ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / ସବଜେକ୍ଟ ନଲେଜ ସହ ସବ୍ ସ୍କିଲ୍ସ
ସେଆର କରନ୍ତୁ

ସବଜେକ୍ଟ ନଲେଜ ସହ ସବ୍ ସ୍କିଲ୍ସ

ଭଲ କ୍ୟାରିଅର ପାଇଁ ଦରକାର ସବଜେକ୍ଟ ନଲେଜ, ଅନାଲିଟିକାଲ ସ୍କିଲ୍ସ ଆଉ ସବ୍ ସ୍କିଲ୍ସ । ଏତିକି ହେଲେ ଜଣେ କୃତକାର୍ଯ୍ୟ ହୋଇପାରିବ ।

ଏମ୍ପ୍ଲଏବିଲିଟି ସ୍କିଲ୍ସ

କୌଣସି ବଡ କମ୍ପାନୀରେ ନିଯୁକ୍ତି ପାଇବା ଯେତିକି କଷ୍ଟ ତା’ ଠାରୁ ଅଧିକ କଷ୍ଟ କମ୍ପାନୀ ପାଇଁ ଛାତ୍ର/ଛାତ୍ରୀ ନିଜକୁ ଯୋଗ୍ୟ କରିବା।  ଏଥିପାଇଁ ଦରକାର ଏମ୍ପ୍ଲଏବିଲିଟି ସ୍କିଲ୍ସ । ଜଣେ ଯେତେ ପାଠ ପଢୁଥିଲେ ବି ଯଦି ଏମ୍ପ୍ଲଏବିଲିଟି ସ୍କିଲ୍ସ ତାଙ୍କର ନଥିବ ସେ କେଉଁଠି ବି ହେଲେ ନିଯୁକ୍ତି ପାଇପାରିବେ ନାହିଁ । ଯଦି କେଉଁଠି କେମିତି ତାଙ୍କୁ ନିଯୁକ୍ତି ମିଳିଲା ତେବେ ତାକୁ ଧରି ରଖିପାରିବେ ନାହିଁ । ଏଥିପାଇଁ ଯୋଗ୍ୟ ହେବାକୁ ପଡିଥାଏ ।

ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ବିଶ୍ଵବିଦ୍ୟାଳୟର ପ୍ଲେସ୍ମେଣ୍ଟ୍ ସେଲର ସହ ନିର୍ଦ୍ଦେଶକ ସିଧ୍ୟବ୍ରତ ଦାସ କହନ୍ତି, ‘ଏମ୍ପ୍ଲଏବିଲିଟି ସ୍କିଲ୍ସ କହିଲେ ବହୁତ କଥା ଅଛି, ଚିହ୍ନା ହୁଅନ୍ତୁ ଅଚିହ୍ନା ଅନ୍ୟ ଲୋକମାନଙ୍କ ସହ ଆପଣଙ୍କର ସମ୍ପର୍କ, ଆପଣଙ୍କ ସାମାଜିକ ଜୀବନଶୈଳୀ ଏବଂ କାର୍ଯ୍ୟର (ଯାହାକୁ ଅନ୍ୟମାନେ ଗ୍ରହଣ କରିପାରୁଥିବେ) ଦକ୍ଷତା ଆଦି ଅନେକ । କେବଳ ଏତିକି ହେଲେ ଯେ ଜଣେ ନିଯୁକ୍ତି ପାଇଯିବେ ତାହା ନୁହେଁ ।  ଏମ୍ପ୍ଲଏବିଲିଟି ସ୍କିଲ୍ସ ଭିତରେ ଅଛି ପିପୁଲ ସ୍କିଲ୍ସ, ଇଣ୍ଟରପର୍ସନାଲ ସ୍କିଲ୍ସ, ସୋସିଆଲ୍ ସ୍କିଲ୍ସ ଆଦି ।

ପାଠ ନପଢିଥିଲେ କାହାକୁ ବି କୌଣସି କମ୍ପାନୀ ନିଯୁକ୍ତି ଦେବ ନାହିଁ । ମାତ୍ର ଏହା ସହିତ ଅନେକ ପ୍ରକାରର  ଦକ୍ଷତା (ସବ୍ ସ୍କିଲ୍ସ) ଯୋଡ଼ି ହୋଇ ରହିଥାଏ ।  ଛାତ୍ରୀଛାତ୍ରଙ୍କୁ ସେଇ ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବାକୁ ହୋଇଥାଏ । ସିଧ୍ୟବ୍ରତ କହନ୍ତି, ‘ ଏହି କାରଣ ଯୋଗୁଁ ଅନେକ ଛାତ୍ରଛାତ୍ରୀ ଯେତେ ଭଲମାର୍କସ ରଖିଥିଲେ ବି ନିଯୁକ୍ତି ନପାଇ ବେକାର ବସିଥାନ୍ତି । ମାତ୍ର ତାଙ୍କଠାରୁ ବହୁତ କମ୍ ମାର୍କସ ରଖିଥିବା ଛାତ୍ରଛାତ୍ରୀ ନିଯୁକ୍ତି ପାଇବା କ୍ଷଣି ବର୍ଷକୁ ବର୍ଷ କମ୍ପାନୀର ପଦପଦବି ମଣ୍ଡନ କରିଚାଲିଥାନ୍ତି, ପ୍ରତି ବର୍ଷ ସେମାନଙ୍କର ଦରମା ବାଢୁଥାଏ ।‘

ଏସବୁ ଛଡା ଏମ୍ପ୍ଲଏବିଲିଟି ସ୍କିଲ୍ସ ଭିତରେ ଅଛି ସବଜେକ୍ଟ ନଲେଜ ବା ବିଷୟଭିତ୍ତିକ ଜ୍ଞାନ ।  ଜଣେ ଯେଉଁ କମ୍ପାନୀର ନିଯୁକ୍ତି ପାଇଲେ ସେ ନିର୍ଦ୍ଦିଷ୍ଟ ଜବ୍ କେତେ ସୁନ୍ଦର ଭାବରେ କରିପାରୁଛନ୍ତି ତାହା ଉପରେ ନିର୍ଭର କରୁଛି ତାଙ୍କ ଭବିଷ୍ୟତ । ଯଦି ନିଜ ସବଜେକ୍ଟରେ  ସେମିତି ଭଲ ଜ୍ଞାନ ହାସଲ କରି ନଥିବେ, ବିଶ୍ଵବିଦ୍ୟାଳୟରେ ପାଠ ଭଲ  ପଢିନଥିବେ ସେ କାମରେ ଦକ୍ଷତା ହାସଲ କରିପାରିବେ  ନାହିଁ । ସିଧ୍ୟବ୍ରତ କହନ୍ତି, ‘ସବ୍ ସ୍କିଲସ ଓ ସବଜେକ୍ଟ ନଲେଜ ହିଁ ବ୍ୟକ୍ତିର ପ୍ରଫେସନାଲ କ୍ୟାରିଅର ଗଠନ ପାଇଁ ବହୁତ ସାହାଯ୍ୟ କରିଥାଏ ।‘ ଜଣେ ଯେକୌଣସି କ୍ଷେତ୍ରକୁ ପ୍ରଫେସନ କରନ୍ତୁ ଯଦି ପ୍ରଫେସନାଲ ହେବା ପାଇଁ ତାଙ୍କ ଭିତରେ ଦକ୍ଷତାର ଅଭାବ ଥିବ ସେ କେବେ ବି କୌଣସି କମ୍ପାନୀ କିମ୍ବା କର୍ପୋରେଟ୍ ହାଉସରେ ବେଶୀ ଦିନ କାର୍ଯ୍ୟ କରିପାରିବେ ନାହିଁ । କ୍ୟାମ୍ପସରୁ ସିଧାସଳଖ ବଡ ବଡ କମ୍ପାନୀରେ ନିଯୁକ୍ତି ପାଉଥିବା ଛାତ୍ରଛାତ୍ରୀ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

କର୍ପୋରେଟ୍ ହାଉସ

ଏକାଡ଼େମୀକ୍ ପାଠପଢାରେ ଭଲ କରୁଥିବା ଛାତ୍ରଛାତ୍ରୀ କୌଣସି କର୍ପୋରେଟ୍ ହାଉସକୁ ଗଲେ ସେଠାରେ ବି କାମ ଶିଖିବା ଦରକାର । କମ୍ପାନୀ ବା କର୍ପୋରେଟ୍  ହାଉସକୁ ଗଲେ ସେଠାରେ ବି କାମ ଶିଖିବା ଦରକାର । କମ୍ପାନୀ ବା କର୍ପୋରେଟ୍ ଅନୁକୂଳ କାମ କରି ସଂସ୍ଥାକୁ ଲାଭ ନପହଞ୍ଚାଇଲେ ଜଣେ ଯେତେ ଭଲ ମାର୍କସ ରଖି ଡିଗ୍ରୀ ହାସଲ କରିଥିଲେ ବି ତାହା କେଉଁ କାମରେ ଲାଗିବ ? ସିଧ୍ୟବ୍ରତ କହନ୍ତି ‘ ଛାତ୍ରଛାତ୍ରୀଙ୍କ ଫ୍ରଫେସନାଲ କ୍ୟାରିଅର୍ ସୁଦୃଢ ହେବା ପାଇଁ ଆମେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏନେଇ ଟ୍ରେନିଂ ପ୍ରୋଗ୍ରାମ କରିଥାଉ । ଏହିଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ସବ୍ ସ୍କିଲ୍ସ ଟ୍ରେନିଂ ଆଉ ଗୋଟିଏ ହେଉଛି ଆନାଲିଟିକାଲ ସ୍କିଲ୍ସ ଟ୍ରେନିଂ । ସବ୍ ସ୍କିଲ୍ସ ପ୍ରଶିକ୍ଷଣରେ ବେଶି ଗୁରୁତ୍ଵ ଦିଆଯାଏ ଯୋଗାଯୋଗ, ଶୁଣିବା ଦକ୍ଷତା, ଭାଷା ଦକ୍ଷତା ଏବଂ ଆଟିଚ୍ୟୁଡ୍ ଉପରେ । ଏହାଛଡା ଛାତ୍ରଛାତ୍ରୀଙ୍କ ଭିତରେ ଆଉ ଗୋଟିଏ ଦକ୍ଷତା ବଢାଇବାକୁ ଚେଷ୍ଟା କରାଯାଏ । ସେଇଟି ହେଉଛି  ବିଜିନେସ୍ ମ୍ୟାନର । ଏସବୁ ପରେ ଗ୍ରୁପ୍ ଡ଼ିସକସନ ପ୍ରୋଗ୍ରାମ କରିବାକୁ ପଡ଼େ । ସମସ୍ତ ପ୍ରଶିକ୍ଷଣ ଠିକ୍ ଭାବରେ ପାଇଥିବା ଛାତ୍ରଛାତ୍ରୀ ନିଜକୁ ନିଯୁକ୍ତିଦାତାଙ୍କ ଆଗରେ ସହଜ ଭାବେ ଉପସ୍ଥାପିତ କରିପାରନ୍ତି ।  ଗୋଷ୍ଠୀଗତ ଆଲୋଚନା ବା ଗ୍ରୁପ୍ ଡ଼ିସକସନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶୁଣିବା, କହିବା, ସ୍ମାର୍ଟନେସ୍ ଏମିତି ଅନେକ ଆଟିଚ୍ୟୁଡରେ ସୁଧାର ଆସିଥାଏ । ଛାତ୍ର/ଛାତ୍ରୀ କୌଣସି କ୍ଷେତ୍ରରେ ଡରି ନଯାଇ ଆଗକୁ ବାହାରି କାମ କରିବାକୁ ଚେଷ୍ଟା କରିଥାନ୍ତି । ଯେତେ ବଡ କାମ ହେଲେ ବି ଛାତ୍ର/ ଛାତ୍ରୀ ହାଲକା ମନ ନେଇ ବୁଝି ବିଚାରି କାମ କରି ସଫଳତା ଅର୍ଜନ କରିଥାନ୍ତି । ଦ୍ଵିତୀୟରେ ଆନାଲିଟିକାଲ ଟ୍ରେନିଂର ଆପ୍ଟିଚ୍ୟୁଡ୍ ଓ ରିଜେନିଂ ଆଦି ପ୍ରଶିକ୍ଷଣ ଦେଇଥାଉ । ପ୍ଲେସମେଣ୍ଟ ପାଇଁ ପିଲାର ଏସବୁ ନିହାତି ଦରକାର ।

ଆଧାର – ଦୈନିକ ପ୍ରମେୟ

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top