଅନ୍ୟାନ୍ୟ ପ୍ରେରଣାଦାୟୀ ପୁସ୍ତକ ପଢିବା ଆବଶ୍ୟକ । ଏସବୁ ମନ ଭିତରେ ସକାରାତ୍ମକ ଚିନ୍ତା ଉଦ୍ରେକ କରିଥାଏ । ଚିନ୍ତାଶୀଳ ମନ ହିଁ ଶିକ୍ଷା ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଥାଏ । ମନ  ଚିନ୍ତାଶୀଳ ନ ହେଲେ ତା’ ଉପରେ କେବେ ବି କୌଣସି କଥାର ପ୍ରଭାବ ପଡିପାରେ ନାହିଁ । ତେଣୁ ମନକୁ ଅଧିକ ଚିନ୍ତନଶୀଳ କରିବାକୁ ହେଲେ ପ୍ରତ୍ୟେକ ଦିନ ନିଜ ପାଇଁ କିଛି ସମୟ ବାହାର କରନ୍ତୁ । ସେଇ ନିର୍ଦ୍ଦିଷ୍ଟ ସମୟଟିକୁ କେବଳ ନିଜ ସହ ବିତାଇବାକୁ ଚେଷ୍ଟା କରନ୍ତୁ । କିଛି ମାସ ପରେ ଦେଖିବେ ଆପଣ ସଂପୂର୍ଣ୍ଣ ଭିନ୍ନ ଧରଣର ଛାତ୍ର ପାଲଟି  ଯାଇଛନ୍ତି । ଆପଣଙ୍କ ଅଜାଣତରେ ପାଠ ପ୍ରତି ମନଯୋଗୀ ହୋଇଯାଇଥିବେ । ଥରେ ପାଠ ପ୍ରତି ମନଯୋଗୀ ହେଲେ ସଫଳତା ପାଇଁ ଚେଷ୍ଟା କରିବାକୁ ପଡ଼ି ନଥାଏ ।

ଆଧାର - ଦୈନିକ ପ୍ରମେୟ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate